STORYMIRROR

Santanu Bisoi

Children Stories

3  

Santanu Bisoi

Children Stories

ବନ୍ଧୁ

ବନ୍ଧୁ

1 min
336

ଲୁବୁନ ଆଉ ଟୁବୁନ ଦୁଇ ସାଙ୍ଗ।ଖେଳକୁଦ, ଧାଁ ଦୌଡ଼ ଏବଂ ପାଠ ପଢା ପଢି କାର୍ଯ୍ୟ ଉଭୟେ ସାଙ୍ଗ ହୋଇ କରନ୍ତି। ଦିନେ ବିଦ୍ୟାଳୟରୁ ଫେରିବା ସମୟରେ ବର୍ଷା ଲାଗି ରହିଲା। ଉଭୟେ ନିଜ ନିଜର ଛତା ଖୋଲି ନିଜକୁ ସୁରକ୍ଷିତ ରଖି ଘରକୁ ଫେରିବା ପାଇଁ ଉଦ୍ୟମ କଲେ। ରାସ୍ତାରେ ଆସୁ ଆସୁ ଟୁବୁନର କାଦୁଅରେ ଗୋଡ଼ ଖସିଗଲା।ସେ ନିଜର ଭାରସାମ୍ୟ ହରାଇ ତଳେ ପଡି ପାଣି କାଦୁଅରେ ସରସର ହୋଇଗଲା। ଲୁବୁନ ଏହା ଦେଖି ନିଜକୁ ବଞ୍ଚାଇ ଘରକୁ ଫେରିଆସିଲା।

ହାରୁନ, ଲୁବୁନ ଓ ଟୁବୁନ ର ପଛେ ପଛେ ଆସୁଥିଲା।ଟୁବୁନକୁ ପାଣି କାଦୁଅରେ ପଡିଥିବା ଦେଖି ହାରୁନ ତାକୁ ଉଦ୍ଧାର କଲା।ଟୁବୁନର ବସ୍ତାନିକୁ ଗୋଟିଏ ହାତରେ ସୁରକ୍ଷିତ ଭାବରେ ଧରି ଅନ୍ୟ ହାତରେ, ଗୋଡ଼ ଆଉ ପିଠିରେ ଆଘାତ ପାଇଥିବା ତୁବୁନକୁ ଧରି ତାଙ୍କ ଘର ପର୍ଯ୍ୟନ୍ତ ଆଣି ଛାଡିଦେଲା। କିଛିଦିନ ପରେ ଟୁବୁନ ସମ୍ପୂର୍ଣ୍ଣ ସୁସ୍ଥ ହେଲା।ହାରୁନର ଘର ପର୍ଯ୍ୟନ୍ତ ଯାଇ ଅସୁବିଧା ସମୟରେ ସାହାଯ୍ୟ କରିଥିବାରୁ ତାକୁ ନିଜର କୃତଜ୍ଞତା ଜଣାଇଲା। କହିଲା, ହାରୁନ ତୁ ହିଁ ମୋର ପ୍ରକୃତ ବନ୍ଧୁ। ସେଦିନର ସାହାଯ୍ୟ ଓ ସହଯୋଗ ମୁଁ ଜୀବନସାରା ଭୁଲି ପାରିବି ନାହିଁ।

ସେହିଦିନ ଠାରୁ ହାରୁନ ଆଉ ଟୁବୁନ ଦୁହେଁ ଅନ୍ତରଙ୍ଗ ବନ୍ଧୁ ହେଲେ।କେହି ସାଙ୍ଗ ଅସୁବିଧାରେ ପଡିଲେ ସାଧ୍ୟମତେ ସେମାନଙ୍କୁ ଅକୁଣ୍ଠ ଚିତ୍ତରେ ସାହାଯ୍ୟ ସହଯୋଗ କଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