STORYMIRROR

Namita Pal

Children Stories

3  

Namita Pal

Children Stories

ପରିବାର

ପରିବାର

2 mins
155

ବାବୁଲା ଘରୁତ ପଳେଇଆସିଲା ,କିନ୍ତୁ କୁଆଡେ ଯିବ କିଛି ବୁଝି ପାରୁନଥାଏ। ଆଜି ତା'ର ପରୀକ୍ଷା ଫଳ ବାହାରିଛି ସେଥିରେ ତାର ସବୁ ବିଷୟରେ ବହୁତ କମ୍ ନମ୍ବର ଅଛି। ଘରେ ଏଥିପାଇଁ ବାପାଙ୍କ ଠାରୁ ବହୁତ ଗାଳି ଦେଲେ। ମାଆ ବହୁତ ମନଦୁଃଖ କଲେ ଓ ତାକୁ ବହୁତ ବୁଝେଇଲ। କହିଲେ ବାବୁଲା ଦେଖ ବାପା ଆମେ ଘର ଦ୍ବାର ଛାଡି ଏଠାରେ ଅଛୁ କେବଳ ତୋ ବାପାଙ୍କ ଚାକିରି ଓ ତୋର ପାଠ ପଢ଼ା ପାଇଁ। ତୁ ଯଦି ମନ ଦେଇ ପାଠ ନ ପଢ଼ିବୁ ପରିଶ୍ରମ ନ କରିବୁ ତେବେ କେମିତି ହେବ। ତୁ ପାଠପଢ଼ା ରେ ମନ ଦେଉନୁ ସେଥିପାଇଁ ବାପା ଗାଳିଦେଲେ। ତୁ ମନ ଦେଇ ପାଠ ପଢ଼।


ବାବୁଲା ମନ ଖରାଫ ହୋଇଗଲା ବାପାଙ୍କ ଗାଳି ଶୁଣି ଆଉ ରାଗ ବି ଆସିଲା। ସେହି ରାଗରେ ସେ ଘର ଛାଡି ପଳେଇ ଆସିଛି। ଷ୍ଟେସନ୍ ରେ ପହଞ୍ଚିଲା। ଭାବିଲା ଟ୍ରେନରେ ବସି କୁଆଡେ ପଳେଇବ। ହେଲେ ଯିବ କୁଆଡେ? ବହୁତ ଜୋରରେ ଭୋକ ଲାଗିଲାଣି। ସେଇ ଘରୁ ଯାହା ଖାଇ କି ଆସିଥିଲା। ପାଖରେ କିଛି ପଇସା ନାହିଁ। ପାଖରେ ଥିବା ପାଇପରୁ ପେଟେ ପାଣି ପିଇଦେଲା। ଦିନ ସରି ସନ୍ଧ୍ଯା ହେଲାଣି। ଆଉ ଟିକେ ପରେ ରାତି ହୋଇଯିବ। କିଛି ଦୂରରେ ବସିଥିବା ଭିକାରୀ ସ୍ତ୍ରୀ ଲୋକଟି ତାର ମଇଳା ଛିଣ୍ଡା ଥଳିରୁ ଗୋଟେ ପାଉଁରୁଟି କାଢି ତାର ଛୋଟ ଛୁଆକୁ ଖୁଆଉ ଥାଏ। ବାବୁଲାର ମାଆ କଥା ମନେ ପଡିଗଲା। ମାଆ ବି ଏମିତି ବଳେଇ ବଳେଇ ତାକୁ ଖୁଆଉଥାଏ। ଦୂରରେ ଦେଖିଲା ଦୁଇଜଣ ଲୋକ ତା ଆଡକୁ ଚାହିଁ ରହିଛନ୍ତି। ତାର ଫିଲ୍ମରେ ଦେଖିଥିବା ଗୁଣ୍ଡା ମାନଙ୍କ କଥା ମନେ ପଡିଗଲା ଯେଉଁ ମାନେ ଛୋଟ ଛୁଆମାନଙ୍କୁ ଧରି ନେଇ ଭିକ ମଗାନ୍ତି। ବାବୁଲାକୁ ବହୁତ ଡର ଲାଗିଲା। ବାବୁଲା ଉଠିପଡି ଚାଲିବାକୁ ଲାଗିଲା। ତାକୁ ଲାଗିଲା ଯେମିତି ସେ ଲୋକ ଦୁଇଜଣ ତାକୁ ଅନୁସରଣ କରୁଛନ୍ତି। ବାବୁଲା ଆଉ ପଛକୁ ନଚାହିଁ ଏକ ନିଶ୍ବାସରେ ଘରମୁହାଁ ଦୌଉଡିଲା।


ଘର ଫାଟକ ପାଖରେ ପହଞ୍ଚି ପଛକୁ ଫେରି ଚାହିଁଲା କେହି ନାହାନ୍ତି ତା ପଛରେ। ଦୁଃଖ, ଭୋକ ଆଉ ଭୟରେ ତା ଆଖିରୁ ପାଣି ଝରୁଥାଏ। ଘର ଆଡକୁ ଚାହିଁଲା ଏଇ ତାର ପ୍ରିୟ ପରିବାର, ଯେଉଁଠି ତାର ପ୍ରିୟ ବାପା, ମାଆ ଆଉ ଭଉଣୀ ରୁହନ୍ତି। ସମସ୍ତେ ତାକୁ କେତେ ଭଲ ପାଆନ୍ତି। ସେ ଆଜିଠାରୁ ମନ ଲଗେଇ ପାଠ ପଢ଼ିବ। ବାପା,ମାଆଙ୍କ କଥା ମାନିବ। ଫାଟକ ଖୋଲି ଭିତରକୁ ଗଲା। ଦେଖିଲା ବାପା ,ମାଆ ବାରଣ୍ଡାରେ ବସିଛନ୍ତି। ସେ ଦୌଡି ଯାଇ ମାଆକୁ କୁଣ୍ଢେଇ ଖୁବ୍ ଜୋରେ କାନ୍ଦିଲା। ବାପା ମୁଣ୍ଡ ଆଉଁଶେଇ ଦେଇ କହୁଥଲେ କୁଆଡେ ଯାଇଥିଲୁ। ଆମେ କେତେଆଡେ ଖୋଜିସାରିଲୁଣି। ଚାଲ ଭୋକ ଲାଗିଥିବ ତୋତେ ଖାଇବୁ ଚାଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