ରୁପାନ୍ତର
ରୁପାନ୍ତର
କଲିଂବେଲର କ୍ରିଂ କ୍ରିଂ ଶବ୍ଦରେ ନିଦ ଭାଙ୍ଗିଗଲା। ଓ...ହୋ ଏଇ ସକାଳୁ ସକାଳୁ କିଏ ଡିଷ୍ଟର୍ବ କଲା। ଶୀତ ଦିନରେ ସକାଳ ଛଅଟା ବାଜିଚି ମାତ୍ର। ରାଞ୍ଚିରେ ପୁଣି ଏବର୍ଷ ପ୍ରବଳ ଥଣ୍ଡା। ଖରା ଦିନ ହୋଇଥିଲେ ଏତେ ବେଳକୁ ଜଗିଂ କରିବାକୁ ବାହାରି ଯାଏ ସେ। କିନ୍ତୁ ଶୀତ ଦିନରେ ବାହାରଟା ଫରଚା ହେଉ ହେଉ ସକାଳ ଆଠ। ନଅଟାରେ ତାର ଅଫିସ ଟାଇମ୍। ତେଣୁ ସନ୍ ଡେ କିମ୍ବା କୌଣସି ଛୁଟି ଦନ ଛାଡି ଦେଲେ ସେ ପ୍ରାୟ ଜଗିଂରେ ଯାଇପାରେନି। ମୁହଁରେ ଟିକେ ବିରକ୍ତି ଭାବ ରଖି ବ୍ଲାଂକେଟ ଭିତରୁ ମୁଣ୍ଡ ଟିକୁ କାଢି ବାହାରକୁ ଚାହିଁଲା ଅମିତ। ସ୍ତ୍ରୀ ହସ ହସ ମୁଖରେ ଗୋଟେ ଫୁଲତୋଡ଼ା ନେଇ ଆସୁଛନ୍ତି। ଗୁଡ୍ ମର୍ଣ୍ଣିଙ୍ଗ
ଆଣ୍ଡ୍ ମେନି ମେନି ହାପି ରିଟର୍ନସ...ଅ ଭେରି ହାପି ବର୍ଥ ଡେ ଟୁ ୟୁ ଡିଅର । ଅମିତ ଥାଙ୍କ୍ ୟୁ କହି ସ୍ତ୍ରୀକୁ ପଚାରିଲା କିଏ ପଠେଇଛି ବୁକେ। ଅମିତର ସ୍ତ୍ରୀ ଏପଟ ସେପଟ କରି ବୁକେ ଟିକୁ ଦେଖିଲେ ," କହିଲେ ନାଁ ତ କୋଉଠି ଲେଖା ହୋଇନି ବଟ୍ ଭେରି ଫନି ,କାର୍ଡ ରେ ଗୋଟେ ମଶାର ଷ୍ଟିକର୍ ଲାଗିଛି "। ଅମିତ ଗୋଟେ ସେକଣ୍ଡ ଚୁପ୍ ହୋଇ ଜୋରରେ ମଚ୍ଛର୍ କହି ଗୋଟେ ଝଟକାରେ ବ୍ଲାଂକେଟ୍ କୁ ଦୂରକୁ ଠେଲି ଦେଇ ଉଠିବସିଲା। ସ୍ତ୍ରୀ ବ୍ଯସ୍ତ ହୋଇ ପଡି କହିଲେ କ'ଣ ହେଲା ମଚ୍ଛର୍ କୋଉଠି ? ଆରେ ସେ କିଛି ନୁହେଁ ତୁମେ ମୋ ପାଇଁ ଗୋଟେ କପ୍ ଚା ନେଇ ଆସିଲ। ଆଜି ଟେମ୍ପରେଚର ବହୁତ କମ୍ ଅଛି ଲାଗୁଛି ବହୁତ ଥଣ୍ଡା ଅମିତ୍ କହିଲା। ହଉ ମୁଁ ଚା ନେଇ ଆସୁଛି ଆଉ ବ୍ରେକଫାଷ୍ଟ ବନଉଛି ତୁମେ ଚା ପିଇ ଜଲଦି ଫ୍ରେଶ୍ ହୋଇଯାଅ ନୋହେଲେ ଅଫିସ ପାଇଁ ଲେଟ୍ ହୋଇଯିବ। ସ୍ତ୍ରୀ ଗଲା ପରେ ଅମିତ ବୁକେ ଟିକୁ ଏପଟ ସେପଟ କରି ଦେଖିଚାଲିଲା ଆଉ ମନେ ମନେ ବହୁତ ଖୁସି ହେଉଥାଏ। ଇଂଜିନିଅରିଂ ପଢ଼ିଲାବେଳେ କଲେଜରେ ରୋହିତକୁ ସମସ୍ତେ ମଚ୍ଛର ବୋଲି ଡାକୁଥିଲେ ଓ ତାକୁ ଲମ୍ବୁ କାରଣ ଅମିତ ହାଇଟ୍ ବହୁତ ବେଶୀ ଥିଲା। କିନ୍ତୁ ରୋହିତକୁ କଣ୍ଟାକ୍ଟ କେମିତି କରିବ କିଛି ନମ୍ବର ତ ଲେଖା ହୋଇନି। ବୁକେ ପଠାଇଥିବା ଏଜେନ୍ସିକୁ କଲ୍ କରି ପଚାରିବକି। ଅମିତ ମନେ ମନେ ଭାବୁଥିବା ସମୟରେ ଠିକ୍ ଏତିକି ବେଳେ ମୋବାଇଲଟା ରିଙ୍ଗ୍ କରିଲା। ଅମିତ ଦେଖିଲା ସ୍କ୍ରିନରେ ଖାଲି ନମ୍ବର ଆସୁଛି। କଲ୍ ରିସିଭ୍ କରି ହ୍ଯାଲୋ କହିଲା ଅମିତ। ସେପଟୁ ଯୁଗ୍ମ ସ୍ବରରେ "ହ୍ଯାପି ବର୍ଥ ଡେ ଲମ୍ବୁ" ଶୁଣାଗଲା। ରୋହିତ୍ ଓ ଶ୍ରୀନୀ କନ୍ଫେରେନ୍ସ କଲ୍ କରିଥିଲେ। " ସାଲୋ ଦୋନକୋ ମାର ଡାଲୁଁଙ୍ଗା " ,"ଏତେ ଦିନ ପରେ ମୁଁ ମନେ ପଡିଲି ନାଇଁ" ଅମିତ ଅଭିମାନ ଭରା ସ୍ବରରେ କହିଲା। କ'ଣ ମୋବାଇଲ ଭିତରେ ପଶି କରି ମାରିବୁକି। ଦେଖା ହେଲେ ସିନା ମାରିବୁ, ରୋହିତ ହସି ହସି କହିଲା। ତିନି ଜଣ ଯାକ ହା ହା ହୋଇ ହସିଉଠିଲେ। ମୁଁ ତୁମ ଦୁଇଜଣଙ୍କୁ ବହୁତ ଖୋଜିଛିରେ,ଏପରିକି କିଛି କାମରେ କାନପୁର ଯାଇଥିଲି। ତୁ ଯେଉଁ ଏଡ୍ରେସଟା କଲେଜ ଛାଡିଲା ବେଳେ ଦେଇଥିଲୁ ମଚ୍ଛର , ସେ ଯାଗାକୁ ଯାଇ ଜାଣିଲି ତୁ ଫ୍ଯାମିଲି ସହିତ ସେଠାରୁ ଅନ୍ଯ କୋଉଠିକି ସିଫ୍ଟ କରିଯାଇଛୁ। ସେଠାରେ ଥିବା ଲୋକମାନେ ତୋର ନୂଆ ଠିକଣା ବିଷୟରେ କିଛି ଜାଣି ନାହାନ୍ତି କହିଲେ, ଅମିତ କହିଲା। ହଁରେ ବାପା ଚାଲିଗଲା ପରେ ସେଠାରେ ରହିବାକୁ ଆଉ ଭଲ ଲାଗିଲାନି। ସେଥିପାଇଁ ମୁଁ ଫ୍ଯାମିଲି ସହିତ ମୋର ଜବ୍ ପ୍ଲେସ ରାୟପୁର ଛତିଶଗଡ଼ କୁ ପରମାନେନ୍ଟଲି ସିଫ୍ଟ କରିଗଲି। ଏବେ ମୁଁ ସେଇଠି ନିଜ ଘର କରି ରହୁଛି, ରୋହିତ କହିଲା। ଆଉ ଶ୍ରୀନୀ ତୋର ଖବର କ'ଣ? ଅମିତ୍ ପଚାରିଲା। ବା..