STORYMIRROR

Namita Pal

Abstract

3  

Namita Pal

Abstract

ଭୟ

ଭୟ

2 mins
137

ମୃତ୍ଯୁ ଜୀବନର ଅନ୍ତ ନୁହେଁ। ଏହା କେବଳ ଗୋଟିଏ ଷ୍ଟପେଜ୍। ଯେମିତି ଆମେ ଆମର ଗନ୍ତବ୍ଯ ସ୍ଥାନ ଯିବା ବେଳେ ରାସ୍ତାର କିଛି କିଛି ଯାଗାରେ ଗାଡ଼ି ଅଟକି ଅଟକି ଯାଏ ଠିକ୍ ସେମିତି। କୌଣସି ଜିନିଷ ପୁରୁଣା ହେଲେ ଆମେ ଯେପରି ବଦଳାଇ ଦେଉ, ଆତ୍ମା ସେପରି ପୁରୁଣା ଶରୀର ଛାଡ଼ି ନୂଆ ଶରୀର ନିଏ। ବେଳେ ବେଳେ ଏହପରି ଯାତ୍ରା କରୁ କରୁ ଆତ୍ମା ଥକି ଯାଏ, ମୃତ୍ଯୁ ତା ପାଇଁ ଏକ ବିଶ୍ରାମ ପରି। ସେଥି ପାଇଁ ମୃତ୍ଯୁର ଭୟ ମନରୁ ଦୂର କରିଦେବା ଉଚିତ। ଗୁରୁଜୀଙ୍କର ଏଇ ବାଣୀ ଶୁଣି ଅତନୁର ମନ ଧିରେ ହାଲୁକା ହୋଇ ଆସୁଥାଏ। ଏଇ କିଛି ଦିନ ହେବ ଅତନୁ ନା ଭଲରେ ଖାଇପାରୁଥିଲା ନା ଭଲରେ ଶୋଇପାରୁଥିଲା। ଅଫିସ୍ ରେ ଘରେ କୋଉଠି ସେ ଶାନ୍ତିରେ ରହିପାରୁନଥିଲା। ଯେବେଠାରୁ ଡକ୍ଟରଙ୍କ ପାଖରେ ବାପାଙ୍କୁ ଦେଖେଇକି ଆଣିଛି ସେବେଠାରୁ। ଅତନୁର ମାଆ ନାହାନ୍ତି। ଘରେ କେବଳ ବାପା। ବାପାଙ୍କର ହୃଦୟରୋଗ ଅଛି। କିନ୍ତୁ ଏଥର ଡକ୍ଟର କହିଲେ ବାପା ଆଉ ବେଶୀ ଦିନ ବଞ୍ଚିବେନି। ସେଇ ଦିନଠାରୁ ଅତନୁର ଏଇ ଅବସ୍ଥା। ଦିନ ରାତି ସବୁବେଳେ ବାପାଙ୍କ ବିଷୟରେ ଭାବୁଛି। ବାପାଙ୍କ ମୃତ୍ଯୁର ଭୟ ତାର ସମଗ୍ର ସତ୍ତାକୁ କବଳିତ କରି ରଖିଛି। ଆଜି ଗୁରୁଜୀଙ୍କର କଥା ଶୁଣି ସେ ଭାବିଲା ସତରେ ସେ କେତେ ଭୁଲ କରୁଛି। ସେ ନିଜେ ବାପାଙ୍କର ବାକି ଜୀବନକୁ ଦୁଃସହ କରି ଦେଉଛି। ତାକୁ ଦୁଃଖୀ ଦେଖି ବାପାବି ଦୁଃଖରେ ରହୁଛନ୍ତି। ଯିଏ ଜନ୍ମ ନେଇଛି ସେ ଦିନେ ନା ଦିନେ ମରିବ। ନା ସେ ଆଉ ମୃତ୍ଯୁକୁ ଡରିବନି ପରନ୍ତୁ ବାପାଙ୍କର ବାକି ଦିନ ଗୁଡ଼ାକ ଖୁସିରେ ଭରିଦେବ। ଅତନୁ ଘରେ ପହଞ୍ଚି ଦେଖିଲା ବାପା ଟିଭି ଦେଖୁଛନ୍ତି। ସେ ରୋଷେଇଘରକୁ ଗଲା ଆଜି ସେ ନିଜ ହାତରେ ବାପାଙ୍କ ପାଇଁ ଖାଇବା ବନେଇବା। ଖାଇବା ବନେଇ ବାପାଙ୍କୁ ବାଢ଼ିଦେଲା ଆଉ ନିଜେ ସାଙ୍ଗରେ ବସି ଖାଇଲା। ଏତେ ଦିନ ପରେ ଅତନୁକୁ ଖୁସିରେ ଦେଖି ବାପା ସ୍ନେହରେ ତା ମୁଣ୍ଡ ଆଉଁଷେଇ ଦେଲେ। ବାପାଙ୍କୁ ଖୁସି ଦେଖି ଅତନୁର ମନ ଶାନ୍ତିରେ ଭରିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Abstract