Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Santanu Bisoi

Children Stories Others Children

4.5  

Santanu Bisoi

Children Stories Others Children

ଖୁସି ଓ ଜେସି

ଖୁସି ଓ ଜେସି

4 mins
24K


ଖୁସି ଓ ଜେସି ଉଭୟେ ପଞ୍ଚମ ଶ୍ରେଣୀର ଛାତ୍ରୀ।ଜେସି ଠାରୁ ଖୁସି ପାଠ ପଢ଼ାରେ ବହୁତ ଦୁର୍ବଳ। ପାଠ ପଢିବା ପାଇଁ ମନରେ ଖୁଵ ଆଗ୍ରହ ଥିଲେ ବି ଖୁସିର, ପାଠ ମନେ ରହୁନଥିବାରୁ ସେ ମନେ ମନେ ବହୁତ ଦୁଃଖ ଅନୁଭବ କରେ। ଶିକ୍ଷକ ଓ ଅଭିଭାବକ ଖୁସିକୁ ଗ୍ରୁପ ଡିସ୍କସନ ବା ଅନ୍ୟ କେହି ଜଣେ ସାଙ୍ଗ ସହ ଯୋଡି ହୋଇ ଆଲୋଚନା ମାଧ୍ୟମରେ ପଢିଲେ ପାଠ ଅଧିକ ମନେ ରହିବ ବୋଲି ଉପଦେଶ ଦେଲେଣି।ଖୁସି ମଧ୍ୟ ଏ କଥାର ଗୁରୁତ୍ୱ ବୁଝି ଜେସି ଓ ଅନ୍ୟ ସାଙ୍ଗ ସହିତ ମିଶି ବା ସାଙ୍ଗ ହୋଇ ପଢିବା ପାଇଁ ବହୁବାର ଚେଷ୍ଟା କଲାଣି। କିନ୍ତୁ କୌଣସି ସାଙ୍ଗ କିମ୍ବା ଜେସି ଏଥିରେ ଏକମତ ହେଉ ନାହାଁନ୍ତି। ଜେସି ଭଲ ପଢେ। ଭଲ ପରିଶ୍ରମ କରେ, ଆଉ ଶ୍ରେଣୀରେ ପ୍ରଥମ ହୁଏ। ଖୁସିର ପଢା ଦୁର୍ବଳ ହେଲେ ତାର ଯାଏ କେତେ ଆସେ କେତେ??

ଦିନକର କଥା ଜେସି ଘରୁ ଖୁସି ମନ ଦୁଃଖରେ ଫେରୁଥାଏ। ଜେସିର ବାବା ଖୁସିକୁ ମନଦୁଃଖ ଅବସ୍ଥାରେ ଦେଖି ପଚାରିଲେ:- "ଖୁସି, ଦେହ ଭଲ ନାହିଁ କି? ତୋ ମନଦୁଃଖ ଅଛି।ଏହାର କାରଣ କଣ?" ଏତକ କହି ଜେସିର ବାବା ଖୁସିକୁ ପାଖକୁ ଡାକି ସାମ୍ନାରେ ପଡିଥିବା ଚଉକି ଉପରେ ବସିବାକୁ କହିଲେ। ଦୁହିଁଙ୍କ ଭିତରେ ପାଠ ପଢା ସମ୍ବନ୍ଧୀୟ ବହୁତ କଥା ଆଲୋଚନା ହେଲା।ଖୁସି ନିଜ ପଢ଼ାରେ ବାଧକ ସାଜୁଥିବା ସବୁ ବିଷୟ ଗୁଡିକ ବିସ୍ତୃତ ଭାବରେ ଜେସିର ବାବାଙ୍କୁ ଜଣାଇ ଦେଲା।


ଜେସିର ବାବା ବୃତ୍ତିରେ ଜଣେ ଜଙ୍ଗଲ ବିଭାଗ ଅଫିସର। ଖୁସିର ପଢା ପ୍ରତି ଆଗ୍ରହ ଦେଖି ଜେସି ଘରକୁ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଲେ।


କିଛି ସମୟ ପରେ ଜେସି ଘରକୁ ଫେରିଲା। ବାବା ତାକୁ ଖୁସି ଅପେକ୍ଷା କରି ରହିଥିବା ଘରର କୋଠରୀ ଭିତରକୁ ଡାକି ନେଲେ।ଖୁସି ଓ ଜେସି ଉଭୟଙ୍କ ଉଦ୍ଦେଶ୍ୟରେ ଏକ ଉପାଦେୟ କାହାଣୀ ଶୁଣାଇଲେ.....