ସ୍ ସଂସ୍ଥା ଚାଲିଛି। ଇନ୍ଦୋରରେ ଗୋଟିଏ ପ୍ରାଇଭେଟ୍ କମ୍ପାନୀରେ ଡିଭିଜନାଲ ମ୍ଯାନେଜର। ବାପା,ମାଆ କେରଳରେ ,ମୁଁ ଫ୍ଯାମିଲି ନେଇ ସେଠାରେ ରହୁଛି। ଦୁଃଖେ ରାମ ସୁଖେ ରାମ ଚାଲିଛି ଆଉ ତୁ ସିନା ଆମକୁ ଖୋଜି ପାଇଲୁନି, ହମ୍ ଦୋ ଇଡିଅଟସ୍ ତୁଝେ ଢୁଣ୍ଡ ଲିୟା ବଚ୍ଚୁ, ଶ୍ରୀନୀ କହିଲା। ତିନିହେଁ ପୁଣି ଉଚ୍ଚ ସ୍ବରରେ ହସିଉଠିଲେ। ଚାଲ ଫୋନରେ ବହୁତ କଥା ହେଲା ଏବେ ଗୋଟେ ପ୍ଲାନ କର କୋଉଠି ଆଉ କେବେ ଆମ ତିନିଜଣଙ୍କର ଦେଖା ହେବ, ରୋହିତ କହିଲା। ହଁ ହଁ ଠିକ୍ କହିଛୁ ,
ଅମିତ କହିଲା। ତିନିହେଁ ନିଷ୍ପତ୍ତି ନେଲେ ଡିସେମ୍ବର ପଚିଶ ରବିବାର। ସେଦିନ ତିନିଜଣ କୋଉଠି ଗୋଟେ ମିଟ୍ କରିବେ। ବହୁତ ଡିସକସନ୍ ପରେ ଠିକ କରିଲେ ପୁରୀ ଯିବେ। ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଜଗନ୍ନାଥ ଧାମ ପୁରୀ। ପୁରୀର ସି ବିଚ୍ ଓ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ପର୍ଯଟକ ଦେଶ ବିଦେଶରୁ ଆସନ୍ତି। ତେଣୁ ତିନିଜଣ ମିଶି ଗୋଟେ ଦିନ ପାଇଁ ବୁଲି ଆସିବେ। ପୁଣି କେବେ ଛୁଆମାନଙ୍କର ଭ୍ଯାକେସନ୍ ହେଲେ ଫ୍ଯାମିଲି ନେଇ ସେଠାକୁ ଯିବେ କିଛି ଦିନ ରହି ପୁରୀ ଓ ତା ପାଖାପାଖି ଯାଗା ବୁଲି କରି ଆସିବେ। ତିନିହେ ସମ ସ୍ବରରେ ଡନ୍ କହି ଫୋନ ରଖିଲେ।
ଅମିତ ସନ୍ଧ୍ଯା ପାଞ୍ଚଟାରେ ଭୂବନେଶ୍ବର ଏଆରପୋର୍ଟରେ ପହଞ୍ଚିଗଲା। ପରେ ପରେ ରୋହିତ ଓ ଶ୍ରୀନୀ ବି ପହଞ୍ଚିଗଲେ। ତିନିଜଣ ପରସ୍ପରକୁ ଏତେଦିନ ପରେ ଦେଖି ବହୁତ ଖୁସିରେ କୁଣ୍ଢେଇ ପକାଇଲେ। ଆଗରୁ ହଟେଲ ବୁକ୍ କରି ରଖିଥିଲା ଅମିତ। କଥା ହୋଇଥିଲା ସେଦିନ ରାତିରେ ସେମାନେ ଭୂବନେଶ୍ବରରେ ହୋଟେଲରେ ରେଷ୍ଟ କରି ତା ପରଦିନ ଭୋରରୁ ପୁରୀ ବାହାରିବେ। ଟ୍ଯାକ୍ସି ବାଲାକୁ ତାପରଦିନ ଠିକ୍ ଭୋର ଚାରିଟାରେ ହୋଟେଲ ପହଞ୍ଚିବାକୁ କହିଲା ରୋହିତ। ତାପରେ ରୁମକୁ ଖାଇବା ମଗାଇ ଖାଇସାରିଲା ପରେ ଖୁବ ଗପିଲେ ତିନିଜଣ। କଲେଜ ଇଲେକସନ୍ ଠାରୁ ନେଇ ଗର୍ଲସ ହଷ୍ଟେଲ ର ସବନମ୍ ପୁଣି ଚାକିରୀ ଠାରୁ ନେଇ ଛୁଆ ପିଲାଙ୍କ ବିଷୟରେ। ଏତେ ଦିନପରେ ଦେଖା। ଗପ ସରୁନଥାଏ। କିନ୍ତୁ ଭୋରରୁ ଉଠିବାକୁ ପଡ଼ିବ। ତା ପରଦିନ ଠିକ ସମୟରେ ଟ୍ଯାକ୍ସି ବାଲା ଆସି ପହଞ୍ଚିଗଲା। ତିନିହେଁ ପୁରୀ ପାଇଁ ଯାତ୍ରା ଆରମ୍ଭ କଲେ। ଭୂବନେଶ୍ବରରୁ ପୁରୀ ମାତ୍ର ଘଣ୍ଟାକର ରାସ୍ତା। ସାଢ଼େ ପାଞ୍ଚ ସୁଦ୍ଧା ସେମାନେ ପୁରୀ ପହଞ୍ଚିଗଲେ। ଚାଲ ଫାଷ୍ଟ୍ ସି ବିଚ୍ ଯିବା ସେଠାରେ ସୂର୍ଯ୍ଯଦୋୟ ବହୁତ ସୁନ୍ଦର ଲାଗିବ। ତାପରେ ଠାକୁର ଦର୍ଶନ,ଅମିତ କହିଲା। ଆଉ ଜଳଖିଆ। ମୋତେ ବହୁତ ଭୋକ ଲାଗିଲାଣି ,ଶ୍ରୀନୀ କହିଲା। ହଁ ହଁ ତୋର ପେଟ କଥା ମୁଁ ବୁଝିବି ଶ୍ରୀନୀ ତୁ ବ୍ଯସ୍ତ ହେ ନି, ରୋହିତ ହସି ହସି କହିଲା। ସି ବିଚରେ କିଛି ସମୟ ବସି ସେଇ ପାଖରେ ଥିବା ଗୋଟିଏ ଜଳଖିଆ ଦୋକାନରୁ ତିନିହେଁ ପେଟ ଭରି ପୁରି ଆଳୁଦମ୍ ଖାଇଲେ। ତୋ ପେଟ ପୁରିଲାତ ଶ୍ରୀନୀ, ଅମିତ ପଚାରିଲା। ପେଟ ପୁରିଲା ବଟ୍ ମନ ପୁରିଲାନି। ବହୁତ ଟେଷ୍ଟି ବନିଛି,ଶ୍ରୀନୀ କହିଲା। କିଛି ସମୟ ବିଚରେ ବସି ଗପସପ କଲା ପରେ ଠାକୁର ଦର୍ଶନ କରିବାକୁ ଯିବା ରୋହିତ କହିଲା। ଆନନ୍ଦିତ ମନରେ ବଡ଼ ଦେଉଳରେ ତିନି ଠାକୁରଙ୍କୁ ଦର୍ଶନ କରି ବାହାରକୁ ଆସଲା ପରେ ଶ୍ରୀନୀ କହିଲା ହୋଟେଲରେ ତ ସବୁବେଳେ ଖାଉଛେ ଆଜି ମହାପ୍ରସାଦ ଖାଇବା। ଅମିତ ଓ ରୋହିତ ଶ୍ରୀନୀର କଥା ରାଜି ହୋଇଗଲେ, କିନ୍ତୁ ପ୍ରସାଦ ସେବନର