ବାହୁଡ଼ା ଯାତ୍ରାରେ
ବାହୁଡ଼ା ଯାତ୍ରାରେ
ଏ ବର୍ଷ ଆଷାଢ଼ ମାସରେ ବି ବିଲକୁଲ ବର୍ଷା ହେଲା ନାହିଁ। ଶରତର ଦେହ ଓ ମନରେ ଅନନ୍ତ ଦୁଃଖ କି ଏ ବର୍ଷ ଚାଷ କେମିତି ହେବ? ଘରେ ବାପା,ମାଆ ଆଉ ସାନ ଭଉଣୀର ଯତ୍ନ ଓ ସେବା କିପରି କରିବ? ଶରତ ପାଠ ପଢି ଚାକିରି ନ କରିବାକୁ ମନ ବଳେଇଲା। ଚାଷ ତଳେ ହିଁ ବାସ ବୋଲି ଯେଉଁ ଅମୃତର କଥା ପଦେ ଦିନେ ଶୁଣିଥିଲା ତାହା କ'ଣ ସତରେ ଡାହା ମିଛ? ତୁହାଇ ତୁହାଇ ମୁଣ୍ଡରେ ହାତ ଥୋଇ ଭାବିଭାବି ବସିଥିଲା କୁମୁଟିଆ ନଦୀ କୂଳରେ ଶରତ। ସଞ୍ଜର ସମୟ ତ ପଶ୍ଚିମ ଦିଗରେ ସୂର୍ଯ୍ୟ ବୁଡ଼ି ଯାଇଥିଲେ। ପକ୍ଷୀଙ୍କ କାକଳି ଭିତରେ ପରିବେଶ ବେଶ କୋଳାହଳ। ମନରେ ଯଦିଓ ଆନନ୍ଦ କି ଉତ୍କଣ୍ଠା ଆସିବାର ନ ଥିଲା କେବଳ ହିଁ କେବଳ ବର୍ଷା ନ ହେବା କାରଣରୁ ଶରତ ଦୁଃଖରେ ପୂରା ଭାଙ୍ଗି ପଡୁଥିଲା।
ହଠାତ୍ ପ୍ରବେଶ କରିଲା ସରିତା ଆଉ କିଛି ବି କହିବା ଆଗରୁ ପଛପଟୁ ଜାବୁଡି ଧରିଲା। ଶରତ ଚମକି ପଡ଼ିଲା। କିଏ ତାକୁ ଏମିତି ଭାବରେ ଅତର୍କିତ ଆସି ଭିଡ଼ି ଧରୁଛି। ସେ ଦେଖିଲା ସରିତା ଯିଏକି ପଡୋଶୀ ଗ୍ରାମର ଝିଅ। ସେ ଶରତକୁ ଅନେକ ଦିନରୁ ଭଲ ପାଉଛି। କଲେଜ ପଢ଼ୁଥିବା ସମୟରେ ହିଁ ଦୁହେଁ ଦୁହିଁଙ୍କୁ ବିବାହ କରିବେ ବୋଲି ଅଙ୍ଗୀକାର ଥିଲେ। ଏ ବର୍ଷ ଭଲ ଫସଲ ହେଲେ ଶରତ ମଧ୍ଯ ତାକୁ ବୋହୂ ବେଶରେ ନିଜ ଘରକୁ ନେଇ ଆସିବ ବୋଲି କଥା ଦେଇଥିଲା ହେଲେ ବର୍ଷାର ଏ ଅନିୟମିତତାକୁ ଦେଖି ଶରତର ଆଖି ଛଳଛଳ ହୋଇ ଉଠୁଛି। ସରିତା କହିଲା,"ଶରତ ! ମୁଁ ଘରେ କହି ସାରିଲିଣି କି ଏ ବର୍ଷ ଆଷାଢ଼ରେ ଆମେ ପରସ୍ପର ନିଜର ହୋଇଯିବା ଭଲ ଆଉ ସମୟ ଗଡେଇଲେ ହୁଏତ ଅନ୍ୟ କିଛି ବି ବିଘ୍ନ ଘଟିପାରେ। ଟିକିଏ ରହି ପୁଣି କହିଲା,"ଶରତ ! ଆଜିର ଦିନଟି କ'ଣ କିଛି ମନେ ପଡୁଛି? ତୁମେ ତ କିଏ ମରିଗଲା ପରି ମୁଣ୍ତରେ ହାତ ଥୋଇ ମଉନ ହୋଇ ଭାବିକି ବସିଛ। କ'ଣ ମୋ କଥା ଶୁଣି ପାରୁଛ ନା ନାହିଁ?"
