STORYMIRROR

Santanu Bisoi

Tragedy Others

3  

Santanu Bisoi

Tragedy Others

ସମୟର ସ୍ୱର

ସମୟର ସ୍ୱର

1 min
179

ଲଥ କରି ବସିପଡ଼ିଲା ପ୍ରଭାକର। ପାଣି ଗିଲାସଟା ହାତକୁ ବଢ଼ାଉ ବଢ଼ାଉ ସୁନିତା ଦେବୀ କହିଲେ, ଏମିତି ଭାଙ୍ଗି ପଡିଲେ ଚଳିବ? ଆମେ ଝିଅ ଜନ୍ମ ଦେଇଥିଲେ, ଭଲ ଶିକ୍ଷା ସଂସ୍କାର ଦେଇଥିଲେ ଏମିତି ବି ଆମ ଝିଅ ସାବାଳିକା ତା'ର ଭଲମନ୍ଦ ବୁଝିବାର ବୟସ ହୋଇଛି। ଯଦି ସେ ନିଜ ପସନ୍ଦରେ ବାହା ହୋଇଛି ହେଉ...। ଆମର ସେଥିରେ ଚିନ୍ତା କରିବାରେ କଣ ଅଛି?


ମୁହଁ ଉପରେ ସଫେଦ ରୁମାଲଟା ବୁଲେଇ ଆଣି ସୁନିତା ଆଡକୁ ଚାହିଁଲେ ପ୍ରଭାକର ବାବୁ। କହିଲେ ସୁନିତା..... ଅନ୍ତ ଫାଡ଼ି ଜନ୍ମ ଦେଇଥିଲ ଅଞ୍ଜନାକୁ।କେତେ ଅଳି ଅର୍ଦ୍ଦଳି ନ ସହିଛ? ତା' ଦେହ ଖରାପ ହେଲେ କେତେଥର ଠୋ ଠୋ ଉପାସରେ ନ ଶୋଇଛ? କେତେ ଅଶ୍ରୁର ଶ୍ରାବଣ ବୁହାଇ ନ ଦେଇଛ?ତାକୁ (ଜନ୍ମ ଦେବା ପାଇଁ) ପାଇବା ପାଇଁ କେତେ ଦିଅଁ ଦେବତା ପୂଜା ନ କରିଛ? ସେ ଯେତେବେଳେ ଆମ ମାନ ସମ୍ମାନକୁ ଗାଁ ଦାଣ୍ଡରେ ନିଲାମ କରି ଗୋଟିଏ ହରିଜନ ଯୁବକର ହାତଧରି ଚାଲିଗଲା ମୋ ମାନସିକ ସନ୍ତୁଳନଟା କଣ ହେଉଥିବ ତୁମେ ଅନୁମାନ କରିପାରୁଛ ସୁନିତା? ଛାତି ଭିତରର କାଲିଜାଟା ଫାଟିପଡୁଛି, ପେଟ ଭିତରର ଅନ୍ତବୁଜୁଳାଟା ଦୁଇଁ ହୋଇ ଯାଉଛି।


ନିବିଡ ଭାବରେ ପ୍ରଭାକରଙ୍କୁ ଭିଡିଧରିଲେ ସୁନିତା ଦେବୀ। ଦୁଃଖ ର ହିମାଳୟକୁ ଉଚ୍ଚୈଶ୍ରବା ଦାନ୍ତଘାତ କରି ଗଙ୍ଗାର ଚିରସ୍ରୋତା ଧାର ବୁହାଇଲା ଭଳି ଚାରି ନୟନ କୋଣରୁ ବହିଚାଲିଥିଲା ଅମାନିଆ ଅଶ୍ରୁଧାର। ବାଷ୍ପରୁଦ୍ଧ କଣ୍ଠରେ ସୁନିତା ଦେବୀ ପ୍ରଭାକର ବାବୁଙ୍କୁ କହୁଥିଲେ, ସମାଜରେ କେବଳ ଦୁଇଟି ଜାତି।ନାରୀ ଆଉ ପୁରୁଷ, ପୁରୁଷ ଆଉ ନାରୀ।ଚାରି ବର୍ଣ୍ଣ ତ ମଣିଷ ସୃଷ୍ଟି କରିଛି।ଛୁଆଁ ଅଛୁଆଁ ଭେଦଭାବ,ଜାତିପ୍ରଥା କେବେଠାରୁ ଉଠି ଗଲାଣି। ଆମ ଝିଅ କୌଣସି ଭୁଲ କରି ନାହିଁ।ସମୟର ଆହ୍ୱାନରେ ଯୁଗ ସହିତ ତାଳଦେଇ ବାସ୍ କେଇ ପାହୁଣ୍ଡ ଆଗକୁ ମାଡି ଯାଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy