STORYMIRROR

Namita Pal

Others

3  

Namita Pal

Others

ଯାତ୍ରା

ଯାତ୍ରା

2 mins
132

  ବସଟା ଆଗକୁ ଆଗକୁ ଆଗେଇ ଚାଲିଥିଲା ଆଉ ତା ସହିତ ମନରେ ଆନନ୍ଦ ବି ବଢ଼ି ଚାଲିଥିଲା।ଆଜିତ ଦୀର୍ଘ ପଚିଶ ବର୍ଷ ପରେ ସାଙ୍ଗ ମାନଙ୍କ ସହ ଦେଖା ହେଉଛି। କଲେଜ ପଢ଼ା ସରିଲା ପରେସବୁ ସାଙ୍ଗ ଯିଏ ଯୁଆଡେ ନିଜ କର୍ମରେ ଆଗେଇ ଗଲେ। ସଂସାର ଭିତରେ ଦ୍ବାୟିତ୍ବର ବୋଝ ତଳେ ଆଉ ସମ୍ଭବ ହେଲାନାହିଁ ଦେଖାକରିବାକୁ। କେବଳ ଫୋନରେ ଯୋଗାଯୋଗ ଥିଲା । ଆଜି ଏତେ ବର୍ଷ ପରେ ସମସ୍ତେ ଗୋଟିଏ ଯାଗାରେ ଏକାଠି ହୋଇଛୁ। ଟାଇମ ଠିକ୍ କରି ସମସ୍ତେ ଗୋଟିଏ ଯାଗାକୁ ଆସି ସେଠାରୁ ବସରେ ବୁଲିବାହାରିଛୁ। ପ୍ରାକୃତିକ ସୌନ୍ଦର୍ଯ୍ଯରେ ଭରା ମୟୁରଭଂଜ। ସେଥିରୁ ଗୋଟିଏ ବରେହିପାଣି ଜଳପ୍ରପାତ। ଦିନ ଦଶଟା ପାଖାପାଖି ପହଞ୍ଚିଗଲୁ। ସେଠାରେ ପହଞ୍ଚିଲାପରେ ପୂର୍ବରୁ ପ୍ରସ୍ତୁତ କରି ଅଣାଯାଇଥିବା ଜଳଖିଆ ଖାଇ ବୁଲିବାହାରିଲୁ। ସାଙ୍ଗରେ ଆସିଥିବା ରୋଷେୟା ମଧ୍ଯାନ୍ନ ଭୋଜନ ପ୍ରସ୍ତୁତିରେ ଲାଗିଗଲେ। ଚାରିଆଡେ ସବୁଜିମାରେ ଭରା ଶିମିଳିପାଳ ସେଥିରୁ ଠିକ ଧଳା ପଣତ କାନି ପରି ତଳକୁ ଲମ୍ବି ଆସିଛି ବରେହିପାଣି ଜଳ ପ୍ରପାତ। ଚାରିଆଡେ ବିଭିନ୍ନ ପକ୍ଷୀଙ୍କର କଳରବ। ଭାରି ମନଲୋଭା ସେ ପରିବେଶ। ସାଙ୍ଗ ମାନଙ୍କ ସହିତ ମଜା ମସ୍ତିରେ କେତେବେଳେ ସମୟ ଗଡିଗଲା ଜଣାପଡିଲାନି। ଖିଆ ସରିଲା ପରେ ସନ୍ଧ୍ଯା ହେବା ଆଗରୁ ଆମେ ବାହାରି ଆସିଲୁ। ଦିନ ସାରା ବୁଲାବୁଲି କରି ଥକିଯାଇଥିବାରୁ ବସରେ ବସିଲା ପରେ ପ୍ରାୟ ସମସ୍ତେ ଢୁଳେଇବାକୁ ଲାଗିଲେ। ହଠାତ୍ ଡ୍ରାଇଭର ବ୍ରେକ୍ ଦେବାରୁ ସମସ୍ତଙ୍କର ନିଦ ଭାଙ୍ଗିଗଲା। ଘଟଣା କ'ଣ ଜାଣିବା ପାଇଁ ସମସ୍ତେ ସାମନାକୁ ଦେଖିଲୁ। ବସଠୁ ପ୍ରାୟ କୋଡିଏ ଫୁଟ ଆଗରେ ହାତୀମାନଙ୍କର ଗୋଟିଏ ଦଳ ରାସ୍ତା ପାର କରୁଥିଲେ। ପ୍ରାୟ ପଚାଶ ପାଖାପାଖି ହାତୀ ହେବେ। ଛୋଟ ବଡ ସବୁପ୍ରକାର ଥିଲେ। ଡ୍ରାଇଭର ଗାଡିର ହେଡଲାଇଟକୁ ବନ୍ଦ କରିଦେଇଥିଲେ ଓ ଆମମାନଙ୍କୁ ବି ନିରବ ରହିବାକୁ କହିଲେ।ଏସବୁ ଜଂଗଲ ଏରିଆ। ଆଉ ଏବେ ଧାନ ପାଚିବାର ସମୟ। ଧାନ ଖାଇବା ପାଇଁ ଏମେନେ ଏମିତି ଦଳ ବାନ୍ଧି ଯାଆନ୍ତି। ହାତୀ ସବୁ ଯିବାର କିଛି ସମୟ ପରେ ଆମେ ଗାଡି ଷ୍ଟାର୍ଟ କରି ଯିବାକୁ ବାହାରିଲୁ। ମୋର ପାଖରୁ ହାତୀ ଗୁଡାକ ଦେଖିବାକୁ ଇଚ୍ଛା ଥିଲା,କିନ୍ତୁ ଏମାନେ ଜଂଗଲୀ ହାତୀ ଏମାନଙ୍କ ପାଖକୁ ଯିବା ବିପଦଜ୍ଜନକ। ଯା ହେଉ ଭଲରେ ଭଲରେ ଆସି ନିଜ ଯାଗାରେ ପହଞ୍ଚିଲୁ ଓ ପୁଣିଥରେ ଦେଖାକରିବାର ପ୍ରତିଶୃତି ଦେଇ ପରସ୍ପରଠୁ ବିଦାୟନେଲୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