ଅଗଷ୍ଟ ପନ୍ଦର
ଅଗଷ୍ଟ ପନ୍ଦର
ରାତି ପାହିଲେ ଅଗଷ୍ଟ ପନ୍ଦର। କୁନିର ତର ନାହିଁ। ରାତି ପାହାନ୍ତାରୁ ଉଠି ନିଜର ନିତ୍ୟକର୍ମ ସାରି ଗାଧୋଇ ପଡ଼ି ନୂଆ ଫ୍ରକ୍ ପିନ୍ଧି ଫୁଲ ତୋଳିବାକୁ ବାହାରି ଗଲା। ସେ ତରତର ହୋଇ ଫୁଲ ତୋଲୁଛି ତ ହଠାତ୍ ଗୋଟିଏ ଗଖୋର ସାପର ଫୁତ୍କାର ଶୁଣିଲା। କୁନି ବିଲକୁଲ ଡରିଗଲା ନାହିଁ। ପାଖକୁ ଯାଇ କହିଲା,"ସାପ ଭାଇ ! ମୋତେ ଡରାଇବାକୁ ଇଚ୍ଛା ନା ମୃତ୍ୟୁର କୋଳରେ ଶୁଆଇ ଦେବାକୁ ଇଚ୍ଛା? ଯଦି ଡରାଇବାକୁ ଚାହୁଁଛୁ ତ ମୁଁ ମୋଟେ ଡରିବି ନାହିଁ ଆଉ ଯଦି ମୃତ୍ୟୁର କୋଳରେ ଶୁଆଇବାକୁ ଚାହୁଁଛୁ ତ ଟିକିଏ ଅପେକ୍ଷା କର। ମୋତେ ଭାରତ ମାଆଙ୍କ ପାଇଁ କିଛି କରିବାକୁ ଦିଅ। ଆଜି ଅଗଷ୍ଟ ପନ୍ଦର ଭାରତ ମାତା ବିଦେଶୀ ଶାସନରୁ ମୁକ୍ତି ପାଇଛନ୍ତି। ତାଙ୍କୁ ମୋର ଅନନ୍ତ କୋଟି ପ୍ରେମ,ଭକ୍ତି,ପ୍ରଣାମ,ସମ୍ମାନ ଆଉ ପୂଜାପାଠ କରିବାର ଅଛି ଅଥଚ ତୁମେ ମୋତେ ଭୟଭୀତ କରାଉଛ କାହିଁକି?"
ଗାଖୋର ସାପଟି କୁନିର କଥାକୁ ବିଲକୁଲ ମନକର୍ଣ୍ଣ ଦେଇ ଶୁଣିଲା। ସେ ଫୁତ୍କାର କରି ଭୟଙ୍କର କଥା ପଦେ କହିଲା,"କୁନି ! ଆଜି ମୋର ହାତରୁ ତୋର ମୃତ୍ୟୁ ହେବା ସ୍ବାଭାବିକ କିନ୍ତୁ ଯେବେ ଭାରତ ମାତାଙ୍କ ପାଇଁ କିଛି କରିବାକୁ ଚାହୁଁଛ ଅବଶ୍ୟ ତୁମକୁ ଛାଡ଼ିଦେଇ ଚାଲି ଯାଉଛି କିନ୍ତୁ ସାବଧାନ ଯେବେ ଭାରତ ମାତାଙ୍କୁ ସେବା କରି ସାରିବ ଅବଶ୍ୟ ଫେରିଆସି ଏଠାରେ ମୋତେ ଦେଖା କରିବ। ମୁଁ ତୁମର ଜୀବନ ନେବି ଅନ୍ୟଥା ମୃତ୍ୟୁର ଦେବତା ଯମଙ୍କ ପାଖରେ ଅସତ୍ୟ ହିଁ ହୋଇଯିବି।" କୁନି ସାପର ଭାବକୁ ବୁଝିଗଲା। ସଂସାରରେ ଏହି ତ ନିୟମ ମୃତ୍ୟୁ ତ ସମସ୍ତଙ୍କୁ ଆସେ ତେବେ ଭୟ କାହିଁକି? ସେ ଶପଥ କରି କହିଲା,"ସାପଭାଇ ! ତୁମେ ନିଶ୍ଚିତ ରୁହନ୍ତୁ। ମୁଁ କେବଳ ଭାରତ ମାତାଙ୍କ ପ୍ରତି ପ୍ରଣାମ ଆଉ ସମ୍ମାନ ଦେଇ ହିଁ ତୁମ ପାଖକୁ ଫେରି ଆସିବି।" ବାସ୍! ଏତିକି କଥା ସରି ନାହିଁ ଗଖୋର ସାପଟି ସେଠାରୁ ଚାଲିଗଲା କୁନି ବଡ଼ ଆନନ୍ଦ ଓ ଉତ୍ସାହ ସହକାରେ ନିଜ ଚାଙ୍ଗୁଡ଼ିରେ ଫୁଲ ତୋଳି ସିଧା ବିଦ୍ୟାଳୟକୁ ଚାଲିଗଲା। ସେ ଯାଇ ବିଦ୍ୟାଳୟ ପ୍ରାଙ୍ଗଣ ଝାଡୁମାରି ପୂରା ପରିବେଶ ସଫା କଲା। ପ୍ରଧାନ ଗୁରୁଜୀଙ୍କ ସହ ସପ୍ରେମରେ କାମ କରି ପତାକାକୁ ବାନ୍ଧି ଖୁଣ୍ଟିକୁ ଠିଆ କରେଇଲା। ସମସ୍ତ ଭାଇ ଭଉଣୀ ଧାଡ଼ିରେ ଠିଆ କରେଇ ପ୍ରଭାତ ଫେରି ସହ ବିଦ୍ୟାଳୟକୁ ଫେରି ଆସିଲା। ବିଦ୍ୟାଳୟରେ ବିଭିନ୍ନ ଭାଇ ଭଉଣୀ ପରି ସେ ମଧ୍ୟ ଭାଷଣ, ଦେଶାତ୍ମବୋଧକ ସଙ୍ଗୀତ,ପ୍ୟାରେଡ ଓ ଯୋଗରେ ଭାଗ ନେଲା। ବଡ଼ ଆଶ୍ଚର୍ଯ୍ୟ କଥା ଏହି କି କୁନି ଆଜି ସବୁ ପ୍ରତିଯୋଗିତାରେ ପ୍ରଥମ ହିଁ ହୋଇ ପୁରସ୍କୃତ ହେଲା। ଉପସ୍ଥିତ ଗ୍ରାମବାସୀ ସହ ବିଦ୍ୟାଳୟ କମିଟି କୁନିକୁ ଭୂରିଭୂରି ପ୍ରଶଂସା କଲେ ଓ ବିଭିନ୍ନ ଉପହାର ଦେଲେ। ପ୍ରଧାନ ଗୁରୁଜୀ କୁନିକୁ କୁଣ୍ଢାଇ ପକାଇ ଆନନ୍ଦରେ ଗଦଗଦ ହୋଇ କହିଲେ,"କୁନି ! ଆଜି ପରି ଯଦି ସବୁଦିନ ଏହିପରି ନିଷ୍ଠାର ସହ କର୍ମ ସମ୍ପାଦନ କରିବୁ ଭବିଷ୍ୟତ ଅବଶ୍ୟ ଉଜ୍ଜମୟ ହେବ ହିଁ ହେବ। ଅନ୍ୟ ଗୁରୁମା ଓ ଗୁରୁଜୀଗଣ ମଧ୍ୟ କୁନିର ମୁଣ୍ଡ ଆଉଁସି ଆଶୀର୍ବାଦ ଓ କଲ୍ୟାଣ ସହିତ ଭବିଷ୍ୟତର ଚଲାପଥ କୁସୁମିତ ପାଇଁ ଭାରତ ମାତାଙ୍କ ପାଖରେ କୋଟି ପ୍ରାର୍ଥନା କଲେ।
ମିଷ୍ଠାନ୍ନ ବଣ୍ଟନ ସରିଲା। ସଭିଏଁ ନିଜ ନିଜ ଘରକୁ ଚାଲଗଲେ ହେଲେ କୁନି ବିଲକୁଲ ନିଜ ଘରକୁ ନ ଯାଇ ସିଧା ଚାଲିଲା ସେଇ ମନ୍ଦାର ଫୁଲଗଛ ପାଖକୁ ଯେଉଁଠି ଗଖୋର ସାପଟି କୁନିକୁ ବିଲକୁଲ ଆସିବା ପଥକୁ ଅପେକ୍ଷା କରିଥିଲା। କୁନି ପାଖକୁ ଯାଇ ନିଜର ଦେହ ଓ ମନକୁ ସାପ ପାଖରେ ସମର୍ପଣ କରି କହିଲା,"ସାପଭାଇ ! ମୁଁ ଆସିଗଲି ଏବେ ମୋର ଜୀବନ ନେଇପାରେ। କୁନି ନିଜର ଜୀବନକୁ ପୂରା ସମର୍ପଣ କରିବା ଦେଖି ଗୋଖର