STORYMIRROR

Debaki Behera

Romance Tragedy

3  

Debaki Behera

Romance Tragedy

ଏମିତି ଏକ ପ୍ରେମ କାହାଣୀ

ଏମିତି ଏକ ପ୍ରେମ କାହାଣୀ

7 mins
217



ରାନୀ ବହୁତ ଗରିବ ଘରର ଝିଅଟିଏ l ପରିବାର କହିଲେ ତା ମା ଆଉ ସିଏ l ଦରିଦ୍ରତା କାରଣରୁ ଅଧାରୁ ପାଠ ପଢା ଛାଡିବାକୁ ପଡିଥିଲା ତାକୁ l ମା ତାର କିଛି ଘରେ କାମ କରି ପରିବାର ଚଲେଇନିଏ ଆଉ ରାନୀ ଘରେ ସିଲେଇ କରି ସେଥିରୁ କିଛି ଅର୍ଥ ଉପାର୍ଜନ କରି ମାଆ ଝିଅ କଷ୍ଟେମଷ୍ଟେ ଗୁଜୁରାଣ ମେଣ୍ଟାଉଥିଲେ l ଦୁଃଖ ତ ସେତେବେଳେ ମାଡିଆସିଲା ଯେତେବେଳେ ତାର ମାଆ ଦେହ ଅସୁସ୍ଥ ହେବା ଆରମ୍ଭ ହେଲା l ଦେହର ଦୁର୍ବଳତା କାରଣରୁ କୌଣସି କାମ କରିବାକୁ ସେ ଆଉ ସକ୍ଷମ ହେଲେନି l ବର୍ତମାନ ଘର ଚଳେଇବାର ଦାଇତ୍ୱ ରାନୀ ମୁଣ୍ଡକୁ ଆସିଯାଇଥିଲା l ସେ କଣ କରିବ କିଛି ବୁଝିପାରୁନଥିଲା l ତେଣୁ ସେ ବୁଦ୍ଧି ସଞ୍ଚେଇ ତାଙ୍କର ରହୁଥିବା ଘରଟିକୁ ଏକ ସରକାରୀ ଅଫିସ ପାଇଁ ଭଡା ଦେଇଦେଲା ଏବଂ ସେ ଓ ତା ମାଆ ରହିବା ପାଇଁ ଏକ ଛୋଟ ରୁମ ଟିକୁ ବାଛିନେଲେ l ଅଫିସ ର କଡରେ ଛୋଟିଆ ରୁମ ଟିରେ ମାଆ ଝିଅ ବେଶ ଆରାମରେ ନିଜକୁ ଖାପ ଖୁଆଇ ନେଲେ l ରାନୀର ବାପା ଯିବା ପରେ ସେହି ଘରଟି ହିଁ ତାଙ୍କର ଏକମାତ୍ର ସାହାରା ଥିଲା l ସେହି ଘରଟି ନଥିଲେ ସେମାନେ କେଉଁଠି ରହିଥାନ୍ତେ l ସେ ନବମଶ୍ରେଣୀ ରେ ପଢ଼ୁଥିଲା ବେଳେ ତା ବାପା ଏକ ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ l ସେହିଦିନ ଠାରୁ ସେମାନଙ୍କର ଦୁଃଖର ଦିନ ଆରମ୍ଭ ହୋଇଯାଇଥିଲା l ଅତି କଷ୍ଟରେ ସେ ମାଟ୍ରିକ ଟି ପାସ କରିଥିଲା lରାନୀର ବୟସ ବା କେତେ? ଜମାରୁ ଉଣେଇଶି ବର୍ଷ l ସେ ଯାହା ହେଉ ଘରଟି ଭଡା ଲାଗିଯିବାରୁ ବେଶ ଦୁଇପଇସା ମାସକୁ ମାସ ଆସିଗଲା l ତା ସହିତ ରାନୀ ସିଲେଇ କରି କିଛି ପଇସା ରୋଜଗାର କରିଦେଉଥିଲା l ସେଥିରେ ସେ ଓ ତା ମାଆ ଆରାମ ସେ ଚାଲିଯାଉଥିଲେ l ରାନୀ ଘର ର ଝରକା ପାଖରେ ବସି ଅନେକ ସମୟରେ ସରକାରୀ ଦପ୍ତର ଟିକୁ ଚାହିଁ ରହିଥାଏ l ଯେମିତି କିଛି ଅଧୁରା ଆଶା ରହିଗଲା ଭଳି l ଏମିତି କିଛି ମାସ ପରେ ରାନୀ ସବୁଦିନ ଭଳି ଝରକା ପାଖରେ ବସିଥାଏ ହଠାତ ଏକ ଜିପ ରୁ ଜଣେ ଆକର୍ଷଣୀୟ ଯୁବକ ଓହ୍ଲେଇଲେ l ରାନୀ ସେଇ ଯୁବକ ର ସୁନ୍ଦର ଚେହେରା ଦେଖି ବିମୋହିତ ହେଇ ସାରିଥିଲା l ଆଖିରୁ ଅପଲକ ନୟନ ରେ ଖାଲି ତାକୁ ହିଁ ଚାହିଁ ରହିଥିଲା l ସେ ଯୁବକ ଜଣକ ଅଫିସ ଭିତରକୁ ଯିବାପରେ ରାନୀ ବାହାରକୁ ଆସି ଖବର ନେଲା l ପତ୍ତା ଲଗେଇଲାରୁ ଜାଣିଲା ଯେ କି ସେ ଆଲୋକ ବାବୁ l ସେ ଅଫିସ କୁ ବଦଳି ହେଇ ଆସିଛନ୍ତି l ତାଙ୍କୁ କିଛି ସାହେବ ବାବୁ ବୋଲି ଡାକୁଥିଲେ l ସେ ଯାହାହେଉ ବର୍ତମାନ ରାନୀ ପ୍ରତିଦିନ ସେ ଝରକା ପାଖରେ ଛିଡ଼ାହୋଇ ଅଫିସ ଆଡକୁ ଚାହିଁ ରହିଥାଏ l କାମ ତ କିଛି ନଥିଲା କରିବ ବା କଣ l ଏମିତି ଏମିତି ଦିନ ବିତି ଚାଲେ l ଧୀରେ ଧୀରେ ଆଲୋକ ବାବୁ ମଧ୍ୟ କାମ କରୁ କରୁ ଝରକା ଆଡକୁ ଚାହିଁ ଦିଅନ୍ତି l ଆଉ ଯଦି କେବେ ସମ୍ନାସାମ୍ନି ହୋଇଯାନ୍ତି ତ ହସି ଦେଇ ଚାଲିଯାନ୍ତି l ରାନୀ ପୂର୍ବ ଅପେକ୍ଷା ଟିକେ ଅଧିକ ସାହେବ ବାବୁ ବିଷୟରେ ଭାବିବାକୁ ଲାଗିଯାଏ l ତାଙ୍କୁ ଗୋଟିଏ ଦିନ ନ ଦେଖିଲେ ତାର ଅନ୍ୟ କୌଣସି କାମରେ ମନ ଲାଗେନି l ଦିନେ ହଠାତ ରାନୀର ମାଆ ର ଦେହ ବହୁତ ଖରାପ ହୋଇଗଲା l ସେ କଣ କରିବ କିଛି ଜାଣିପାରିଲାଣି l ସମସ୍ତେ ଆସୁଥାନ୍ତି ଖାଲି ଦେଖିଦେଇ ଆହା ଚୁ ଚୁ କହିକି ପଳେଇଯାଉଥାନ୍ତି l କିନ୍ତୁ କେହି ତାଙ୍କୁ ଡାକ୍ତରଖାନା ନେବାକୁ ଇଛା ବି କରୁନଥାନ୍ତି l ଠିକ ଏଇ ସମୟରେ ଆଲୋକ ବାବୁ ଆସି ଜିପ ରେ ପହଁଚିଲେ l ସେ ରାନୀ ଘର ଦୁଆରେ କିଛି ଲୋକଙ୍କ କଥାବାର୍ତା ଶୁଣି ଟିକେ ବି ବିଳମ୍ବ ନ କରି ରାନୀ ଘର ଭିତରକୁ ପଶିଆସିଲେ l ରାନୀ ଭୁତ ଦେଖିଦେଲା ପରି ହଠାତ ସାହେବ ବାବୁ ଙ୍କୁ ଦେଖି ଚମକି