ମାଆ ଦୁର୍ଗା
ମାଆ ଦୁର୍ଗା


ଦଶହରା ପର୍ବ ଆସୁଛି ନଖିଆ ବୁଢ଼ୀର ବିଲକୁଲ୍ ତର ନାହିଁ। ଲୁଗାପଟା,ବାଡିବଗିଚା ଓ ଘରଦ୍ୱାର ଲିପାପୋଛା ସହ ମନକୁ ଆଜି ହଜେଇ ଦେଇଛି ମାଆ ଦୁର୍ଗାଙ୍କ ନିକଟରେ। ସେ ବଡ଼ ପ୍ରେମ ଓ ଭକ୍ତିରେ ଗୁଣୁଗୁଣେଇଁ ହେଉଛି। ଏ ବର୍ଷ ସଂସାରରୁ ଗୋଗ,ଶୋକ ଓ ବ୍ୟାଧିକୁ ଦୂରେଇ ଦେବ। ପ୍ରତି ପ୍ରାଣୀ ଓ ଉଦ୍ଭିଦଙ୍କ ବଞ୍ଚିବା ପାଇଁ ଆବଶ୍ୟକ ଚିଜ ଯୋଗାଇ ଦେବା ସହିତ ଦୁଷ୍ଟ ସଂହାରି ସାଧୁଙ୍କୁ ପାଳନ କରିବ। ନଖିଆ ବୁଢ଼ୀ ସୁନିଶ୍ଚିତ କି ମାଆ ଦୁର୍ଗା ଅବଶ୍ୟ ତାର ଘରକୁ ହିଁ ଆସିବେ। ପାଚିଲା ପତ୍ର ପରିକା ଏ ନଖିଆ ବୁଢ଼ୀଟି ପାଖରୁ ଭୋଗ ଖାଇ କି ହିଁ ରହିବେ। ତାର ନିଜର ବୋଲି କେହି ହିଁ ତ ନାହାଁନ୍ତି। ଯିଏ ଦିନେ ତାର ଅତି ନିଜର ଥିଲେ ଆଜିକୁ କେଇ ବର୍ଷ ହେଲାଣି ଇହଧାମ ତ୍ୟାଗ କରି ସାରିଛନ୍ତି। ଦିନେ ତାର ସବୁ ଥିଲେ ସ୍ବାମୀ,ପୁଅ,ବୋହୂ ନାତି ଓ ନାତୁଣୀ। କେତେ ଆନନ୍ଦରେ ଏ ଘର ପରିବାର ସୁଖ ଓ ସମୃଦ୍ଧିରେ କାଟିବା ହେଉଥିଲା ହେଲେ ସେ ଦିନ ଅଦିନ ମେଘ ଓ ଘଡ଼ଘଡିରେ ତାର ଘର ଉପରେ ଚଡ଼କ ପଡ଼ିଗଲା। ଘରେ ଥିବା ଅତି ଆପଣାର ଲୋକମାନେ ଏକା ବେଳକେ ଆର ପାରିକୁ ଯିବା ପାଇଁ ବାଟ ଖୋଲିଗଲା। ଏ ନିଆଁଲଗା ନଖିଆ ବୁଢ଼ୀଟା କେଜାଣି କାହିଁକି ସେତେବେଳେ ଘରେ ନ ଥିବାରୁ ବଞ୍ଚି ଯାଇଛି। ସେ ସିନା ବଞ୍ଚିଗଲା ହେଲେ ଘର ପରିବାରକୁ ହରେଇ ପ୍ରତିଦିନ ଦୁଃଖ ଓ ଶୋକରେ କାଳ କାଟୁଛି। ସେ ନିଜ ଲୁହକୁ କେତେ ଆଉ ପିଇବ। ଆଜିକାଲି ଲୁହ ଆଉ ବାହାର କରିଲା ନାହିଁ ନିଜକୁ କାଠ ଓ ପଥର