STORYMIRROR

Namita Pal

Abstract

3  

Namita Pal

Abstract

ଶିଶୁସଦନ

ଶିଶୁସଦନ

2 mins
179

  ହଠାତ୍ କାହାର ହାତର ସ୍ପର୍ଶ ରେ ମମତା ଭାବନାରୁ ଫେରିଆସି ପଛକୁ ଚାହିଁଲା। ପଛରେ କମଳାଦେବୀ ଠିଆ ହୋଇଛନ୍ତି। କମଳା ଶିଶୁସଦନର ପ୍ରତିଷ୍ଠାତା। ତାଙ୍କୁ ଦେଖି ଆଖିରୁ ଲୁହ ପୋଛିଲା ମମତା। କମଳା ଦେବୀ ତା ପାଖରେ ବସିଲେ। ତା ମୁଣ୍ଡରେ ଟିକେ ହାତ ଟା ଆଉଁଶେଇ ଦେଇ ତାକୁ ଛାତି ଉପରକୁ ଆଉଜେଇ ଆଣିଲେ। କମଳା ଦେବୀ ମମତାକୁ ଠିକ୍ ନିଜ ମାଆ ପରି ଲାଗନ୍ତି । ଏଇ କମଳାଦେବୀ ତାର କେହି ନୁହନ୍ତି। ମମତାର ମନେ ପଡୁଥିଲା ଯେଉଁ ଦିନ ଗୋଟିଏ ଦୂର୍ଭାଗ୍ଯପୂର୍ଣ୍ଣ ଦୂର୍ଘଟଣାରେ ନିଜର ଚାରିମାସର ଅଜନ୍ମା ଶିଶୁକୁ ହରାଇଲା ପରେ ଡାକ୍ତର କହିଥିଲେ ସେ ଆଉ କେବେ ଜୀବନରେ ମାଆ ହୋଇ ପାରିବନି। ସେଦିନ ହସ୍ପିଟାଲ୍ ବେଡ୍ ରେ ସାରା ରାତି କାନ୍ଦିଥିଲା ମମତା। ସ୍ବାମୀ ଅଶୋକ ବହୁତ ବୁଝାଇଥିଲେ। କିନ୍ତୁ ଠିକ ହୋଇ ଘରକୁ ଫେରିଲା ପରେ ସବୁ କେମିତି ଅଲଗା ଅଲଗା ଲାଗୁଥଲା ମମତାକୁ। ସମସ୍ତେ ତାକୁ ଆଉ ସେମିତି ଭଲ ପାଉନଥିଲେ। କେମିତି ଗୋଟାଏ ଦରେଇ ଦୂରେଇ ରହୁଥିଲେ ତା ଠାରୁ। ଅଶୋକ ବି ସବୁବେଳେ କାମର ବାହାନା କରି ପ୍ରାୟ ବାହାରେ ରହୁଥିଲେ। କିନ୍ତୁ ସେଦିନ ତାର ସବୁ ସ୍ବପ୍ନ ଭାଙ୍ଗିଗଲା ଯେଉଁଦିନ ସେ ପୁଣି ଗୋଟେ ବିବାହ କରି ନବ ବଧୂକୁ ନେଇ ଘରକୁ ଆସିଲେ। ଶାଶୁ ଶ୍ବଶୁର ବି ତାଙ୍କୁ ସମର୍ଥନ କରିଥିଲେ। ନିଜର ସନ୍ତାନ ହରେଇବାର ଦୁଃଖ ଆଉ ଏଇ ମୁଣ୍ଡ ଉପରେ ଅକାଳ ଚଡକ ସହିନପାରି ମମତା ଘର ଛାଡିଦେଇଥିଲା। ସେତିକି ବେଳେ ଏଇ ଅନାଥିନୀ ଅସହାୟା ମମତାକୁ ସାହା ହୋଇଥିଲେ କମଳା ଦେବୀ। ତାକୁ ନେଇଯାଇଥିଲେ କମଳା ଶିଶୁସଦନକୁ। ସେଠାରେ ଥିବ କୋମଳ ନିଷ୍ପାପ ଛୁଆ ମାନଙ୍କୁ ପାଇ ନିଜର ସନ୍ତାନ ହରାଇଥିବାଦୁଃଖକୁ ଭୁଲି ଯାଇଥିଲା ମମତା। ଆଉ ତାଙ୍କ ଉପରେ ନିଜର ସବୁ ସ୍ନେହ ମମତାକୁ ଅଜାଡି ଦେଇଥିଲା। ଆଜି ସେହି ଭିତରୁ ଜଣେ ଶିଶୁ ହସ୍ପିଟାଲ୍ ଅପରେସନ ବେଡରେ। ମମତା କାଲି ଠାରୁ ସେହି ହୋସପିଟାଲରେ ଜଗିରହିଛି ଓ ମନେ ମନେ ଠାକୁରଙ୍କୁ କେତେ ପ୍ରାର୍ଥନା କରି ଚାଲିଛି। ଏତିକି ବେଳେ ଅପରେସନ ଥିଏଟରର ଲାଲ ବତୀ ଲିଭିଗଲା ଓ ଡାକ୍ତର ବାହାରକୁ ଆସିଲେ ଆଉ ମମତା ପାଖକୁ ଆସି କହିଲେ ବ୍ଯସ୍ତ ହୁଅନ୍ତୁନି। ଶିଶୁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ। ମମତା ଆଖିରେ ଖୁସିର ଲୁହ। ମନେ ମନେ ଭଗବାନଙ୍କୁ ଧନ୍ଯବାଦ ଦେଉଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Abstract