ଶରତ ନିଜ ମନ ଓ ବିବେକକୁ ପାଖକୁ ଆଣିଲା ଆଉ କହିଲା,"ସରିତା ! ଆଜି ତ ବାହୁଡ଼ା ଯାତ୍ରା ଆମେ ବୁଲିଯିବା କି?" ସରିତା ଏହି କଥାକୁ ହିଁ ଅପେକ୍ଷା କରିଥିଲା। ସେ ଯଥାଶୀଘ୍ର ସମ୍ମତି ଜଣେଇଁଲା ତ ଦୁହେଁ ଚାଲିଲେ କେନ୍ଦୁଝର ଯେଉଁ ରଥଟି ଉଚ୍ଚତାରେ ବିଶ୍ଵ ପ୍ରସିଦ୍ଧ ଆଉ ପ୍ରଥମ ଅଟେ। ଦୁହେଁ ବଡ଼ ଦାଣ୍ଡରେ ପହଞ୍ଚି ଦୁଇ ହାତ ଯୋଡିଲେ ଆଉ ଭୂମିରେ ଗଡିଲେ। ମୁଣ୍ଡରେ ବାଲିଧୂଳି ବୋଳି ହୋଇ ଭକ୍ତିର ସହ ଆକୁଳ ନିବେଦନ କଲେ କି ସେମାନଙ୍କର ବିବାହ ଯଥାଶୀଘ୍ର ହୋଇଯାଉ। ଏ କଥା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପହଞ୍ଚିଲା ତ ଦୁଇଟି ଫୁଲହାର ଜଗନ୍ନାଥଙ୍କ ହାତରୁ ଶୂନ୍ୟରେ ଉଡ଼ିଉଡ଼ି ଆସି ଏ ଦୁହିଁଙ୍କ ବେକରେ ପଡ଼ିଗଲା। ଏମାନଙ୍କୁ ଲୋକେ ଦେଖି ଛାନିଆ। ଏମିତି କେମିତି ଭଲା ହେଲା? ଶହଶହ ଓ ହଜାର ହଜାର ଭକ୍ତ ଏଠାରେ ରୁଣ୍ଡ ଅଥଚ ଏ ଦୁହିଁଙ୍କ ବେକରେ ଫୁଲହାର ପଡ଼ିବା କିଛି କମ କଥା ନୁହଁ। ଘଟଣା ଯଥାଶୀଘ୍ର ପ୍ରଘଟ ହୋଇଗଲା। ପୋଲିସ ପାଖକୁ ଆସି ତ ଶରତ ଆଉ ସରିତାକୁ ରଥ ଉପରକୁ ଟେକିନେଲେ ଓ ପରେ ବିବାହ କାର୍ଯ୍ୟ ବିନା ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରଭୁ ଶ୍ରୀ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ସମ୍ମୁଖରେ ସମ୍ପନ୍ନ କରିଲେ। ଦୁହେଁ ରଥରୁ ଓହ୍ଲାଇଲେ ତ ଲୋକେ ଏ ଦୁହିଁଙ୍କୁ ସର୍ବଦା ଅନେଇଁ ରହିଲେ ଆଉ କହିଲେ କି ଧନ୍ୟ ତୁମର ଭକ୍ତି ଆଉ ଭାବ। ସରିତା କିନ୍ତୁ ନିଜକୁ ଲଜ୍ଜାବୋଧ କରୁଥିଲା ତ ଶରତ ଇସାରାରେ ଦୁହେଁ ପ୍ରଣାମ,ପ୍ରାର୍ଥନା ଓ ସମର୍ପଣ ପୂର୍ବକ ଫେରିବା ଆରମ୍ଭ କଲେ। ମାତ୍ର ଦୁହେଁ ଘରକୁ ନ ଫେରି ଗୋଟିଏ ଲଜରେ ରହି ରାତ୍ରି ଯାପନ କରିବାକୁ ମନସ୍ତ କଲେ। ଘର ପରିବାରଙ୍କ ଅଜ୍ଞତାରେ ଏସବୁ ଘଟି ଯାଇଥିବାରୁ ପରସ୍ପର ଦୈହିକ ସମ୍ପର୍କ ନ ରଖି ଘର ପରିବାରଙ୍କୁ ଅପେକ୍ଷା କଲେ।
