STORYMIRROR

Namita Pal

Romance Classics

3  

Namita Pal

Romance Classics

ଗୋଧୂଳି ମିଳନ

ଗୋଧୂଳି ମିଳନ

7 mins
282

       ସକାଳୁ ଉଠି ଚିରାଚରିତ ଅଭ୍ୟାସ ରେ Whatsapp ଆଖି ଫେରେଇ ଆଣୁ ଆଣୁ ହଠାତ୍  ହଠାତ୍ ଅଟକିଗଲି।ମେସେଜ୍ ଗୋଟିଏ unknown ନମ୍ବରରୁ ଆସିଥିଲା simply Hi   ମୁଁ ଆକାଉନ୍ଟ ନଖୋଲି ସିଧା ଡିଲିଟ୍ ମାରିଦେଲି।କାମ ବହୁତ ଥିଲା,ସ୍ବାମୀଙ୍କ ଅଫିସ

 ଟାଇମ ହୋଇଯିବ,ଛୁଆ ମାନଙ୍କ ସ୍କୁଲ ବସ୍ ଆସିଯିବ ଭାବି ଜଳଖିଆ ବନେଇବାରେ ବ୍ୟସ୍ତ  ହୋଇଗଲି।ସବୁ କିଛି ଟାଇମ ରେ କରିବାକୁ ହେବ,ଟିକେ ଡେରି ହେଲେ ସମସ୍ୟା ସୃଷ୍ଟି ।

             ସମସ୍ତେ ବାହାରିଗଲା ପରେ ମୁଁ ଜଳଖିଆ ଖାଇବସିଲି।ଏଇ ସମୟ ରେ ଟିକେ relax କରେ। ନହେଲେ ସକାଳୁ ଉଠିଲା ପାଖରୁ ନାକ ପୋଛିବାକୁ ବି ସମୟ ମିଳେନି।ଜଳଖିଆ ଖାଇସାରିଚା କପ୍ ଟା ଧରି ସାଙ୍ଗମାନଙ୍କ ସହିତ ଚାଟିଙ୍ଗ୍ କରିବି ଭାବି Whatsapp ଖୋଲି ପୁଣି ସେଇମେସେଜ୍ ଦେଖିଲି Hi. କିଏ ବୋଲି ଜାଣିବା ପାଇଁ ଆକାଉନ୍ଟ ଉପରେ click କଲି,ନାଁ ଆସିଲା

ସମ୍ବିତ୍।Dp re ଫୋଟ କୁ ଦେଖିଲି।କୋଡିଏ ବର୍ଷ ତଳ ର ସ୍ମୃତି ମନରେଭାସିଉଠିଲା।ସମ୍ବିତ୍   ଆଚାର୍ଯ୍ୟ। ମୋ ସହିତ 2 ରେ ପଢୁଥିଲା।ଭଲ ପଢୁଥିଲା।କଲେଜ୍ ରେ ଅତି ବେଶିରେ ଥରେ

ଦୁଇଥର ଦେଖା ହୋଇଥିବ।Girls school ରୁ ଯାଇଥିଲି ପୁଅ ମାନଙ୍କ ସାଙ୍ଗରେ କଥା କହିବାକୁ

  hesitation feelକରୁଥିଲି।ସେଇଠି ମୋର ସମ୍ବିତ୍ ସହିତ ଦେଖା।ବନ୍ଧୁତ୍ବ ର କଳି ଫୁଲ ହୋଇ

  ଫୁଟିବା ଆଗରୁ ହିଁ ଦୁଇ ବର୍ଷ ସରିଗଲା। ମୁଁ graduation ପାଇଁ ଅଲଗା କଲେଜ୍ କୁ ଚାଲିଗଲି

            ସେ entrance re ପାସ୍ କରି ଡାକ୍ତରି ପଢିବାକୁ ଚାଲିଗଲା।ପରେ ସାଙ୍ଗ ମାନଙ୍କଠୁ ଶୁଣିଲି ସେ ଜଣେ ଭଲ ଡକ୍ଟର ହୋଇ ବିଦେଶରେ ରହୁଛି ଆଉ ତାର wife ବି ଜଣେ ଡକ୍ଟର।