ପଡିଲା l ଆଲୋକ କିଛି ନ କହି ରାନୀର ମାଆ କୁ ଟେକି ଜିପ କୁ ନେଇଗଲେ l ଆଉ ରାନୀକୁ ଗାଡ଼ିରେ ବସିବାକୁ କହିଲେ l ଆଲୋକ ରାନୀର ମା କୁ ଡାକ୍ତରଖାନା ନେଇଗଲେ l ସେଠାରେ ରାନୀକୁ କେବଳ ମାଆ ପାଖରେ ରହିବାକୁ କହିଦେଇ ଡାକ୍ତର ଦେଇଥିବା ଚିଠା ମୁତାବକ ଔଷଧ ଆଣିବା, ରାନୀ ପାଇଁ ଖାଦ୍ୟ ଆଣିବା ସବୁ ସେ ନିଜେ ହିଁ କରିଥିଲେ l ଡାକ୍ତର ସବୁ ପରୀକ୍ଷା ନିରୀକ୍ଷା ପରେ କିଛି ଇଞ୍ଜେକେସନ ଓ ସାଲାଇନ ଦେଇ କହିଥିଲେ କି ରାନୀର ମାଆ ପୂର୍ବାପେକ୍ଷା ଏବେ ଭଲ ଅଛନ୍ତି ଓ ସେ ସକାଳେ ଆସିବେ ବୋଲି କହି ଚାଲିଗଲେ lରାନୀ ସହ ଡାକ୍ତରଖାନା ରେ ରାତି ଯାକ ଅନିଦ୍ରା ରହିଥିଲେ ଆଲୋକ ବାବୁ l ରାନୀ କୁ ତ ସେ ସେତେବେଳେ କୌଣସି ଦେବଦୂତ ଠାରୁ କମ ମନେ ହେଉନଥିଲେ ସେତେବେଳେ l ଆଲୋକ ବାବୁ ଡାକ୍ତରଖାନା ରେ ବସିଥିଲା ବେଳେ ରାନୀ ସହ କଥା ବାର୍ତ୍ତା ହୋଇ ସମୟ କାଟିବାକୁ ଚିନ୍ତାକଲେ ଓ ରାନୀକୁ ତାର ପଢ଼ା ଓ ଘର ବିଷୟରେ ସବୁ ପଚାରି ବୁଝିଲେ l ଏଇଭଳି ଗପୁ ଗପୁ ସକାଳ ହୋଇଗଲା l ଡାକ୍ତରବାବୁ ଆସି ରାନୀର ମାକୁ ପରୀକ୍ଷା କରିସାରିଲା ପରେ କିଛି ମେଡ଼ିସିନ ଦେଇ ଘରକୁ ପଠେଇଦେଲେ l ଆଲୋକ ବାବୁ ସେମାନଙ୍କୁ ଘରେ ଛାଡ଼ିଦେଇ ଚାଲି ଆସିଲେ l ତା ପରଦିନ ଗୋଟିଏ ପିଲାଟେ ହାତରେ ଆଲୋକ ବାବୁ ରାନୀକୁ ଡକେଇ ପଠେଇଲେ l ରାନୀ ଏହି କଥା ଶୁଣି ବହୁତ ଡରିଯାଇଥିଲା ଆଉ ମନ ମଧ୍ୟରେ ଗୁଡିଏ କଥା ଭାବିନେଇଥିଲା l ସେ ଯାହା ହେଉ ସାହସ କରିକି ଅଫିସ ଭିତରକୁ ଗଲା ଏବଂ ଧୀରେ ଧୀରେ ଆଲୋକ ବାବୁଙ୍କ କ୍ୟାବିନ ଭିତରକୁ ଗଲା l "ସାହେବ ଆପଣ ମୋତେ ଡାକିଲେ? "ଡରି ଡରି ଧୀର ସ୍ୱର ରେ ରାନୀ କହିଲା l ଆଲୋକ :-ଆରେ ହଁ ହଁ ମୁଁ ଡାକିଲି l କଥା କଣ କି ଆମ ଅଫିସ ରେ ଜଣେ ଫାଇଲ ପତ୍ର ରଖା ରଖି ପାଇଁ ପିଲାଟିଏ ଦରକାର ଆଉ ମୁଁ ଭାବିଲି ତୁମେ ଏହି କାମଟିରେ ରହିଗଲେ ଭଲ ହେବ l କଣ କହୁଛ କୁହ? କାମ କରିବ ଏଇ ଅଫିସ ରେ? 

