STORYMIRROR

SUKANTA KHANDA

Children Stories

4  

SUKANTA KHANDA

Children Stories

କାଶତଣ୍ଡି ଫୁଲ

କାଶତଣ୍ଡି ଫୁଲ

4 mins
5


ମୁଁ କାଶତଣ୍ଡି ଫୁଲ। ନଦୀ ପଠା ଅବା ବିଲ ହୁଡାରେ ଜନ୍ମ ଗ୍ରହଣ କରିଥାଏ। ମୋର ଜନ୍ମ କାହିଁକି ମୋତେ ହିଁ ଅଜଣା। ମୁଁ ଏକ ଫୁଲ ତେବେ କିଏ ଅବା କାହା କାମରେ ଆସେ କି ନାହିଁ ଈଶ୍ଵର ଅବଶ୍ୟ ଜାଣିଥିବେ ହେଲେ ପାର୍ବଣ ସମୟ ଆସିଲେ ହିଁ ଈଶ୍ଵର ମୋର ଦେହରେ ଧଳାରଙ୍ଗ ବୋଳି ଦିଅନ୍ତି ତ ପୂରା ଯୌବନ ଦେହରେ ଖେଳିଯାଏ ସୁତରାଂ କାମନା ଓ ବାସନା ହୃଦୟରେ ଭରପୂର ଜାଗିଉଠେ। କାହାକୁ ପାଇବାକୁ ଏ ମନ ଭୟଙ୍କର ଭାବରେ ଉଚ୍ଚାଟ ହୁଏ। 

      ମୋର ଧର୍ମ ଓ କର୍ମ ମୋତେ ବି ଅଜଣା କେବଳ ପବନ ଭାଇଙ୍କ ପୂର୍ଣ୍ଣ ସହାୟତାରେ ପହଁରି ବୁଲେ। ସଂସାରରେ କିଏ କ'ଣ ଭାବୁଥିବ ମୋର ତେଣିକି ନଜର ହିଁ ନାହିଁ। ମୁଁ ତ ଗୋଟେ ନିଟୋଳ ଝିଅ ସ୍ୱରୂପା କାଶତଣ୍ଡି ଫୁଲ କାହାକୁ ପାଇବାର ଅଦମ୍ୟ ନିଶା। ସ୍ବପ୍ନରେ ଆଉ ପ୍ରେମରେ ଭରିଦେବାକୁ ବୋଧହୁଏ ଈଶ୍ଵର ଆଣିଥାନ୍ତି ଆଉ ଏହି ପାର୍ବଣ ଋତୁରେ ହିଁ ଅପରୂପା ଶୋଭାର ଭଣ୍ଡାର ପରି ପ୍ରକୃତି ପାଇଁ ସଜେଇ ଦିଅନ୍ତି। ମୋତେ ଦେଖିଲେ କିଏ କେତେ ପ୍ରେମ କରେ ଏଇ ଯେମିତି ଭ୍ରମର,ପ୍ରଜାପତି ଆଉ ମହୁମାଛି। କାହାକୁ ଏ ଯୌବନ ଦାନ କରିବା ଭାଗ୍ୟରେ ଥିଲେ ମିଳେ। ଏହି ମର୍ମରେ ମୋତେ ଦେହ ଦାନ କରିବାକୁ ପଡ଼େ। ମୁଁ ମଧ୍ୟ କାମନା ଦୋଳିରେ ଏମିତି ଚହଲି ଯାଏଁ ଯେ କାହାକୁ ବି ଏ ଦେହ,ମନ ଆଉ ପ୍ରାଣ ଦେଇ ସ୍ୱର୍ଗର ସୁଖ ପାଇଯାଏ। ନିଜକୁ ଭାବନା ରାଜ୍ୟରେ ଘୂରି ବୁଲିବା ସମୟରେ ଜଣେ ଲୋକ ଆସି ତାକୁ ଛିଣ୍ଡାଇ ନେଇଗଲା। ମୁଁ ଯଦିଓ ଦୁଃଖ ଓ କଷ୍ଟରେ ପୂରା ଭାଙ୍ଗି ପଡିଲି ହେଲେ ପରୋକ୍ଷରେ ଜାଣିଲି କି ଲୋକଟି ମାଆ ଦୁର୍ଗାଙ୍କ ପୂଜା ସ୍ଥାନରେ ହିଁ ସଜେଇ କରି ରଖିବ। ମାତା ଦୁର୍ଗା ଏ ମର୍ତ୍ତ୍ୟକୁ ଓହ୍ଲାଇ ଆସିଲେ ସାରା ସଂସାରରୁ ଶୋକ,ଦୁଃଖ ଆଉ ରୋଗକୁ ମୁକ୍ତ କରି ସନ୍ତୋଷ ପ୍ରଦାନ କରିବେ। ସାରା ସଂସାରରେ ଥିବା ପ୍ରାଣୀ ଓ ଉଦ୍ଭିଦଙ୍କ ଜୀବନ ସନ୍ତୋଷ ଲାଭ କରିବା ସହିତ ଦୀର୍ଘ ଭବିଷ୍ୟତ ପାଇଁ ଅଣ୍ଟା ଭିଡ଼ିବେ।