           କଲେଜ୍ ରେ ପଢିଲା ବେଳେ ବାକି ସମ୍ପର୍କ ତ ଦୁରରେ ଥାଉ,ପୁଅ ମାନଙ୍କ ସହିତ ସାଙ୍ଗ ହେବାପାଇଁ ବି ଡର ଲାଗୁଥିଲା।ଏବେ ର ଛୁଆ ଏଗାର ବାର ବର୍ଷ ରୁ ସବୁ ଜାଣିଯାଉଛନ୍ତି।ସବୁ

ମୋବାଇଲ ଆଉ ଟିଭି ର ପ୍ରଭାବ।ଆମ ବେଳେ ମୋବାଇଲ ନଥିଲା,ଯାହା ଦେଖିବୁ ଟିଭି ସେ  ପୁଣି ଗୋଟିଏ ଚେନାଲ ନେସେନାଲ। ଷୋହଳ,ସତର ବର୍ଷ ରେ ବି ବୋଉର କାନି ଛାଡିନଥିଲୁ। ବାହରକୁ ବାହାରିଲେ ସାଙ୍ଗରେ କେହି ନା କେହି ଯିବ,ଝିଅ ପିଲା।କଲେଜ୍ ରୁ ଆସିବାରେ ଟିକେ ଡେରି ହେଲେ ଘରେ ସମସ୍ତେ ଟେନସନ୍।ଆଜି ଏତେ ବର୍ଷ ପରେ ତାର ମେସେଜ ଦେଖି ମୁଁ ବହୁତ  ଖୁସି ହୋଇଗଲି।ସାଙ୍ଗେ ସାଙ୍ଗେ reply ରେ hello ଲେଖିଲି।ସେ ବହୁତ ଖୁସି ହୋଇଗଲା।  ଧିରେ ଧିରେ ଆମେ ଦୁହେଁ କାମ ରୁ ଫ୍ରି ହେଲେ ମେସେଜ୍ କରିବା srart କରିଦେଲୁ।ଫ୍ୟାମିଲିଠୁ   ଛୁଆ ପିଲା ପଢାପଢି ସବୁ କଥା।କାହିଁକି କେଜାଣି ଦୁହେଁ ଦୁହିଁଙ୍କ ସହ କଥା ହେଲାବେଳେ ବହୁତ    safe ଆଉ familiar feel କରୁଥିଲୁ।କଥା କହିଲା ବେଳେ ଟିକେ ବି hesitation ନଥିଲା।ଗୋଟେ ବର୍ଷ ପରେ କଲେଜ୍ ର get together କୁ ମୁଁ ଯାଇଥିଲି,ସେ ବି ଆସିଥିଲା।ଏତେ ବର୍ଷ ପରେ ଦୁହେଁ ଦୁହିଁଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲୁ।ଆହୁରି ବହୁତ ସାଙ୍ଗ ଆସିଥିଲେ।ସମସ୍ତଙ୍କ   ସହିତ ଗପ କରୁ କରୁ ଟାଇମ୍ କେମିତି ବିତିଗଲା କିଛି ଜାଣିହେଲାନି।ସେଠି ତା ସାଙ୍ଗରେ ବେଶି

 କଥା ହୋଇପାରିନଥିଲି।ସମସ୍ତେ ଯିଏ ଯାହାର କର୍ମକ୍ଷେତ୍ରକୁ ଫେରିଗଲେ।ସମ୍ବିତ୍ ର ବି ଛୁଟି ସରି   ଯାଇଥିଲା,ସେ ବି ବିଦେଶ ଫେରିଗଲା।ମଝିରେ ମଝିରେ ପରସ୍ପରକୁ ମେସେଜ୍ ରେ କଥା

