STORYMIRROR

Satyabati Swain

Fantasy

2  

Satyabati Swain

Fantasy

ଏଡ଼େ ଫାଜିଲ୍

ଏଡ଼େ ଫାଜିଲ୍

2 mins
371

ଓଃ ...ଭୟରେ ମୋ ତଣ୍ଟି ଶୁଖି ଯାଉଥିଲା। ପାଟି ସମ୍ପୂର୍ଣ୍ଣ ଅଠା ଅଠା ଲାଗୁଥିଲା। ଜିଭ ଭିତରକୁ ପଶି ଯାଉଥିଲା। ମୁଁ ଚାହୁଁଥିଲି ଚିଲେଇ କି ଡାକିବି ବୋଉ....ବାପା....ନାନୀ...। କିନ୍ତୁ କୌଣସି କଥା ମୋ ପାଟିରୁ ବାହାରୁ ନଥିଲା। ଭୟରେ ଝାଳରେ ଗୋଟା ସୁଦ୍ଧା ଗାଧୋଇ ପଡ଼ିଥିଲି ମୁଁ। ଥରୁଥିଲି ବରଡା ପତର ପରି।

  ମୁଁ ଦେଖୁଥିଲି ଗୋଟେ ବଣ ଭିତରେ ମୁଁ ଏକା ଯାଉ ଯାଉ ଗଲି ପଡିଲି ଖାତ ଭିତରେ। ସେଠି ଖାଲି ପତଳା ପଙ୍କ। ପଙ୍କ ଭିତରେ ବୁଡି ଯାଉଥିଲି ମୁଁ ଆସ୍ତେ ଆସ୍ତେ। ଚିତ୍କାର କରୁଥିଲି ବଞ୍ଚାଅ,ବଞ୍ଚାଅ। କେହି କୁଆଡେ ନଥିଲେ। ବାଘଟିଏ ଜଗି ବସିଥିଲା ସେଇ ଖାତକୁ ଲାଗି। ଅଣ୍ଟା,ଛାତି,ବେକ ଯାଏ ପଙ୍କରେ ବୁଦିଗଲି ମୁଁ। ହେ ହେଲ୍ପ ହେଲ୍ପ କହୁଥିଲି ମୁଁ। ବାଘଟି ଲାଞ୍ଜ ହଲାଇ ଜିଭରେ ମୁହଁ ଚାଟୁଥିଲା। ମୁଁ ଆଖି ବୁଜି ଦେଲି। ମୋ ପାଟି,ଆଖି ନାକରେ ପଙ୍କ ଭର୍ତ୍ତୀ ହୋଇଗଲା। କିଛି ସମୟ ପରେ ମୁଁ ପଙ୍କ ଭିତରେ କୁଆଡେ ଲୁଚିଗଲି।

  ପୁଣି ଦେଖିଲି ମୋତେ ଟାଣି ଓଟାରି ପାଇପ ଲଗାଇ ପଙ୍କ ଭିତରୁ କାଢ଼ିଲେ। ମୁଁ କିନ୍ତୁ ମରି ଯାଇଥିଲି। ମୋ ବୋଉ,ବାପା ଓ ନାନୀ ମୁଣ୍ଡ ପିଟି କାନ୍ଦୁଥିଲେ। ମୋତେ କୋକେଇରେ ଶୁଆଇ ମଶାଣୀକୁ ନେଲେ। ମୁଁ ମରି ଯାଇଛି ବୋଲି ଜୋରେ କାନ୍ଦୁଥାଏ। ଠିକ୍ ଏଇ ସମୟରେ ମୋତେ ସଙ୍ଗାଡ଼ ଥୋଇ ନିଆଁ ଲଗେଇ ଦେଲେ। ମୁଁ ଯେତେ ବଳ ଥିଲା ଖଟେଇ ଚିତ୍କାର ଛାଡ଼ିଲି ନା.........ଇଁ।

  ବୋଉ ମୋତେ ହଲେଇ ଦେଇ କହିଲା ସ୍ୱପ୍ନ ଦେଖିଲୁ କି   ମୁଁ ଉଠି ପଡିଲି। ସେତେବେଳେକୁ ଝାଳ ଓ ଭୟରେ ପୁରା ଓଦା ମୁଁ।

  ବୋଉ ଢାଳେ ପାଣି ପିଇବାକୁ ଦେଲା। କହିଲା ଚିତ ହୋଇ ଶୋଇ ଛାତି ଉପରେ ହାତ ରଖି ଥିଲୁ କି ଏମିତି ଶୋଇଲେ ସ୍ବପ୍ନ ଦେଖନ୍ତି।

  ଓହୋ ସ୍ୱପ୍ନ ଦେଖୁଥିଲି ଏଯାଏ ମୁଁ ତାହେଲେ ମରି ନାହିଁ। ବହେ ହସିଲି ମନେ ମନେ ନିଜେ ମରି ନିଜ ପାଇଁ କାନ୍ଦିବା କେବଳ ସ୍ୱପ୍ନରେ ହିଁ ସମ୍ଭବ ହୁଏ । ନ ଲେ ମରି କି ନିଜ ପାଇଁ କେହି କାନ୍ଦେ କି ଅବାସ୍ତବ କଥା ଛି ସ୍ୱପ୍ନ ତୁ ଏଡ଼େ ଫାଜିଲ୍,ମୋତେ କେତେ କନ୍ଦାଇଲୁ...

  ସେଦିନ କଥା ମନେ ପଡିଲେ ବେଜାଏ ହସ ମାଡ଼େ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy