STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ସ୍ମୃତିର ରାତିଟିଏ

ସ୍ମୃତିର ରାତିଟିଏ

3 mins
9


ଆଜକୁ ଅନେକ ବର୍ଷ ହୋଇ ଗଲାଣି ଯେତେବେଳେ କି ମୁଁ ହରିଚନ୍ଦନପୁର ହାଇସ୍କୁଲ ହଷ୍ଟେଲ ରହି ପଢୁଥାଏ। ହଷ୍ଟେଲରେ ରହି ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଉଠିଲି ହେଲେ କୌଣସି ମାସରେ ସୁଦ୍ଧା ମ୍ୟାନେଞ୍ଜର ପଦବୀରେ ରହି ନ ଥାଏ। ହଷ୍ଟେଲରେ ରହିବାକୁ ହେଲେ ନବମ ଓ ଦଶମ ଶ୍ରେଣୀର ଛାତ୍ରମାନେ ଅବଶ୍ୟ ଦିନେ ମ୍ୟାନେଜର ପଦବୀରେ ଅଳଙ୍କୃତ ହୋଇ ରହିବାକୁ ହେବ ହିଁ ହେବ। ଦଶମ ଶ୍ରେଣୀରେ ମୋତେ √କିଶୋର ଚନ୍ଦ୍ର ମିଶ୍ର ସାର ଯିଏକି ହଷ୍ଟେଲର ଦାୟିତ୍ଵ ନେଇଥିଲେ। ଦିନେ ମୋତେ ସଂଜର ପ୍ରାର୍ଥନା ସଭାରେ ସଭିଙ୍କ ସମ୍ମୁଖରେ ମ୍ୟାନେଜର ପଦବୀଟି ଲଦିଦେଲେ।

     ଭାଗ୍ୟ ମୋର ଏହିକି କି ସେହି ମାସରେ ଭୋଜି ମହୋତ୍ସବ ପଡ଼ିଲା। ହଷ୍ଟେଲରେ ପ୍ରତି ଦୁଇ ମାସରେ ଥରେ ଭୋଜି ମହୋତ୍ସବ ହୋଇଥାଏ ତ ମୋତେ ସେ ଦାୟିତ୍ଵ ନେବାକୁ ହେଲା। ଭାତ,ଡାଲି,ତରକାରୀ,ଖଟା ସହ ଖାସି ମାଂସ ତରକାରୀ ହେବ। √କିଶୋର ଚନ୍ଦ୍ର ମିଶ୍ର ସାର ମୋତେ ପାଖକୁ ଡାକି କହିଲେ,"ସୁକାନ୍ତ ! ମାଂସ ହାଣ୍ଡିରେ ପଡ଼ିବା କ୍ଷଣି ଜଗିକି ବସି ରହିବୁ ଅନ୍ୟଥା କଷା ମାଂସ କୁଆଡେ଼ ହରଣଚାଳ ହୋଇଯିବ। ମୁଁ ଗୁରୁଜୀଙ୍କ ଏହି କଥାପଦକୁ ଅକ୍ଷରେ ଅକ୍ଷରେ ପାଳନ କଲି ତ କେତେ ସାଙ୍ଗଭାଇ ଆସି ମଝିରେ ମଝିରେ ତନଖି ନେଉଥିଲେ ଯେବେ ମାଂସ ଭଳକି ସିଝିଗଲା ତ ହରେଇ ସାଙ୍ଗଭାଇ ଆସି କିଏ ପଲିଥିନ,କିଏ ଟିଫିନ୍ ବାକ୍ସ ଓ କିଏ ଗିନା ଧରି ଆସି କହିଲେ,"ଚେମୁଣ୍ଟୁ ! ଏଇଠି ଦେଲୁ ମୋତେ ଅମୁକ ଲୋକ ପଠେଇଛି। ଚେମୁଣ୍ଟୁ ଆଖିଠାର ମାରି ମୋତେ ହେଖେଇ ଦିଏ ତ ସେମାନେ ପଳେଇ ଯାଆନ୍ତି ଅଥଚ ମୋତେ କହିବାକୁ ସାହସ କରି ପାରନ୍ତି ନାହିଁ। ମୁଁ ସମ୍ମୁଖରେ ବସିଛି କଥାରେ ନୁହେଁ ଆଖିଠାରରେ ସେମାନଙ୍କ କଥା ଚାଲେ ହେଲେ ମାଂସ ନେବାକୁ ଅସମର୍ଥ। 