    ସମୟକ୍ରମେ ମେଢ଼ରେ କଳସ ବସିଲା। ବ୍ରାହ୍ମଣ ପୂଜାପାଠ କଲେ। ଶଙ୍ଖ,ଘଣ୍ଟା,କରତାଳି ଓ ହୁଳହୁଳି ସହ ମାତା ଦୁର୍ଗାଙ୍କର ପୂଜାର୍ଚ୍ଚନା ହେଲା। ମୁଁ ସେତେବେଳେ ନିଜକୁ ବଡ ଗର୍ବ ଅନୁଭବ କରୁଥିଲି। ଗୋଟେ ଅସନା ସ୍ଥାନରେ ଫୁଟି ନିଜର ରୂପ କେବଳ ବିକଶିତ କରୁଥିଲି ହେଲେ ଏ ମନୁଷ୍ୟ ଜଣଙ୍କ ମୋତେ ଆଣି କୃତାର୍ଥ କରିଦେଲେ। ମୁଁ ମାତା ଦୁର୍ଗାଙ୍କ ପାଖରେ ଥାଇ ଶୋଭା ବର୍ଦ୍ଧନ କରୁଥାଏ। ଧୂପ,ଦୀପ,ଝୁଣା ଓ କର୍ପୁରର ଗନ୍ଧରେ ପରିବେଶ ସୁଗନ୍ଧିତ ସହ ଆନନ୍ଦ ଉଲ୍ଲାସରେ ନାଚି ଉଠୁଥିଲା। ମୋତେ ଯଦିଓ ଦୁର୍ବଳ ଓ ନିସ୍ତେଜ ହେବାକୁ ପଡୁଥିଲା ହେଲେ ଜୀବନ ଯିବା ପୂର୍ବରୁ ନିଜକୁ କୋଟି କୃତାର୍ଥ ମଣୁଥିଲି। ମାଆ ଦୁର୍ଗାଙ୍କୁ କୋଟି ପ୍ରଣାମ ସହିତ ଗର୍ବ ଓ ଗୌରବର ଦିନଟି ଥିଲା ବୋଲି ହୃଦୟଙ୍ଗମ କରୁଥିଲି।

    ସତରେ ! ଜୀବନ ଧନ୍ୟ ହୋଇଯିବ ବୋଲି ନିଜକୁ ବିଶ୍ୱାସ ସୁଦ୍ଧା କେବେ କରି ନ ଥିଲି। ମୋତେ ପାର୍ବଣ ଆଣିଦେଲା ସୁଖ ଓ ସନ୍ତୋଷ ତ ଭକ୍ତିରେ ମୁଣ୍ଡ ନୁଆଇଁ ଦେଲି। ମାଆ ଦୁର୍ଗାଙ୍କର ଦୀର୍ଘ ନଅ ଦିନ ଧରି ପୂଜାର୍ଚ୍ଚନା ଚାଲିଲା। ଏହି ନଅ ଦିନ ଧରି ମାଆ ଦୁର୍ଗାଙ୍କ କୃପାରୁ ମଣିଷ ଯାଚିତ ଭୋଗ ଓ ନୈବେଦ୍ୟ ଗ୍ରହଣ କଲି। ମୋର ପରି ଆଉ କେତେ କେତେ ଫୁଲ ସବୁ ମାଆ ଦୁର୍ଗାଙ୍କ ପୂଜା ଆସ୍ଥାନ ମଣ୍ଡନ କରିଥିଲେ କିନ୍ତୁ ମୋର ସ୍ଥାନ ସ୍ବତନ୍ତ୍ର ଥିଲା କାରଣ ସେଠାରେ ମଣିଷମାନେ କୁହାକହି ହେଉଥିଲେ କି କାଶତଣ୍ଡି ଫୁଲ ନ ଫୁଟିରେ ପାର୍ବଣ ଆସେ ହିଁ ନାହିଁ। କାଶତଣ୍ତି ହିଁ ମାଆ ଦୁର୍ଗାଙ୍କୁ ଆବାହନ କରିଥାଏ ଆଉ ମାଆ ଦୁର୍ଗା ସ୍ଵର୍ଗରୁ ଏ ମର୍ତ୍ତ୍ୟକୁ ଓହ୍ଲାଇ ଆସି ଭକ୍ତଜନଙ୍କ ମନବାଞ୍ଛା ପୂରଣ କରିଥାନ୍ତି। ଦୁଷ୍ଟ ଜନକୁ ସଂହାରି ସାଧୁ ଜନଙ୍କୁ ପାଳନ ପୂର୍ବକ ସଂସାରର ସୁଖ,ସନ୍ତୋଷ ଓ ସମୃଦ୍ଧି ଭରି ଦେଇଥାନ୍ତି। 

