ଦୂରତା
ଦୂରତା
ଇପ୍ସିତ ନିତିଦିନିଆ ପଞ୍ଜିକା...
ସକାଳୁ ସକାଳୁ ଅଜଣା ନମ୍ବର ରୁ ସାତ ଟି କଲ୍... Wrong number ବୋଧେହୁଏ.. ମନ ବୁଝିଲା ନାହିଁ ନିଜ ଆଡୁ ଫୋନ୍ କଲି.. ... Hello..
.... ମୁଁ ସିଲା...
ଏ କଣ??? ............ ନାରୀ କଣ୍ଠସ୍ଵର.. ଆଗରୁ ଯେମିତି ବହୁବାର ଶୁଣିଚି.... ପୁଣି ଫୋନ ଟି କହିଉଠିଲା...
ତମେ ଅକ୍ଷୟ ଟି...
ହଁ ହଁ..
ମୋତେ ଚିହ୍ନି ପାରୁନା.. ମୁଁ ତୁମର ସେଇ ସିଲା
ଏତିକି କହୁ କହୁ ଜାଣିଲି ସେ ମୋ କଲେଜ ବେଳ ର ବାନ୍ଧବୀ ବୋଲି.. ଖୁବ୍ ନିଜର ଥିଲା ସେଇ ମୁହୂର୍ତ୍ତ. I
ତମେ ଭୁଲି ଯାଇଛ କି.. ପୁଣି ବାରମ୍ବାର ନମ୍ବର ଚେଞ୍ଜ କରୁଚ??
ମୁଁ କିନ୍ତୁ ଭୁଲିପାରି ନାହିଁ..
.. ଆରେ ନା.. କେମିତି କହିବି ମୋ ମୋବଇଲ୍ ହଜି ଯାଇଥିଲା
କଥା ହେଲି.. ଆଉ ଅଧିକ କଥା ହେବାକୁ ମନ ବଳେଇବl ରୁ... ପାଖ ମନ୍ଦିର ବେଢା ଠିକ୍କୁ ନଅଟା ବେଳେ ଆସ ବୋଲି କହିଲା..
ସବୁ ନିତ୍ୟ କର୍ମ ସାରି ମୁଁ ବି ବାହାରି ପଡ଼ିଲି...
ସେ scooty ରେ ପହଂଚି ସାରିଥିଲା..
ହାତରେ ଫୁଲ...
ଦିର୍ଘ ଦିନ ଧରି ଖୁବ୍ ଆପଣା ର ଶୁଭେଚ୍ଛା ଥିଲା ସେ.. ତାକୁ ପାଇ ପାଦ ତଳେ ଲାଗୁନଥାଏ.. ଇଚ୍ଛା ହେଉଛି..
ଖୁବ୍ ନିକଟର ହେବା ପାଇଁ..
କିନ୍ତୁ ସେ ବହୁତ୍ ଚାଲାକିଆ ଝିଅ..
ଜାଣି ଶୁଣି ମନ୍ଦିର ଡାକିଚି.. ଯେମିତି ମୁଁ କିଛି ବି ଦୁଷ୍ଟାମି କରି ପାରିବି ନି..
ବହୁତ୍ ଅନୁରୋଧ କରି ଟିକେ ସ୍ପର୍ଶ କରିବାକୁ..
ଆଖିରେ ଆଖିରେ କେତେ କଥା ଯେ..
ନା.. ନା.. ଏମିତି ଅବୁଝା ହୁଅ ନା..
ଏବେ ତୁମକୁ ଚାଳିଶି ଛୁଇଁଲା ପରା..
ଏମିତି ଅଠର ବର୍ଷୀୟ ପରି କାଇଁ ହେଇଛ..
ସେ କହିଚାଲିଲା ତମର ମନେ ଅଛି.. ନା.. କେତେ ଚର୍ଚା ରେ ଥିଲେ ଆମେ ଦୁହେଁ college ରେ.. ତମ ନାଁ ଅକ୍ଷୟ.. ଆଉ ମୋ ଶିଳା ନାଁ କୁ ଯୋଡି ସାଙ୍ଗ ସାଥି ସବୁ ଆମକୁ ତକ୍ଷଶିଳା ବୋଲି ଡାକୁ ଥିଲେ.. କିଛି ବି ଇର୍ଷା କରୁଥିଲେ..
କିନ୍ତୁ ସମୟ ସାଥ୍ ଦେଲାନି..
ମୋର ଅନ୍ୟତ୍ର ବିବାହ ହେଇଗଲା..
ତା ପରେ ସବୁ....
ତମେ ତମଠି..
ମୁଁ ବି...
ଏଇ କରୋନା ପାଇଁ ଆମର ଭେଟ ଆଜି..
ବିଶ୍ଵ ରେ କେତେ ମରିଯାଉଛନ୍ତି ..
ମୋର ହେଇଯାଉ ପଛେ ତମର ସେମିତି ନ ହେଉ...
ତା ଆଗରୁ ତମକୁ ଟିକିଏ ଦେଖି... ଖୁସିରେ... କିଛି ଅଶୁଭ ସବଦ କହିବା ଆଗରୁ ମନା କଲି..
ପୁଣି ସେ କହିଚାଲିଲା...
ଗାଆଁ କୁ ଆସିଥିଲି..
ଖୁସିରେ କୁଣ୍ଢେଇ ପକାଇବା କଥା..
କିନ୍ତୁ ସାମାଜିକ ଦୂରତା ଆମକୁ ମାନିବାକୁ ହେବ..
ମୁଁ ଜାଣିଛି ତମେ ସୁନା ପିଲା..
ଏତିକି କହୁ କହୁ ମୁଁ ସତ କୁ ସତ ସୁନା ପିଲା ହେଇ ଗଲି..
ମନେ ପଡି ଗଲା enjoy the beauty..
But don't touch...