ଅଗନା ଅଗନୀ ବନସ୍ତ । ଜଣେ (ବ୍ୟାଧ)ଶିକାରୀ ସପରିବାରେ ବସବାସ କରୁଥିଲା। ବ୍ୟାଧ ଶୁଣିବାକୁ ପାଇଲା ଯେ ଏକ ଉନ୍ନତ ଧରଣର ଯନ୍ତ୍ର ଉଦ୍ଭାବନ ହୋଇଛି। ଯେଉଁଥିରେ ନେଉଳ, ଠେକୁଆ, ନେପୁର ମୂଷା ଗୁଡ଼ିକ ସହଜରେ ଧରାଯାଇପାରିବ। ବ୍ୟାଧ ନିଜ ସ୍ତ୍ରୀକୁ ସେହି ଯନ୍ତ୍ର ବିଷୟରେ ଜଣାଇ ଯନ୍ତ୍ରଟିଏ କିଣିବା ଉଦ୍ଦେଶ୍ୟରେ ଦୂରରେ ଥିବା ବଜାରକୁ ବାହାରି ପଡ଼ିଲା।

ଏ କଥା ନେପୁର ମୂଷା ଶୁଣି ନେଉଳ କୁ ଜଣାଇଲା, "କହିଲା ଭାଇ ଆମମାନଙ୍କର ମୁକ୍ତ ଭାବରେ ବଞ୍ଚିବା ଏଥର ଦୁରୁହବ୍ୟାପାର ହୋଇପଡିବ। ବ୍ୟାଧ ନେପୁର ମୂଷା, ନେଉଳ ଓ ଠେକୁଆ ଧରିବା ପାଇଁ ଆଧୁନିକ ଯନ୍ତ୍ର କିଣିବା ଉଦ୍ଦେଶ୍ୟରେ ଦୂର ବଜାରକୁ ଯାଇଛି।" ଏ କଥା ଶୁଣି ଭୟ ଓ ଆତଙ୍କରେ ସମସ୍ତଙ୍କ ମୁହଁ ଶୁଖିଗଲା। ସମସ୍ତେ ନିଜ ନିଜ ବିଳ ଭିତରକୁ ଚାଲିଗଲେ।

ଭୟ ଓ ଆତଙ୍କରେ ମୃତ୍ୟୁକୁ ଡରି ବିଳ ଭିତରେ ଲୁଚିଲେ ସମସ୍ୟାର ସମାଧାନ ହୁଏ ନାହିଁ, କିମ୍ବା ମୃତ୍ୟୁ ସହଜରେ ଛାଡି ଦିଏ ନାହିଁ। ଚୁପଚାପ ନିରବରେ ମୃତ୍ୟୁକୁ ଅପେକ୍ଷା କରିବା ଅପେକ୍ଷା ଏହାର ସମାଧାନ ଖୋଜୁ ଖୋଜୁ ହୁଏତ ବଞ୍ଚିବାର ରାହା ମିଳିଯାଇପାରେ... ଏହା ଭାବି ଭାବି ଠେକୁଆ ନିଜେ ବିରସ ବଦନରେ ସମସ୍ୟାର ସମାଧାନ ପାଇଁ ବିଳ ଭିତରୁ ବାହାରି ବଞ୍ଚିବାର ରାହା ଖୋଜିବାକୁ ବାହାରି ପଡ଼ିଲା। 


