STORYMIRROR

Namita Pal

Classics

3  

Namita Pal

Classics

ଟଙ୍କା

ଟଙ୍କା

1 min
202

 ସତରେ ଆଜି ଯେଉଁଟା ସଫଳତା ବୋଲି ଲାଗୁଛି କାଲି ସେଇଟା ଅସଫଳତା ବୋଲି ପ୍ରମାଣିତ ହୁଏ। ଯେମିତି ପୁତ୍ର ଟେ ଜନ୍ମ ହେଲେ ଆମେ ଖୁସି ହୋଇଯାଉ ଆମର ବଂଶ କୁ ଆଗକୁ ନେବା ପାଇଁ, ପୂର୍ବପୁରୁଷ ଙ୍କ ମୁକ୍ତି ପାଇଁ କେହି ଆସିଗଲା। କିନ୍ତୁ ସେହି ପୁତ୍ର ଯଦି ଅପଦାର୍ଥ ହେଲା ଅଯୋଗ୍ୟ ହେଲା ତେବେ ସେହି ସଫଳତା ଅସଫଳତା ବୋଲି ପ୍ରମାଣିତ ହୁଏ। ଗୋପୀନାଥ ବାବୁ ଏକ ଲୟ ରେ ଚକାନୟନ ଯୋଡିକୁ ଚାହିଁ ଅଶ୍ରୁ ଭରା ନୟନରେ ଅଭିଯୋଗ ଆଉ ଦୁଃଖର ଲମ୍ବା ଚିଠା କାଳିଆ ଆଗରେ ବାଢି ଚାଲିଥିଲେ। ଗୋପୀନାଥ ବାବୁଙ୍କ ମାଆ ଏକାଦଶୀ କରି ପୁତ୍ର ପାଇଥିଲେ ସେଥିପାଇଁ ତାଙ୍କ ନାଁ ଗୋପୀନାଥ ଦେଇଥିଲେ। ଗୋପୀନାଥ ବାବୁ ଶେଷ ପର୍ଯ୍ଯନ୍ତ ବାପା,ମାଆଙ୍କୁ ପାଖରେ ରଖିଥିଲେ ଓ ବହୁତ ସେବା ଯତ୍ନ କରିଥିଲେ। ଗୋପୀନାଥ ବାବୁ ଜଣେ ନାମକରା ଓକିଲ ଥିଲେ। ସେଥିପାଇଁ ସେ ନିଜ ଚାକିରୀ କାଳରେ ଖୁବ୍ ସାରା ବ୍ୟାଙ୍କ୍ ବାଲାନ୍ସ୍, ଘର, ଗାଡି ସବୁ କିଛି କରିପାରିଥିଲେ। ତାଙ୍କର ଦୁଇଟି ପୁତ୍ର। ଗୋପୀନାଥ ବାବୁ ଭାବିଥିଲେ ବୃଦ୍ଧାବସ୍ଥା ରେ ପୁଅ ବୋହୂ, ନାତି, ନାତୁଣି ସହ ହସ ଖୁସିରେ ଦିନ ବିତାଇବେ। କିନ୍ତୁ ସେ ଜାଣିନଥିଲେ ତାଙ୍କର ଏହି ଟଙ୍କା,ସମ୍ପତ୍ତି ତାଙ୍କ ଦୁଃଖର କାରଣ ହେବ। ଆଜି ସେହି ଟଙ୍କା ପାଇଁ ଭାଈ କୁ ହାତ ଉଠେଇ ଦେଲା। ଘର ଭିତରେ ପାଚେରୀ ଉଠିଲା। ବାପା,ମାଆ ଭାଗ ହୋଇଗଲେ। ଗୋପୀନାଥ ବାବୁ ଙ୍କ ଛାତି ଦୁଃଖରେ ଫାଟିଯାଉଥିଲା। କାଳିଆ କୁ ଚାହିଁ କହୁଥିଲେ ତୁ ତ ସବୁ ଜାଣିଥିଲୁ ପୁତ୍ର କାହିଁକି ଦେଲୁ। କାଳିଆ ର ବାଙ୍କ ଅଧରରେ ହସ ସେମିତି ଲାଖି ରହିଥାଏ। ଆଉ ଗୋପୀନାଥ ବାବୁ ଙ୍କ ଆଖିରୁ ଅଭିଯୋଗର ଅଶ୍ରୁ ବହି ଚାଲିଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Classics