ସାପଟି ଆଶ୍ଚର୍ଯ୍ୟ। ସେ ଗଛରୁ ଓହ୍ଲାଇ ଆସି କୁନିର ପାଦ ପାଖରେ ଲୋଟିଗଲା ଆଉ ଫୁତ୍କାର କରି କହିଲା,"କୁନି ! ଆଜିଠାରୁ ମୁଁ ତୋର ଭାଇ ହୋଇଗଲି। ତୋର ସୁରକ୍ଷା ମୋର ହାତରେ। ଗଖୋର ସାପଟି କୁନିର କୌଣସି କ୍ଷତି ତ କଲା ନାହିଁ ଓଲଟି ଓଲଗି ହେବା ଘଟଣା ସଭିଙ୍କୁ ଆଚମ୍ବିତ କରିଦେଲା। ସାରା ଗ୍ରାମର ଲୋକେ,ଗୁରୁଜୀ,ଗୁରୁମାଆ ଆଉ କମିଟିର ଲୋକେ ଉପସ୍ଥିତ ଥିଲେ। କୁନିର ଆଚରଣ ଆଉ ଉଚ୍ଚାରଣରେ ପ୍ରତି ସଭିଏଁ ପ୍ରୀତ ହୋଇ କୋଟି ଧନ୍ୟବାଦ ଦେଲେ। କୁନି ଆଜି ଗୋଟିଏ ଭାଇ ପାଇଛି ଯଦିଓ ନିଜ ମାଆ ପେଟର ଭାଇ ନୁହଁ ତଥାପି ବି ଏବେ ଏଇ ଭାଇଟିକୁ ପାଇ ନିଜକୁ କୃତାର୍ଥ ମଣୁଛି। ବାପା ଆଉ ମାଆ କୁନିର ଏହି ସାହସିକତା ପାଇଁ ନିଜକୁ ଗର୍ବ ଆଉ ଗୌରବ ମଣି କୋଟି କୃତାର୍ଥ ମଣୁଛନ୍ତି।
ସତରେ ! ଅଗଷ୍ଟ ପନ୍ଦର ସେ ଦିନ କୁନିକୁ ଏକ ଅପୂର୍ବ ବର ମିଳିଗଲା। ଯିଏ ଭାରତ ମାତାଙ୍କ ପ୍ରତି ପୂର୍ଣ୍ଣ ଉତ୍ସର୍ଗୀକୃତ ଥିଲା। କୁହାଯାଏ ଯିଏ ଭାରତ ମାତାଙ୍କ ପ୍ରତି ସମର୍ପିତ ତାକୁ ଯୋଗ୍ୟା ସନ୍ତାନ ବୋଲି କିଏ ଭଲା କହି ନ ପାରିବ କୁହ? ଯଦିବା ଯୋଗ୍ୟ ସନ୍ତାନ ମରିବ କିନ୍ତୁ ମରିକି ଆମର ହୋଇ ବଞ୍ଚି ରହିବ ନୁହେଁ ତ ଆଉ କ'ଣ? ସେ ଦିନ ସାରା ଭାରତରେ ସ୍ଵାଧୀନତା ଦିବସ ପାଳନ ହେଉଥିଲା। ସବୁଆଡେ ସେଇ ଗୋଟାଏ ଧ୍ଵନି ଭାରତ ମାତା କି ଜୟ। ଆଜି ଏହି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ସତ୍ୟ,ଶାନ୍ତି ପବିତ୍ରତାର ପ୍ରତୀକ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡୁଥିଲା। ଦେହ,ମନ ଆଉ ପ୍ରାଣ ଯେମିତି ଅଳ୍ପ ସମୟ ଭିତରେ ଆନନ୍ଦ ଓ ଉତ୍ସାହରେ ଭରି ଯାଉଥିଲା ସଭିଙ୍କର ଅଥଚ କୁନି ନିଜକୁ ପ୍ରମାଣିତ କରିଦେଲା ସେ କେତେ ଭାରତ ମାତାଙ୍କୁ ନିଷ୍ଠାର ସହିତ ଭଲପାଏ।
