ହାତବାକ୍ସ
ହାତବାକ୍ସ


ସାରଳା ଦେବୀକୁ ନେଇ ଆଜି ଘରେ ଚର୍ଚ୍ଚା । ବୁଢୀ ମରିଗଲା ପଚ୍ଥେ , ସେ କଳଙ୍କି ଲଗା ହାତବାକ୍ସକୁ କାହାକୁ ଚ୍ଥୁଇଁ ବାକୁ ଦେଲାନି । ପୁଅ ବୋହୂ ଏମିତି କି ନାତି ନାତୁଣୀ ସବୁ ହାତବାକ୍ସ ଭିତରେ କଣ ରଖିଚ୍ଥି ବୁଢୀ ଜାଣିବାକୁ ଆଗ୍ରହ ।
ସଂଗ୍ରାମ ବାବୁ କୁହନ୍ତି ;"ସେ ଜନ୍ମରୁ ମାଙ୍କ ହାତବାକ୍ସ କୁ ଦେଖୁଚ୍ଥନ୍ତି । ମାତ୍ର ଭିତରେ କଣ ଅଛି , ସେ କେବେ ଦେଖି ନାହାନ୍ତି । " ସଂଗ୍ରାମ ବାବୁ ସ୍ତ୍ରୀ ସୀମା ଅନେକ ଥର ଚକ୍ରାନ୍ତ କରି ଜାଣିବାକୁ ଚାହିଁଥିଲେ । କିଚ୍ଥି ଲାଭ ହେଲା ନାହିଁ ।
ହାତବାକ୍ସ କୁ ନେଇ ଥରେ ମହାଭାରତ ହେଇଯାଇଥିଲା । ମୁନା ( ସଂଗ୍ରହ ବାବୁଙ୍କ ପୁଅ ) ସାରଳା ଦେବୀଙ୍କ ଅନୁପସ୍ଥତିରେ ହାତବାକ୍ସର ତାଳା ଭାଙ୍ଗିବାକୁ ବସିଥିଲା । ଠିକ୍ ସେହି ସମୟ ରେ ସାରଳା ଦେବୀ ପହଞ୍ଚି ଗଲେ । ରାଗରେ ମୁନାକୁ ଦୁଇ ଚାପୁଡା ବସାଇଦେଲେ । ମୁନା ଆଖିରୁ ଲେମ୍ବୁ ରସ ବାହାର କରି ମା ପାଖରେ ଯାଇ ଅଭିଯୋଗ କଲା । ବାସ୍! ଆରମ୍ଭ ହେଇଗଲା ଶାଶୁ ବୋହୂ କଳି । ସୀମା ଅନେକ ଅପମାନିତ କଥା କହୁଥାଏ । ସାରଳା ଦେବୀ କୌଣସି ଉତ୍ତର ଦେଲେ ନାହିଁ । ସୀମା ଗରଗର ହେଇ କହୁଥାଏ ;"ସତରେ , ବୁଢି ଏଥିରେ ସୁନା ମୁଣ୍ଡା ରଖିଥିବ। ସେଥିପାଇଁ ହାତବାକ୍ସ କୁ କାହାକୁ ଚ୍ଥୁଆଇଁ ଦଉନି । ଜମିଦାର ଘରର ଝିଅ ବାହାହେଲା ବେଳେ ବାପା ଘରୁ ଆଣିଥିବେ ।"
ଜୀବନର ଅନ୍ତିମ ସୋପାନରେ ବି ଏତେ ଲୋଭ । ନିତିଦିନ ଠାକୁର ପୂଜା କରିବା, ଭାଗବତ ପଢିବା ଯେମିତି ତାଙ୍କ କାମ, ସେମିତି ହାତବାକ୍ସ ରୁ ସେ ମୂଲ୍ଯବାନ ଜିନିଷ ଟାକୁ ଟିକିଏ କାଡିଦେଇ ଚ୍ଥାତିରେ ଲଗାଇ ଦୁଇଧାର ଆତ୍ମୀୟ ଲୁହ ଗଡେଇବା ଥିଲା ତାଙ୍କ କାମ। ସେ ଚ୍ଥାତି ତଳର କୋହକୁ କେହି ବୁଝିପାରନ୍ତି ନାହିଁ । କେମିତି ବା ବୁଝିବେ ?? ସମସ୍ତଙ୍କ ମନରେ ହାତବାକ୍ସର ଲୋଭ ।