କରିବାକୁ ପଡ଼ିଲା ଓ ଭବିଷ୍ୟତ ପାଇଁ ଯଦିଓ ନୁହଁ ଏ ପେଟ ଚାଖଣ୍ଡକ ପାଇଁ ନିତି କର୍ମ କରିବାକୁ ପଡୁଛି। ନିଜର କୌଣସି ସମ୍ପ୍ରଦାୟକୁ ଯଦିଓ ଯାଇ ନାହିଁ ତଥାପି କୌଣସି ପର୍ବ ପର୍ବାଣୀ ଆସିଲେ ହୃଦୟରେ ପ୍ରେମ ଜାଗେ ଭକ୍ତିରେ ନ ହେଲେ ବି କାହିଁକି କେଜାଣି ଆପଣା ଛାଏଁ ତାର ହାତ ଯୋଡ଼ିକ ଯୋଡ଼ି ହୋଇଯାଏ।
ନଖିଆ ବୁଢ଼ୀ ଆଜି ସକାଳୁ ସୂର୍ଯ୍ୟ ନ ବାହାରିବା ଆଗରୁ ଉଠି ପୋଖରୀପାଣି ଗଲା। କୁମୁଟିଆ ନଦୀରେ ଗାଧୋଇ ସୂର୍ଯ୍ୟଙ୍କୁ ପାଣି ଟେକିଲା। ବଡ଼ ଭକ୍ତିରେ ଘଡ଼ିଏ ପ୍ରାର୍ଥନା କଲା। ସୂର୍ଯ୍ୟଙ୍କ ଲାଲ ଟକଟକ ଲାଲିମା ତାର ଦେହରେ ନେଶୀ ହୋଇଗଲା। ଏ ଲାଳିମା ଭିତରେ ସେ ଅନୁଭବ କରି ପାରିଲା ସତେ ଯେମିତି ମାଆ ଦୁର୍ଗା ତାର ଅତି ସମ୍ମୁଖକୁ ଆସୁଛନ୍ତି। ସେ ଆଖି ଖୋଲିଲା ଓ ନିଜ ଦେହକୁ ଭଲ କରି ଦେଖିଲା। ଆହା କି ଅପୂର୍ବ ରୂପ ସ୍ଵୟଂ ମାଆ ଦୁର୍ଗା ତାରି ଦେହରେ ପୁଣି ସୂର୍ଯ୍ୟଙ୍କ ଲାଲିମାରେ ଲାଖି ଯାଇଛନ୍ତି। ସେ ନିଜକୁ ଧନ୍ୟ ମନେ କଲା ଆଉ ଶତକୋଟି ପ୍ରଣାମ କଲା। ନଖିଆ ବୁଢ଼ୀ ଆଖି ଖୋଲିଲା ଓ ଭଲ କି ଚାରି ଆଡ଼କୁ ମଧ୍ଯ ଅନେଇଁଲା। ସମ୍ମୁଖରେ ଥିବା କାଶତଣ୍ଡି ଫୁଲ ସବୁ ପବନର ପ୍ରହାରରେ ମୁଣ୍ଡ ନୁଆଇଁ ମାଆ ଦୁର୍ଗାଙ୍କୁ ଆବାହନ କରୁଛନ୍ତି। ନଖିଆ ବୁଢ଼ୀ ଭଲକି ଆଖି ମଳିମଳି ଦେଖିଲା ତ ସେହି କାଶତଣ୍ଡି ଫୁଲ ଭିତରେ ମାଆ ଦୁର୍ଗାଙ୍କ ପ୍ରତିଛବି। ନଖିଆ ବୁଢ଼ୀର ଦୁଇ ହାତ ଆପଣାଛାଏଁ ଯୋଡ଼ି ହୋଇଗଲା। ସେ ନିଜକୁ ଭାବିଲା ଆଉ ଯାହା ଦେଖୁଛି ସତ୍ୟ ନା ମିଥ୍ୟା? ଏହା କୌଣସି ଭ୍ରମ ନୁହେଁ ତ? ଏବେ ନଖିଆ ବୁଢ଼ୀ ଆକାଶରେ ଉଇଁଥିବା ସୂର୍ଯ୍ୟଙ୍କୁ ଚାହିଁଲା। ସେ ଦେଖିଲା ଆକାଶରେ ସୂର୍ଯ୍ୟ ହିଁ ନାହିଁ କେବଳ ହିଁ କେବଳ ସେହି ମାଆ ଦୁର୍ଗାଙ୍କ ପ୍ରତିଛବି। ସେ ଆଉ ନିଜକୁ ଭଲକି ଦେଖିବା ଆଗରୁ ଚାରି ଆଡ଼କୁ ପୁଣି ଥରେ ଚାହିଁଲା। ସାରା ପରିବଶ ଯେମିତି ମାଆ ଦୁର୍ଗାଙ୍କ ପ୍ରତିଛବିରେ ଚହଟି ଉଠୁଛନ୍ତି। ସେ ଆଉ ଦେଖିବ
କ'ଣ ଦେଖୁଦେଖୁ ହିଁ ଭୟଙ୍କର ଭାବରେ ନିଜକୁ ଅସମ୍ଭାଳ ହୋଇ ପଡ଼ିଲା ଆଉ ଚେତା ଶୂନ୍ୟ ଭାବରେ କୁମୁଟିଆ ନଦୀ ପଠାରେ ନିସ୍ତେଜ ହୋଇ ପଡ଼ି ରହିଲା।
ସାରା ପରିବେଶ ଯେମିତି ମାଆ ଦୁର୍ଗାମୟ ତ ଅପୂର୍ବ ସୋନ୍ଦର୍ଯ୍ୟର ବାତାବରଣ କିନ୍ତୁ ପାଖରେ କେହି ହିଁ ନାହିଁ ସ୍ଵୟଂ ନଖିଆ ବୁଢ଼ୀ ମଧ୍ୟ ଏବେ କୌଣସି ହୋସରେ ମଧ୍ୟ ନାହିଁ। ହଠାତ୍ କୁଆଡେ଼ ଥିଲେ ଦଳେ କାଉ କା..କା.. ରଡି ଛାଡ଼ି ଖଣ୍ଡମଣ୍ଡଳ କମ୍ପାଇ ଦେବା ସହିତ ସେହି ନଖିଆ ବୁଢ଼ୀର ଚାରି ପାଖରେ ହିଁ ଚକ୍କର ମାରି ଭୟଙ୍କର କୋଳାହଳ କଲେ। ସେହି ସମୟରେ ଜଗୁ ଆଉ ମଧୁ ଯାଇଥିଲେ ନିଜର ନିତ୍ୟକର୍ମ କରିବାକୁ। କାଉଙ୍କ କୋଳାହଳ ଶୁଣି ପାଖକୁ ଯାଇ ଦେଖିଲେ ତ ନଖିଆ ବୁଢ଼ୀ ବେହୋସ୍ ହୋଇ ପଡ଼ିଛି। ତାରି ଚାରି ପାଖରେ କାଉ ଦକ ଚକ୍କର ମାରୁଛନ୍ତି। ନଖିଆ ବୁଢ଼ୀକୁ ବୋହି କି ଘରକୁ ଆଣିଲେ ଆଉ ଦେଖୁଦେଖୁ ସାରା ଗ୍ରାମଟିରେ ଚହଳ ପଡ଼ିଗଲା କି ନଖିଆ ବୁଢ଼ୀ ଆଜି ଏ ସଂସାର ଛାଡ଼ି ଚାଲିଯିବ। ତାର ନିଜର ବୋଲି କେହି ହିଁ ନ ଥିଲେ। ଏହି ଗ୍ରାମବାସୀ ହିଁ ନିଜର ନ ହେବେ ତ ନଖିଆ ବୁଢ଼ୀ କ'ଣ ମରିକି ପଚି ସଢ଼ିବ?
