ଗଳ୍ପ ଓ କବିତା
ଗଳ୍ପ ଓ କବିତା
ଗଳ୍ପର ବୟସ ହୋଇ ଯାଇଥିଲା। ସେ ବିବାହ ପାଇଁ ଯୋଗ୍ଯ ବିବେଚିତ ହୋଇଗଲା ତ ଘର ଲୋକେ ଝିଅର ସନ୍ଧାନରେ ଲାଗି ପଡି଼ଲେ। ଗଳ୍ପ ଆଜି ଜଣେ ବ୍ଯାଙ୍କ ମ୍ଯାନେଞ୍ଜର ପଦବୀରେ ଅଳଙ୍କୃତ। ବହୁତ ଦିନ ସହରରେ ରହିବା ପରେ ଗାଁ'କୁ ଫେରୁଛି। ସେ ଗାଁ'ର ଭିତରକୁ ପ୍ରବେଶ କରିବା ପୂର୍ବରୁ ବେଲପାହାଡ଼ ପାଦ ଦେଶରେ ଅଟକି ଗଲା। ଯେଉଁଟି ବସନ୍ତର ହାଟ ବସିଥିଲା। ବେଲପାହାଡ଼ ନିଜର ଦେହକୁ ଅପୂର୍ବ ଶୋଭାରେ ସଜେଇ ହୋଇ ମୁଣ୍ଡଟେକି ଠିଆ ହୋଇଥିଲା। କୁମୁଟିଆ ନଦୀର କୁଳୁକୁଳୁ ଡାକ ମନ ଗହନକୁ ଛୁଇଁ ଯାଉଥିଲା। ମନ୍ଦମନ୍ଦ ସମୀରଣ ଦେହ ଓ ମନକୁ କାମନା ଜାଗ୍ରତ କରୁଥିଲା। ଗଳ୍ପ ତାର ହୃଦୟ କୋଣରେ ଭିନ୍ନଭିନ୍ନ ପକ୍ଷୀଙ୍କ ସ୍ବରରେ ନିଜ ଚଗଲା ମନଟିକୁ ତରଳାଇ ଦେଲା। ସେ ନିଜ ବାଇକକୁ ଠିଆ କରିଦେଇ ଚାଲିଗଲା ସେଇ ପାଦ ଦେଶକୁ ଯେଉଁଠି ପ୍ରାକୃତିକ ଶୋଭା ପସରା ମେଲେଇ ବସିଥିଲା।
ଗଳ୍ପ ଠିଆ ହୋଇ ଦେଖିଲା ଦୂରରେ ଝିଅଟିଏ ନାଚୁଛି। ଦେହର କପଡା଼ ପବନରେ ଉଡିଯାଇ ଦୂରକୁ ଚାଲି ଯାଉଛି ତଥାପି ଏମିତି କାମନା ଜ୍ଜାଳାରେ ସଢି଼ ମରୁଛି କି କ'ଣ? କୌଣସି ଆଡ଼କୁ ତାର ନଜର ହିଁ ନାହିଁ। ଦେହର ଉତ୍ତରୀୟଟି ଉଡି଼ ଆସି ଗଳ୍ପର ମୁହଁରେ ବିଚ୍ଛେଇ ହୋଇଗଲା। ଆହା ! କି ପଦ୍ମଗନ୍ଧ। ହୃଦୟ କନ୍ଦରଟି ଗଳ୍ପର ଟାଣି ହୋଇଗଲା ସେଇ ଝିଅଟି ପାଖକୁ ହେଲେ ଅଜଣା ଅଚିହ୍ନା ଝିଅକୁ କିଛି କହିବାର ସାହସ କରି ପାରିଲା ନାହିଁ କେବଳ ତନ୍ମୟ ହୋଇ ଏକ ଲୟରେ ଅନେଇ ରହିଲା ଯିଏ ବସନ୍ତର ଅପୂର୍ବ ଶୋଭାକୁ ଦେଖି କାମନା ଜ୍ଜାଳାକୁ ଶାନ୍ତ କରିବା ପାଇଁ ନାଚି ଯାଉଥିଲା।
ହଠାତ୍ ଝିଅଟର ଦେହ ଓ ମନ ହୋସକୁ ଆସିଲା। ସେ ଦେଖିଲା ତାର ଉତ୍ତରୀୟଟି ପାଖରେ ହିଁ ନାହିଁ। କୁଆଡେ଼ ଗଲା? ମୃଗୁଣୀ ପରି କନକନ ହୋଇ ସବୁଆଡେ଼ ଅନେଇଲା ଦେଖିଲା ଦୂରରେ ସୁଠାମ ଯୁବକଟିଏ ଯିଏ ତାର ଉତ୍ତରୀୟକୁ ହାତରେ ଧରିଛି। ଲଜ୍ଜାକୁ ଘୋଡେ଼ଇଥିବା ଉତ୍ତରୀୟଟି ଅବଶ୍ଯ ଆଣିବାକୁ ହେବ ନ ହେଲେ ତାର ବାପା,ଭାଇ ଓ ଘର ପରିବାରଙ୍କ ପ୍ରଶ୍ନର ଉତ୍ତରକୁ ଦେବା କାଠିକର ପାଠ ହୋଇଯିବ। ଝିଅଟି ମୁଖ ତଳକୁ କରି ପାଖକୁ ଆସି ଉତ୍ତରୀୟଟି ଦେଇ ଦେବାକୁ ଅନୁରୋଧ କଲା ତ ଗଳ୍ପ ଦେବା ପୂର୍ବରୁ କହିଲା,"ଆଛା ! ତୁମ ନାମଟି ତ ଆଗ କୁହ?" ମୁହଁକୁ ପୋତି ଧୀର ଅଥଚ ନମ୍ର ଭାବରେ ଝିଅଟି କହିଲା,"ଆଜ୍ଞା ! ମୋର ନାମ କବିତା।" ଏତିକି କହି ଯେମିତି ତାର ତଣ୍ଟି ଅଠା ହୋଇଗଲା। ସେ କୌଣସି କିଛି କହି ନ ପାରି କେବଳ ପାକୁପାକୁ ହିଁ ହେଲା ତ ଗଳ୍ପ ନିଜ ଗାଡି଼ରୁ ପାଣି ବୋତଲକୁ ଆଣି ପାଣି ପିଆଇଲା ଓ ମୁହଁରେ ଛାଟିଲା। କବିତାର ଯେବେ ପୂରା ହୋସକୁ ଆସିଲା ତ ସେ ଗଳ୍ପର କୋଳରେ ମୁଣ୍ଡକୁ ଥୋଇଛି। ଗଳ୍ପ ତାର ମୁଣ୍ଡକୁ ଆଉଁସି ଚାଲିଛି। କବିତା ଲଜ୍ଜାରେ ଝାଉଁଳି ପଡି଼ଲା ଓ ମୁଣ୍ଡକୁ ଉଠାଇ ଠିଆ ହୋଇଗଲା। ଗଳ୍ପ କବିତା ପାଖରୁ ପୂରା ଠିକଣା ପଚାରିଲା ତ ନ କହିବାକୁ କବିତାର ଚାରା ହିଁ ନ ଥିଲା।
ଏଥର କବିତା ଦୌଡି଼କି ଘରକୁ ପଳେଇଲା। ନିଜର ମନ ଓ ହୃଦୟକୁ ସେହିକ୍ଷଣି ହିଁ ଗଳ୍ପର ପାଦରେ ସମର୍ପି ସାରିଥିଲା। ତାକୁ ପାଇବାକୁ ଯେମିତି ଡହଳ ବିକଳ ହେଲା ହେଲେ କହି ପାରୁଛି ନା ସହି ପାରୁଛି? କେବଳ ଈଶ୍ବରଙ୍କୁ ଡାକୁଛି ତାର ଇଛା ଓ ଆଶା ସଫଳ କରେଇ ଦିଅନ୍ତୁ। ଗଳ୍ପ ଘରେ ନ ପହଞ୍ଚୁଣୁ ତାର ମାଆ ପାଣି ଲୋଟାଏ ଗୋଡ଼ ଧୋଇବାକୁ ଦେବ କଣ? କହି ଉଠିଲା,"ଗଳ୍ପ ! ତୋର ବିବାହ ପାଇଁ ଆମେ ଚାହୁଁଛୁ। ତୁ କହ ତ ଯଦି କେଉଁଠି ନିଜର ମନଲାଖି ଝିଅଟେ ଦେଖିଛୁ ଯଥାଶୀଘ୍ର ଜଣା ନ ହେଲେ ଆମେ ଯାହାକୁ ଚାହିଁବୁ ତାକୁ ତୋର ସହ ବିବାହ କରେଇ ଦେବୁ।" ଏ କଥା ଶୁଣି ବାପା କହିଲେ,"କଲ୍ଯାଣୀ ! ଏତେ ବ୍ଯସ୍ତ ହେଉଛ କାହିଁକି? ଗଳ୍ପ କେତେ ଦିନରେ ଘରକୁ ଆସିଛି ତାକୁ ପାଣି ଦେଇ ଗୋଡ଼କୁ ଧୋଇବାକୁ ତ କୁହ? ଖାଇବା ହୋଇସାରୁ ବସିକି କଥାବାର୍ତ୍ତା ହେବାନି?" ଏଥର କଲ୍ଯାଣୀ ବୁଝିଗଲା ମାଆ ହୋଇ କିପରି ଯେ ପୁଅର ଖାଇବା ଦେବାକୁ ଭୁଲିଗଲା। ସେ ତରତର ହୋଇ ପାଣି ଦେଇ ଖାଇବା ବାଢି଼ ଡାକ ଛାଡିଲା,"ଗଳ୍ପ ! ଖାଇବା ବାଢି଼ ସାରିଲିଣି ଆସନ ପକାଇ ଦେଇଛି ବସ। ମୁଁ ଖାଇବା ନେଇକି ଯାଉଛି।" ଗଳ୍ପ ଖାଇବା ବେଳେ ବାପା ଓ ମାଆ ପୁଅର ଆଗମନରେ ଏତେ ଆନନ୍ଦିତ ଯେ କହିଲେ ନ ସରେ। ସେମାନେ ଦୁହେଁ ପାଖରେ ବସି ଏତେ ପ୍ରଶ୍ନ କଲେ ଯେ ଗଳ୍ପ ଗୋଟିଏ ବି ଉତ୍ତର ଦେବାକୁ ଅସମର୍ଥ ହେଲା ଶେଷରେ କହିଲା,"ମାଆ ! ତୁମେ ଏବେ ପିକନପୁର ଆମର ସେ ପଡୋ଼ଶୀ ଗାଁ'କୁ ଯାଅ ସେଠାରେ ସୌରଭ ରାଉତଙ୍କ ଝିଅ କବିତାକୁ ମୁଁ ବାହା ହେବି। ତୁମେ କେବଳ ଦେଖି ଆସ ହଁ,କୌଣସି ଗଣନା ଫଳନା ବନ୍ଦ କରିବ କେବଳ ଗଲେ ଗୋଟିଏ ପ୍ରଶ୍ନ କରିବ କି ମୋର ପୁଅ ଗଳ୍ପ ସହିତ ଆପଣଙ୍କ ଝିଅ କବିତାର ବିବାହ ଚାହୁଁଛୁ ଆପଣ ହଁ,କହିବେ ତ ବସିବୁ ନ ହେଲେ ଏବେ ଖସିବୁ ଜାଣ।" ଟିକିଏ ରହି ପୁଣି କହିଲା,"ମାଆ ! କୌଣସି ଯୌତୁକ ମଧ୍ଯ କହିବ ନାହିଁ କେବଳ କବିତାକୁ ଚାହୁଁଛୁ ବୋଲି କହିବ,ବାସ।"
