Sucharita Sena

Romance

3.4  

Sucharita Sena

Romance

ଗୋଟେ ଜଳପରୀ କାହାଣୀ |

ଗୋଟେ ଜଳପରୀ କାହାଣୀ |

6 mins
239


ସମୁଦ୍ର,ତାର ବିଶାଳ ବକ୍ଷକୁ ମେଲାଇ ଦେଇଛି | ନିଜ ଭିତରେ କେତେଯେ ରହସ୍ୟ କଳସକୁ ପୋତିରଖିଛି, ତାହା କେବଳ ସେହିଁ ଜଣେ | ଉପରକୁ ସୌନ୍ଦର୍ଯ୍ୟରେ ଭରା ନୀଳ ଜଳରାଶି ଅଳସି କନ୍ୟା ସାଜି ଢେଉ ଭାଙ୍ଗେ,...... କିନ୍ତୁ ଭିତରେ ଅସମାହିତ ରହସ୍ୟର ଚାଦରରେ ପୁରା ଢାଙ୍କି ହୋଇ ସୁନା ପିଲାଟି ପରି ଚୁପ ରହିଥାଏ |

ଜୋସେଫ୍ ପିଲାଟି ଦିନରୁ ନିଜ ବାବାଙ୍କୁ ଦେଖିଛି, ସେ କିପରି ମାଛ ଧରି ନିଜର ପରିବାର ପ୍ରତିପୋଷଣ କରୁଥିଲେ ତାହା ଅଙ୍ଗେ ମଧ୍ୟ୍ୟ ଲିଭାଇଛି | ଜୋସେଫ୍ ଧୀରେ ଧୀରେ ବଡ ହେବା ସହିତ ନିଜ ବାବାଙ୍କୁ ବୟସର ଅପରାହ୍ନ ରେ ଦେଖିବାକୁ ପାଇଲା | ଆଗ ଭଳି ବାବା ସମୁଦ୍ର ଗଭୀର ଜାଳରେ ବୁଡି ରହି ପାରୁ ନାହାନ୍ତି | ଭାଇ ଭଉଣୀ ୬ଜଣ, ସମସ୍ତଙ୍କ ଠାରୁ ବଡ ଜୋସେଫ୍ |

ବାବା ମା, ଅନେକ ଦିଅଁକୁ ପୂଜା କରି, ବାରବର୍ଷ ପରେ ଜୋସେଫ୍ ତାଙ୍କ ଅଗଣାରେ ପାଦ ଥାପିଥିଲା | ବାବାଙ୍କ ପରେ ଘରର ଦାୟିତ୍ୱ ତାକାନ୍ଧରେ | ମାଛ ମାରିବା କୌଶଳ ବାବାଙ୍କ ଠାରୁ ଦେଖି ଦେଖି ଶିଖିଛି, ତଥାପି ବାବା ତାକୁ ଅଥଳଜଳକୁ ଓଲ୍ହାଇବାର ସୁଯୋଗ କେବେ ଦେଇ ନାହାନ୍ତି |

କିଛି ଦିନ ହେଲାଣି ବାବା ଅସୁସ୍ଥ, ଖଟରୁ ଉଠୁନାହାନ୍ତି | ଘରେ ସଞ୍ଚିତ ପଦାର୍ଥ ଓ ଅର୍ଥ ସବୁ ଧୀରେ ଧୀରେ ସରିବାକୁ ବସିଲାଣି | ଜୋସେଫ୍ ନିଜ ମନକୁ ଦୃଢ କଲା.... ତାକୁ ଏଥର ଅଣ୍ଟା ଭିଡ଼ିବାକୁ ପଡିବ | ମନସ୍ତ କଲା କାଲି ସୂର୍ଯ୍ୟ ଉଇଁବା ପୂର୍ବରୁ ଡ଼ଙ୍ଗା ନେଇ ଚାଲିଯିବ ମାଛ ମରିବାକୁ |

ଆଖିକୁ ରାତି ସାରା ନିଦ ନାହିଁ, ସମସ୍ତେ ସୋଇପଡିବା ପରେ ଧୀର ପାଦ ପହୁଲରେ ଘରୁ ବାହାରି ଗଲା ଜୋସେଫ୍ |

ଘଡିମରା ଜହ୍ନ ରେ ସମୁଦ୍ରର ବେଳାଭୂମି ସବୁଦିନ ଅପେକ୍ଷା ଆଜି ଭାରି ନିଆରା ଲାଗୁଛି | ଜୋସେଫ୍ ନିଜ ଡ଼ଙ୍ଗା ପାଖକୁ ଯାଇ ତାକୁ ଟିକେ ଆଉଁଷି ଆଣିଲା | ଗାମୁଛା ଟିକୁ ତା ଉପରେ ପକାଇ ଆକାଶକୁ ମୁହଁ କରି ଶୋଇଗଲା | ସେ ଜାଣିଥିଲା ଖୁବ୍ ଜଲ୍ଦି ଘରୁ ବାହାରି ଆସିଛି, ରାତି ପହିବାକୁ ଢ଼େରେ ସମୟ ବାକି ପଡିଛି | ଛୋଟ ବେଳୁ ସେ ସମୁଦ୍ରକୁ ଦେଖିଛି, ତା ସହ ଖେଳିଛି, ତା କୋଳରେ ବଡ ହୋଇଛି | ଜୋସେଫ୍ ଶୋଇ ଶୋଇ ଭାବୁଛି..... ପିଲାଦିନକଥା, ପରିବାର କଥା, ବାବାଙ୍କ କଥା ଅଥବା ଆସନ୍ତା ଭବିଷ୍ୟତ କଥା |

ସବୁ ଭାବନାକୁ ପୁଣ୍ୟଛେଦ ପକାଇ କାନରେ ଗୁଂଜରିତ ହେଲା କୌଣସି ନାରୀର କଣ୍ଠରୁ ଭାସି ଆସୁଥିବା ସୁମଧୁର ସଂଗୀତ | ଜୋସେଫ ଉଠି ବସିଲା ଏପଟ ସେପଟ ଚାହିଁଲା | ସମୁଦ୍ର ଗର୍ଜନ ଯେପରି ଶାନ୍ତ ପଡିଗଲା ତା ପାଖରେ | ଅଦୂରରେ ଥିବା ନିଜ ମିତ୍ର "ପଲ୍ ଜୋନ୍ସ" ର ଡ଼ଙ୍ଗା ପାଖରୁ ସଂଗୀତ ଆସୁଥିବାର ଶୁଣିପାରି ସେ ଦିଗକୁ ଅଗ୍ରସର ହେଲା | ପଲ୍ ଜୋନ୍ସ ବସାଇ ଥିବା ଜାଲରେ ଛନ୍ଦି ହୋଇ ପଡିଛି କେହି???? ଓ ସେହିଁ ତଳକୁ ମୁହଁ କରି ସୁମଧୁର ସଂଗୀତ ଗାନ କରୁଛି | ଜୋସେଫ ଟିକେ ରହିଗଲା, ଭଲକି ନିରେଖି ଚାହିଁଲା.... ତୋଫା ଜହ୍ନ କିରଣରେ ଜାଣି ସାରିଥିଲା ସେ ଜୀବଟି "ଜଳପରୀ " |

ବାବାଙ୍କ ଠାରୁ ଢ଼େରେ କଥା ଶୁଣିଛି ଜଳପରୀ ବିଷୟରେ | ବାବା କୁହନ୍ତି ସୁଦୂରରେ "ଜଳପରୀ ଟାପୁ " ରେ ଏମାନେ ବାସ କରନ୍ତି | ମଣିଷ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରି ସେମାନଂକୁ ହତ୍ୟା କରନ୍ତି | ସେହିଁ କାରଣ ବଶତଃ କେହି ସାହସ କରି ପାଦ ଥାପି ନାହାନ୍ତି ସେ ଟାପୁରେ | ଜୋସେଫ୍ କୁ ଏ ସବୁ ମିଛ ଲାଗୁଥିଲା ଆଗରୁ, କିନ୍ତୁ ନିଜ ଆଖି ସାମ୍ନାରେ ଏପରି ଦୃଶ୍ୟ ତାକୁ କିଛି ସମୟ ପଥର ମୂର୍ତି କରିଦେଲା |