ଆଜି ସାରଳା ଦେବୀଙ୍କ ଶରୀର ପଞ୍ଚଭୂତରେ ମିଶି ସାରିଚ୍ଥି । ହାତବାକ୍ସକୁ ଜଗିବା ପାଇଁ କେହି ନାହିଁ । ସମସ୍ତଙ୍କୁ ଅପେକ୍ଷା ହାତବାକ୍ସ କେତେବେଳେ ଖୋଲାହବ । ସେଥିରେ କଣ ଅଛି?? ବାରଦିନିର ଅନ୍ତେଷ୍ଠି କ୍ରିୟା ସରିଗଲା । ସଂଗ୍ରାମ ବାବୁ, ସୀମା ,ମୁନା ଓ କିଚ୍ଥି ଆତ୍ମୀୟ ବନ୍ଧୁ ବାନ୍ଧବ ମେଳରେ ହାତବାକ୍ସର ତାଲାକୁ ଭାଙ୍ଗି ଦିଆଗଲା ।
ହାତବାକ୍ସରେ ସୁନା ଅଳଙ୍କାର ନ ଥିଲା । ଥିଲା କଳା ପଡିଯାଇଥିବା ପାଉଁଚି ହଳେ । ସୀମାର ରାଗ ପଞ୍ଚମ ରେ । ଏଇଟା କୁ ଜାବୁଡି ଧରି ଥିଲା ବୁଢୀ । ମୁଁ ଭାବିଥିଲି, କିଚ୍ଥି ସୁନାଗହଣା ଥିବ । ଜମିଦାର ଘରର ଝିଅ ଯେତେବେଳେ କିଚ୍ଥି ତ ଥିବ । ଏ କଣ ?? ସବୁ ଚର୍ଚ୍ଚା କରୁଥାନ୍ତି । ପାଉଁଚି କୁ ନେଇ । ସଂଗ୍ରାମ ଚୁପ୍ ଚାପ୍ ବସିଥାନ୍ତି । କିଚ୍ଥି ସମୟ ପରେ ନିଜ ସ୍ଥାନରୁ ଉଠି ବଗିଚା ଆଡକୁ ପାଦ ବଡାଇଲେ । ଶାରଦୀୟ ସଂଧ୍ଯା ଟା ବେଶ୍ ଉପଭୋଗ ଯୋଗ୍ଯ ଥିଲା । ସେ ଭିନ୍ନ ଭାବନାରେ ମୁରୁକି ହସୁଥିଲେ । ବୋଧହୁଏ ତାଙ୍କର କିଚ୍ଥି ମନେ ପଡୁଥିଲା । କେମିତି ସେ ଭୁଲିଯିବେ ସେ ଦିନର କଥାକୁ ।
ବିବାହର ପଞ୍ଚମ ବର୍ଷରେ ବାବା ମା ପାଇଁ , ଏ ପାଉଁଚି ହଳକ ଆଣି ଦେଇଥିଲେ । ପ୍ରଥମ ଉପହାର ଥିଲା ମା ପାଇଁ ସେଇଟା ଆଉ ଶେଷ ମଧ୍ଯ । କେତେ ଖୁସିଥିଲା ମା' ସେ ଦିନ । ସେତେବେଳେ ସିନା ପ୍ରେମର ସଂଜ୍ଞା ଟା ବୁଝିବାକୁ ସକ୍ଷମ ଥିଲି , ହେଲେ ଆଜି ଠିକ୍ ବୁଝିପାରୁଚ୍ଥି । ବାବା ଚାଲିଗଲା ପରେ ଅନେକ କଷ୍ଟରେ , ମୋତେ ବଡ କରି ଦୁନିଆଁ ଦାଣ୍ଡରେ ଠିଆ କରେଇଚ୍ଥି । ମୋ ପାଠ ପଢା ପାଇଁ ସବୁ ସୁନାଗହଣା ବିକ୍ରି କରିଦେଲା । ମାତ୍ର ଏଇଟା ସାଇତି ରଖିଥିଲା । ଏ କି ପ୍ରକାର ପ୍ରେମ । ଜଣେ ନ ଥାଇବି ତା ଉପସ୍ଥିତି ସବୁବେଳେ ଅନୁଭବ କରିହୁଏ । ବାବା , ତମେ ସତରେ ବହୁତ ଭାଗ୍ଯବାନ ଥିଲ ।
ସଂଗ୍ରାମ ବାବୁ ହାତରେ ପାଉଁଚି କୁ ଧରି ଆଦରରେ ଦେଖୁଥାନ୍ତି । ସେ ସମୟ ସୀମା ପହଞ୍ଚି କହିବାକୁ ଲାଗିଲା , ମାଙ୍କ ହାତବାକ୍ସରେ .... । ସୀମା ଗୋଟିଏ କଥା ଜାଣିଚ୍ଥ .....। ସଂଗ୍ରାମ ବାବୁ ସବୁ କଥା ସୀମାକୁ କହିଲେ ।
ସୀମା , ବାବା ଙ୍କ ଅସ୍ଥି ଅଛି ଗାଁ, ତାକୁ ଆଉ ମାଙ୍କ ଅସ୍ଥି ନେଇ ଯିବି ପ୍ରୟାଗ କ୍ଷତ୍ର। ଏ ପାଉଁଚି କୁ ବି ...।