ଏବେ ଟାଇମ ଅଛି ତେଣୁ କିଛି ସମୟ ପୁରୀ ସହର ବୁଲି ଆସିବା ଅମିତ କହିଲା। ମନ୍ଦିରରୁ ବାହାରି ତିନିଜଣ ବଡ଼ଦାଣ୍ଡ ଉପରେ ଚାଲିବାକୁ ଆରମ୍ଭ କଲେ। ଚାଲୁ ଚାଲୁ ରୋହିତ କହିଲା ସତରେ ଆଜି ମନରେ ଭାରି ଶାନ୍ତି ଲାଗୁଛି। ବୟସ ବଢିବା ସହିତ ମଣିଷର ମାନସିକ ଚିନ୍ତାଧାରା ବି ବଦଳି ଯାଏ। ଦିନ ଥିଲା ଆମେ କେବଳ ଟଙ୍କା କେମିତି ଅର୍ଜନ କରିବୁ ସେହି ଚିନ୍ତା କରୁଥିଲୁ କିନ୍ତୁ ଏବେ ଲାଗୁଛି ଦୌଡି ଦୌଡି ଥକିଗଲିଣି। ସେହି ଅଫିସ ,ଘରର ସେହି ରୁଟିନବନ୍ଧା ଲାଇଫ ଆଉ ସମସ୍ତଙ୍କର ଆଶା ଆକାଂକ୍ଷା ପୁରଣ କରୁ କରୁ ଅଣ ନିଶ୍ବାସୀ ଲାଗିଲାଣି। ଏବେ କେବଳ ଟିକିଏ ଶାନ୍ତି ଦରକାର। ଅମିତ କହିଲା ହଁ ତୁ ଠିକ୍ କହିଛୁ। ଏମିତି କଥାବର୍ତ୍ତା କରି କରି ତିନି ଜଣ ଯାକ ଏପଟ ସେପଟ ବୁଲି ବୁଲି ଦେଖୁଥାନ୍ତି। ହଠାତ୍ ରୋହିତ କହିଲା "ଦେଖିଲୁ ସେ ଲୋକଟି ଯିଏ ସେଇ ଅନ୍ଧ ଲୋକଟିକୁ ରାସ୍ତା
ପାରି କରିବାରେ ସାହାଯ୍ଯ କରୁଛି ତା ଫେସ୍ ଟା ରାହୁଲ ପରି ଲାଗୁନି " ? ଅମିତ ଓ ଶ୍ରୀନୀ ସେଆଡକୁ ଚାହିଁ କହିଲେ ରାହୁଲ ମାନେ ରାହୁଲ ସିଂ ଯିଏ କଲେଜରେ ଗୁଣ୍ଡା ଗିରି କରୁଥିଲା। ହଁ ହଁ ସେଇ ରାହୁଲ ,ରୋହିତ କହିଲା। ଦେଖା ଯାଉଛି ନୁହେଁ ସେ ହିଁ ରାହୁଲ ,ଦେଖୁନୁ ତା ବାଁ ହାତରେ ସେଇ ସାପ ର ଟାଟୁ ଟା ଏବେ ବି ଅଛି ଶ୍ରୀନୀ କହିଲା। ଆରେ ସତେ ତ କିନ୍ତୁ ସେ ଏଠି କ'ଣ କରୁଛି ଆଉ ତାର ଗୋଟିଏ ଗୋଡ..., ଅମିତ କହିଲା। ତିନିହେଁ ତା ପାଖରେ ପହଞ୍ଚିଗଲେ। ରୋହିତ ପଛରୁ ତା କାନ୍ଧରେ ହାତ ଦେଇ ଡାକିଲା ରାହୁଲ। ସେ ପଛକୁ ଏକ ଦମସେ ବୁଲିପଡି ଗୋଟେ ସେକଣ୍ଡ ଥମ୍ ହୋଇ ରହିଗଲା ଆଉ ତାପରେ ବହୁତ ଖୁସି ହୋଇ ତିନି ଜଣକୁ କୁଣ୍ଢେଇ ପକାଇଲା। ରୋହିତ,ଅମିତ, ଶ୍ରୀନୀ ତୁମେ ମାନେ ଏଠାରେ ,ରାହୁଲ କହିଲା।