STORYMIRROR

Namita Pal

Tragedy

3  

Namita Pal

Tragedy

ହିରୋ

ହିରୋ

2 mins
173

   ଗାଁ ସାରା ଆଜି ସ୍ତବ୍ଧ, ନିରବ, ଶୋକମୟ । ନଟ ନନାର ନିର୍ଜୀବ, ପାର୍ଥିବ ଶରୀର ଫୁଲରେ ସଜାଇ ହୋଇ ଶେଷ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥାଏ। ଚାରିଆଡେ ଲୋକାରଣ୍ଯ। ସମସ୍ତେ ଆଖିରୁ ଲୁହ ପୋଛୁଥାନ୍ତି। କିଏ ଏଇ ନଟ ନନା ? ଯାହା ପାଇଁ ଆଜି ସମସ୍ତେ ନିଜ ନିଜର କର୍ମ ଛାଡି ଦୌଡ଼ି ଆସିଛନ୍ତି ଟିକିଏ ଶେଷ ଦର୍ଶନ ପାଇଁ। ନା ସେ କୌଣସି ରାଜନୈତିକ ଦଳର ନେତା ଅବା କୌଣସି ବିଖ୍ଯାତ ମହାପୁରୁଷ ନଥିଲେ। କିନ୍ତୁ ସେ ଥିଲେ ସମସ୍ତଙ୍କର ସୁଃଖ ଦୁଃଖର ସାଥି ଅତି ଆଦରର ପ୍ରିୟ ନଟ ନନା। ସେ ଆଖ ପାଖ ଅଞ୍ଚଳରେ ଏମିତି କେହି ନଥିବେ ଯାହାକୁ ନଟ ନନା କିଛି ସହାୟତା କରିନଥିବେ। ବୁଢ଼ା ଠାରୁ ଛୁଆ ପର୍ଯ୍ଯନ୍ତ ସମସ୍ତେ ତାଙ୍କୁ ନଟ ନନା ହିଁ ଡାକୁଥିଲେ। କାହା ପାଖରେ ଔଷଧ ଆଣିବାକୁ ପଇସା ନାହିଁ। କାହାର ଝିଅ ବାହାଘର ପାଇଁ ଟଙ୍କା ଦରକାର ହେଉଛି। ଯାହାର ଯେତେବେଳେ ଯେଉଁ କାମରେ ଦରକାର ନଟ ନନା ସବୁଥିରେ ଆଗଭର। ସେ ନହେଲେ କିଛି ବି ସମ୍ପୁର୍ଣ୍ଣ ହୁଏନି। ପୁରୋହିତ କାମ କରି ଯାହା ଦୁଇ ପଇସା ପାଆନ୍ତି ତାହା ବି ଅନ୍ଯର ସାହାଯ୍ଯ ରେ ଦେଇ ଦିଅନ୍ତି। ସବୁବେଳେ କୁହନ୍ତି ମୋର ନିଜର କେହି ନାହାନ୍ତି। ତୁମେ ସମସ୍ତେ ମୋ ନିଜର। " ମଣିଷ ଜନମ ପାଇ ଯଦି କାହାରି କାମରେ ନ ଲାଗିଲି ତେବେ ଏ ଜୀବନ ଧିକ୍। ମୁଁ ମଲା ପରେ ବି ତୁମେ ସମସ୍ତେ ମୋତେ ଏମିତି ଭଲ ପାଉଥିବ ,ମୋତେ ମନେ ପକାଉଥିବ। ସତରେ ନିଜ ଜୀବନକୁ ସେ ଅନ୍ଯକୁ ଦାନ କରିଦେଲେ। ଡଙ୍ଗାରେ ନଦୀପାରି ହେଲା ବେଳେ ଡଙ୍ଗା ଟି ହଠାତ୍ ମଝି ନଈରେ ଭାରସାମ୍ଯ ହରାଇ ଓଲଟି ପଡିଲା। କେତେ ଲୋକଙ୍କର ଜୀବନ ବଞ୍ଚାଇଲେ, କିନ୍ତୁ ଶେଷରେ ନିଜ ଜୀବନ ହାରିଦେଲେ। ପାଣି ଭିତରକୁ ଯେଉଁ ଗଲେ ଆଉ ଫେରିଲେନି। ପାଖ ସହରରୁ ବୁଡାଳି ମାନେ ଆସି ଖୋଜି ଖୋଜି ଶେଷରେ ଶବ ପାଇଥିଲେ। ଜୀବନରେ ଅନେକଙ୍କୁ କାନ୍ଧ ଦେଇଥିବା ନଟନନାଙ୍କୁ କାନ୍ଧ ଦେବାପାଇଁ ଲୋକଙ୍କର ନାହିଁ ନଥିବା ଭିଡ଼। ଶେଷକୃତ୍ଯ ପାଇଁ ପ୍ରସ୍ତୁତି ଚାଲିଥିଲା। ଆଖିର ଲୁହକୁ ପୋଛି ସେହି ମହାନ୍ ନାୟକଙ୍କର ପାଦ ସ୍ପର୍ଶ କରିବା ପାଇଁ ମୁଁ ଭିଡ଼ କାଟି ଆଗକୁ ଆଗେଇଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Tragedy