ସାରା ଗ୍ରାମଟି ଦୁଃଖର ଛାୟା। କିଏ କେତେ କଥା କହିଲେ ଆଜିର ଏ ପବିତ୍ର ଦିନରେ ନଖିଆ ବୁଢ଼ୀ ଆର ପାରିକୁ ଚାଲିଯିବ। ସବୁ କିଛି ଓଲଟ ପାଲଟ ହୋଇଯିବ କି ଭାବୁଥିବା ବେଳେ ନଖିଆ ବୁଢ଼ୀର ହୋସ ଆସିଗଲା। ସେ ଉଠିବା କ୍ଷଣି ସେହି ଦୃଶ୍ୟ ଦେଖିଲା କି ପ୍ରତି ମନୁଷ୍ୟ ଦେହରେ ମାଆ ଦୁର୍ଗାଙ୍କ ପ୍ରତିଛବି। ସେ ସଭିଙ୍କୁ ମାଆ ମାଆ କହି କହି ପ୍ରଣାମ କରି ଚାଲିଲା ଆଉ ଆଖିରେ ଆନନ୍ଦର ଲୁହ ଓ ମୁଖରେ ହସର ଛାୟା।
ସେ ଦୌଡିବାକୁ ଲାଗିଲା ଆଉ କହି ହେଉଥିଲା ମାଆ ଦୁର୍ଗା ତୁମେ ଆସିଗଲ ମୋତେ ନେଇ ଚାଲ ମୋର ଇପ୍ସିତ ମଣିଷଙ୍କ ପାଖକୁ ଯିଏ ମୋର ଅତି ହିଁ ନିଜର ଥିଲେ। ନଖିଆ ବୁଢ଼ୀର କଥା ମାଆ ଦୁର୍ଗା ଶୁଣିଲେ ଆଉ ଯଥାଶୀଘ୍ର ତାର ପ୍ରାଣକୁ ନେଇଗଲେ। ନଖିଆ ବୁଢ଼ୀ ନିଜର ଯୋଡ ହସ୍ତରେ ଥାଇ ଆର ପାରିକୁ ଚାଲିଗଲା।
ଅଳ୍ପକ୍ଷଣ ଭିତରେ ଦୁଃଖର ଛାୟା ଖେଳିଗଲା। ଗ୍ରାମବାସୀ ରୁଣ୍ଡ ହୋଇଗଲେ। କୋକେଇରେ ବନ୍ଧା ହେଲା। ନଖିଆ ବୁଢ଼ୀ ମଶାଣି ଅଭିମୁଖେ ବୀରା ଦର୍ପରେ ଚାଲିଲେ। ଶ୍ମଶାନ ଭୂମିରେ ଚିତାଗ୍ନି ଉପରେ ଶୁଆଇ ଦିଆଗଲା। ନିଆଁ ହୁତାଶନ ହୋଇ ଜଳିଲା ମାତ୍ର ସେ ଚିତାଗ୍ନି ଭିତରୁ ନଖିଆ ବୁଢ଼ୀ ସ୍ଵୟଂ ମାଆ ଦୁର୍ଗାଙ୍କ ପ୍ରତିଛବି ରୂପରେ ହାତ ହଲେଇ ହଲେଇ ଆକାଶ ମାର୍ଗକୁ ଚାଲିଗଲା। ଏ ଦୃଶ୍ୟ ଦେଖୁଥିଲେ ସାରା ମଡାଚଣ୍ଡିଆ ଦଳ ସଭିଏଁ ହାତ ଯୋଡ଼ି ଦେଲେ ଆଉ ଭୂମିଷ୍ଠ ପ୍ରଣାମ କରି ଘରକୁ ଫେରି ଆସିଲେ। ସାରା ଗ୍ରାମଟି ଏବେ ଚହଳ କି ନଖିଆ ବୁଢ଼ୀ ସ୍ଵୟଂ ଆମକୁ ମାଆ ଦୁର୍ଗାଙ୍କ ରୂପରେ ଦର୍ଶନ ଦେଲେ। ମଡାଚଣ୍ଡିଆ ଦଳ ନିଜକୁ ସୌଭାଗ୍ୟ ମଣିଲେ କାରଣ ପ୍ରଥମ କରି ଶବ ସଂସ୍କାର କଲା ବେଳେ ଏ ବର୍ଷ ହିଁ ଏମିତି ଦୃଶ୍ୟ ଦେଖିବାକୁ ପାଇଲେ।
ସତରେ ! ଭକ୍ତି ପାଖରେ ସଭିଏଁ ବଶ। ନଖିଆ ବୁଢ଼ୀ ନିଜର ଭକ୍ତିରେ ମାଆ ଦୁର୍ଗାଙ୍କୁ ଦେଖିଲା ଆଉ ନିଜର ଲୋକ ପାଖକୁ ପୁଣ୍ୟ ଦିନରେ ହିଁ ଆର ପାରିକୁ ଗଲା। ଧନ୍ୟ ନଖିଆ ବୁଢ଼ୀ ଧନ୍ୟ ତୁମର ଭକ୍ତି ଆଉ ଶକ୍ତି। ତୁମକୁ ପାଇ ଏ ଗ୍ରାମବାସୀ ମଧ୍ୟ ଧନ୍ୟ ହୋଇଗଲେ ଏ ଦୁର୍ଗା ପୂଜା ଦିନରେ।