STORYMIRROR

SUKANTA KHANDA

Children Stories

4  

SUKANTA KHANDA

Children Stories

ରଫ ଖାତା

ରଫ ଖାତା

3 mins
13


ଜଣେ ଛାତ୍ର ବା ଛାତ୍ରୀ ପଢିବାକୁ ହେଲେ ଅନେକ ଗୁଡ଼ିଏ ଖାତା ଦରକାର ହୋଇଥଏ। ସେମାନଙ୍କ ଭିତରେ ରଫ ଖାତା ଅନ୍ୟତମ ଯିଏ ସମସ୍ତ ଖାତାର ଆବଶ୍ୟକତାକୁ ପୂରା ସମ୍ଭାଳିବାର କର୍ତ୍ତବ୍ୟ ନିର୍ବାହ କରିଥାଏ। ତାକୁ ସଭିଏଁ ନିର୍ଭର କରିଥାନ୍ତି କି ଏଇ ହିଁ ଜଣେ ଯୋଗ୍ୟ ଯିଏ ସମସ୍ତ ସଠିକ୍ ସତ୍ୟ ତଥ୍ୟ ହିଁ ଆଗ ନିରୂପଣ କରି ପାରିବ ଓ ଅନ୍ୟ ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରିବାର ସାମର୍ଥ୍ୟ ହେବ। 

     ରଫ ଖାତା ପରି ପ୍ରତି ଘରର ମୁଖ୍ୟ ବାପା ମଧ୍ୟ ଅନୁରୂପ କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି। ଆଗକୁ ଗଣେଶ ପୂଜା ଆସୁଛି। ସଭିଙ୍କ ମନରେ କେତେ ଆନନ୍ଦ,ଆଗ୍ରହ ଆଉ ଉତ୍କଣ୍ଠା। କି ବର୍ଷର ଆରମ୍ଭରେ ଗଣେଶଙ୍କୁ ଆଗ ଆବାହନ କରିବାର ଅଛି। ଦିନେ ଜେଜେ ବାପା କହିଲେ-"ରାଜୁ ! ଗଣେଶ ପୂଜା ଏ ବର୍ଷ ଆମ ଘରେ ବଡ ଧୁମଧାମରେ ହେବ। ଏହି ପୂଜା ସକାଶେ ମୋର ଅନ୍ୟ ତିନି ଝିଅଙ୍କୁ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ଯ ଲୋଡା ହେବ। ଯେବେ ମୁଁ ମୋର ସାମର୍ଥ୍ୟ ଓ ଶକ୍ତି ଥିଲା ନିଜେ ନିଜର କାର୍ଯ୍ୟ ସମ୍ପାଦନ କରୁଥିଲି ଆଜି କିନ୍ତୁ ନିରବି ଯାଇଛି ଏଣୁ ମୋର ସବୁ ଆବଶ୍ୟକତା ହିଁ ତୋର ଦେଇ କରିବାକୁ ଚାହୁଁଛି। ତିନି ଝିଅଙ୍କ ସହିତ ଜ୍ବାଇଁ,ନାତି ଓ ନାତୁଣୀଗଣ ଆସିବେ ସଭିଙ୍କର ନୂଆ ଡ୍ରେସ୍ ସହିତ ଖାଇବା,ପିଇବା ଓ ରହିବା ହେବା ନିତ୍ୟାନ୍ତ ଜରୁରୀ।" ଜେଜେଙ୍କ କଥା ସରି ନାହିଁ ଜେଜେ ମାଆ କହିଲେ-"ରାଜୁ ! କେବଳ ତୋର ନିଜ ଭଉଣୀଗଣ ନୁହେଁ ମୋର ଦୁଇ ଭଉଣୀ ଓ ଦୁଇ ଭାଇ,ଭାଉଜ ପୁତୁରା,ଝିଆରୀ ମଧ୍ୟ ଆସିବେ। ସେମାନଙ୍କ ଅତ୍ୟାବଶ୍ୟକତା ଯେମିତି କୌଣସି କିଛି ହେଳା ନ ହୁଏ।" ଜେଜେ ମାଆଙ୍କ କଥା ନ ସରୁଣୁ କାକା କହିଲେ-"ଭାଇ ! ମୋର ମଧ୍ୟ ଶାଶୂ,ଶ୍ଵଶୁର,ଶଳା ଓ ଶାଳୀକୁ ନିମନ୍ତ୍ରଣ କରିଛି ଗଣେଶ ପୂଜାରେ ସେମାନଙ୍କ ସୁବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମୋର ତୋରି ପାଖରେ ନିବେଦନ ରହିଲା।" କାକାଙ୍କ କଥା ନ ସରୁଣୁ ବଡ଼ ଭାଇ କହିଲା-"ବାପା ! କଲେଜରେ ବଡ଼ ଧରଣର ଗଣେଷ ପୂଜା ହେଉଛି। ପୂଜା ପାଇଁ ଚାନ୍ଦା ପନ୍ଦର ଶହ ଆଉ ଗ୍ରାମର କ୍ଲବରେ ଯେଉଁ ଗଣେଶ ପୂଜା ହେଉଛି ତାର ପାଇଁ ଏକ ହଜାରେ। " ଖୁଡି ନୀରବରେ ବସିଥିଲେ ଓ ଶୁଣୁଥିଲେ। ସେ ଆସନରୁ ଉଠି ବାପାଙ୍କୁ କହିଲେ-"ଭାଇ ! ଆମ ଏ ଘର ସମସ୍ତ ସଦସ୍ୟ/ସଦସ୍ୟା ଯେମିତି ନୂଆ ବସ୍ତ୍ର ପିନ୍ଧିବାକୁ ପାଇବେ କାରଣ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାରେ ସଭିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣଙ୍କୁ ମୋର ତରଫରୁ ଏ ଛୋଟିଆ ନିବେଦନ ମାତ୍ର।"

    ଏ କଥା ମୁଁ ନୀରବରେ ବସି ଶୁଣୁଥିଲି। ଭାଇଙ୍କ ପରି ଆମର ବିଦ୍ୟାଳୟରେ ମଧ୍ୟ ପୂଜା ଚାନ୍ଦା ଦେବାର ଅଛି। ମୋତେ କହିବାକୁ ହେବ କି ନାହିଁ ନିଜକୁ ନିଜେ ହଜାରେ ପ୍ରଶ୍ନ କରୁଥିଲି। ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଲା ତ ଆସନରୁ ଉଠି ଚାଲି ଯିବାକୁ ଉଦ୍ୟତ ହେଲି ଆର ଘରକୁ। ମୋ ଆଖିର ଲୁହ ବାପା ଦୂରରୁ ଦେଖି ନେଲେ ଆଉ କହିଲେ-"କୁନି ! ମୁଁ ସଭିଙ୍କ ଅଭିଯୋଗ ତ ଶୁଣିଲି କିନ୍ତୁ ତୋର ପାଖରୁ କିଛି ବି ତ ଆସିଲା ନାହିଁ। ତୁମ ବିଦ୍ୟାଳୟରେ କ'ଣ ଗଣେଶ ପୂଜା ହେଉ ନାହିଁ?" ବାପାଙ୍କର ଏହି କଥା ଶୁଣି ମୋର ଆଖିରୁ ଆଷାଢ଼ ଓ ଶ୍ରାବଣର ନିର୍ଘାତ ବର୍ଷା ଭଳି ଲୁହ ନିଗାଡି ପଡ଼ିଲା। ମୁଁ କେବଳ ନୀରବ ରହିବା ବ୍ୟତୀତ ଆଉ କିଛି ବି କହିବାକୁ ଏ ତୁଣ୍ଡ ଖୋଲୁ ନ ଥିଲା। ମୁଁ ନୀରବରେ ଭାବୁଥିଲି ସତରେ ! ରଫ ଖାତା ହେବା କେତେ କଷ୍ଟ ସାଧ୍ୟ ନୁହେଁ? ସଭିଙ୍କର ନିତ୍ୟାନ୍ତ ଆବଶ୍ୟକତାକୁ ଏହି ରଫ ଖାତା ହିଁ ପୂରଣ କରିଥାଏ ଯଥା ଗଣିତ,ବିଜ୍ଞାନ,ଇତିହାସ,ଭୂଗୋଳ,ଇଂରାଜୀ ଓ ସାହିତ୍ୟ ପରି ଯେତେ ଅଳିଆ ଆବର୍ଜନା ଥିବ ଆଗ ଏହି ରଫ ଖାତାରେ ହିଁ ନେଶି ହୋଇଯିବେ ପୂରା ମଞ୍ଜିଟିଏ ନ ଆସିବା ଯାଏଁ କେହି ବି ଛାଡ଼ିବେ ନାହିଁ।