" ମତେ ଏ ଜାଲରୁ ମୁକ୍ତ କର |........ ",

ଏ ବାକ୍ୟ ଟି ଜୋସେଫ୍ କୁ ଶୁଣା ଗଲା | ଟିକେ ନିକଟ ଯାଇ ଚାହିଁଲା...... ନୀଳ ନୟନା, ଢଳ ଢଳ ଆଖି, ଓଠ ଯେପରି ଗୋଲାପ ପାଖୁଡା.....ସୁନ୍ଦର କେଶରାଶି.... ମୁହଁଟି ଯେପରି ଚିକ ଚିକ ହେଉଛି |

ଜୋସେଫ୍ ଏପରି ସୁନ୍ଦର ଝିଅ ଆଗରୁ କେବେ ଦେଖିନି | ନିଜ ଆଖିକୁ ବିଶ୍ୱାସ କରି ପାରିଲାନି, ସେ ସ୍ୱପ୍ନ ଦେଖୁନିତ??? | ନିଜ ହାତକୁ ଚିମୁଟି ଦେଖିଲା, ଓ.......ଓହଃ କାଟୁଛି | ଏ ସବୁ ତାହେଲେ ବାସ୍ତବ !!!!!! | ଜଳପରୀ ଦେହ ଜାଲରେ ଲାଗି ଠାଏ ଠାଏ ଚିରି ଗଲାନି, ରକ୍ତ ଧାର ଧୀରେ ଧୀରେ ହୋଇ ବୋହି ଚାଲିଛି |

ଜୋସେଫ୍ ସବୁ ଭୁଲିଗଲା, ଯାହା ହେଉଛି ହେଉ ଜାଲଟି ନକାଟିଲେ ଜଳପରୀ ବଞ୍ଚିବନି | ଯଦିବି ବଂଚିବ ଏ ଲୋକ ମାନେ ତାସହ କଣ କରିବେ ଜଣା ନାହିଁ | ଦୌଡ଼ି ଗଲା ନିଜ ଡଙ୍ଗା ପାଖକୁ ହାତରେ ଛୁରୀଟି ଧରି ହାଜର ହେଲା ଜାଲ ପାଖରେ | ଜଳପରୀ ଜୁଲୁ ଜୁଲୁ ହୋଇ ଅପଲକ ନୟନରେ ଚାହୁଁଥାଏ ତାକୁ |

ସେ ଜାଲଟି କାଟି ଚାଲିଲା... ଧୀରେ ଧୀରେ, ଓ ଜଳପରୀକୁ ପଚାରିଲା..... ତୁମେ ଏତେ କଷ୍ଟରେ ଥାଇ ଗୀତ କିପରି ବୋଲୁଥିଲ???? |

ଜଳପରୀ କହିଲା.... " ଆମକୁ କଷ୍ଟ ଲାଗିଲେ ଆଖିରୁ ଲୁହ ବାହାରେ ନାହିଁ, ନିଜ ଲୋକଙ୍କୁ ଡାକିବା ପାଇଁ ଆମେ ଗୀତ ବୋଲୁ, ମୁକ୍ତ ହେବା ପାଇଁ " |

ଜାଲଟି ସଂପୂର୍ଣ୍ଣ କାଟିବା ପୂର୍ବରୁ ଜଳପରୀ ସେଥିରୁ ମୁକ୍ତ ହୋଇ ନିଜର ଲାଞ୍ଜ ଛାଟି ଜଳ ଭିତରକୁ ଚାଲିଗଲା | ଜୋସେଫ୍ ଉପରେ ଗଦାହୋଇଗଲା ପାଣି | ସେଟିକେ ହସି ଚାହିଁ ରହିଲା ଜଳପରୀ ଯିବା ବାଟକୁ |

