ଏହିପରି ଥିଲା ଆମ ଲୁଲୁଙ୍ଗ ପିକନିକ
ଏହିପରି ଥିଲା ଆମ ଲୁଲୁଙ୍ଗ ପିକନିକ
ନବେ ଦଶକରେ କହିଲେ ଠିକ୍ ହେବ ନାହିଁ ,ତା'ପୂର୍ବରୁ ମଧ୍ୟ ବାରିପଦା ସହର ପାଖପାଖି ପିକନିକ ସ୍ପଟ୍ ଭାବେ ଅନ୍ୟତମ ଆକର୍ଷଣ ରହିଛି ପିଠାବାଟା “ଲୁଲୁଙ୍ଗର”। ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପକଣ୍ଠରେ ଉଭା ଏହି ପ୍ରକୃତିର ପ୍ରାକୃତିକ ବୈଭବ ,ଘନଘନ ବୃକ୍ଷ ଗୁଳ୍ମ ଆଛାଦିତ କଳା ଢିମାଢିମା ବିଶାଳ କାୟ ପଥର । କଥା ଆରମ୍ଭ ଏହିପରି ହୁଏ ,ଘରପାଇଁ ପରିବା କିଣିବାର ଆବଶ୍ୟକତା ଥିବାରୁ ପରିବା କିଣିବା ପାଇଁ ମୋ ସାଙ୍ଗ ବାରିପଦାର ରାତିମାର୍କେଟ ଯିବାର ସୂଚନା ଦେଲେ । ଏଣୁ ସବୁ ସାଙ୍ଗ ମାନେ କହିଲେ ବଢିଆହେବ। ତେବେ ଆମ ରାତିମାର୍କେଟରୁ କୁକୁଡା ପଳେଈ ଆସୁ ।
ସକାଳେ ଗଲା ବେଳେ ଏସବୁ କାମ ଆଉ ରଖିବା ନାହିଁ । ସାଙ୍ଗ ଏବଂ ତାଙ୍କ ସାଇକେଲ ।
ବନ୍ଧା ହୋଇ ସଂଧ୍ୟାରେ ଆସିପହଞ୍ଚିଲା ସବୁ କୁକୁଡା । ସାଇକେଲର କଉଠି ବାନ୍ଧିଲେ କହିପାରିବିନି ?
ପୁଣି ବ୍ରୟେଲର ।
ବାରିପଦା ରାତି ମାର୍କେଟରୁ ଯଥାରୀତି ଘର ପହଞ୍ଚିଲା ବେଳକୁ ସବୁ କୁକୁଡାସାଇକେଲରେ ପିଟିହୋଇ ମରିଯାଇଛନ୍ତି ।
କ'ଣ କରିବା ?? ସମସ୍ତେ ବଡ ଚିନ୍ତାରେ ।
ଗୁରୁଜନ ମାନଙ୍କ ପରାମର୍ଶ କ୍ରମେ "-ଏବେ ସଙ୍ଗେ ସଙ୍ଗେ ସବୁ କୁକୁଡା କାଟିବାକୁ ପଡିବ ।
ମାଂସକୁ ଆଜିହିଁ କଷି ରଖୁଲେ ଯାଇ କାଲି ଲୁଲୁଙ୍ଗରେ ଖାଇପାରିବ । ଯେହେତୁ ପାଞ୍ଚ ଛଅ କିଲୋ କୁକୁଡା ନଷ୍ଟ ମଧ୍ୟ କରି ହେବ ନାହିଁ ।
ତେଣୁ ରାଜିନହେଇ ଉପାୟ ନାହିଁ।
ନିଜ ନିଜ ଭିତରେ ଚାନ୍ଦା ସଂଗ୍ରହଠୁ ଆରମ୍ଭ କରି କଣ ? କଣ ? ଖାଇବା ଆଇଟମ
ହେବ ସେ ସବୁ ଚିଠା ରେ ଲେଖା ରହୁଥାଏ ।
ଏହି କାର୍ଯ୍ୟକ୍ରମଟି ଆମ ଚିଠାରେ ନଥାଇ ମଧ୍ୟ ଜୋର ଜୋବରଦସ୍ତ ପଶି ଆସିଲା ।
ଏବେ ଆମେ କେବଳ ସକାଳକୁ ଅପେକ୍ଷା ।
ସିନ୍ଦୁରା ଫିଟିଲା । ସକାଳ ହେଲା ।
ହସୁଥାଏ ଶୀତରାଣୀ ଧରିତ୍ରୀର କୋଳରେ ।
ସମସ୍ତେ ସାଇକେଲରେ ଯିବୁ ।
ଲୁଲୁଙ୍ଗ କେତେ କିଲୋମିଟର ଆମେ ମଧ୍ୟ ଜାଣିନଥିଲୁ କି ଜାଣିବାର ଆବଶ୍ୟକତା ନାହିଁ ।
କେବଳ ଜାଣିଛୁ ଲୁଲୁଙ୍ଗ ଯିବୁ। ସକାଳ ଠିକ୍ ସମୟରେ ଆସି ଲାଗିଗଲା କୋଡିଏ ଏକୋଇଶ୍ ସାଇକେଲ। ଆମେ ସେତେବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ପ୍ରାୟ ସମସ୍ତଙ୍କର ହାଇସ୍କୁଲରେ ପଢିବା ବେଳର ସାଇକେଲ ।କାହା ସାଇକେଲରେ ବାସ୍କେଟ ଲାଗି ଥାଏ ଅବା କାହା ସାଇକେଲରେ ହେଣ୍ଡଲ କେରିଆର ଲାଗିଥାଏ ।
ମୋ ସାଇକେଲରେ ହେଣ୍ଡଲ କେରିୟାର ଲାଗିଥାଏ । ଅଧୁକାଂଶ ସାଇକେଲ ହିରୋ ଜେଟ
କମ୍ପାନୀର ଥାଏ ।
କିଏ କିଏ ଭଉଣୀ ମାନଙ୍କର କିଣା ହୋଇଥିବା ସାଇକେଲ ହିରୋ ହଂସା ମଧ୍ୟ ଆଣି
ଆସିଥାନ୍ତି । ଏକ ଶୀତୁଆ ସକାଳରେ ଆମର ଯାତ୍ରାରମ୍ଭ ହେଲା ୱାର୍ଡ଼ ନଂ. ୨୧, ଭୁଗୁଡାକଟା ,ବାରିପଦାରୁ ।
ଏ ,ତ ଗଲା ପରିବହନର ପ୍ରସ୍ତୁତି ।
ଏବେ କହିବି ; ଏକ ବିଶେଷ ମଜାଦାର ପ୍ରସ୍ତୁତିର କଥା ଏହି ପ୍ରସ୍ତୁତିରେ ରହିଛି ଏକ ଟେପରେକଡର୍ ଓ କିଛି କେସେଟ ତା’ସହ ବେଟେରୀ ।
ଆପଣ ଭାବୁଛନ୍ତି ଏହା ରହିବ କେମିତି ? ଏହା
ସେହି ସାଇକେଲ ବାସ୍କେଟରେ ବେଟେରୀ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟାଗ । ପୁଣି ରହିଲା ରାନ୍ଧିବା ଉପକରଣ ଯେମିତି ଡେକଚି, କରେଇ ସହ
କଷାମାଂସ ,ତଥା ଅନ୍ୟାନ୍ୟ ସାମଗ୍ରୀ ।
ଯେଉଁମାନେ ଡବଲ ବସିଲେ ସେମାନେ ଡେକଚି ,କରେଇ ଧରିବସିଲେ। ନିଶ୍ଚୟ ପାଳି କରି ସାଇକେଲ ଚଲାଇବାକୁ ପଡିବ ।
ଆସି ସାରିଲା ପରେ ଜାଣିଲୁ ଲୁଲୁଙ୍ଗ ପାଖାପାଖି ଚବିଶ –ପଚିଶ କିଲୋମିଟର ହୋଇଯିବ । ଯାହାହେଉ ପ୍ରଥମେ ଜାଣିନଥିଲୁ ଭଲ ହେଲା ! ଗୋଟିଏ ପରେ ଗୋଟିଏ ସାଇକେଲ ଚାଲିଥାଏ ।ବାଟରେ ପଡ଼ିଲା ଶ୍ୟାମାଖୁଣ୍ଟା ଫାର୍ମ ।