(ରାନୀ ହତବାକ ଭଳି ଖାଲି ଚାହିଁ ରହିଥାଏl ତାକୁ ଆଲୋକ ବାବୁ ପୁଣି ଥରେ ଡାକିଲେ ରାନୀ, ରାନୀ କଣ କିଛି କହିଲନି ଯେ )

ରାନୀ :- ଆଜ୍ଞା ସାହେବ l ନିଶ୍ଚିତ କରିବି l ଆପଣ ମୋତେ ଏତେ ବଡ଼ ସୁଯୋଗ ଦେଉଛନ୍ତି ସେଥିପାଇଁ କେମିତି ଧନ୍ୟବାଦ ଦେବି ଜାଣିପାରୁନି l

ଆଲୋକ :-ହଁ ଆଉ ଗୋଟିଏ କଥା l ମୁଁ ପାଖ କଲେଜ ରେ ତୁମ

ପଢ଼ା ବିଷୟରେ କଥା ହେଇଯାଇଛି l ଚିନ୍ତା କରନି ପଢ଼ା ଖର୍ଚ୍ଚ ମୁଁ ବହନ କରିବି l କିନ୍ତୁ ତୁମକୁ ମନ ଲଗେଇ ପଢିବାକୁ ହେବ l କଣ ପଢିବ ତ?

ରାନୀ :-ସାହେବ, ଆପଣ ମୋ ପଢ଼ା ଖର୍ଚ୍ଚ.......

ଆଲୋକ :-ଆରେ ସେଥିରେ କଣ ଅଛି l କାଲି ରାତିର କଥାବାର୍ତା ରୁ ଏତିକି ବୁଝିଯାଇଥିଲି ଯେ ଅସୁବିଧା କାରଣରୁ ତୁମେ ଆଗକୁ ପଢ଼ିପାରିଲ ନାହିଁ ହେଲେ ତୁମର ପଢିବାକୁ ବହୁତ ଇଛା l ସେଥିପାଇଁ ମୁଁ ଏ ନିଷ୍ପତି ନେଲି l ପାଠ ପଢି ବଡ଼ ଚାକିରୀ କର ତାପରେ ଯାହା କଥା l

(ରାନୀ ଖାଲି ଭାବୁଥିଲା ସେ ମଣିଷ ନା ଭଗବାନ l ତା ଜୀବନକୁ ଆସି ତାର ଶୁଷ୍କ ପଥକୁ ପୁଷ୍ପ ଆଚ୍ଛାଦିତ କରିଦେଇଛନ୍ତି l)

ରାନୀ :-ଆଜ୍ଞା, ସାହେବ l ମୁଁ ପଢ଼ିବି l ନିଶ୍ଚୟ ପଢ଼ିବି l

ତହିଁ ଆରଦିନ ସକାଳୁ ସକାଳୁ ରାନୀ ଅଫିସ ଯାଇ ଝାଡୁ ମାରିବାକୁ ଲାଗିଲା l ଠିକ ସେଇ ସମୟରେ ଆଲୋକ ଜିପ ରେ ଆସି ଅଫିସ ସାମ୍ନାରେ ପହଁଚିଲେ l ରାନୀକୁ ଝାଡୁ ମାରୁଥିବାର ଦେଖି ଆସିକି ଟିକେ ବିରକ୍ତି ଭାବ ରେ ପାଟି କରି କହିଲେ :-ଏଠି କଣ କରୁଛ କଲେଜ ଯିବାର ନାହିଁକି?  ଅଫିସ ଦଶଟା ବେଳକୁ ଖୋଲିବ ଆଉ ହଁ ଝାଡୁ ମାରିବାକୁ ଏଇ ଅଫିସ ରେ ଲୋକ ଅଛନ୍ତି ତୁମକୁ କେବଳ ଫାଇଲ ପତ୍ର ନେବା ଆଣିବା କାମ କୁହାଯାଇଛି ତେଣୁ ସେଇ କାମ କର ଅନ୍ୟ କାମ ନୁହେଁ l ଏବେ ଘରକୁ ଯାଇ କଲେଜ ଯିବାକୁ ପ୍ରସ୍ତୁତ ହୁଅ l