     ପ୍ରାୟତଃ ତିରିଶ ଜଣଠୁ ଅଧିକ ହେବେ ଆସି ମାଗିଛନ୍ତି ହେଲେ କେହି ବି ନେଇପାରି ନାହାଁନ୍ତି। ମୁଁ ଦେଖିଲି ଯେତେ ଜଣ ଆସି ମାଗିଥିଲେ ତିନି କି ଚାରି କିଲୋ କଷା ମାଂସ ହାଣ୍ଡିରୁ ଉଭାନ ହୋଇ ଯାଇଥାନ୍ତା। ଏଥର ଚେମୁଣ୍ଟୁ ମଧ୍ୟ କଷା ମାଂସ ଖଣ୍ଡେ ବିଲକୁଲ୍ ଖାଇ ପାରିଲା ନାହିଁ। ମୋତେ ଆସି ଚୁପକିନି କହିଲା ସୁକାନ୍ତ ତୁ ଯଦି କିଛି ବି ଖାଇବୁ ତ ଆମେ ଦୁହେଁ କଷା ମାଂସ ଖାଇବାକୁ ପାଇବୁ।" ମୁଁ ସେ ତାକୁ କହିଲି,"ଚାମୁଣ୍ଟୁ ! ସବୁ ଭୋଜିରେ ବୋଧେ ଏମିତି କଷା ମାଂସ ଉଭାନ ହୋଇଥାଏ କେବଳ ତୁମରି ସହାୟତାରେ ଆଉ ଶେଷରେ ବସି ଖାଇବା ଲୋକକୁ ମିଳେ ନାହିଁ,ନୁହେଁ? ମୁଁ ଦେଖୁଛି ଯେଉଁମାନେ ସବୁ କଷା ମାଂସ ଚୋରି କରି ଆସୁଥିଲ ଆଉ ଯିଏ ମଧ୍ଯ ସହଯୋଗ କରୁଥିଲ...।" ବାସ୍ ! ଏତିକି କଥା ଶୁଣାଇ ଚେମୁଣ୍ଟୁ ପାଖରୁ ଉଠିଲି ତ ଚେମୁଣ୍ଟୁ ଭାବିଲା କାଳେ √କିଶୋର ଚନ୍ଦ୍ର ମିଶ୍ର ସାରଙ୍କୁ କହିଦେବ ତକ୍ଷଣେ ମୋର ହାତ ଧରି ପକାଇ ଭୁଲ ମାଗିଲା ଓ ଓହ୍ଲାଇ ରଖିଥିବା କଷା ମାଂସକୁ ହାଣ୍ଡିରେ ପକାଇ ବସିକି କାନ୍ଦିଲା। ସେ କାନ୍ଦିବାର କାରଣ କାଳେ √କିଶୋର ଚନ୍ଦ୍ର ମିଶ୍ର ସାର ଜାଣିବେ ତ ତାର ଚାକିରି ଚାଲିଯିବ ଅଥବା ଗାଳି ଭଲକି ଶୁଣିବାକୁ ହେବ। କହିଲି ଏବେଠାରୁ ଆଉ କେବେ ବି ଯେମିତି ଭୋଜି ମହୋତ୍ସବ ହେଲେ କଷା ମାଂସ ହରଣଚାଳ ଯେମିତି ନ ହୁଏ ନ ହେଲେ ଜାଣ ସାମ୍ନାରେ ଆଜି ଯାହା ଦେଖିଛି କହିଲେ ଅବସ୍ଥା କ'ଣ ହେବ?" ଚେମୁଣ୍ଟୁ ଅଙ୍ଗୀକାର ହେଲା ଓ ଆଖିର ଲୁହ ପୋଛି ରୋଷେଇ କାମରେ ଲାଗି ପଡ଼ିଲା।

     କେତେ ସଙ୍ଗଭାଇ ଯେଉଁମାନେ କି ଚୋରି କରୁଥିଲେ ଏହି ଚେମୁଣ୍ଟୁର ହିଁ ସହାୟତାରେ। ସେମାନେ ମଧ୍ୟ ଭୋଜି ଖାଇବା ବେଳେ ଗୋଟାପଣେ ଥରୁଥିଲେ କାରଣ √କିଶୋର ଚନ୍ଦ୍ର ମିଶ୍ର ସାର ଜାଣିଲେ କେବଳ ଗାଳି,ମାଡ଼ କାହିଁକି ହଷ୍ଟେଲରୁ ବିଦା ବି କରି ପାରନ୍ତି। ସେମାନେ ମୋର ହାତଧରି ଭୁଲ ମାଗିଲେ ଆଉ √କିଶୋର ଚନ୍ଦ୍ର ମିଶ୍ର ସାରଙ୍କୁ ନ କହିବାକୁ କହିଲେ।