ସତରେ ! କୁନି ହିଁ ଜଣେ ଶିଶୁ କନ୍ୟା ଯିଏ ଭାରତ ମାତାଙ୍କର ଯୋଗ୍ୟା ସନ୍ତାନ ଅଟେ। ତାର ଦୀର୍ଘଜୀବି କାମନା ଆମ ସମସ୍ତଙ୍କର ହେଉ। ଭଲ ମଣିଷ ହେବା ସହିତ ସାରା ସଂସାରରେ ମରିକି ଅମର ହେଉ ଏତିକି କାମନା
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
[7/29, 6:46 PM] khandasukanta: ଜୀବନ ରହସ୍ୟମୟ
ସୁକାନ୍ତ ଖଣ୍ଡା
ରହସ୍ୟମୟ ଏ ସଂସାର। ରହସ୍ୟମୟ ମଧ୍ୟ ଏ ମନୁଷ୍ୟର ଜୀବନ। କେତେ ଯତ୍ନରେ ସଜେଇ ରଖିଛନ୍ତି ଈଶ୍ଵର ନିଶ୍ଚୟ ବିଲକୁଲ୍ ବିଶ୍ଵ କଲ୍ୟାଣ ଉଦ୍ଦେଶ୍ୟରେ। ଦେଖୁନ ! ନାରୀ ଦେହରେ ଅସରନ୍ତି ରୂପ ଯାହାକୁ ଦେଖିଲେ ହିଁ ପୁରୁଷ ଆକୃଷ୍ଟ ହୁଏ ଯେମିତି ଝରଣା ଦେଖିଲେ ଭାବୁକ ଓ ପ୍ରକୃତି ଦେଖିଲେ କବି ପରି ନୀରଜ ପୂରା ବିଭୋର। ନିଜେ ନିଖଟୁ ସତ୍ତ୍ୱେ ବି ନାରୀର ରହସ୍ୟମୟ ଭିତରେ ପଶି ଯାଇଛି। ସେ ସଙ୍ଗୀତକୁ ଦେଖି ମୋହିତ ହୋଇଛି ଓ ତାକୁ ହିଁ ତାକୁ ବିବାହ କରିବାକୁ ବାପା ଓ ମାଆଙ୍କ ପାଖରେ ଯାଇ କହିଛି। ଆଜି ନୀରଯର ଝିଅଟିଏ ହୋଇଛି। ସେ ଏକ ସନ୍ତାନର ପିତା ହୋଇ ବି ପୂରା ନିଖଟୁ ତେଣୁ ଜଣାଯାଇଛି। ଏ ସୃଷ୍ଟିର ରହସ୍ୟମୟ ଜାଣିବା କାଠିକର ପାଠ ନୁହେଁ ତ ଆଉ କ'ଣ?
ମୁଁ ମୋର ମୂଳକୁ ଆସେ।
ରୀମାର ସୌଖିନ ଖାଦ୍ୟ ପ୍ରତି ବଡ଼ ଦୁର୍ବଳତା ଥିଲା। ସେ ଅଜାଙ୍କୁ କିଛି ଖାଇବା ପାଇଁ ମାଗିଲା। ଅଜାଙ୍କର ମଧ୍ୟ ନାତୁଣୀ ପ୍ରତି ବଡ଼ ସ୍ନେହ,ଶ୍ରଦ୍ଧା ଓ ଅତୀବ ଭଲ ପାଇବା ଥିଲା। ସେ ନାତୁଣୀକୁ ଚକୋଲେଟ ଦେଇ କୃତାର୍ଥ କରିବାକୁ ଚେଷ୍ଟା କରୁଥିଲା ମାତ୍ର ଆଈଙ୍କ ନାଲି ଆଖିରେ ରୀମା ପଛଘୂଞ୍ଚା ଦେବାକୁ ବାଧ୍ୟ ହେଲା। ଅଜା ଆଈଙ୍କୁ କହିଲେ,"ହୋଇଲା ! ନାତୁଣୀଟା ବଡ଼ ସରାଗରେ ଚକୋଲେଟ ଖାଇବାକୁ ଚାହୁଁଥିଲା ଅଥଚ ତୁମେ...?" ଆଈ କହିଲେ ପୁଅ ନୀରଯକୁ ନିତି କିଛି ଖାଇବା ଓ ପିଇବାକୁ ଦିଆଯିବା ଫଳରେ ତାର ଅବସ୍ଥା କର୍ମ କୁଢ଼ିଆ ହୋଇଗଲା,ନୁହେଁ କି? ମାଗଣା କିଛି ମିଳି ଯାଇଛି ଭାବି ପୂରା ନିଖଟୁ ହୋଇ ବସିବା ଅଥବା ଶୋଇବା କ'ଣ ଠିକ୍? ଯେବେ ପୁଅଟି ଆମର ରୋଜଗାର କରି ନିଜର ପତ୍ନୀ ଆଉ ତା ଝିଅକୁ ଖୁଆଇବା ବ୍ୟବସ୍ଥା କରନ୍ତା ତାର ସାରା ଜୀବନ ଧନ୍ୟ ହୋଇ ଯାଆନ୍ତା ଆଉ ଆମକୁ ପୁଅ କଷ୍ଟରୁ ଅପାର ମଧ୍ୟ ଶାନ୍ତି ଯାଆନ୍ତା। ଏବେଠାରୁ କେତେବେଳେ ସୁଦ୍ଧା ପୁଅଙ୍କ ସାମ୍ନାରେ ନାତୁଣୀ ରୀମାକୁ କିଛି ବି ଦେବାକୁ ବନ୍ଦ କରନ୍ତୁ।" ଟିକିଏ ରହି ପୁଣି କହିଲେ,"ସ୍ବାମୀ ! ଆମେ ତ ପୁଅଙ୍କୁ ଜାଣିଶୁଣି ଅଲଗା କରିକି ରଖିଛେ କାଳେ ସୁଧାର ଆସିବ ଓ ନିଜ ଭବିଷ୍ୟତ ପାଇଁ ଅଣ୍ଟା ଭିଡ଼ିବ।"
ଏ କଥା ଅଜାଙ୍କ ମନକୁ ପାଇଲା। ସେ ଅଲଗା କରିଥିବା ପୁଅ ନୀରଯଙ୍କ ସାମ୍ନାରେ କେତେବେଳେ ସୁଦ୍ଧା ନାତୁଣୀ ରୀମା ପ୍ରତି ଦରଦ ହିଁ ଦେଖାଇବା ଉଚିତ୍ ନୁହଁ କିନ୍ତୁ ପୁଅ ପାଖରେ ନ ଥିଲେ ନାତୁଣୀ ରୀମା ପ୍ରତି ଆକୁଣ୍ଠିତ ସ୍ନେହ,ପ୍ରେମ,ଶ୍ରଦ୍ଧା ଓ ଭଲ ପାଇବା ସହ ବିଭିନ୍ନ ଖାଇବା ଚିଜ ଦେବା ହେଉଥିଲା ପୁଅ କିନ୍ତୁ ମୋଟେ ଉତ୍ତମ ବାଟକୁ ଆସିଲା ନାହିଁ। ବିବାହ ଆଜିକୁ ତିନି ବର୍ଷ ହୋଇଗଲାଣି। ଦିନେ ହେଲେ ନିଜ ପରିବାର ପ୍ରତି ମୋହ କି ପ୍ରେମ କରିବା ଶିଖିଲା ହିଁ ନାହିଁ। ସେ ଯାହା ପାଇଲା ଖାଇଲା ଓ ଶୋଇଲା ତ ଭବିଷ୍ୟତ ନିଶ୍ଚିତ ପତନ ଆଡ଼କୁ ଗତି କଲା। ରୀମାର ମାଆ କର୍ମକୁ ଆଦରି ପଡ଼ି ରହିଲା। ସ୍ବାମୀ କୌଣସି କାମ ନ କରିବା ଯୋଗୁଁ ନିଜେ ବାହାରକୁ ବାହାରିବା ବାଧ୍ୟ ହେଲା। ତା' ଆଖିରେ ଆଖି ଆଗରେ ଝିଅ ରୀମାର ମୁହିଁ ନାଚିଯାଏ ତ ଆଖିରୁ ଅସୀମ ଲୁହ ଝରିପଡ଼େ । ସେ ପର ଘରେ ବାସନ ମାଜିବା ଓ ଝାଡୁ କରିବା ପରି ନୀଚ କର୍ମ ହାତକୁ ନେଇ ଘର ପରିବାର ପୋଷଣ କଲା। ଦିନେ ମାଲିକଙ୍କ ଘରୁ ଭଲଭଲ ଖାଦ୍ୟ ଆଣିଥିଲା। ସେ ଝିଅକୁ ଦେବା ଆଗରୁ ଶ୍ରଦ୍ଧା ଓ ପ୍ରେମରେ ସ୍ୱାମୀକୁ ଦେବା ଉଚିତ୍ ମଣିଲା ଆଉ ଖାଦ୍ୟ ଖୁଆଇବାକୁ ଗଲାବେଳେ ଟିକିଝିଅ ରୀମା ଝିଂକି ଆଣି କହିଲା,"ବାପା ! ତୁମକୁ ଲାଜ ଓ ସରମ ଲାଗୁ ନାହିଁ? ନିଜ ପତ୍ନୀ ଆଜି ପୁରୁଷ ଭଳି ବାହାରେ ଖଟିକି ଆଣିବ ଆଉ ଜଣେ ପୁରୁଷ ହୋଇ ବି ନାରୀ ପରି ଘରର କୋଣରେ ପଡ଼ିରହି ପତ୍ନୀର ରୋଜଗାରକୁ ଅନେଇ ରହିବା କ'ଣ ଜଣେ ପୁରୁଷର ଉତ୍ତମ କର୍ତ୍ତବ୍ୟ ଆଉ ଧର୍ମ?" ନିଜକୁ ଯଦି କେବେ ବି ବୁଝିବାର ନାହିଁ କି କର୍ମ ସମ୍ପାଦନ କରିବାର ନାହିଁ ତ ମୋତେ ଜନ୍ମ ଦେଉଥିଲ କାହିଁକି?" ଟିକି ଝିଅ ରୀମାର କଥା ଶୁଣି ନୀରଜ ବିଲକୁଲ୍ ଲଜ୍ଜିତ ହେଲା। ତାର ହୃଦୟ କୋଣରେ ସୃଷ୍ଟି ହେଲା ପୁରୁଷତ୍ଵ। ସେ ଖାଇବା ସ୍ଥାନରୁ ଉଠି ସିଧା ଚାଲିଲା ଆଗକୁ କର୍ମର ସନ୍ଧାନରେ। ଅଜା ପୁଅର ଅଳସୁଆମୀରେ ପୂରା ବ୍ୟଥିତ ମାତ୍ର କରନ୍ତି କ'ଣ? ଗୋଟିଏ ମାତ୍ର ପୁଅ ହେତୁ ଅଲିଅଳରେ ବଢିଛି। ବିବାହ କରିଦେଲେ କାଳେ ଭଲ ବାଟକୁ ଆସିବ ଏହି ଭାବନା ହୃଦୟରେ ଘର କରିଥିଲା। ପୁଅ ନୀରଯ ଅଳସୁଆମୀ ସତ୍ତ୍ୱେ ବିବାହ କରିଦେଲେ। ନିମ୍ବକୁ ଧୋଇଲେ ସେଇ ପିତା ବ୍ୟତୀତ ଆଉ ଆଶା କ'ଣ କରାଯାଇ ପାରେ ..?
ବାପା ଭାବୁଥିଲେ ଅତୀତରେ ମୁଁ ପ୍ରତି ପୋଷଣ କରୁଥିଲି ଅଥଚ ବର୍ତ୍ତମାନ ତା ପତ୍ନୀର ଆଶ୍ରାରେ ବଞ୍ଚିବା ହେଉଛି। ଆଜିକାଲି ଆଈ ରୀମାକୁ ସ୍ବତନ୍ତ୍ର ମନ୍ତ୍ର ଫୁଙ୍କିଛନ୍ତି। ନୀରଯ ବାଟକୁ ଆସିବା ପାଇଁ ତାଙ୍କର ଏ ଅଭିନବ ନୂଆ ପ୍ରୟାସ। ମାଆ ଆଣିଥିବା ଖାଦ୍ୟ ଯଥାଶୀଘ୍ର ବାପା ଖାଉଥିବା ସମୟରେ ରୀମା ଛଡ଼ାଇ ଆଣିଛି ତ ବାପାଙ୍କର ଅସୀମ ଦୁଃଖ ଆଉ ଭୋକ।
ସେ ଦିନ ନୀରଯ କେଉଁଠି କଠିନ ଶ୍ରମ କରି ପଚାଶ ଟଙ୍କା ଆଣି ପତ୍ନୀର ହାତରେ ଗୁଞ୍ଜିଦେଇ କହିଲା,"ସଂଗୀତା ! ପ୍ରକୃତରେ କର୍ମ କରି ରୋଜଗାର କରିବା କେତେ କଷ୍ଟସାଧ୍ୟ ଆଜି ମୁଁ ବୁଝିଲି। ତୁମେ ମୋତେ ଖାଦ୍ୟ ଯୋଗାଇବା ଆଗରୁ ବାପା ଯୋଗାଉଥିଲେ। ବାପା