ଯାଉ ଯାଉ ଏକ ଜଳାଶୟ ତଟଦେଶର ଗଛ ଡାଳରେ ଡାହୁକ ଟିଏ ବସିଥିଲା। ଠେକୁଆ ତାକୁ ନିଜ ଦୁଃଖର କାହାଣୀ କହିଲା। ଠେକୁଆର କଥା ଶୁଣି ଡାହୁକ ଉତ୍ତର ଦେଲା ଦେଖ ଠେକୁଆ ଭାଇ ବ୍ୟାଧ: ନେଉଳ, ନେପୁର ମୂଷା ଓ ଠେକୁଆ ଧରିବା ପାଇଁ ଯନ୍ତ୍ର କିଣୁଛି, ଡାହୁକ ଧରିବା ପାଇଁ ନୁହେଁ। ତେଣୁ ଏହା ତୋ ସମସ୍ୟା।ମୋର ନୁହେଁ। ତୁ ଏଥର ଆସି ପାରୁ।


ଡାହୁକ ଠାରୁ ନିରାଶ ହୋଇ ଠେକୁଆ ଫେରିଲା ସତ, କିନ୍ତୁ ନୂତନ ସମାଧାନର ସୂତ୍ର ଖୋଜିବା ଉଦ୍ଦେଶ୍ୟରେ ଆଗକୁ ଆଗକୁ ବଢ଼ିଲା। ଗୋଟିଏ ବନ୍ୟ କୁକ୍କୁଟ ଠେକୁଆକୁ ଦେଖି ଦୁଃଖର କାରଣ ପଚାରିଲା।ଘଟିଯାଇଥିବା ଗୋଟି ଗୋଟି କଥା ପ୍ରାଞ୍ଜଳ ଭାବରେ ବନ୍ୟ କୁକ୍କୁଟ ଆଗରେ ଠେକୁଆ ପ୍ରକାଶ କଲା। ଠେକୁଆ ଉପରେ ଆଶୁବିପଦ କଥା ଶୁଣି ବନ୍ୟ କୁକ୍କୁଟ ମନେ ମନେ ବହୁତ ଖୁସି ହେଲା। ଉପରକୁ ଦେଖେଇ ହୋଇ କହିଲା କୌଣସି ଅତ୍ୟଧୁନିକ ଯନ୍ତ୍ର ଦେଖିଲେ ଆମେ ଉଡି ଉଡି ଯାଇ ପାରିବୁ। ମୁଁ ଦୁଃଖିତ।ତୁମେ ତୁମକଥା ଦେଖ।


ଠେକୁଆ ଭାଙ୍ଗି ପଡ଼ିଲା ନାହିଁ। ନୂତନ ଆଶା, ନୂତନ ସମ୍ଭାବନା ଏବଂ ନୂତନ ସମାଧାନ ଅନ୍ୱେଷଣରେ ସେଠାରୁ ପୁଣି ଆଗକୁ ବଢ଼ିବାରେ ଲାଗିଲା।


ବାଟରେ ଯାଉ ଯାଉ ଗୋଟିଏ କୁଟୁରା ସହ ଭେଟ ହେଲା। ଠେକୁଆ ନିଜ ମନର ସଂଶୟ ଫିଟାଇ କୁଟୁରା କୁ ସବୁ କଥା କହିଚାଲିଲା। ଆମୂଳଚୂଳ ସମସ୍ତ ଘଟଣା ଶୁଣିସାରି କୁଟୁରା କହିଲା ଦେଖ ଖୁବ ଜୋରରେ ମୁଁ ଦୌଡ଼ି ପାରେ।ବ୍ୟାଧ ମୋର ପିଛା ଧରିପାରିବ ନାହିଁ।ଆଉ ଏତେ ଛୋଟ ଯନ୍ତ୍ରରେ ମୁଁ ଫସିପାରିବି ନାହିଁ।ଯନ୍ତ୍ରଟି କେବଳ ଠେକୁଆ ନେଉଳ ଓ ମୂଷା ଭଳି ଛୋଟ ଛୋଟ ଜୀବଜନ୍ତୁ ପାଇଁ।ଏଥିରେ ମୋର କିଛି କ୍ଷତି ହେବ ନାହିଁ।ତୁ ତୋ ନିଜ ଜୀବନ ରକ୍ଷା ପାଇଁ,ନିଜେ ବ୍ୟବସ୍ଥା କର।

ମନ ଦୁଃଖରେ ସତର୍କତାର ସହ ଠେକୁଆ ନିଜ ବାସସ୍ଥାନକୁ ଫେରିଲା।


ବ୍ୟାଧ ନୂତନ ଯନ୍ତ୍ର ଆଣି ନିଜ ଘର ପାଖରେ ବସାଇ ଦେଲା। କୌତୁହଳ ବଶତଃ ବ୍ୟାଧର ସ୍ତ୍ରୀ ଯନ୍ତ୍ର ଟିକୁ ଖୋଲି ଦେଖିଲା ବେଳକୁ ସେଥିରେ ନା, ଠେକୁଆ ଥିଲା, ନା'ନେଉଳ ନା' ନେପୁର ମୂଷା?? ଖାଦ୍ୟ ସନ୍ଧାନରେ ଆସିଥିବା ଏକ ସାପ ଯନ୍ତ୍ର ଭିତରେ ପଡି ଯାଇଥିଲା। ଯନ୍ତ୍ରଟି ଖୋଲୁ ଖୋଲୁ ବ୍ୟାଧର ସ୍ତ୍ରୀ ସର୍ପାଘାତର ଶିକାର ହେଲା।

ବ୍ୟାଧ ବ୍ୟାଧ ବ୍ୟତିବ୍ୟସ୍ତ ହୋଇ କବିରାଜଙ୍କୁ ଡକାଇ ନିଜ ସ୍ତ୍ରୀର ଚିକିତ୍ସା କରାଇଲା। ପଥି ସ୍ୱରୂପ କବିରାଜ ଡାହୁକ ମାଂସର ଝୋଳ ଖାଇବାକୁ ପରାମର୍ଶ ଦେଲେ। ବ୍ୟାଧ ଡାହୁକ ମାରି ସ୍ତ୍ରୀକୁ ଖୁଆଇବାରେ ଲାଗିଲା। ଧୀରେ ଧୀରେ ବ୍ୟାଧର ସ୍ତ୍ରୀ ସୁସ୍ଥ ହେବାକୁ ଲାଗିଲା। ଠେକୁଆକୁ ସହଯୋଗ କରି ନଥିବା ଡାହୁକର ଜୀବନ ଗଲା।

ବନ୍ଧୁ ବାନ୍ଧବ ସଙ୍ଗାତ ମଇତ୍ର ଜଣ ଜଣ କରି ସର୍ପାଘାତରେ ପିଡିତା ବ୍ୟାଧର ସ୍ତ୍ରୀକୁ ଦେଖିବାକୁ ଆସିଲେ।ବ୍ୟାଧ ସମସ୍ତଙ୍କୁ ବନ୍ୟ କୁକ୍କୁଟ ମାଂସରେ ଆପ୍ୟାୟିତ କଲା। ପରିଶେଷରେ ନିଜକୁ ଅଧିକ ଚତୁର ଭାବୁଥିବା ବନ୍ୟ କୁକ୍କୁଟର ଜୀବନ ଗଲା।

ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ ବ୍ୟାଧର ସ୍ତ୍ରୀ ବ୍ୟାଧକୁ କହିଲେ, ମୁଁ ନୂଆଁ ଜୀବନ ପାଇଲି।ଏଣୁ ସବୁ ସମ୍ପର୍କୀୟଙ୍କୁ ଡକାଇ କୁଟୁରା ମାଂସଭୋଜିରେ ସମସ୍ତଙ୍କୁ ଆପ୍ୟାୟିତ କରିବା।

