STORYMIRROR

Namita Pal

Tragedy

3  

Namita Pal

Tragedy

ଅପରିଚିତ

ଅପରିଚିତ

1 min
164

ଛାତ ଉପରେ ନିଶବ୍ଦରେ କାନ୍ଦୁଥିଲା ସୁଲଗ୍ନା। ଟିପି ଟିପି ବରଷା ପଡୁଥିଲା। ସତେ ଅବା ତା ଦୁଃଖରେ ଦୁଃଖୀ ହୋଇ ସମବେଦନା ଜଣାଉଥିଲା। ବହୁତ ବର୍ଷର ପଛକୁ ଫେରିଗଲା ସୁଲଗ୍ନା। ଯେଉଁଠି ଦୁଇଟି ନିଷ୍ପାପ କୋମଳ ଶିଶୁ ସାଥି ହୋଇ ଖେଳୁଥିଲେ , ହାତ ଧରି ସ୍କୁଲ ଯାଉଥିଲେ,ଏକା ସାଙ୍ଗରେ କିଶୋର ,କିଶୋରୀ ହେଲେ,ପୁଣି ଯୁବାବସ୍ଥା ପ୍ରାପ୍ତ ହେଲେ ଆଉ ସବୁଦିନ ପାଇଁ ଅଲଗା ହୋଇଗଲେ। ସୁଲଗ୍ନା ଓ ମନୋଜ ଦୁହେଁ ଦୁହିଁଙ୍କୁ ନିବିଡ ଭଲ ପାଉଥିଲେ। କିନ୍ତୁ ଦୁନିଆର ଗତାନୁଗତିକ ରିତି ନିୟମ ,କାଇଦା କଟକଣା ଦୁହିଁଙ୍କୁ ଏକାଠି ହେବାକୁ ଦେଇନଥିଲା। ସୁଲଗ୍ନା ର ଜମିଦାର ପିତା ତାଙ୍କର ଅଧସ୍ତନ ଗୁମାସ୍ତାର ପୁଅ ସହିତ ସୁଲଗ୍ନାର ସମ୍ପର୍କ କୁ କଡା ହସ୍ତରେ ଦମନ କରିଥିଲେ।ଏପରିକି ମନୋଜକୁ ପ୍ରାଣରୁ ଶେଷ କରିବାକୁ ଚେଷ୍ଟା କରିଥିଲେ। ଶେଷରେ ସୁଲଗ୍ନା ନିଜ ପ୍ରେମର ସୁରକ୍ଷା ପାଇଁ ପିତାଙ୍କ ଆଗରେ ମୁଣ୍ଡ ନୁଆଇ ଥିଲା। ଆଉ ମନୋଜ ପାଖରୁ ଶପଥ ନେଇଥିଲା ସେମାନେ ଆଉ ଏ ଜନ୍ମରେ କେବେ ବି ପରସ୍ପର ସହିତ କୋଣସି ଯୋଗାଯୋଗ ରଖିବେନି। ଆଉ ଯଦି କେବେ କୋଉଠି ଦୁହିଁଙ୍କର ଦେଖା ହୁଏ ତେବେ ଅପରିଚିତ ପରି ବାଟ କାଟି ଚାଲିଯିବେ। କିନ୍ତୁ ଆଜି ଏତେ ବର୍ଷ ପରେ ପୁଣିଥରେ ଦୁହେଁ ଦୁହିଁଙ୍କ ସାମ୍ନାକୁ ଆସିବେ ବୋଲି ଭାବିନଥିଲେ। ଆଜି ସ୍ବାମୀଙ୍କ ସହିତ ତାଙ୍କ ଅଫିସରେ ଗୋଟିଏ ପାର୍ଟି ରେ ଯୋଗ ଦେବାକୁ ଯାଇଥିଲା ସୁଲଗ୍ନା। ସେଠାରେ ସ୍ବାମୀ ପରିଚିତ କରାଇଦେଲେ " ସୁଲଗ୍ନା ଇଏ ମୋ ବସ୍ ମିଷ୍ଟର ମନୋଜ"। ଦୁହେଁ ଦୁହିଁଙ୍କ ସ୍ମିତ ହସି ସ୍ବାଗତ କଲେ ଠିକ୍ ଦୁଇ ଅପରିଚିତ ପ୍ରଥମ ଥର ପାଇଁ ସାକ୍ଷାତ କଲା ପରି। ସୁଲଗ୍ନା ପାର୍ଟିରେ ମନ ଦେଲା ଆଉ ମନୋଜ ଅନ୍ଯ ମାନଙ୍କ ସହ ବର୍ତ୍ତାଳାପରେ। ଘରେ ପହଞ୍ଚିଲା ପରେ ସୁଲଗ୍ନା ଆଉ ନିଜକୁ ଅଟକେଇ ପାରିନଥିଲା। ମନର କୋହ ଆଖିରୁ ଲୁହ ହୋଇ ବହି ଚାଲିଥିଲା ଆଉ ହୃଦୟରୁ ମନୋଜ ପାଇଁ ଶୁଭ ମନାସୁଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Tragedy