ପଲ୍ ଜୋନ୍ସର ଜାଲଟି ନଷ୍ଟ ହୋଇ ସରିଥାଏ | ନିଜ ଜାଲଟି ନେଇ ପଲ୍ ଜୋନ୍ସ ବସାଇ ଥିବା ଯାଗାରେ ରଖିଦେଲା ଓ ନିଜ ଡଙ୍ଗାକୁ ଫେରିଆସିଲା | ପ୍ରତି ମୁହୂର୍ତ୍ତରେତା ଆଖି ସାମ୍ନାରେ ନାଚିଯାଉଥାଏ ଜଳପରୀର ସୁନ୍ଦର ମୁହଁଟି |

ଆଖପାଖରୁ କୋଳାହଳ ଶୁଭୁଛି | ସୂର୍ଯ୍ୟଙ୍କ କଅଁଳ ଆଲୋକ ଜୋସେଫ ମୁହଁକୁ ଛୁଇଁ ଚାଲିଛି | ଆଖି ଖୋଲି ଚାହିଁଲା...... ଓଃ ନିଦ ହୋଇଗଲା, ଆଜି ମାଛ ମାରିପାରିଲାନି | ପରିବାର ଲୋକ ଖାଇବେ କଣ???? | ଉଠି ଠିଆ ହେଲା ଗୋଡ଼ରେ କୌଣସି ଜିନିଷ ବାଜିଲା ଭଳି ଲାଗିଲା | ତଳକୁ ଚାହିଁ ଦେଖେତ....... ଛଅ, ସାତୋଟି ବଡ ବଡ ମାଛ ତା ଡଙ୍ଗା ଭିତରେ | ମଉଳି ଯାଇଥିବ ମନଟି ଯେପରି ସତେଜ ହୋଇଗଲା | ନିଜଲୋକ ମାନଙ୍କୁ ଆଜି ମୁଠେ ଖାଇବାକୁ ଦେଇ ପାରିବ | ତାକୁ ଅଜଣା ନଥିଲା... ଏମାଛ ଜଳପରୀ ହିଁ ଦେଇଛି | ତା ମନ ଭିତରେ ଜଳପରୀ ପାଇଁ ଥିବା ନକାରାତ୍ମକ ଭାବନା ଉଭେଇ ସାରିଥାଏ |

ମାଛ ଗୁଡିକ ସତେଜ ଓ ତାଜା ହୋଇଥିବାରୁ... ଖୁବ୍ ଜଲ୍ଦି ବିକ୍ରି ହୋଇଗଲା | ଜୋସେଫ୍ ହାତରେ ଯେତିକି ଟଙ୍କା ଥିଲା ଆରାମରେ ଗୋଟେ ସପ୍ତାହ ଚାଲିଯିବ | ବାବାଙ୍କୁ ଭଲ ଲାଗୁଥିବା ମେଣ୍ଢା ମାଂସ ଧରି ଘରକୁ ବାହୁଡ଼ିଲା | ବାବା, ମା, ଭାଇ ଭଉଣୀ ସମସ୍ତେ ଚାହିଁ ରହିଥାନ୍ତି ତାବାଟକୁ | କାହାକୁ କିଛି ନକହି ଚାଲିଯାଇଥିବାରୁ କ୍ଷମା ମାଗିଲା | ଘରେ ଅନେକ ଦିନ ପରେ ମେଣ୍ଢାମାଂସ ବନୁଥିବାରୁ ସମସ୍ତେ ଅତ୍ୟନ୍ତ ଖୁସି ଥିଲେ | ବଳକା ଟଙ୍କା ବାବାଙ୍କ ହାତରେ ଧରାଇ ଖୁବ୍ ଶାନ୍ତି ଅନୁଭବ କରୁଥିଲା ଜୋସେଫ୍ |