    ଖାଇବା ସମୟ ହେଲା। ଉପସ୍ଥିତ ସମସ୍ତ ଶିକ୍ଷକ ପରିବାର ଓ ହଷ୍ଟେଲର ଛାତ୍ରଗଣ ବସି ଯେତେ ଖାଇଲେ ବି ମାଂସ ତରକାରୀ ସାରି ପାରିଲେ ନାହିଁ ପ୍ରାୟତଃ ତିନି କି ଚାରି କିଲୋ ମାଂସ ବଳିଲା। ସଭିଏଁ ପ୍ରାୟତଃ ଖାଇ ସାରିଥିଲେ କେବଳ ଖାଦ୍ୟ ପରଷିବା ଲୋକ,ମୁଁ ଆଉ √କିଶୋର ଚନ୍ଦ୍ର ମିଶ୍ର ସାର ଶେଷରେ ବସିକି ଖାଇଲୁ। ମୋର ଭାଗ୍ୟ ଏମିତି ଯେ ଗୋଟିଏ ଗିନାରେ ଖଣ୍ଡେ ମାଂସ ଅଧକିଲୋରୁ ଅଧିକ ହେବ ପଡ଼ିଥିଲା। ମୁଁ ତାକୁ ହାତରେ ଉଠାଇ ଦେଇଛି କେମିତି ଗୋଟିଏ ଘୃଣାଭାବ ମନ ଓ ହୃଦୟରେ ଜାଗ୍ରତ ହେଲା। ମୁଁ ସେ ମାଂସକୁ ଖାଇଲି ନାହିଁ ତ ଆଉ ଅନ୍ୟ ମାଂସ ତରକାରୀ ହାଣ୍ଡିରୁ ଅଣାଗଲା ହେଲେ ମୁଁ ମୋଟେ ଖାଇଲି ନାହିଁ। ମୋର ନ ଖାଇବା ଦେଖି √କିଶୋର ଚନ୍ଦ୍ର ମିଶ୍ର ସାର ମଧ୍ୟ ଖାଇଲେ ନାହିଁ। ଛୁଆଟା ଖାଇଲା ନାହିଁ ମୁଁ କେମିତି ଖାଇବି କହି ସାଧାଭୋଜି ଖାଇଲେ। ସଭିଏଁ ଶୋଇବାକୁ ଚାଲିଗଲେ ରୋଷେଇ ଘରେ ଚେମୁଣ୍ଟୁ,କିଶୋର ଚନ୍ଦ୍ର ମିଶ୍ର ସାର୍ ଆଉ ମୁଁ। √କିଶୋର ଚନ୍ଦ୍ର ମିଶ୍ର ସାର ଦେଖିଲେ ମାଂସ ତରକାରୀ ଭରପୂର ବଳିଛି କେବଳ ଏହି ନୂଆ ମ୍ୟାନେଞ୍ଜର ଯୋଗୁଁ ଭାବି ମୁଣ୍ଡରେ ହାତ ବୁଲାଇ କହିଲେ,"ସୁକାନ୍ତ ! ଆଜି ପରି ଯଦି ସବୁ ଗୁରୁଜୀଙ୍କ ଆଜ୍ଞା ପାଳନ କରିବୁ ଅବଶ୍ୟ ଦିନେ ଭଲ ମଣିଷ ହେବୁ।" √କିଶୋର ଚନ୍ଦ୍ର ମିଶ୍ର ସାରଙ୍କ ଆଶୀର୍ବାଦ ସେ ରାତିରୁ ପାଇ ଆଜି ଆଗକୁ ବଢିଛି। ପ୍ରକୃତରେ ମୁଁ ଜଣେ ଭଲ ଛାତ୍ର ହିଁ ନୁହେଁ,ପାଠ ମୋତେ ଆଦୌ ଆସେ ନାହିଁ। କେବଳ ସେ ରାତିର ଗୁରୁକୃପା ଆଉ ଆଶୀର୍ବାଦରୁ ହିଁ ମୋର ଗତିପଥ ବଦଳି ଯାଇଛି। ଆଜି √କିଶୋର ଚନ୍ଦ୍ର ମିଶ୍ର ସାର ପର ପାରିରେ ହୁଏତ ଈଶ୍ବରଙ୍କ ସଙ୍ଗେ ଆନନ୍ଦରେ ସ୍ଵର୍ଗରେ ଖେଳୁଥିବେ। ଏ ଅଭୁଲା ସ୍ମୃତିର ରାତି କଥା ଯେବେ ବି ମନେ ପଡ଼େ ଆଖିରୁ ଆନନ୍ଦର ଲୁହ ଝରିପଡେ। ଭାବିନିଏ ଆଶୀର୍ବାଦ ଆଉ ଗୁରୁକୃପା ଠାରୁ ବଳି ଆଉ ଏ ସଂସାରରେ କିଛି ବି ନାହିଁ। 

     ଆଜି ମୁଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଟିଏ ମାତ୍ର ସେଇ ପରମ କାରୁଣିକ ପରମ ମହାତ୍ମା ପୁରୁଷ କିଶୋର ଚନ୍ଦ୍ର ମିଶ୍ର ଗୁରୁଦେବଙ୍କ ଅସୀମ ସ୍ନେହ,ଶ୍ରଦ୍ଧା,ଭଲ ପାଇବା,ଗୁରୁକୃପା ଆଉ ଆଶିର୍ବାଦ ଯୋଗୁଁ। ଧନ୍ୟ ଗୁରୁଜୀ,ଧନ୍ୟ ତୁମର କରୁଣା।

       ଗୁରୁଦେବଙ୍କର ,ଜୟହେଉ।


Rate this content
Log in

Similar oriya story from Abstract