  ହେଉଥିଲୁ।ଦୁହେଁ ଦୁହିଁଙ୍କ ସହିତ ମଜାକ୍,ମସ୍ତି ,ରାଗ ରୋଷ ସବୁ ଚାଲିଥିଲା।ଲାଗୁଥିଲା ଯେମିତି

  ବହୁତ ବର୍ଷ ପରେ ଆଜି ଜୀବନରେ ବସନ୍ତ ଫେରିଆସିଛି,ପୁଣି ଥରେ ମୁଁ ସେହି ଅସୀମା

 ହୋଇଯାଇଛି,ଯିଏ ନିଜକୁ ପ୍ରାଣ ଭରି ଭଲ ପାଉଥିଲା।ଏମିତି କଥା ହେଉ ହେଉ ଆମେ ଧିରେ

 ଧିରେ ଅନୁଭବ କଲୁ ଗୋଟେ ଦିନ ବି ଆମେ ପରସ୍ପରକୁ ମେସେଜ୍ ନକରି ରହିପାରୁନୁ।ଟେନସନ୍ ରେ ଅଛୁ,ଖୁସି ରେ ଅଛୁ,କିଛି କହିବା ପୂର୍ବରୁ ଆମେ ପରସ୍ପରର ଅନ୍ତର କୁ ଜାଣିପାରୁଥିଲୁ।କଥା କହୁ  କହୁ କେତେବେଳେ ମନ ମିଶିଗଲା ଜାଣିପାରିଲୁନି।ଯେତେବେଳେ ଜାଣିଲୁ,ସମାଜ,ଘର,ପରିବାରସବୁ ସାମ୍ନାକୁ ଆସିଲା।ଦୁହେଁ ପରସ୍ପରଠୁ ଦୁରେଇବାକୁ ଆରମ୍ଭ କଲୁ।ପ୍ରବଳ ଇଚ୍ଛା ସ୍ବତ୍ତେ ପରସ୍ପର କୁ ମେସେଜ୍ କରିବା ବନ୍ଦ କରିଦେଲୁ।ଏଇଟା ହିଁ ଗୋଟିଏ ମାଧ୍ୟମ ଥିଲା ଦୁହିଁଙ୍କର ଯୋଗାଯୋଗର।ମନକୁ ଚାବୁକ୍ ମାରି ଶାସନ କରିଥିଲା ଅସୀମା।


ଯୋଜନ ଯୋଜନ ଦୁରତା ରେ ଦୁହେଁ ବାସ କରନ୍ତି।ବିରହ ଶରୀର ରେ,ହୃଦୟ ରେ ଆତ୍ମା ରେ ଏକ।ଶତ ଚେଷ୍ଟା ସତ୍ତ୍ବେ ସେମାନେ ତାଡନା ଦେଇ,କଷ୍ଟ ଦେଇ ଦୁହେଁ ଦୁହିଁଙ୍କଠୁ ଦୁରେଇ ଗଲେ ସତ,ଫୋନ୍ ରୁ ପରସ୍ପରର ନମ୍ବର ଡିଲିଟ୍ କରିଦେଲେ କିନ୍ତୁ ହୃଦୟରୁ ମନରୁ କରିବାକୁ ଅସମର୍ଥ ହେଲେ,ସେମାନେ ଦୁହେଁ ଜାଣନ୍ତି ,ଇଏ ଏଇ ଜନ୍ମରେ ସମ୍ଭବ ନୁହେଁ।ସବୁ ପ୍ରଚେଷ୍ଟା ସ୍ୱତ୍ତେ ସେ ମାନଙ୍କ ଭିତରେ ପ୍ରେମ ପ୍ରଗାଢରୁ ଆହୁରି ପ୍ରଗାଢ ହେଲା ସିନା,କମିଲାନି।କ'ଣ ପରିଭାଷା ଏଇ ସ୍ନେହ ର,ଏଇ ପ୍ରେମ ର।ଏ କ'ଣ କେବଳ ଗୋଟିଏ ଆକର୍ଷଣ ନା ଆଉ କିଛି।ଆଗକୁ ଆଉ କିଛି ଭାବି ପାରିଲାନି ଅସୀମା,ମୁଣ୍ଡ ଟା ଭିଷଣ ଦିକ୍ ଦିକ୍ କରୁଛି। ସେପଟୁ ବିନୟ ଡାକିଲେ,ଅସୀମା କ'ଣ କରୁଛ ଚା କପେ ଆଣିଲ।ଅସୀମା ଆଖିର କୋଣରେ ଲୁହ ବୁନ୍ଦା କୁ ପୋଛି ତରତର ରୋଷେଇ ଘରକୁ ଗଲା ଚା କରିବା ପାଇଁ।

 ଓହୋ niddle ରେ ସୁତା ଟା ପୁରେଇ ହେଉନି।ଚଷମା ଟା ବି କୋଉଠି ରଖିଲି,ଏବେ ଆଉ ଆଖି

  କୁ ଭଲ ଭାବରେ ଦେଖା ଯାଉନି।ହଁ ମନେ ପଡିଲା ଗାଧୋଇଲା ବେଳେ ଅନି ର ରୁମ୍ ରେ ରଖିଥିଲା।ସୁତା ଟାକୁ କଷ୍ଟେ ମଷ୍ଟେ niddle ରେ ପଶେଇ ଅସୀମା ଉଠିଗଲା ଚଷମା ଟା ଆଣିବାକୁ। ଅନି ର  ଅଫିସ୍ ଟାଇମ୍ ହୋଇଯିବ,ବଟନ୍ କୁ ବି ଏତିକି ବେଳେ ଖୋଲିବାର ଥିଲା।ଆଉ ଇଏ ଏଇ ସର୍ଟ କୁ  ହିଁ ପିନ୍ଧିକି ଅଫିସ୍ ଯିବ। ଛୋଟ ବେଳୁ ଏମିତି ଜିଦ୍ଦିଆ,ଯାହା କହିବ ସେଇଆ କରିବ। ମାମା ମାମା,ହେଇ ଅନି ଡାକିଲାଣି। ଅସୀମା ସର୍ଟ ଟା ଅନି କୁ ଦେବାକୁ ଉଠିଗଲା। ଅନି କେତେବେଳୁ ଅଫିସ୍ ଗଲାଣି। ଅସୀମା ଚା କପ୍ ଧରି ନିଉଜପେପର୍ ଉପରେ ଟିକେ ଆଖି ବୁଲେଇଆଣିଲା।ଘରେ ଛୋଟ  ମୋଟ କାମ ପଡିଛି। ଅସୀମା ଏବେ ଆଉ ଜଲଦି ଜଲଦି କାମ କରିପାରୁନି।ଆସିକି ଷାଠିଏ ଟୋପିଲାଣି।କେତେଥର ଅନି କୁ କହିଲିଣି ବାହା ହୋଇପଡ।ବୋହୁ ଆସିଲେ ତୋ କଥା ବୁଝିବ,ମୋତେ ତୋ ଚିନ୍ତା ରୁ ମୁକ୍ତି ମିଳିବ।କିନ୍ତୁ ସେ ଶୁଣୁନି,ଯେତେ ଝିଅ ର ଫୋଟ ଦେଖେଇଲି ଜଣେ ବି ପସନ୍ଦ ହେଲାନି। ଅଠେଇଶି ପୁରି ଅଣତିରିଶି ଚାଲିଲା।ଏଇ ବର୍ଷ ଯେମିତି ହେଲେ ତା ବାହାଘର କରିବାକୁ ପଡିବ।ବିନୟ ଯିବା ପରେ ଏଇ ପୁଅ ଅନିକେତକୁ ଛାଡି ତାର ଆଉ କେହି ନାହାନ୍ତି। ଅସୀମା ଘର ଛାଡି ଆସିବାକୁ ମୋଟେ ରାଜି ନଥିଲେ।