ଏଥର କଲ୍ଯାଣୀର ଆନନ୍ଦ କହିଲେ ନ ସରେ ଆସନରୁ ଉଠି ସ୍ବାମୀଙ୍କ ସହ ସିଧା ଚାଲିଲେ ସୌରଭ ରାଉତଙ୍କ ଘରକୁ ଯାଇ ଗୋଡ଼ ହାତ ନ ଧୋଇ ହେଉଣୁ ଗଳ୍ପର କଥା ଅନୁସାରେ ପ୍ରଶ୍ନ କଲେ ତ ସୌରଭ ରାଉତ ହସି ପକେଇ କହିଲା,"ସମୁଦୁଣୀ ! ହଁ,ମୋ ଝିଅ କବିତା ସହ ବିବାହ ଅବଶ୍ଯ ହେବ।" ଏଥର କଲ୍ଯାଣୀ ଗୋଡ଼ ଧୋଇବା ଠାରୁ ଖାଇବା ଯାଏଁ ସବୁକାମ କରି ଆନନ୍ଦରେ ନାଚି ଉଠିଲେ ଓ ଘରକୁ ଆସି ମାତ୍ର ପାଞ୍ଚ ଦିନରେ ବିବାହ କାର୍ଯ୍ଯ ସମ୍ପନ୍ନ କରାଇଲେ। କବିତାର ପରିବାର ଆର୍ଥିକ ସ୍ବଚ୍ଛଳତା ନ ଥିଲା ଏଣୁ ଗଳ୍ପ ଯାବତୀୟ ଜିନିଷ ପତ୍ର ଗୋଟିଏ ବଡ଼ ଟ୍ରକରେ ଲଦା ହୋଇ କବିତାର ଘର ଆଗରେ ଠିଆ କରେଇଲା ଓ ତାହା କବିତା ସ୍ବାମୀ ଘରେ ପହଞ୍ଚିବା କ୍ଷଣି ଏ ଟ୍ରକରେ ଲଦା ଜିନିଷ ମଧ୍ଯ ପହଞ୍ଚିଲା। କଲ୍ଯାଣୀର ଦେହ ଓ ମନ ପୂରି ଉଠୁଥିଲା। ମାଆ ହେବାର ଗର୍ବ ଓ ଗୌରବକୁ କାହାକୁ ଯେ ବାଣ୍ଟିବ ଏଇ ଭାବନା ଭିତରେ ଆନନ୍ଦରେ କେବଳ ଆଖିରୁ ଲୁହ ଗଡେ଼ଇଲା।
ବିବାହ,ଭୋଜି ଓ ପରେ ଚତୁର୍ଥୀ ରାତିରେ ଗଳ୍ପ କବିତା ମୁଣ୍ଡର ଓଢ଼ଣୀକୁ ଟାଣି ଆଣିଲାତ ସେଇ ପଦ୍ମଗନ୍ଧର ମହକ। ହୃଦୟ କୋଣରେ ସୃଷ୍ଟି ହେଲା କାମନାର ମାଦକତା ସାରା ରାତି କାମନା ବାଣରେ ଅତୀଷ୍ଟ ହୋଇ ସନ୍ତୁଷ୍ଟ ହେଲେ ଦୁହେଁ ତ ସକାଳେ ପରସ୍ପର ମୁହଁକୁ ସୁଦ୍ଧା ଚାହିଁବାକୁ ଲଜ୍ଜାବୋଧ କରୁଥିଲେ। କଲ୍ଯାଣୀ କବିତାର ସବୁ ଯତ୍ନ ଓ ସେବା ଏମିତି କଲେ ଯେ କବିତା ନିଜକୁ ଦୋଷୀ ଦୋଷୀ ସ୍ବୀକାର କଲେ। ଯାହା ସେ ନିଜେ କରି ସଭିଙ୍କର