ଆମେ ବୁଲିବାକୁ ଆସିଥିଲୁ କିନ୍ତୁ ତୁ ଏଠାରେ ଆଉ ଏଇ ଅବସ୍ଥାରେ, ରୋହିତ କହିଲା। ସବୁ କଥା କ'ଣ ଏଇଠି ଠିଆ ଠିଆ ହେବା ମୁଁ ଏଇ ପାଖରେ ରୁହେ। ସେଠାକୁ ଚାଲ ସମସ୍ତେ ,ରାହୁଲ କହିଲା। ଗଳିର ଟିକିଏ ଭିତରକୁ ରାହୁଲ ରହୁଥିଲା। ଛୋଟ ଘର। ଘରେ ରାହୁଲକୁ ଛାଡି ତିନି ଜଣ ଶାରିରୀକ ଅକ୍ଷମ ପିଲା ଓ ଜଣେ ବୃଦ୍ଧ ଦମ୍ପତି ରହୁଥିଲେ। ଆମ ତିନିଜଣଙ୍କର ପ୍ରଶ୍ନିଳ ଆଖିକୁ ଦେଖି ସ୍ମିତ ହସି ରାହୁଲ ଭିତରକୁ ଆସିବାକୁ କହିଲା। ରୁମ ଭିତରେ ଗୋଟିଏ ବେଡ ଥିଲା ତା ଉପରେ ଆମେ ତିନି ଜଣ ବସି ପଡିଲୁ। ରାହୁଲ ଆମ ତିନିଜଣଙ୍କ ପାଇଁ ତିନି ଗ୍ଲାସ ପିଇବା ପାଣି ଆଣିଦେଲା। ତାପରେ ଆରମ୍ଭ କଲା ତା ଜୀବନର ଉତଥାନ ପତନର କାହାଣୀ।
କଲେଜରେ ମୁଁ କେମିତି ଥିଲି ତା ତୁମେ ସବୁ ଜାଣିଛ। କ୍ଯାମ୍ପସ୍ ରେ ମୋର ସିଲେକସନ୍ ହୋଇପାରିଲାନି। ଅନ୍ଯ ଆଡେ ଟ୍ରାଏ କଲି ବଟ୍ ସେମତି କିଛି ଫଳ ମିଳିଲାନି। ଏପଟେ ବିଭିନ୍ନ କୁସଙ୍ଗରେ ପଡି ବାପା ଯାହା ସଞ୍ଚୟ କରି ରଖିଥିଲେ ସବୁ ଉଡେଇ ଚାଲିଲି। ବାପା,ମାଆ ବହୁତ ବୁଝାଇଲେ କିନ୍ତୁ କିଛି ଲାଭ ହେଲାନି। ବିବାହ କଲେ ଦ୍ବାୟିତ୍ବ ଆସିଲେ ସବୁ ଠିକ୍ ହୋଇଯିବ ଭାବି ବାପା ମୋର ବିବାହ କରିଦେଲେ। ବିବାହର ଦୁଇବର୍ଷ ପରେ ଗୋଟେ ପୁଅ ବି ହେଲା,କିନ୍ତୁ ମୋର ନେଚରରେ କିଛି ବି ବଦଳିଲାନି। ସେଇ ଦୁଃଖରେ ଧିରେ ଧିରେ ମାଆ ଓ ପରେ ପରେ ବାପା ରୋଗାଗ୍ରସ୍ତ ହୋଇ ମୋତେ ଛାଡି ସବୁଦିନ ପାଇଁ ଚାଲିଗଲେ। ଖାଇ ବସିଲେ ନଈ ବାଲି ସରେ ପରି ଆସ୍ତେ ଆସ୍ତେ ବାପାଙ୍କର ସବୁ ସଞ୍ଚିତ ଅର୍ଥ ସରିଆସିଲା। ମୁଁ ଧାର କରଜରେ ବୁଡିଗଲି। ସ୍ତ୍ରୀ ବହୁତ ବୁଝାଇଲେ ତା ଉପରକୁ ବି ହାତ ଉଠାଇଲି। ବୋଧହୁଏ ଭଗବାନ ମୋ ପାପ ଆଉ ସହି ପାରିଲେନି। ଦିନେ ସ୍ତ୍ରୀ ଆଉ ପୁଅକୁ ନେଇ କାରରେ ଯାଉଥିଲା ବେଳେ ଗୋଟିଏ ଭୟଙ୍କର ଆକସିଡେନ୍ଟରେ ସ୍ତ୍ରୀ ଓ ପୁଅ ମୋତେ ସବୁଦିନ ପାଇଁ ଛାଡି ଚାଲିଗଲେ। ଏତିକିରେ ବି ମୋର ଦଣ୍ଡ ସରିଲାନି। ସେ ଆକସିଡେନ୍ଟରେ ମୁଁ ମୋର ଗୋଟିଏ ଗୋଡ ହରାଇଲି। ଠିକ୍ ହୋଇ ବହୁତ ଦିନ ପରେ ଘରକୁ ଫେରିଲି। ଧାର କରଜ ସୁଝି ନପାରିବାରୁ ଘର ଗାଡି ସବୁ ନିଲାମ ହୋଇଗଲା। ଏମିତି ଏଇ ଆଶା ବାଡ଼ିକୁ ଧରି ଚାଲି ଚାଲି ଷ୍ଟେସନରେ ପହଞ୍ଚିଲି। ଇଚ୍ଛା ହେଉ ଥାଏ ଟ୍ରେନ ତଳେ ଜୀବନ ହାରିଦେବି। ଏମିତି ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଦେଖିଲି କିଛି ଦୂରରେ ଛୋଟ ଛୁଆଟେ ଅନ୍ଧ। ଜୋତା ପାଲିସ କରୁଥାଏ। ସେହି ଛୋଟ ଛୁଆ ଠାରୁ ସେଦିନ ମୁଁ ଶିଖିଲି ସଂଘର୍ଷ କରି ଜୀବନରେ ବଞ୍ଚିବା। ପକେଟରେ କିଛି ଟଙ୍କା ଥଲା ଛୁଆଟିକୁ ସାଙ୍ଗରେ ନେଇ ଟ୍ରେନରେ ବସିଲି ଆଉ ଆସି ଏଇ ସହର ପୁରୀରେ ପହଞ୍ଚିଲି। ଧୀରେ ଧୀରେ ଛୋଟ ମୋଟ କାମ କରିବା ଆରମ୍ଭ କଲି। ଏଇ ଛୋଟ ଛୁଆମାନଙ୍କର କେହି ନାହାନ୍ତି। ସ୍କୁଲ ଯିବା ବୟସରେ ମୂଲ ଲାଗି ପେଟ ପୋଷୁଥିଲେ ମୁଁ ସେମାନଙ୍କୁ ପାଠ ପଢ଼ଉଛି। ଆଉ ଏହି ଯେଉ ବୃଦ୍ଧ ଦମ୍ପତି ନିରାଶ୍ରୟା ହୋଇ ଭିକ ମାଗି ଚଳୁଥିଲେ। ମୋତେ ନିଜ ପୁଅ ପରି ଭାବି ମୋ ପାଖରେ ରହିଛନ୍ତି। ଭାବିଲି ବାପା,ମାଆଙ୍କର କିଛି ସେବା କରିପାରିଲିନି। ଏହି ଅସହାୟଙ୍କ ପାଇଁ କିଛି କରିପାରିଲେ କାଳେ ମୋର କିଛି ପାପ କମିଯିବ। ଏତିକି କହିସାରି ରାହୁଲ ଚୁପ ହୋଇଗଲା। ତୁମେମାନ ବସ ମୁଁ ଟିକେ ସେ ମଉସାଙ୍କୁ ମେଡିସିନ୍ ଦେଇକି ଆସୁଛି କହି ରାହୁଲ ସେ ରୁମରୁ ବାହାରକୁ ଗଲା। ଆମେ ତିନିହେଁ ପରସ୍ପରକୁ ଚାହିଁଲୁ କାହା