ଏତେ ଦୁର ପୁଣି ସୁଦୁର ଆମେରିକା। ଅନି ଏକୁଟିଆ ରହିପାରିବୁନି କହି ଜିଦ୍ଦି କରି ତା ସାଙ୍ଗରେ ନେଇଆସିଲା। ଏଠି କଥା ହେବା ପାଇଁ କେହି ନାହାନ୍ତି। ସନ୍ଧ୍ୟାରେ ପାଖ ପାର୍କ ରେ କିଛି ସମୟ walking କରିବାକୁ ଯାଏ ସାତଟା ଆଗରୁ ଫେରିଆସେ।ଅନି ଆଠଟା ରେ ଘରକୁ ଆସେ।ଏଇ ତାର ଏଠି ନିତିଦିନିଆ ଜୀବନ। ଏଠି ଗୋଟେ କଥା ଅସୀମା କୁ ବହୁତ ଭଲ ଲାଗେ,ଏଠାକାର ପରିଷ୍କାର ପରିଛନ୍ନତା ଓ ଲୋକମାନଙ୍କର ସମୟାନୁବର୍ତ୍ତୀତା।ସମସ୍ତେ ନିଜ ନିଜ କାମ ରେ ବ୍ୟସ୍ତ।କେହି କାହାର କଥା ରେ ମୁଣ୍ଡ ପୁରାନ୍ତିନାହିଁ। ଆଉ ଘର ଆଖ ପାଖ ଗଛର ସବୁଜିମା ରେ ଭରା। ଲନ୍ଚ୍ କରି କିଛି ସମୟ ବିଶ୍ରାମ କରି walking କରିବାକୁ ପାର୍କ ବାହାରିଲି।ଘର ଲକ୍ କରି ଗେଟ୍ ରୁ ବାହାରିଲା ବେଳେ ମିସେସ୍ ସ୍ମିଥ୍ ଦେଖାହେଲେ ପଡୋଶୀ,ଭାରି ଭଲ ଲେଡି।ଯେତେବେଳେ ଦେଖାହେଲେ ହସ ହସ ମୁହଁ ରେ ହେଲୋ କହିବେ। ମୁଁ ବି ହେଲୋ କହିଲି।ପାର୍କରେ ପହନ୍ଚି ଦେଖିଲି ସବୁଦିନ ପରି କିଛି ଲୋକ walking କରୁଛନ୍ତି,ଆଉ କେହି କେହି ବେନ୍ଚ୍ ରେ ବସିଥାନ୍ତି। ମୁଁ ବି ଗୋଟେ ଖାଲି ବେନ୍ଚ୍ ଦେଖି କିଛି ସମୟ ବିଶ୍ରାମ ନେବାକୁ ବସିପଡିଲି।ଟିକେ ରେଷ୍ଟ୍ ନେଇ walking କରିବି। ପାର୍କରେ ଗଛଗୁଡା ଭାରି ସୁନ୍ଦର ଦେଖାଯାଉଛି।କେତେ ରଙ୍ଗ ବେରଙ୍ଗର ଫୁଲ ଭାରି ଭଲ ଲାଗୁଛି। ଅଳ୍ପ ଅଳ୍ପ ଥଣ୍ଡା ପବନ ବହୁଛି। ଶାଲ୍ ଟା ଖୋଲି ଦେହ ଉପରେ ପକାଇଲି।ଥଣ୍ଡା ଧରିଗଲେ ଭାରି ଅସୁବିଧା। ଟିକିଏ ପରେ walking କରିବି ଭାବି ଠିଆ ହେଲି। ହଠାତ୍ କାହାର ଅସୀମା ଡାକ ରେ ପଛକୁ ଫେରି ଚାହିଁଲି। ଏ ଅଜଣା ଜାଗା ରେ ମୋତେ ପୁଣି କିଏ ଚିହ୍ନିଚି। ଚଷମାଟା କୁ ଗୋଟିଏ ହାତରେ ସଜାଡୁ ସଜାଡୁ ଟିକେ ଆଗକୁ ଯାଇ ସେ କାହାକୁ ଦେଖୁଛି।