   ଏ କଥା ଯେମିତି ଶୁଣି ଦେଇଛି ହୃଦୟ କୋଣରେ ଏକ ପ୍ରକାର ଆନନ୍ଦ ଭାବ ଜାଗ୍ରତ ହେଲା। ମୁଁ ସେହି ଲୋକକୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହିତ ମାଆ ଦୁର୍ଗାଙ୍କୁ ପ୍ରଣାମ କରି ଆଖିରୁ ଆନନ୍ଦର ଲୁହ ବୁହାଇ ଦେଲି। ମୋର ଆଖିର ଲୁହ ଯେବେ ନଡ଼ିଆ ଭାଇଙ୍କ ଉପରେ ପଡ଼ିଲା ନଡ଼ିଆ କହିଲା,"କାଶତଣ୍ଡି ! ହଠାତ୍ ତୋର ଆଖିରେ ଏ ଲୁହ ପୁଣି ମୋର ମୁଣ୍ଡ ଉପରେ ପକାଇ ଦେଉଛ କାହିଁକି?" କାଶତଣ୍ଡି ନଡ଼ିଆ କଥା ଶୁଣି ବଡ଼ ବିନମ୍ରତା ପୂର୍ବକ କହିଲା,"ଭାଇ ! ମୋତେ କ୍ଷମା କରିଦେବ। ମୋର ଅଜାଣତରେ ତୁମ ମୁଣ୍ଡ ଉପରେ ଏ ଲୁହ ସବୁ ଢାଳି ହୋଇଗଲା। ଏ ମନୁଷ୍ୟଗଣ ମୋର ବିଷୟରେ କିଛି ସ୍ବତନ୍ତ୍ର ଟିପ୍ପଣୀ ପ୍ରଦାନ କରୁଥିଲେ ତ ଆନନ୍ଦରେ ଅଧିର ହୋଇ ଯାଉଥିଲି। ବାସ୍ ! ଲୁହ ଆପଣାଛାଏଁ ଆସିଗଲା ଆଉ ତୁମ ଉପରେ ପଡ଼ିଗଲା।" ନଡ଼ିଆ କାଶତଣ୍ଡିକୁ ଆଶ୍ଵାସନା ଦେଇ କହିଲା,"ଭଉଣୀ ! ଅଜାଣତରେ କେହି ବି କିଛି ଖରାପ କାମ କରିବା ସ୍ବାଭାବିକ ଆଉ ସାଧାରଣ ଘଟଣା। ତୁମେ ଏ ସବୁକୁ ଭୁଲିଯାଅ ଏବଂ ନିଜକୁ ଗର୍ବ କର କି ସତରେ ତୁମ ଆଗମନ ନ ହେଲେ ପାର୍ବଣ ୠତୁ ଆସେ ହିଁ ନାହିଁ। ତୁମର ଆବାହନରେ ହିଁ ମା ଦୁର୍ଗା ସ୍ଵର୍ଗରୁ ମର୍ତ୍ତ୍ୟକୁ ଓହ୍ଲାଇ ଆସନ୍ତି।"