ମୁହଁରୁ କିଛି ଭାଷା ବାହାରୁନଥାଏ। ଏତିକି ବେଳେ ମୋର ଦୃଷ୍ଟି କାନ୍ଥରେ ରେ ଟଙ୍ଗା ଯାଇଥିବା ଗୋଟିଏ କାଗଜ ବୋର୍ଡ ଉପରେ ପଡିଲା। ସେଥିରେ କିଛି ଲେଖା ହୋଇଥିଲା। ମୁଁ ରୋହିତ ଓ ଶ୍ରୀନୀ କୁ ଇସାରା କଲି ସେପଟେ ଦେଖିବା ପାଇଁ। ସେଥିରେ ଲେଖା ହୋଇଥିଲା ଓଡ଼ିଶାର ପ୍ରଖ୍ଯାତ ସନ୍ଥ କବି ଭିମ ଭୋଇଙ୍କର ରଚନା।
" ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାତ ହେଉ।"
ରାହୁଲ ଆସିଲା। ଆମେ ତିନି ଜଣ ତା ସହିତ ହାତ ମିଳାଇ ଯିବାକୁ ବାହାରିଲୁ। ସେ ଆଉ କିଛି ସମୟ ରହିବା ପାଇଁ କହୁଥିଲା କିନ୍ତୁ ଆମ ପାଖରେ ସମୟ କମ୍ ଥିଲା। ଆସିଲା ବେଳେ ଆମେ କିଛି କଛି ଟଙ୍କା ସାହାଯ୍ଯ କରିବାକୁ ଚାହିଁଥିଲୁ। ରାହୁଲ ବିଲକୁଲ ରାଜି ହେଲାଣି। ତେଣୁ ଆମେ ତାକୁ ଆଉ ବାଧ୍ଯ ନକରି ପୁଣି ଆସିଲେ ଦେଖା ହେବ କହି ବିଦାୟ ନେଲୁ। ଆମର ଫ୍ଲାଇଟ୍ ସାତରୁ ଆଠଟା ଭିତରେ ଥିଲା ତେଣୁ ଆମେ ଆଉ ଲେଟ ନକରି ମହାପ୍ରସାଦ ଖାଇଲା ପରେ ଟ୍ଯାକ୍ସି ଧରି ଭୂବନେଶ୍ବର ଫେରିଆସିଲୁ। କାରରେ ସମସ୍ତେ ଚୁପଚାପ ଥାଉ। ' କ'ଣ ଭାବୁଛୁ ଅମିତ,' ରୋହିତ କହିଲା। କିଛି ନାହିଁ ଏଇ ରାହୁଲ କଥା ଭାବୁଥିଲି। ଏହାକୁ କହନ୍ତି ଡେଷ୍ଟନି। କୋଉଠୁ ନେଇ କୋଉଠିକି ପହଞ୍ଚେଇ ଦେବ। ହଁ ତୁ ଠିକ କହୁଛୁ। ରତ୍ନାକର ରୁ ବାଲ୍ମୀକି ହେଲା ପରି ତାର ଏଇ ରୁପାନ୍ତର,ଶ୍ରୀନୀ କହିଲା। ସତରେ ଆଜି ତା ପାଇଁ ମନେ କେବଳ ଗୁଡ୍ ଉଇସେସ ହିଁ ଆସୁଛି। ଭଗବାନ ତାକୁ ଭଲରେ ରଖନ୍ତୁ, ରୋହିତ କହିଲା। ଆମ ଟ୍ଯାକ୍ସି ଇତି ମଧ୍ଯରେ ଭୂବନେଶ୍ବର ଏୟାରପୋର୍ଟ ପହଞ୍ଚି ସାରିଥିଲା। ପୁଣି ଥରେ ମିଳନର ପ୍ରତିଶୃତି ସହ ପରସ୍ପରକୁ ଆଲିଙ୍ଗନ କରି ଆମେ ତିନିହେଁ ଆମର ଗନ୍ତବ୍ଯ ପଥରେ ଆଗେଇଲୁ।