ସେ ନିଜ ଆଖି କୁ ବିଶ୍ବାସ କରିପାରିଲାନି।ଗୋଟିଏ କ୍ଷଣ ପାଇଁ ଯେମିତି ତା ଚାରି ପଟର ପୃଥିବୀ ସ୍ତବ୍ଧ ହୋଇଗଲା। ସମ୍ବିତ୍ ତୁମେ ଏଠି!! ଦୁହେଁ ବେନ୍ଚ୍ ଉପରେ ବସିଥାଉ।କାହା ପାଟିରୁ କଥା ବାହାରୁ ନଥାଏ।ଓଠ ସିନା କହୁନଥାଏ,ଆଖି କହୁଥାଏ। କିଛି କ୍ଷଣ ର ନିରବତା ପରେ ପଚାରିଲି,କେମିତି ଅଛ ସମ୍ବିତ ଆଉ ଫ୍ୟାମିଲି। ନିତୁ ଦୁଇ ବର୍ଷ ହେଲାଣି ଆମକୁ ଛାଡି ଚାଲିଯାଇଛି। ପୁଅ ଏଇଠି କମ୍ପାନିରେ ଆଉ ମୋର ଡାକ୍ତରୀ। ଆଉ ତୁମେ।ମୁଁ ଏଠି ପୁଅ ପାଖକୁ ଆସିଛି। ସମ୍ବିତ୍ ଚାହିଁଲା ଅସୀମାକୁ, ବୟସର ଏହି ଅପରାହ୍ନରେ ବି ଏକ ଅଦ୍ଭୁତ ଲାବଣ୍ୟ ଝଟକୁଛି ତା ମୁହଁରେ। ଅସ୍ତ ସୂର୍ଯ୍ୟର ଲାଲିମା ତାକୁ ଦ୍ବିଗୁଣିତ କରୁଥାଏ। କ'ଣ ଦେଖୁଛ ପଚାରିଲି। ଯେମିତି କୁ ସେମିତି ଅଛ,slim,ଲମ୍ବା ବାଳ।ଖାଲି ମୁହଁ ରେ କିଛି wrinkles ଆସିଯାଇଛି। ଆଉ ତୁମେ ବି ସେଇ ଷ୍ଟାଇଲିଶ୍ ଲୁକ୍ ଖାଲି ବାଳ ଧଳା ହୋଇଯାଇଛି। ଦୁହେଁ ଏକା ସାଙ୍ଗରେ ହା ହା ହୋଇ ହସି ଉଠିଲୁ। ପୁଣି ନିରବତା। ଆଉ କିଛି ପଚାରିବନି ଅସୀମା। ତୁମ ସହିତକଥା କହିବା ବନ୍ଦ କରିଦେଲି,ତୁମ ନମ୍ବରକୁ ବ୍ଲକ୍ କରିଦେଲି। କାରଣ ଜାଣିବାକୁ ଚାହିଁବନି। ଏତେବେଳେ ମୁଁ ଆଖି ଉଠେଇ ତା ଆଖି ସହିତ ମିଶେଇ କହିଲି,ସବୁ କଥା ମୁହଁ ଖୋଲି କହିବା ଆବଶ୍ୟକ ହୁଏନି ସମ୍ବିତ୍।