ବଡ଼ଦାଣ୍ଡରେ ରଥର ଚକ ଧୀରେଧୀରେ ଗଡିଲା। ସାରା ପରିବେଶ ଉଛୁଳି ପଡ଼ିଲା ହୁଳହୁଳି,ହରିବୋଲ,ଘଣ୍ଟ,ଘଣ୍ଟା ଆଉ ବାଜାର ଶବ୍ଦରେ। ପୂରା ଭକ୍ତଗଣ ଆଜି ସେଇ ଯୋଡିକୁ ଧନ୍ୟଧନ୍ୟ କହିବାକୁ ଲାଗିଲେ କାରଣ ଏପରି ଦୃଶ୍ୟ ଏ ବର୍ଷ ହିଁ ଲୋକ ସମ୍ମୁଖରେ ଘଟିଗଲା। ରାତି ଆଠଟା ହୋଇ ନାହିଁ ଘର ପରିବାର ଆସି ପୁଅ ବୋହୂଙ୍କୁ ଘରକୁ ପାଛୋଟି ନେଲେ ଆଉ ପରଦିନ ହିଁ ବଡ଼ ଧୂମ ଧାମରେ ବିବାହ କାର୍ଯ୍ୟ ସମ୍ପନ୍ନ କଲେ । ଶରତ ଏହାରି ଭିତର ନିଜକୁ ଭାବୁଥିଲା ଏ ବର୍ଷ ବର୍ଷା ନ ହେଲେ ଘର ପରିବାର ପୋଷଣ କରି ପାରିବ କେମିତି ମାତ୍ର ସବୁ କେମିତି ଓଲଟ ପାଲଟ। ବର୍ଷା ହେଉ କି ନ ହେଉ ବିଲ ବାଡ଼ିରେ ଭଲ ଚାଷ ହେଉ କି ନ ହେଉ ମାତ୍ର ସରିତା ସହିତ ଯେଉଁ ସମ୍ପର୍କ ରଖିଲା ନିତି ହିଁ ନିଜେ ବର୍ଷା କରିବାକୁ ହେବ ହିଁ ହେବ।
ଶରତ ଆଜି ବହୁତ ଖୁସି କାରଣ ତାର ଯଦିଓ ପ୍ରଜାପତାୟ ବିବାହ କାର୍ଯ୍ୟ ହୋଇ ନାହିଁ ତଥାପି ହଜାର ହଜାର ଲୋକ ସମ୍ମୁଖରେ ଯେଉଁ ଆଜ୍ଞାମାଳ ଭଗବାନ ଶ୍ରୀ ଜଗନ୍ନାଥଙ୍କ ହାତରୁ ଆସି ସେମାନଙ୍କ ବେକରେ ପଡ଼ିଲା ନିଜକୁ କୋଟି ଧନ୍ୟବାଦ ଯେତିକି ଦେଉଥିଲା ଭଗବାନ ପ୍ରଭୁ ଶ୍ରୀ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ପ୍ରତି ସେତିକି କୃତଜ୍ଞ ଥିଲା।
ସତରେ ! ବାହୁଡା଼ ଯାତ୍ରା କାହାର କେତେ କାମରେ ଆସୁ କି ନ ଆସୁ ଏ ଦମ୍ପତିଙ୍କର ପୂରା କାମରେ ଆସି ଥିବାରୁ ଦୁହେଁ ପ୍ରତିଜ୍ଞା କଲେ କି ପ୍ରତିବର୍ଷ ବାହୁଡ଼ା ଯାତ୍ରାରେ ବଡ଼ ଦାଣ୍ଡକୁ ଯାଇ ଭକ୍ତଙ୍କ ସେବା କରିବେ। ସ୍ୱତନ୍ତ୍ର ଷ୍ଟଲ ଖୋଲି ଲେମ୍ବୁ ଓ ଦହି ସରବତ ବାଣ୍ଟିବେ। ଲୋକଙ୍କ ସେବା ହିଁ ତାଙ୍କୁ ଆନନ୍ଦ ଦେବ। ଯିଏ ସାରା ସଂସାରର ପ୍ରଭୁ ତାଙ୍କରି ଏଇ ଟିକି ସେବା ପାଇଁ ପୁଣି ଥରେ ଆକୁଳ ନିବେଦନ କଲେ। ରଥରେ ଥାଇ ତିନି ଭାଇ ଭଉଣୀ ଆଶୀର୍ବାଦ କଲେ। ଏ ବର୍ଷ ତିନି ଦିନ ବାହୁଡ଼ା ଯାତ୍ରା ହେଉ ଥିବାରୁ ଘରେ ଥାଇ ଶେଷ ଦିନରେ ସେବା କରିବାକୁ ଭଉଣୀ,ବାପା ଓ ମାଆଙ୍କୁ ପଠାଇଲେ। ଆସନ୍ତା ବର୍ଷ ସେମାନେ ଦୁହେଁ ସ୍ଵୟଂ ଠିଆ ହୋଇ ନିଜର କର୍ମ ଓ କର୍ତ୍ତବ୍ୟ ସମ୍ପାଦନ କରିବେ। ଆଜି ଶରତ ଓ ସରିତା ନିଜ ଘରେ ତିନି ଦିଅଁଙ୍କୁ ପୂଜାର୍ଚ୍ଚନା କରୁଛନ୍ତି କାରଣ ସେ ତିନି ଭାଇ ଭଉଣୀ ହିଁ ସେମାନଙ୍କ ଆରାଧ୍ୟ ଦେବତା। ବାହୁଡ଼ା ଯାତ୍ରା ସରିଲା। ଶରତ ବର୍ଷା ହେଲେ ଚାଷ କରିବ ଆଉ ନିଜର ଶପଥ ପୂରଣ ଅବଶ୍ୟ କରିବ। ସରିତା ମଧ୍ୟ ଶରତକୁ ପୂରା ସହଯୋଗ କରୁଛି। ସ୍ବାମୀଙ୍କୁ ନିଜର ସବୁ ପ୍ରକାର ସାହାଯ୍ୟ,ସହଯୋଗ ଓ ସମର୍ପଣ କରି।
ଧନ୍ୟ ନବ ଦମ୍ପତି ଧନ୍ୟ ତୁମର ଭକ୍ତି ଆଉ ଭାବ।