       ମୋ ଦୁଇ ହାତ ଆପଣ ଛାଏଁ ଯୋଡ଼ି ହୋଇଗଲା। ମୁଁ ନିଜକୁ କିଛି କହିବି କ'ଣ ପାଖରେ ଦଣ୍ଡେ ନ ରହିବା ଉଚିତ୍ ମଣି ଦୌଡିଲି ଆର ଘରକୁ ଯେଉଁଠି ଥିଲା ମୋର ପଢା ଘର। ମୁଁ ଟାଣି ଆଣିଲି ରଫ୍ ଖାତାକୁ ଆଉ ହଜାରେ ବାର ମୁଣ୍ଡିଆ ମାରି କୋଟି ଧନ୍ୟବାଦ ଦେଲି ରଫ ଖାତାକୁ ଆଉ ଦେହ,ମନ ଓ ବିବେକ ସେହି ରଫ ଖାତା ପ୍ରତି ପ୍ରବଳ ସମ୍ମାନ ଥିଲା ଆଉ ତାକୁ ପୂରା ସୁସ୍ଥ ଓ ଶବଳ କରିବାକୁ ଅଣ୍ଟା ଭିଡ଼ିଲି। ଜୀବନରେ ତାକୁ ନଷ୍ଟ ବା କଷ୍ଟ ନ ଦେବାକୁ ଶପଥ ବେଲି। ସଂସାରରେ ଘର କରିବାକୁ ହେଲେ ଘରର ମୂରବୀ ଏମିତି ହିଁ ରଫ ଖାତା ଭଳି ନିଜକୁ କାର୍ଯ୍ୟ ନିର୍ବାହ କରିବାକୁ ପଡ଼ିଥାଏ। ଏହା ଈଶ୍ଵର ନିର୍ଦ୍ଦେଶ,ଦାନ ନା ଆଉ କିଛି? ତୁହାଇ ତୁହାଇ ଭାବି ଚାଲିଥିଲି ନିଜକୁ ନିଜର ଲୁହକୁ ନିଗାଡି।

    ଆକାଶରେ ପବନ ନିଃସ୍ତଦ୍ଦ ଆଲୋକ ଯେମିତି ଘଣ୍ଟାଏ ଠିଆ ହୋଇଗଲା ଆଉ ପାଦ ତଳର ମାଟି ଖସିଗଲା। ମୋର ହିତାହିତ ଜ୍ଞାନ ଉଡ଼ି ଯାଉଥିଲା ରଫ ଖତା ପରି ବାପାଙ୍କ କର୍ତ୍ତବ୍ୟ ପାଖରେ। ମୋର ହାବଭାବ ବାପା ପୂରା ବୁଝି ସାରିଥିଲେ। ସେ ମୋର ପାଖକୁ ଆସି କୁଣ୍ଢାଇ ପକାଇ ଭୋ..ଭୋ.. କରି କାନ୍ଦି ଉଠିଲେ। ଦୁହେଁ ଘର ଭିତରଟା କମ୍ପାଇ ଦେଲୁ। ହଠାତ୍ ଏଇ କେମିତି ଭୂମିକମ୍ପ ହୋଇଗଲା। ଆମ ବାପ ଆଉ ଝିଅଙ୍କ କାନ୍ଦ ବୋବାଳି ଶୁଣି ଯଦିଓ ଘରର ସମସ୍ତ ସଦସ୍ୟ ଦୌଡ଼ି ଆସିଲେ ହେଲେ କାହାରି ତୁଣ୍ଡରୁ ଭାସି ଆସିଲା ନାହିଁ କି କାନ୍ଦିବାର କାରଣ କ'ଣ? ସମସ୍ତେ ତ ଚାହାନ୍ତି ତାଙ୍କ ସମାଧାନ ଦରକାର ଯେମିତି ହୁଏ ଗୋଟିଏ ରଫ୍ ଖାତା।

    ହେ ରଫ ଖାତା ତୁମର ଜୟ ହେଉ।

     


Rate this content
Log in