ମୁଁ କେବେ ଭାବିନଥିଲି ମୋ ଜୀବନ ରେ ଏମିତି ବି ଏକ ପରିସ୍ଥିତି ଆସିବ। ବିବାହ ପରେ ସ୍ବାମୀ,ସ୍ତ୍ରୀଙ୍କ ଭିତରେ ପ୍ରେମ ରହିବା ଅତ୍ୟନ୍ତ ଆବଶ୍ୟକ ସମ୍ପର୍କ କୁ ଦୃଢ କରିବା ପାଇଁ।କିନ୍ତୁ ପ୍ରେମ କରିଲେ ଯେ ବିବାହ କରିବା ଏଇଟା ଜରୁରୀ ନୁହେଁ।ବିବାହ ତ ଗୋଟେagreement ଚୁକ୍ତି କିନ୍ତୁ ପ୍ରକୃତ ଭଲ ପାଇବା ନିଃସର୍ତ୍ତ

ଓ ନିଃସ୍ବାର୍ଥ। ଆମର ଭଲପାଇବା ଠିକ୍ ଏମିତି। ମୁଁ ଭଲ ଭାବରେ ଜାଣେ ମୋ ବନ୍ଧୁ ର ସମାଜରେ ଗୋଟିଏ ପ୍ରତିଷ୍ଠା ଅଛି,ସୁନ୍ଦର ପରିବାର ଅଛି।ମୁଁ ତାକୁ କେମିତି ଉଜାଡି ଦେବି। ଏଇଆ କ'ଣ ମୋର ଭଲ ପାଇବା। ଆଉ କିଛି କହିପାରିଲାନି ଅସୀମା,କଣ୍ଠ ତାର କୋହ ରେ ଭରିଗଲା। ସମ୍ବିତ୍ କେବଳ ଅସୀମାକୁ ବାକ୍ ଶୂନ୍ୟ ହୋଇ ଚାହିଁ ଥାଏ।ଏଇ ତାର ପ୍ରିୟ ବାନ୍ଧବୀ,ପ୍ରାଣ ପ୍ରିୟା ଅସୀମା। ଯାହା ପାଇଁ ତା ହୃଦୟରେ ଅସରନ୍ତି ପ୍ରେମ ଓ ସମ୍ମାନ। ଅସୀମା...,ଥାଉ ଆଉ କିଛି କହିବା ଦରକାର ନାହିଁ ସମ୍ବିତ୍,ବିନା କୁହାରେ ଆମେ ଦୁହେଁ

ଦୁହିଁଙ୍କ ମନର କଥା ଜାଣିପାରୁ କହି ହସିଦେଲା ଅସୀମା। ହଠାତ୍ ମୋବାଇଲ୍ ର ରିଂଗ୍ ଶବ୍ଦ ରେ ସଚେତ ହେଲା ଅସୀମା। ଅନି ର କଲ୍ କରିଛି,ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି। ସମ୍ବିତ୍ ବି ଉଠି ଠିଆ ହେଲା ଯିବା ପାଇଁ। ଶୀଘ୍ରତା ବଶତଃ ପାଖରେ ପଡିଥିବା ଏକ ପଥର ଉପରେ ପାଦ ପଡିଗଲା ଅସୀମାର।ତଳେ ପଡି ଯାଉ ଯାଉ ସମ୍ବୀତ୍ ଧରିନେଲା। ଉଃ...ଲାଗୁଛି ପାଦରେ ମୋଚ ରହିଗଲା,ବହୁତ pain ହେଉଛି। ସମ୍ବିତ୍