ରାନୀ ଝାଡୁ ଟି ରଖିଦେଇ ଗୋଟେ ନିରୀହ ଶିଶୁ ଭଳି ସେଠୁ ମୁହଁକୁ ତଳକୁ ପୋତି ଘରକୁ ପଳେଇଲା ଆଉ କଲେଜ ଯିବାକୁ ପ୍ରସ୍ତୁତ ହେଲା l

ପ୍ରଥମ ଥର ପାଇଁ ଆଜି ରାନୀ କଲେଜ ଆସିପାରିଛି ତାହା କେବଳ ତାର ସାହେବ ବାବୁ ପାଇଁ l ସେ କେତେ ଭଲ l ନା ନା ତା ସାହେବ ବାବୁ ନୁହଁ ସେ ଆଉ ତା ମଧ୍ୟରେ କିଛି ସାମଞ୍ଜସ୍ୟ ନାହିଁ l ସେ ତା ପାଇଁ ବହୁତ କିଛି କରୁଛନ୍ତି l ତେଣୁ ସେ ଏପରି ଭାବିବା ହିଁ ଭୁଲ l ଏମିତି ଏଣୁ ତେଣୁ ଭାବି ରାନୀ କଲେଜ ଗଲା l ପଢି ସାରି ଘରକୁ ଆସିଲା l ଆଉ ଅଫିସ ଗଲା l ତା ମନ ର ପ୍ରସନ୍ନତା ତା ମୁହଁରେ ଝଲସି ଉଠୁ ଥିଲା l ଆଲୋକ ବାବୁ ତାକୁ ଚାହିଁ ଟିକେ ମୁରୁକି ହସିଦେଲେ l ଏମିତି ପ୍ରତିଦିନ ଚାଲିଲା l ରାନୀ ମନେ ମନେ ଆଲୋକ ବାବୁ ଙ୍କୁ ଭଲ ପାଇ ବସିଥିଲା କିନ୍ତୁ କେବେ ମୁହଁ ଖୋଲି କହିବାକୁ ସାହସ କରିନି l ସାହସ କରିବ ବା କେମିତି ସେ ଯେ ତା ପାଇଁ ଏତେ କିଛି କରୁଛନ୍ତି l ମନର କଥାକୁ ମନରେ ଚାପି ସେ ଆଗକୁ ବଢିଚାଲିଲା l ରାନୀର ଆର୍ଥିକ ସ୍ଥିତି ବି ଟିକେ ସୁଦୃଢ ହୋଇଯାଇଥିଲା l ତା ମାଆ ବି ସୁସ୍ଥ ହୋଇଯାଇଥିଲେ l ରାନୀକୁ ପଢୁଥିବାର କାମ କରୁଥିବାର ଦେଖି ସେ ବହୁତ ଖୁସି ହେଉଥିଲେ l ଏମିତି ଏମିତି ଦୁଇ ବର୍ଷ, ତିନି ବର୍ଷ ଆଉ ପାଞ୍ଚ ବର୍ଷ ବିତିଗଲା l ରାନୀ