ଆଜିବି ଆଖିକୁ ନିଦ ନାହିଁ, ସମସ୍ତେ ଶୋଇପଡିବା ପରେ ସେପାଦ ଚିପି ଚିପି ଘରୁ ବାହାରି ଗଲା | ଲକ୍ଷ୍ୟ ମାଛମାରିବା ନଥିଲା..... କେବଳ ଥରେ ସେ ସୁନ୍ଦରୀ ଜଳପରୀକୁ ଦେଖିବା ଥିଲା | ସମୁଦ୍ର କୂଳରେ ବସି ଚାତକ ପରି ଚାହିଁ ରହିଥାଏ ଜୋସେଫ୍ |

ଅପେକ୍ଷା..... ଅପେକ୍ଷା.....ଆଉ ଅପେକ୍ଷା, ରାତି ପାହି ଆସିଲାଣି | ଜୋସେଫ୍ ନିଜକୁ ବୁଝାଇବା ପାଇଁ କହିଲା....... " ତୁ ତାକୁ ସାହାଯ୍ୟ କଲୁ ଆଉ ସେ ତତେ, ତୁ ଅଧିକ କିପରି ଆଶା କରୁଛୁ " | କହି ଉଠିଲା ଘରକୁ ଯିବାକୁ | ନିଜ ଡ଼ଙ୍ଗା ପାଖକୁ ଆସି ଦେଖେତ ବିଗତ ଦିନ ପରି ମାଛ ଗୁଡା ପଡିଛି | ଜୋସେଫ ଖୁସିରେ ନାଚିଗଲା...... ତାମାନେ ଜଳପରୀ ଆସିଥିଲା | ଦୌଡ଼ିଗଲା ଏପଟ ସେପଟ, ସମୁଦ୍ର ଭିତରକୁ ଚାହିଁଲା, କିଛି ଦୂରରୁ ଖୋଜୁଥିବା ମୁହଁଟି ଦେଖି ତାମନ ଆନନ୍ଦରେ ଭରିଗଲା |

ଆଜି କେହି ନଶୋଇବା ପୂର୍ବରୁ ଜୋସେଫ ଘରୁ ବାହାରି ଆସିଲା | ମା କହୁଥିଲେ .... " ପୁଅ, ତୁ ଆଜି ମାଛମାରି ନଗଲେ ଚଳିବ, ଟିକେ ଘରେ ବିଶ୍ରାମ ନେ | " ଜୋସେଫ ନିଜ ଡ଼ଙ୍ଗା ସଜାଡ଼ିବାର ବାହାନାକରି ଘରୁ ଚାଲି ଆସିଲା | ଆଜି ନିଜ ଡଙ୍ଗା ଉପରେ ବସି ଅପେକ୍ଷା କଲା ସେ ସୁନ୍ଦରୀ ନୀଳ ନୟନାକୁ | ରାତି ବଢିଲା, ତାଆଖିରୁ ଯେପରି ନିଦ ହଜି ଯାଇଛି | ପାଣିର କିଛି ବୁନ୍ଦା ଆସି ଜୋସେଫ ମୁହଁରେ ପଡିଲା | ଅବିଳମ୍ବେ ଉଠି ଦେଖେତ ଆଖି ଆଗରେ ଜଳପରୀ | ଦୌଡ଼ିଗଲା ପାଖକୁ ଧୀରେକି ହାତ ନେଇ ଛୁଇଁବାକୁ ଚେଷ୍ଟା କଲା | ପରସ୍ପରଙ୍କ ଉପରେ ଭରଷା ଆସିସରିଥାଏ, ଦୁହେଁ ଜାଣିଥିଲେ କେହି କାହାକୁ ଆଘାତ ଦେବେନି | ଜୋସେଫ୍ ପଚାରିଲି...... "ତୁମ ନାଆଁ କଣ????? | ଜଳପରୀ ଟିକେ ହସି କହିଲା... " ଅଲିଶା " |