ପାଖ ବେନ୍ଚ୍ ରେ ବସାଇ ପାଦ ଟାକୁ ଟିକେ ଆଉଁସି ଦେଲେ। ଅସୀମା କଷ୍ଟେ ମଷ୍ଟେ ଉଠି ଠିଆ ହେଲା

ଅନି ଚାହିଁ ବସିଥିବ,ଶୀଘ୍ର ଯିବାକୁ ହେବ। ଅସୀମା ରୁହ ଯିବ କେମିତି ,ସମ୍ବିତ୍ କହିଲା। ନାଇଁ ଧିରେ ଧିରେ ଚାଲିଯିବି। ଛୋଟେଇ ଛୋଟେଇ ଟଳମଳ ପାଦରେ ଆଗକୁ ବଢୁଥିବା ବେଳେ ସମ୍ବିତ୍ ଆସି ହାତଟି ଧରିନେଲା,ଜୀବନ ସାଥୀ ହୋଇପାରିଲିନି ଯଦି କିଛି ଆପତ୍ତି ନଥାଏ ଘର ପର୍ଯ୍ୟନ୍ତ ସାଥି ହୋଇପାରିବି କି। ସମ୍ବିତ୍ ମୁଁହ କୁ ଚାହିଁଲି,ତା ଆଖିର ଲୁହ ମୋ ଆଖିକୁ ସନ୍ଚରି ଗଲା। ସ୍ମିତ ହସି ତା ହାତ କୁ ଧରି ଆଗକୁ ଚାଲିଲି।ଲାଗୁଥିଲା ଯେମିତି ଦୁଇ କିଶୋର କିଶୋରୀ ସମାଜ ସବୁ ବାଧା ବନ୍ଧନ କୁ ଭାଙ୍ଗି ଆଗେଇ ଯାଉଛନ୍ତି।

କେତେବେଳେ ଘର ପାଖ ଆସିଗଲି ଜାଣିପାରିଲିନି। ଇଚ୍ଛା ହେଉଥିଲା ବାଟ କେବେ ନ ସରିନଥାନ୍ତା ଆଉ ମୁଁ ଏମିତି ତା ହାତ ଧରି ଚାଲିଥାନ୍ତି। ମୁଁ ଆସୁଛି ଅସୀମା,ଭିତରକୁ ଆସିବନି। ଆଉ ଥରେ କେବେ ଆସିବି।

ତୁମେ ରେଷ୍ଟ୍ ନେବ ଚଲାବୁଲା ବେଶୀ କରିବନି।ମୁଁ କଲ୍ କରିବି। ହାତ ହଲାଇ ସମ୍ବିତ୍ କୁ ବିଦାୟ ଜଣାଇଘର ଭିତରକୁ ଆସିଲା ଅସୀମା।ମନରେ ଆଜି ତାର ଅପୂର୍ବ ଶାନ୍ତି। ମାମା ତୋର ପାଦ କଣ ହେଲା,ଅନି ଦୌଡି ଆସିଲା। ଆରେ କିଛି ନୁହେଁ ଗୋଡଟା ଟିକେ ମୋଡି ହୋଇଗଲା। ତୁ ବ୍ୟସ୍ତ ହଅନି, ମୁଁ ମେଡିସିନ୍ ଲଗେଇ ଦେବି ଠିକ୍ ହୋଇଯିବ।ମୋସାଙ୍ଗ ସମ୍ବିତ ସହିତ ପାର୍କ ରେ ବହୁ ବର୍ଷ ପରେ ଦେଖା ହେଲା। ସେ ମୋତେ ଘରେ ଛାଡି ଦେଇ ଗଲା। ତୁ କିଛି ଖାଇ ନଥିବୁ ରହ ମୁଁ ଟିକେ ଫ୍ରେଶ୍ ହୋଇ ତୋ ପାଇଁ କିଛି ଖାଇବାକୁ ଆଣୁଛି କହି ଅସୀମା ରୁମ୍ ଭିତରକୁ ପଶିଗଲା। ଅନି ଦେଖିଲା ମାମା ମୁହଁ ରେ ଆଜି ଖୁସିର ଅପୂର୍ବ ଆଭା ଝଟକୁଛି। ବାବା ଯିବା ପରେ ସେ ଆଜି ପ୍ରଥମ ଥର ପାଇଁ ମାମାକୁ ଏତେ ଖୁସି ଦେଖୁଛି। ଯା ହେଉ ମୋ ମାମା କୁ ସାଙ୍ଗ ମିଳିଗଲା ଭାବି ଅନି ପୁଣି ତା ଅଫିସ୍ କାମ ରେ ମନ ଦେଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Romance