STORYMIRROR

Namita Pal

Abstract

4  

Namita Pal

Abstract

ଖେଳ

ଖେଳ

1 min
251

ଏତେ ବର୍ଷ ପରେ ପୁଣି ଥରେ ସେହି ଖେଳ ଖେଳିବ ସଲିମ୍। ଯାହା ସେ ଅନେକ ବର୍ଷ ଆଗରୁ ଛାଡି ଦେଇଥିଲା। ମଟର ସାଇକେଲ୍ ଟିକୁ ଭଲ ଭାବରେ ଧୋଆ ଧୋଇ କରି କପଡାରେ ପୋଛିଦେଲା। ଖୁବ୍ ସ୍ନେହରେ ଟିକେ ଆଉଁଶେଇ ଦେଲା। ଇଏ ହେଲା ମୋ ରାନୀ। ସଲିମ୍ ତାର ବାଇକ୍ ର ନାଁ ରାନୀ ଦେଇଥିଲା। ସେଥିପାଇଁ ସଲିମ ର ସ୍ତ୍ରୀ ସବୁବେଳେ କୁହେ ଇଏ ମୋ ସୌତନ୍। ସଲୀମ୍ ଏଇ ମଟର ସାଇକେଲରେ କେତେଥର ମୌତ୍ କା କୁଆଁରେ ଖେଳ ଦେଖେଇଛି। ଥରେ ଏମିତି ଖେଳ ଦେଖଉ ଦେଖଉ ଶେଷ ସମୟରେ ବ୍ଯାଲେନ୍ସ କରି ନପାରି ପଡିଗଲା ବାଁ ଗୋଡଟା ଠିକ ଗୋଇଁଠି ଉପରକୁ ଭାଙ୍ଗିଗଲା। ଡାକ୍ତର ମନା କରିଲେ କିକ୍ ମାରିବାକୁ। ସଲିମ୍ ର ପୁରୁଣା କାଳିଆ ବାଇକ୍। ଏତେ ପଇସା କାହିଁ ନୂଆ ବାଇକ୍ ଆଣିବ। ତେଣୁଏ ଖେଳ କୁ ଛାଡିବାକୁ ପଡିଲା। ଛୋଟ ମୋଟ କାମ କରି ଚଳିଲା। ପୂର୍ବ ପରି ଆଉ ପଇସା ଆସିଲାନି, ତଥାପି କୌଣସି ମୋତେ ଗୁଜୁରାଣ ମେଣ୍ଟୁଥିଲା। କିନ୍ତୁ ହଠାତ୍ ଟଙ୍କା ଦରକାର ହେଲା। ଗୋଟିଏ ବୋଲି ପୁଅର ଦେହ ଖରାପ। ଛାତିରେ କ'ଣ ଗୋଟେ ହୋଇଛି ଯେ ଡାକ୍ତର କହିଲେ ଶୀଘ୍ର ଅପରେସନ ନକଲେ ଜୀବନ ପ୍ରତି ବିପଦ। ଅପରେସନ ପାଇଁ ଅଶୀହଜାର ଖର୍ଚ୍ଚ ହେବ। ଭାଇ, ବନ୍ଧୁ ଠାରୁ ଉଧାର କରି କିଛି ଆଣିଛି। କିନ୍ତୁ ତଥାପି ପୁରା ହେଉନି। ସେଥି ପାଇଁ ସେ ଆଜି ଠିକ୍ କରିଛି ପୁଣି ଥରେ ମୌତ କା କୁଆଁ ରେ ଖେଳିବ। ସମସ୍ତେ ବହୁତ ମନା କରୁଥିଲେ,ଏତେ ଦିନ ପରେ ତା ପାଇଁ ବିପଦଜ୍ଜନକ। କିନ୍ତୁ ତା ପାଖରେ ଆଉ କିଛି ଉପାୟ ନାହିଁ । ତାକୁ ଯେମିତି ହେଲେ ଅପରେସନ ପାଇଁ ଟଙ୍କା ଯୋଗାଡ କରିବାକୁ ପଡିବ। ଖେଳର ସମୟ ହୋଇଗଲାଣି। ଦର୍ଶକ ମାନେ ଭିଡ ଜମେଇଲେଣି। ସେ ତାର ରାନୀକୁ ଟିକେ ଆଉଁଶେଇ ଦେଇ ହେଲମେଟ୍ ଲଗେଇ କିକ୍ ମାରିଲା। ଆଉ ମନେ ମନେ କହିଲା ଆଜ୍ ଭି ମେରେ ସାଥ୍ ଦେନା ମେରୀ ରାନୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Abstract