STORYMIRROR

SUKANTA KHANDA

Children Stories

4  

SUKANTA KHANDA

Children Stories

ବାପା

ବାପା

2 mins
6


ଛୋଟରୁ ବଡ଼ ହୋଇ ଆଜି ମୁଁ ଯୁବକ। ଦୁଇ ସନ୍ତାନର ବାପା ମଧ୍ଯ ହୋଇ ସାରିଛି। ଦିନେ ବାପାଙ୍କୁ ପ୍ରେମ ଆଉ ଭକ୍ତି କରୁଥିଲି କିନ୍ତୁ ବିବାହ ପରେ ବାପାଙ୍କୁ ପୂରାପୁରି ଭୁଲି ଅଣଦେଖା କଲି। ବାପା ଯେମିତି ସାତପର ତ ଆଉ କୌଣସି କାମରେ ହିଁ ଆସିବେ ନାହିଁ। 

      ବାପାଙ୍କର ଏକମାତ୍ର ପୁଅ ହୋଇ ବି କଂସ ରାଜାଙ୍କ ପରି ଯଦିଓ ବନ୍ଦୀ ଜୀବନ ଯାପନ କରାଇ ନାହିଁ କିନ୍ତୁ ଅନେକ ନିର୍ଯାତନା ଦେଇଛି। ଖାଇବା,ପିଇବା ଓ ଶୋଇବାରେ ବିଷ କରି ଦେଇଛି। ମୋର ନିର୍ଯାତନା ସହି ନ ପାରି ଆଉ ତାଙ୍କର ତିନି ଝିଅଙ୍କୁ କୌଣସି ସତ୍ୟାସତ୍ୟ ବିଲକୁଲ୍ ନ ଜଣାଇ ଦିନେ ଭୋକରେ ସଢ଼ାଇ ମାରିଦେଲି। ସେଦିନ ନିଜକୁ ପୂରା ଭାଗ୍ୟବାନ ମଣୁଥିଲି କି ପାଖରୁ ଗୋଟିଏ କଣ୍ଟାଗଲା ଆଗକୁ ମୋର ସ୍ବର୍ଗସୁଖ ହିଁ ଆସିବ।

     ଆଜି ବାପା ନାହାଁନ୍ତି ତ ଅନୁତପ୍ତ। ଏ ଜୀବନଟା ପୂରା ଫାଙ୍କାଫାଙ୍କା ଲାଗୁଛି। ବଞ୍ଚିଥିବା ବେଳେ ତ କିଛି ହିଁ ଖାଇବା,ପିଇବା ଓ ରହିବାର ସୁବ୍ୟବସ୍ଥା କରି ନାହିଁ। ଏବେ ଶ୍ରଦ୍ଧାରେ ଶ୍ରାଦ୍ଧ ବାଢ଼ିଲେ କି ସେ ଖାଇବେ? ମନ ଭିତରେ ଅସୁମାରୀ ଭାବନା। ହାୟରେ ! ମୁଁ ଏ କ'ଣ କଲି। ବଞ୍ଚିଥିବା କାଳରେ ମୁଠାଏ ଖାଇବା ନ ଦେଇ ଆଜି ଭୁରି ଭୋଜନ ଖୁଆଇବା ଚାହୁଁଛି ଏହା ମୂର୍ଖାମୀ ନୁହେଁ ତ ଆଉ କ'ଣ? ହେ ମୋର ଭାଇ,ବନ୍ଧୁ ଓ କୁଟୁମ୍ବଗଣ ସ୍ୱର୍ଗକୁ ଖାଦ୍ୟ ପଠାଇବାର କୌଣସି ସୁବିଧା ହିଁ ନାହିଁ। ବଞ୍ଚିଥିବା କାଳରେ ସ୍ଵୟଂ ଖୁଆଇବା ବ୍ୟବସ୍ଥା କରନ୍ତୁ ଅନ୍ୟଥା ମୋର ପରି ଅନୁତାପ ଅଗ୍ନିରେ ସଢ଼ିବା ହିଁ ସାରା ହେବ।

         ହେ ସ୍ୱର୍ଗୀୟ ପିତା ! ମୋତେ କ୍ଷମା କରି ଦିଅନ୍ତୁ। ମୁଁ ଈଶ୍ୱରଙ୍କ ଇଛା ଓ ଆଶାକୁ ହେୟମନେ କରିଥିଲି। ଗର୍ବ,ଦମ୍ଭ ଆଉ ଅଭିମାନରେ ପୂରା ବିପଥଗାମୀ ହୋଇଗଲି। ଆଜି ମରିଗଲା ପରେ ଭୁରି ଭୋଜନ ଖୁଆଇବା ନିହାତି ମୂର୍ଖାମୀ। ସ୍ୱର୍ଗକୁ ଖାଦ୍ୟ ପଠାଇବାର କୌଣସି ସୁବ୍ୟବସ୍ଥା ନାହିଁ ବୋଲି ଜାଣିଛି ତଥାପି ଶ୍ରାଦ୍ଧ,ପର୍ବ ଆଉ ପର୍ବାଣୀ ଆସିଲେ ହିଁ କୌଣସି ଲୋକଙ୍କ ଠାରୁ ନିନ୍ଦା ନ ଶୁଣିବି ଏଇ ଭୟରେ ପୂଜାର୍ଚ୍ଚନା ସହ ଭୁରି ଭୋଜନ କରିବାକୁ ଆହ୍ବାନ କରୁଛି। ତୁମେ ଖାଉଛ କି ନାହିଁ ମୋତେ ଜଣା ନାହିଁ କିନ୍ତୁ ଆଜି ମୁଁ ପୁରା ଅନୁତାପ କରୁଛି କି କଂସ ମହାରାଜାଙ୍କଠାରୁ ବି ହୀନ।

     ଆଖିରେ ଆଖିଏ ସ୍ବପ୍ନ। ମନରେ ଅସୁମାରୀ କୋହ ଭିତରେ ସଢି ଯାଉଥିଲା ନବୀନ। ବାପା ଆଜି ମନେ ପଡୁଛି ଛୋଟ କାଳରେ କୌଣସି ମେଳା ପାଇଁ ଦଶ କି ପନ୍ଦର ଟଙ୍କା ଦେଇଥାଅ ଅବା ସେଇ ଟଙ୍କାରେ ସାରା ମେଳା ବୁଲାଇ ଆଣିଥାଅ। କିଛି କିଣିବାକୁ ଚାହିଁଲେ ମୋଟେ ମନା ହିଁ କରି ନ ଥାଅ। ଆଜି ତୁମେ ନାହିଁ କି ମୋର କର୍ତ୍ତବ୍ୟ କିଛି ବୋଲି ବି ନାହିଁ। ମୋର ଏହି ଅହଙ୍କାର ଆଉ ନୀଚତା ପାଇଁ କ୍ଷମାଭିକ୍ଷା ଚାହୁଁଛି।

    ହେ ମୋର ଭାଇ,ବନ୍ଧୁ ଓ କୁଟୁମ୍ବମାନେ ଆପଣମାନେ କେବେ ବି ମୋର ପରି ହୁଅନ୍ତୁ ନାହିଁ। ନିଜ ବାପାଙ୍କୁ ହେୟ ନ କରି ଖାଇବା,ପିଇବା ଓ ଶୋଇବାର ସୁବ୍ୟବସ୍ଥା କରନ୍ତୁ ଅନ୍ୟଥା ମୋର ପରି ପଶ୍ଚାତାପ ସହ ଲୁହକୁ ହିଁ ଗଡେଇବା ହେବେ।

         


Rate this content
Log in