ପ୍ରେମ ଯେଉଁଠି ଥାଏ ସେଠି ବିଶ୍ୱାସ ଓ ଭରସା ଗଭୀର ଭାବରେ ଥାଏ | ଅଲିଶା ଓ ଜୋସେଫ୍ ପ୍ରେମରେ ବାନ୍ଧି ହୋଇ ସାରିଥିଲେ |

ଜୋସେଫ୍ ଆଗ ଭଳି ଗରିବ ନଥିଲା | ପଡୋଶୀ ମାନେ ତାର ଏପରି ଉନ୍ନତି ଦ୍ରୁତଗତିରେ ଦେଖି କାରଣ ଖୋଜିବାରେ ଲାଗିଲେ | ପଲ୍ ଜୋନ୍ସର କୂଟ ଚକ୍ରାନ୍ତର ବଶବର୍ତ୍ତୀ ହୋଇ ସେଦିନ... ଅଲିଶା ଓ ଜୋସେଫ୍ ସାଧାରଣ ଲୋକମାନଙ୍କ ହାତରେ ଧାରା ପଡିଗଲେ | ଅଲିଶା ଉପରେ ଆରମ୍ଭ ହେଲା ଅକଥନୀୟ ଅତ୍ୟାଚାର, ଜୋସେଫ୍ କୁ ସମସ୍ତେ ଟାଣିକି ଅଲଗା କରୁଥାନ୍ତି ତାପ୍ରେମ ଠାରୁ | କିନ୍ତୁ ଯେପରି ସେ ପ୍ରତିଜ୍ଞା କରିଛି କେବେ ସେ ଅଲିଶାର ହାତକୁ ଛାଡିବନି | ଏଥର ସମସ୍ତେ ଜୋସେଫ୍ କୁ ଦୋଷୀ ଭଳି ବ୍ୟବହାର କରିବାକୁ ଲାଗିଲେ, ଗୋଟେ ଜଳପରୀ ସହ ମିଶି ସମସ୍ତଙ୍କୁ ମାରିବାର ଚକ୍ରାନ୍ତକରିବାର ସଜା ଦେବାରେ କେହି ପଛାଉ ନଥାନ୍ତି |

ଜଳପରୀ ଜାଲଭିତରେ ରହି ଆଜିବି ଜୁଲୁ ଜୁଲୁ କରି ଜୋସେଫ୍ ଚାହିଁ ଥାଏ | ନିରୁପାୟ ସେ କିଛିବି କରି ପାରୁନି | ସମସ୍ତେ ମାରିଚାଲିଥାନ୍ତି ନିରୀହ ଜୋସେଫ୍ କୁ | ଜଳପରୀ ଦୁଃଖରେ ଗୀତ ବୋଲିବାକୁ ଚେଷ୍ଟା କଲା କିନ୍ତୁ ଗୋଟେବି ଶବ୍ଦ ତା ପାଟିରୁ ବାହାରିଲା ନାହିଁ | ଆଖିରୁ ଉଷୁମ ଦୁଇଟୋପା ଲୁହ ତା ହାତ ଉପରେ ପଡିଲା | ସେ ଲୁହର ସ୍ପର୍ଶରେ ଧୀରେ ଧୀରେ ଜଳପରୀ ସାଧାରଣ ଝିଅରେ ପରିଣତ ହେବାରେ ଲାଗିଲା | ଏସବୁ ଦେଖି ନିଷ୍ଠୁର ଲୋକ ମାନେ ବାହୁଡ଼ି ଗଲେ | ଅଲିଶା କୋଳରେ ଜିସେଫର ମୁଣ୍ଡକୁ ରଖି ଆଉଁଷି ଦେଉଥାଏ | ଜୋସେଫ ପାଇଁ ସେ ବର୍ତ୍ତମାନ ବାଟଭୁଲା ଜଳପରୀ | ସବୁଦିନ ପାଇଁ ରହିଗଲା ଜୋସେଫ୍ ପାଖରେ |



Rate this content
Log in

Similar oriya story from Romance