ସୁଖ ଓ ସନ୍ତୋଷ କରିବାର କଥା ଶାଶୂ ମାଆ କରୁଥିବାରୁ ସେ ଦିନ ଜୋର କରି କହିଲେ,"ମାଆ ! ମୋର କାମ ମୋତେ କରିବାକୁ ଦିଅନ୍ତୁ ଅନ୍ଯଥା ମୋତେ ଭଲ ଲାଗିବ ନାହିଁ।" ଏଥର କଲ୍ଯାଣୀ ନିଜ କାମରେ ଏକ ପ୍ରକାର ଅବସର ଗ୍ରହଣ କରିନେଲେ। କବିତା ସବୁ କାମ ନିଜେ କରି ଘର ପରିବାରକୁ ସୁଖ ଓ ସନ୍ତୋଷରେ ରଖିବାକୁ ଅଣ୍ଟା ଭିଡି଼ଲା।
ଚାରିଆଡେ଼ ବସନ୍ତର ରାଜୁତି। ଅପୂର୍ବ ଶୋଭାରେ ପ୍ରକୃତି ସଜେଇ ଦେଇଛି ଧରଣୀରାଣୀକୁ ତ ଗଳ୍ପ ସେଦିନ ସଞ୍ଜବେଳେ ନେଇଗଲା ବୁଲେଇ ସେଇଠିକି ଯେଉଁଠି ତାର ପ୍ରଥମ ପ୍ରେମ ଉଚ୍ଛୁଳି ଉଠିଥିଲା। ଦୀର୍ଘ ଭବିଷ୍ଯତ ଗଠନ କରିବାରେ ସହାୟକ ହୋଇଥିଲା। ଗଳ୍ପ ଗାଡି଼ରୁ ଓହ୍ଲାଇ ଦେଇ କବିତାକୁ ଭିଡି଼ ଧରିଲା ତ କବିତା କହିଲା,"ସ୍ବାମୀ ! ଏମିତି କାହିଁକି? କିଏ କୁଆଡେ଼ ଦେଖିନେବେ ତ?" ଗଳ୍ପ କହିଲା,"କବିତା ! ସେ ଦିନ ତ ତୁମେ ଏମିତି ହିଁ ଉଚ୍ଛୁଳି ଉଠୁଥିଲ ସମୁଦ୍ର ତରଙ୍ଗ ପରି କାମନାରେ ଜରଜର ହୋଇ।" କବିତା କଣ ସବୁ କହିବାକୁ ଯାଉଥିଲା ହଠାତ୍ ପିକନପୁରର ଗ୍ରାମର ଲୋକେ ପାଖକୁ ଆସିଗଲେ ଗଳ୍ପ ଓ କବିତାର ଯୋଡି଼କୁ ଦେଖି ଅତ୍ଯନ୍ତ ସନ୍ତୋଷ ସହ କଥାବାର୍ତ୍ତା ପରେ ଏ ଦୁହିଁଙ୍କୁ ଛାଡି ଚାଲିଗଲେ। ଦୂରରୁ ଭାସି ଆସୁଥିଲା ପକ୍ଷୀଙ୍କ କାକଳି ଫୁଲମାନେ ସୁଗନ୍ଧିତ ହୋଇ ନାଚୁଥିଲେ। ବେଲପାହାଡ଼,କୁମୁଟିଆ ନଦୀ ଓ ଦୂର ଦିଗବଳୟର ରୂପ ଦେଖୁଦେଖୁ ସଞ୍ଜ ହୋଇଗଲା। ଦୁହେଁ କୋଳାକୋଳି,ଝାଡି଼ଝୁଡି଼ ଓ ଧୁଆଧୋଇ ହୋଇ ଘରକୁ ଫେରି ଆସିଲେ।
କଲ୍ଯାଣୀ ଦେବୀ କିନ୍ତୁ ପୁଅ ଓ ବୋହୂଙ୍କ ଆସିବା ବାଟକୁ ଅନେଇଁ ରହିଥିଲେ।