ବି ମୋତେ କେତେ ବୁଝାଇଥିଲେ ମାତ୍ର ମୋର ଚୈତନ୍ୟ ଉଦୟ ବିଲକୁଲ୍ ହେଉ ନ ଥିଲା। ଆଜି ମୋରି ରକ୍ତ ହିଁ ମୋତେ ସଠିକ୍ ରାସ୍ତା ଦେଖାଇଲା। ପ୍ରକୃତରେ କାଦୁଅ ମାଡ଼ିଲେ ତ ଗୋଡ଼କୁ ଧୋଇବା ପରି ଖାଇବା ନ ମିଳିଲେ ଖାଦ୍ୟର ସନ୍ଧାନରେ ଯିବ ହିଁ ଯିବ ପରି ମୋରି ଅବସ୍ଥା। ଆଜି ମୁଁ ମୋର ଝିଅ ରୀମା ପାଖରେ ଚିରଊଣି କି ଯିଏ ହିଁ ଭବିଷ୍ୟତ ମାର୍ଗ ଉନ୍ମୁକ୍ତ କରିଛି।" ନୀରଯ ଆଖିରେ ଅନନ୍ତ ଲୁହ। ପତ୍ନୀ ସଂଗୀତା ସ୍ୱାମୀଙ୍କ ଆଖିର ଲୁହକୁ ପୋଛି ଦେଉଥିଲେ। ରୀମା ହଠାତ୍ ନିଜର କୋହ ସମ୍ଭାଳି ନ ପାରି କହିଲା,"ବାପା ! ଯାହାବି ହେଲା ମୋର କୌଣସି ଭୂମିକା ହିଁ ନାହିଁ। ସବୁ ହିଁ ଶ୍ରେୟ ଆପଣଙ୍କ ମାଆଙ୍କୁ ହିଁ ଦିଅନ୍ତୁ। ଆପଣଙ୍କୁ ଜାଣିଶୁଣି ଅଲଗା କରା ଯାଇଥିଲା କେବଳ ସଠିକ୍ ରାସ୍ତାକୁ ଆଣିବା ପାଇଁ ମୋତେ ସବୁ ପ୍ରକାର ଖାଦ୍ୟ ଅଜା ଓ ଆଈଙ୍କ ପାଖରୁ ମିଳୁଥିଲା। ମାଆ ଅବଶ୍ୟ ବାହାରକୁ ଯାଇ କର୍ମ ସମ୍ପାଦନ କରୁଥିଲେ ତାହା ମଧ୍ୟ ଅଜା ଓ ଆଈଙ୍କ ଇସାରାରେ। ତେଣୁ ଆପଣ ଆପଣଙ୍କ ବାପା ଓ ମାଆଙ୍କୁ ସବୁ ଶ୍ରେୟ ହିଁ ଦିଅନ୍ତୁ। ନୀରଯ ଏବେ ବୁଝିଲା ସତରେ ବାପା ଓ ମାଆ ହିଁ ଚଳନ୍ତି ଠାକୁର। ସେମାନେ କେବେ ବି ପୁତ୍ର ଆଉ କନ୍ୟାକୁ ଖରାପ ରାସ୍ତା ଦେଖନ୍ତି ନାହିଁ। ସେ ବାପା ଓ ମାଆଙ୍କ ଗୋଡତଳେ ପଡ଼ିଗଲା। ନିଜର କୃତକର୍ମ ପାଇଁ ବିଲକୁଲ୍ କ୍ଷମା ମାଗିଲା। ତାର ଚୈତନ୍ୟ ଉଦୟ ହେବା କ୍ଷଣି କହି ଉଠିଲା,"ବାପା ! ଆଜି ମୁଁ ବୁଝିଲି କି ସବୁଠାରୁ ବଡ଼ ଜାଗା ହିଁ ବାପା ଓ ମାଆଙ୍କ ହୃଦୟ ଯିଏ ମୋତେ ଅନେକ ବାର କର୍ମ ବିମୁଖତରୁ ବଞ୍ଚିଇବା ପାଇଁ ଉପଦେଶ ହିଁ ଦେଉଥିଲେ।"
ବାପା ଆଉ ମାଆ ପୁଅ ନୀରଯକୁ କୁଣ୍ଢାଇ ପାଖରେ ବସାଇ କହିଲେ,"ନୀରଜ ! କେତୋଟି ଉପଦେଶ ଆଜି କେବଳ ତୋରି ପାଇଁ। ଆଗକୁ ଆମର ବଞ୍ଚିବାର ଆଶା ମଉଳି ଯାଇଛି।ବୟସ ମଧ୍ଯ ଆଧିକ୍ୟ ହୋଇ ସାରିଛି। ତୋର ସଂସାର ତୋତେ ଲାଗିଲା ଯେବେ ଆଜି ବୁଝିଗଲ ତାକୁ ହିଁ କର୍ମ ସମ୍ପାଦନ କରି ଜୀବନ ନୌକାକୁ ଆଗକୁ ବଢ଼ାଇବ। ଟିକିଏ ରହି ପୁଣି କହିଲେ, "ନୀରଯ ! ସବୁଠାରୁ ବଡ଼ ଜାଗା ତ ଜାଣିଲ ଏବେ ଆହୁରି କେତେକ ନୀତି ପାଳନ କରିବ ତ ଦୀର୍ଘ ଭବିଷ୍ୟତ ଉଜ୍ଜଳମୟ ହେବ। ସେଗୁଡିକ ମଧ୍ୟରୁ ସବୁଠାରୁ ବଡ଼ ଆଶା ଲୋଭକୁ ବର୍ଜନ କରିବ। ସବୁଠାରୁ ବଡ଼ ଦୁଃଖ ଅପମାନ। କେତେବେଳେ ସୁଦ୍ଧା କାହାକୁ ଅପମାନ ଦେବ ନାହିଁ। ସବୁଠାରୁ ବଡ଼ କ୍ରୋଧ ହିଂସା ପାଖରୁ ଦୂରେଇ ରହିବ। ସବୁଠାରୁ ବଡ଼ ଈର୍ଷା ହିଁ ସମ୍ପତି। କାହା ସମ୍ପତ୍ତିରେ ଈର୍ଷା କରିବ ନାହିଁ। ସବୁଠାରୁ ବଡ଼ ଧନ ସୌନ୍ଦର୍ଯ୍ୟ। ଏହାକୁ ପାଇବାକୁ କଠିନ ଶ୍ରମ କରିବାକୁ ହେବ। ସବୁଠାରୁ ବଡ଼ ଝରଣା ଲୁହ ଏ ଝରଣା ଯେମିତି ଦୁଃଖର ନୁହଁ ସୁଖର ହେବ। " ଅଜା ଏତିକି କହି ଚାଲିଗଲେ ନିଜ ବିଶ୍ରାମ କକ୍ଷକୁ,"ନୀରଯ ! ବାପାଙ୍କ ଯିବା ବାଟକୁ ବଲବଲ୍ କରି ଅନେଇଁ ରହିଥିଲା। ଆଖିରେ ଥିଲା ଆଖିଏ ଲୁହ।
ବାପା ନୀରଯ ଝିଅକୁ କୁଣ୍ଢାଇ କହିଲେ,"ରୀମା ! ତୁ ଯାଇ ଅଜା ଓ ଆଈଙ୍କୁ କହିବୁ ଆଜି ସଭିଏଁ ଏକାଠି ବସି ଖାଇବା। ରୀମା ଦୌଡିଲା ଆଉ ଆଈ ଓ ଅଜାଙ୍କୁ ଡାକି ଆଣିଲା। ସଭିଏଁ ଏକତ୍ର ମିଶି ଖାଇଲେ ତ ହସର ଜୁଆର ଖେଲେଗଲା ସଭିଙ୍କ ଆଖିରେ। ସତରେ ! ନୀରଯ ପାଇଲା ଉଚିତ ଶିକ୍ଷାଟାଏ ନ ହେଲେ କିଏ ଜାଣେ ଜୀବନ ତମାମ ଆଲାସୁଆମୀ ହୋଇ ନିଜ ଲୁହରେ ନିଜେ ଗାଧୋଉ ନ ଥାନ୍ତା ଏ କଥା କିଏ କହିବ?
ଏମିତି ମାୟା ଏ ସଂସାର ଅଟେ ପୁଣି ଆମ ମାନବ ସମାଜ ନିଆରା ଯାହାର ରହସ୍ୟ ବୁଝିବା କାଠିକର ପାଠ। କାହାକୁ ଈଶ୍ଵର ଶକ୍ତି ଦେଇଛନ୍ତି ପୁଣି କାହାକୁ ଶକ୍ତିହୀନ। କାହାକୁ କର୍ମ କରିବାର ବିପୁଳ ବଳ ତ କାହାକୁ କର୍ମ ନ କରିବାର ବିମୁଖତା। ଏଇ ଯେମିତି ନୀରଯ, ନୁହେଁ ତ ଆଉ କଣ?