    କାଶତଣ୍ଡି ନଡ଼ିଆକୁ କହିଲା,"ଭାଇ ! ତୁମର ବି ଅବଦାନ କିଛି କମ ନୁହଁ। ଏଇ ଦେଖୁନ କୌଣସି ଶୁଭ କର୍ମ କେହି ଆରମ୍ଭ କରିବାକୁ ଗଲେ ତୁମକୁ ହିଁ ଆଗ ଲୋଡ଼ା ହୋଇଥାଏ। ତୁମେ କଳସ ମୁଣ୍ଡରେ ଚଢ଼ ଆଉ ତୁମ ବିନା କର୍ମ ହିଁ ଅସାର ହୋଇଥାଏ।" ଏ କଥା ଶୁଣି ନଡ଼ିଆ କହିଲା,"ଭଉଣୀ ! ମୋର କର୍ମ ଅବଶ୍ୟ ମନ୍ଦ ନୁହଁ ମୋତେ ସବୁ ଶୁଭ କର୍ମରେ ଆଗ ଲୋଡ଼ା ହେଲେ ତୁମେ ସଂସାରକୁ ନ ଆସିଲେ ପାର୍ବଣ ଯେ ଆସେ ହିଁ ନାହିଁ ଏହା ସୁନିଶ୍ଚିତ।"

     ଉଭୟ ନଡ଼ିଆ ଓ କାଶତଣ୍ଡି କଥୋପକଥନ ହେବାବେଳେ ପୂଜାର ବିସର୍ଜନ ବ୍ରାହ୍ମଣ କରିଦେଲେ। ଯେମିତି ବ୍ରାହ୍ମଣ ବିସର୍ଜନ କରିଦେଲେ ମାଆ ଦୁର୍ଗାଙ୍କ ଅପରୂପା ସୋନ୍ଦର୍ଯ୍ୟର ଛିଟା କଳା ପଡ଼ିଗଲା। ପୂର୍ବ ପରି ଆଉ ଜକଜକ ଦିଶିଲେ ନାହିଁ ତ କାଶତଣ୍ଡି ଆଖିରେ ପୁଣି ଲୁହ ଆସିଗଲା। ନଡ଼ିଆ କାଶତଣ୍ଡିର ଆଖିରେ ଲୁହ ପୋଛିଦେଇ କହିଲା,"ଭଉଣୀ ! ଦେଖୁଦେଖୁ ଦଶ ଦିନ ହୋଇଗଲା। ପୂଜାର ମହୋଲ୍ ଏବେଠାରୁ ଶେଷ। ଆଜି ବିଜୟା ଦଶମୀ କେବଳ ଲୋକ ସମାଗମ ହେବ ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତୀ ଦେଖିବା ପାଇଁ କିନ୍ତୁ ପୂଜା ଆରାଧନା ଆଉ ହେବ ନାହିଁ ତ ମାଆ ଦୁର୍ଗା ନିଜର କର୍ମ ସମ୍ପାଦନ କରି ସ୍ୱର୍ଗକୁ ଚାଲିଗଲେଣି ମାତ୍ର ତାଙ୍କ ମୂର୍ତ୍ତୀ ନଦୀ କି ପୋଖରୀ ଜଳରେ କେବଳ ବିସର୍ଜନ ବାକି ଅଛି। ଲୋକମାନେ ଭସାଣି ଶୋଭାଯାତ୍ରାକୁ ବଡ଼ ଧୁମଧାମରେ ପାଳନ କରିବେ। ପୂଜାରେ ଯେତେ ଖର୍ଚ୍ଚ କରି ନ ଥିବେ ଏଇ ଭସାଣି ଶୋଭାଯାତ୍ରାରେ ତାର ଠାରୁ ଢେର୍ ଅଧିକ ଖର୍ଚ୍ଚ ହେବ।"

    ନଡ଼ିଆ କଥା ସରିନାହିଁ ଲୋକେ ସାଜସଜ୍ଜାକୁ ଖୋଲିଲେ। ପାଣିରେ ବିସର୍ଜନ ହେବ। ଗାଡ଼ିରେ ସଜ୍ଜା ହେଲା ଆଉ ଲୋକେ ଉନ୍ମାଦ ସ୍ୱରୂପ ନାଚିବା ସହିତ ପାଣିରେ ବିସର୍ଜନ କଲେ।

      କାଶତଣ୍ଡିର ଜୀବନ ହୃଦୟରେ ନ ଥିଲା। କ'ଣ ହେଉଛି କ'ଣ ନାହିଁ ଦର୍ଶନ କି ଶ୍ରବଣ କରିବା କାଠିକର ଅଥଚ ନଡ଼ିଆ ସବୁ ଦେଖିବା ଓ ଶୁଣିବା ସହିତ ଅପେକ୍ଷା କରିଥିଲା ତାକୁ କେବେ ଫଟାଇ ତାର ଅନ୍ତଃ ଶରୀରକୁ ଏ ମାନବଗଣ ଖାଇବେ।

       


Rate this content
Log in