ଗ୍ରାଜୁଏସନ ପାସ କଲା l ସେ ଗ୍ରାଜୁଏସନର ଫଳାଫଳ ଆଲୋକ ବାବୁ ଙ୍କୁ ଶୁଣେଇବାକୁ ବହୁତ ବ୍ୟାକୁଳତା ର ସହ ଅପେକ୍ଷା କରି ଘରୁ ବାହାର ଭିତର ହେଉଥାଏ l କେତେବେଳେ ସାହେବ ବାବୁ ଆସିବେ ଆଉ ସେ ଏଇ ଖୁସି ଖବର ଶୁଣେଇବ l ଏତେ ବିଳମ୍ବ ହେବା ଦେଖି ସେ ଅଫିସ କୁ ଗଲା ଆଉ ରା଼ମୁ ମଉସା ଯିଏକି ତାଙ୍କର ହେଡ଼ ପିଅନ ତାଙ୍କୁ ଆଲୋକ ବାବୁଙ୍କ ବିଷୟରେ ପଚାରିଲା l ରା଼ମୁ ମଉସା ତା ପରେ ଯାହା କହିଲେ ରାନୀର ପାଦ ତଳୁ ମାଟି ଖସିଗଲା l ଆଲୋକ ବାବୁଙ୍କର କୌଣସି ଏକ ସ୍ଥାନ କୁ ବଦଳି ହୋଇଯାଇଥିଲା l ହେଲେ ରାନୀ ବୁଝିପାରୁନଥିଲା ସେ ଏତେ ବଡ଼ କଥା ଜାଣିପାରିଲାଣି କେମିତି l ହଁ ଜାଣିବ ବା କେମିତି ସେ ତ ତା ପଢ଼ା ଆଉ ଅଫିସ ଆଉ ଘର କାମରେ ବ୍ୟସ୍ତ l ଆଲୋକ ବାବୁ କଥା ସେ ଭାବିବାକୁ ବି ସମୟ ପାଇନି l ହେଲେ ଆଲୋକ ବାବୁ ତ କିଛି ଜଣେଇପାରିଥାନ୍ତେ l ନା ସେ କାହିଁକି ତାକୁ ଜଣେଇବେ, ସେ କଣ ହେବ କି ତାଙ୍କର l ଆଜି ସେ ଜିତିଯାଇଥିଲା ତା ସ୍ବପ୍ନ ପୁରା ହୋଇଥିଲା କିନ୍ତୁ ବହୁତ କିଛି ହରେଇଦେଲା ପରି ମନେ ହେଉଥିଲା l ଏଇ ସମୟରେ ରା଼ମୁ ମଉସା ଏକ ଚିଠି ଆଣି ରାନୀର ହାତରେ ଧରେଇଦେଲେ ଆଉ ମୁଣ୍ଡକୁ ହାତ ରେ ଆଉଁସି ଦେଇ ଚାଲିଗଲେ l ଚିଠି ଟି ଆଲୋକ ବାବୁ ଲେଖିଥିଲେ ତା ପାଇଁ... ତାଙ୍କ ରାନୀ ପାଇଁ... ହେଲେ କଣ?..

ରାନୀ ଧୀରେ ଧୀରେ ଚିଠିଟି ଖୋଲିଲା ଆଉ ପଢିଲା l

ପ୍ରିୟ ରାନୀ,

ମୁଁ ଆଜି ଅନ୍ୟ ଏକ ସହରକୁ ବଦଳି ହେଇଯାଉଛି l କହିବାକୁ ସମୟ ବି ପାଇନି ତେଣୁ କ୍ଷମା କରିଦେବ l ମୁଁ ଜାଣିନି ତୁମ ସହ ଏଇ ପାଞ୍ଚ ବର୍ଷ କେମିତି କଟିଗଲା l ବହୁତ ଥର ତୁମକୁ ମୋ ମନ କଥା କହିବି ବୋଲି ଭାବିଛି ହେଲେ କହି ପାରିନି କିନ୍ତୁ ଆଜି ଏଇ ପତ୍ର ମାଧ୍ୟମରେ କହୁଛି ମୁଁ ତୁମକୁ ବହୁତ ଭଲ ପାଏ l ମୁଁ ଜାଣିନି ତୁମ ମନରେ କଣ ଅଛି? ତୁମେ ମୋତେ ପସନ୍ଦ କର କି ନାହିଁ ବି ଜାଣିନି l ସାମ୍ନାରେ ଥିଲେ ହୁଏତ ପଚାରି ପାରିଥାନ୍ତି l ଛାଡ଼ ଯଦି ଭଗବାନ ଚାହାଁନ୍ତି ତ ପୁଣି ତୁମ ସହ ଦେଖା ହେବ ରହୁଛି l

                                ll ଇତି ll

                      ଆଲୋକ (ସାହେବ ବାବୁ )

ରାନୀ ଚିଠି ଟି ପଢ଼ିସାରି ଖୁସି ହେବ କି ଦୁଃଖୀ ହେବ, ସେ ଭାଗ୍ୟବତୀ ନା ଅଭାଗିନୀ କିଛି ବୁଝିପାରୁନଥିଲା l କେବଳ ସେ ଚିଠିଟିରେ ଲେଖାଥିବା ଶବ୍ଦ ର ସମ୍ଭାର ଗୁଡିକୁ ମଧ୍ୟରେ ତା ସାହେବ ବାବୁ କୁ ଖୋଜି ବୁଲୁଥିଲା lଆଉ ଭାବୁଥିଲା ଭାଗ୍ୟ ର ଏ କି ନିଷ୍ଠୁର ବିଡମ୍ବନା.......


Rate this content
Log in

Similar oriya story from Romance