ଶେଷରେ ସେଇୟା ହିଁ ହେଲା। ଶେଷରେ ଠେକୁଆକୁ ସହଯୋଗ ନକରିଥିବା କୁଟୁରାର ପ୍ରାଣ ଗଲା।


ଗଳ୍ପ ଟିକୁ ଶେଷ କରି ଜେସିର ବାବା କହିଲେ, ଦେଖ ମା ଜେସି ଯଦି କେହି ନିଜର ସମସ୍ୟା ନେଇ ତୋ ପାଖକୁ ଆସୁଛି, ତାକୁ ହେୟଜ୍ଞାନ ନ କରି ଗୁରୁତର ଭାବେ ବିଚାର କରିବା କଥା। ତେବେ ଯାଇ ତୋର ଜୀବନର ମୂଲ୍ୟବୋଧ ବଢିବ। ଠେକୁଆ ତ ବହୁତ ଦୂରକୁ ଚାଲି ଯାଇଥିଲା ଅସହଯୋଗ, ତାଛଲ୍ୟ ଓ କଥାକୁ ହାଲକା ଭାବରେ ଗ୍ରହଣ କରିଥିବା ଡାହୁକ, ବନ୍ୟ କୁକ୍କୁଟ ଓ କୁଟୁରା ନିଜ ନିଜ ଦୋଷର ଦଣ୍ଡ ନିଜେ ଭୋଗିଲେ।


ଯଦି କେହି ନିଜର ସମସ୍ୟା କହେ ଏବଂ ତୁମେ ଅନୁଭବ କର ଯେ, ଏହା ତୁମର ସମସ୍ୟା ନୁହେଁ, ତେବେ ସେଭଳି ଭାବିବା ମସ୍ତବଡ ଭୁଲ |

ସମସ୍ୟା ସମାଜର ଏକ ଅଭିନ୍ନ ଅଙ୍ଗ। ଗୋଟିଏ ଲୋକ ଯଦି ବିପଦରେ ଅଛି ଏବଂ ତା'ସମସ୍ୟାର ସମାଧାନ ଜାଣି ଶୁଣି କରାଯାଉନାହିଁ, ତେବେ ବୁଝିବାକୁ ହେବ ଯେ' ସମାଜ ବିପଦ ଆଡକୁ ଟାଣି ହୋଇ ଯାଉଛି ବୋଲି । ହୁଏତ ଲୋକଟି ଅସାମାଜିକ ହୋଇ ଉଠିବ।ଆଉ ଅସାମାଜିକ ଲୋକ ମନରେ ମାନବ କିମ୍ବା ମାନବ ସମାଜ ପ୍ରତି ଦୟା ନଥାଏ। ଯାହାର ଫଳ ସ୍ୱରୂପ ସମାଜର ଅନେକ ଅପୁରଣୀୟ କ୍ଷତି ଘଟିବ। ଆମେ ଭଲ ମଣିଷ ଟିଏ ଯଦି ତିଆରି କରି ନ ପାରିବା, ତେବେ ସମାଜକୁ ମୂର୍ଖ, ଅସଭ୍ୟ ଓ ଅସାମାଜିକ ବ୍ୟକ୍ତିତ୍ୱଟିଏ ଦେବାକୁ ଆମେ କିଏ??


ଖୁସି'ର ସମସ୍ୟା, ଆମ ସମସ୍ତଙ୍କର ସମସ୍ୟା। ତେଣୁ ତୁ ତାକୁ ସହଯୋଗ କରିବୁ ବୋଲି ମୁଁ ଭାବୁଛି।

ଜେସି ନିଜର ଭୁଲ ବୁଝିପାରିଲା। ପରଦିନ ଠାରୁ ଖୁସି ଓ ଜେସି ସାଙ୍ଗ ହୋଇ ପଢା ଲେଖା କରିବା ଆରମ୍ଭ କଲେ। ଉଭୟଙ୍କର ପଢା ପଢିରେ ଅଧିକରୁ ଅଧିକ ଉନ୍ନତି ହେଲା।


ଖୁସି ଓ ଜେସି ପଢିଲେ ପାଠ,

ଦୁହେଁ ହୋଇଗଲେ ବଢିଆ ଚାଟ।।

ବିଦ୍ୟାଳୟର ସେ ରଖିଲେ ନାଁ

ଖୁସି ହୋଇଗଲେ ଗୁରୁ, ଗୁରୁମା।।


Rate this content
Log in