STORYMIRROR

Namita Pal

Abstract

3  

Namita Pal

Abstract

ଯାଦୁ

ଯାଦୁ

2 mins
172

କେଜାଣି ସେ ହସରେ କଣ ଏମିତି ଯାଦୁ ଥିଲା ତାକୁ ଦେଖିବା ପାଇଁ ସବୁଦିନ ସନ୍ଧ୍ଯା ହେବାମାତ୍ରେ ମୋ ପାଦ ଆପଣା ଛାଏଁ ପାର୍କ ଆଡକୁ ଟାଣି ହେଉଯାଉଥିଲା। ସେ ସବୁଦିନ ପାର୍କକୁ ଆସେ। ବେଞ୍ଚରେ ବସେ ,ଏପଟ ସେପଟ ବୁଲୁଥାଏ ତ କେତେବେଳେ ଫୁଲ ଗୁଡିକୁ ଛୁଁ ଥାଏ। ମୋତେ ଦେଖିଲେ ତା ମୁହଁରେ ମଧୁର ହସଟିଏ ଖେଳିଯାଏ। ସେ ହସ ଦେଖିଲେ ମନ କେମିତି ଗୋଟେ ଅପୂର୍ବ ଖୁସିରେ ଭରିଯାଏ। ମୁଁ ମଧ୍ଯ ତାକୁ ଦେଖି ହସିଦିଏ।


ସନ୍ଧ୍ଯା ରେ ଘେରାଏ ପାର୍କ ରେ ବୁଲି ଆସିବା ମୋର ଗୋଟିଏ ପୁରୁଣା ଅଭ୍ଯାସ। ସ୍ବାମୀ ଅର୍ଣ୍ଣବ ଛାଡି ଯିବାର ପାଞ୍ଚ ବର୍ଷ ହେଲାଣି। ଏକମାତ୍ର ପୁଅ ବିଦେଶରେ ତାର ପରିବାର ନେଇ ରହିଛି। ବର୍ଷେ ଦୁଇ ବର୍ଷରେ ଥରେ ଛୁଆ ପିଲା ଧରି ବୁଲିବାକୁ ଆସେ। ପୁଅ ବହୁତ ଜିଦ୍ କରିଥିଲା ତାଙ୍କ ସାଙ୍ଗରେ ବିଦେଶରେ ରହିବା ପାଇଁ, କିନ୍ତୁ ସୁଭଦ୍ରା ନିଜ ଘର ନିଜ ଯାଗା ଛାଡି ଯିବାକୁ ରାଜି ହୋଇନଥିଲେ। ଘରେ ସେ ଓ ଚାକରାଣୀ ।


ଆଜି ବି ସେ ଚିରାଚରିତ ଅଭ୍ଯାସରେ ପାର୍କ ଆସିଲେ। ଆଖି ଖୋଜି ବୁଲୁଥିଲା ସେ ହସକୁ। ସୁଭଦ୍ରା ଦେଖିଲେ ସେ ଝିଅଟି ପାଖ ବେଞ୍ଚରେ ବସିଛି। ତା ପାଖରେ ଯାଇ ବସି ପଡିଲେ। ଦଶ ବାର ବର୍ଷର ଝିଅଟି। ସୁଭଦ୍ରାକୁ ଦେଖି ଝିଅଟି ହସିଦେଲା। ସୁଭଦ୍ରା ବି' ହସିଦେଲେ। କେବେ କିଛି କଥା ହୋଇନଥିଲେ ତା ସହିତ ସୁଭଦ୍ରା। ଆଜି ଝିଅଟିକୁ ତାର ନାଁ ପଚାରିଲେ। ଝିଅଟି କିଛି ନକହି ସେମିତି ହସୁଥାଏ। ରାତି ହୋଇ ଆସୁଥାଏ ଝିଅଟି ଉଠି ଚାଲିବାକୁ ଆରମ୍ଭ କଲା। ସୁଭଦ୍ରା ବି ଘରକୁ ଯିବାକୁ ବାହାରିଲେ। ପାର୍କ ବାହାରେ ରାସ୍ତାରେ ବହୁତ ଗାଡି ଯିବା ଆସିବା କରୁଥାଏ। ସୁଭଦ୍ରା ଦେଖିଲେ ଝିଅଟି ରାସ୍ତାରେ ଚାଲିଛି।


ହଠାତ୍ ଦେଖିଲେ ପଛ ପଟୁ ଗୋଟିଏ କାର୍ ଦୃତ ଗତିରେ ତା ଆଡକୁ ଯାଉଛି। ସୁଭଦ୍ରା ଝିଅ ଝିଅ ବୋଲି ପାଟି କଲେ,କିନ୍ତୁ ସେ ତାର ରାସ୍ତାରେ ଚାଲିଥାଏ। ସୁଭଦ୍ରା ଦୌଡିଯାଇ ଝିଅଟିକୁ ରାସ୍ତା ସାଇଡ୍ କୁ ଟାଣି ଆଣିଲେ।

ତାକୁ ଟିକେ ଜୋରରେ କହିଲେ ଏତେ ଡାକୁଛି ତୋତେ ଶୁଣୁନୁ କାହିଁକି। ଏତିକି ବେଳେ ଗୋଟିଏ ଲୋକ ପାଖକୁ ଆସି କହିଲା ମାଆ ସେ ଝିଅଟି କିଛି କହିପାରେନି କି ଶୁଣିପାରେନି। ମୁଁ ସେଇଠି ସେମିତି ଥମ୍ ହୋଇ ଠିଆ ହୋଇ ରହିଲି। ଭଗବାନ ଏତେ ସୁନ୍ଦର ଝିଅଟିକୁ ଏମିତି କରିଛନ୍ତି। ଏଇଥିପାଇଁ ବୋଧହୁଏ ତାର ହସ ଏତେ ନିଷ୍ପାପ । ଦୁନିଆର ସବୁ ପାପ କଳୁଷରୁ ମୁକ୍ତ। ଝିଅ ଟି ପୁଣି ଥରେ ତାର ଫିକ୍ କରି ତା ଯାଦୁ ଭରା ହସଟେ ମୋ ଉପରେ ବିଞ୍ଚି ଦେଇ ବେପରଓଆ ଭଙ୍ଗୀରେ ଦୌଡି ଦୌଡି ମୋ ଆଖିରୁ ଅଦୃଶ୍ଯ ହୋଇଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Abstract