STORYMIRROR

Nibedita Mishra

Romance

4  

Nibedita Mishra

Romance

ଏଇତ ବୋଧେ ପ୍ରେମ

ଏଇତ ବୋଧେ ପ୍ରେମ

2 mins
423


ମାନିନୀ ସକାଳୁ ସକାଳୁ ଚାହା କପ୍ ଟା ଧରି ବାଲକୋନିରେ ବସିଥିବା ବେଳେ ହଠାତ୍ ତା' ନଜର ପଡିଲା ବଗିଚାର ଲାଲ୍ ଗୋଲାପ ଉପରେ । କିଛି ସମୟ ପାଇଁ ଅତୀତ ହଠାତ୍ ଜୀଁ ଉଠିଲା ଆଖି ସସାମ୍ନାରେ।   ଏମିତି ଲାଲ୍ ଗୋଲାପ ଗୋଟିଏ ଦେଇ କି ତ ପ୍ରଥମ ପ୍ରେମ ନିବେଦନ କରିଥିଲେ ସେ।

ସେଦିନ ଥିଲା ଫେବୃୟାରୀ ୧୪ । ପ୍ରଥମେ ପ୍ରେମ, ତା ପରେ ବିବାହ ଆଉ ତା ପରେ.............. ବିଚ୍ଛେଦ। ଏଇ ଦଶ ବର୍ଷ ଭିତରେ କେତେ କଣ ଘଟିଗଲା। ଗତ ମାସ ଫାଇନାଲ ଡିଭୋର୍ସ ନେଲା ପରେ ଆଉ କେବେ ବି ଭେଟ ହେଇନି ମାନିନୀଙ୍କର ତାଙ୍କ ସ୍ବାମୀଙ୍କ ସହିତ। ହେବ ବା କାହିଁକି ? ଦୁହେଁ ଯେତେବେଳେ ପାରସ୍ପରିକ ସହମତିରେ ଅଲଗା ହେଇଛନ୍ତି।  


ପ୍ରକୃତରେ ମାନିନୀ ଓ ତା ସ୍ବାମୀଙ୍କ ଭିତରେ ସେମିତି କିଛି ବିଶେଷ କାରଣ ନ ଥିଲା ଅଲଗା ହେବାକୁ। ଏଇ ଯୌଥ ପାରିବାରିକ ଅଶାନ୍ତି ଦିନକୁ ଦିନ ମାନିନୀଙ୍କୁ ଶାରିରୀକ ଓ ମାନସିକ ଭାବରେ ଏତେ ବ୍ଯତିବ୍ଯସ୍ତ କରି ଦେଲା ଯେ ଶେଷରେ ସେ ଏହି ନିଷ୍ପତ୍ତି ନେବାକୁ ବାଧ୍ଯହେଲା। ଯାହା ହେଲା ଏକ ରକମର ଭଲ ହେଲା। କାରଣ ତାଙ୍କ ସ୍ବାମୀ ବି ପରିବାରର ଇଜ୍ଜତକୁ ଡରି କୌଣସି ଏକ ପଦକ୍ଷେପ ନେବାକୁ ଯେତେବେଳେ ପ୍ରସ୍ତୁତ ନ ଥିଲେ। ସେ ବି କ'ଣ କରିଥାନ୍ତା ।


ହଉ ଛାଡ................. ଯାହା ହେବା କଥା ତ ହେଇ ସାରିଲାଣି। ଚା' କପ୍ ଟା ରୋଷେଇ ଘରେ ରଖି ଗାଧୋଇବାକୁ ବାହାରିଲା ମାନିନୀ। ଠିକ୍ ଏତିକି ବେଳକୁ କଲିଂବେଲ୍ ଟି ବାଜି ଉଠିଲା। ମାନିନୀ ଯେତେବେଳେ କବାଟ ଖୋଲିଲା। ସେ ଚମକି ପଡିଲା। ସାମ୍ନାରେ ତା ସ୍ବାମୀ । ହାତରେ ଲାଲ୍ ଗୋଲାପର ଫୁଲ ତୋଡାଟିଏ।ହାପି ଭେଲେଣ୍ଟାଇନ୍ ଡେ କହି ମାନିନୀ ହାତକୁ ବଢେଇ ଦେଲେ। ମାନିନୀ କିଛି ଭାବିବା ଆଗରୁ ସେ କହିଲେ-"ତୁମେ ମୋ ସ୍ତ୍ରୀ ପଦରୁ ସିନା ଡିଭୋର୍ସ ନେଇଛ। ହେଲେ ତୁମେ ତ ଏବେ ବି ମୋ ପ୍ରେମିକା ନା ?" ବାସ୍ ଏତିକି କହି ସେ ଚାଲିଗଲେ। ମାନିନୀକୁ ଲାଗିଲା ସାରା ଦୁନିଆଟା ଯେମିତି କିଛି ସମୟ ଲାଗି ସ୍ଥିର ହେଇଯାଇଛି। ଲାଜ ଓ ଖୁସିର ଫେଣ୍ଟାଫେଣ୍ଚି ଶ୍ରିହରଣରେ ଗୋଲାପି ପଡିଯାଇଥିବା ତା ମୁହଁଟି ଆଜି ଠିକ୍ ସେଇ ଦଶବର୍ଷ ତଳର ମାନିନୀ ପରି ଦେଖାଯାଉଥିଲା।

ମାନିନୀ ମନେ ମନେ ଭାବୁଥିଲା-"ଏଇତ ବୋଧେ ପ୍ରେମ"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance