ହଠାତ୍
ହଠାତ୍
ବସଷ୍ଟାଣ୍ଡରେ ଅଟକିଗଲା ଲକ୍ଷ୍ମୀବସ୍ । ସଙ୍ଗେ ସଙ୍ଗେ ବସରୁ ଓହ୍ଲେଇ ମୋହନପଡ଼ା ଗାଆଁମୁହାଁ ହେଲେ ମାଳତୀ । ଗାଆଁ ଆଡକୁ ସାପପରି ଲମ୍ବିଥିବା କଂକ୍ରିଟ ରାସ୍ତା ଉପରେ ଅଟୋ ଡାଇଭରଟିଏ ପାଖକୁ ଆସି ପଚାରିଲା "ମାଉସୀ , ସରୋଜବାବୁଙ୍କ ବିବାହକୁ ଆସିଛନ୍ତି କି?
ହଁ ହଁ ... କହିଦେଲେ ସିନା ହେଲେ ସଂଦେହ ଜାତହେଲା ମାଳତୀର । ଜଣାନାହିଁ, ଚିହ୍ନାନାହିଁ ହଠାତ୍ ଏମିତି କଣ କହୁଛି ଅଟୋବାଲା ??ଅନ୍ୟ କୁଆଡେ ଭୁଲେଇ ନେଇଯିବକି??? ଆଜିକାଲି କାହାକୁ ଭରସା ବିଶ୍ୱାସ କରିବ?? ଏମିତି ନିଇତି କେତେ ଛୋଟବଡ ଘଟଣା ଘଟିଛୁ ।ମିଛସମ୍ପର୍କ ଯୋଖି ବିପଦକୁ ଠେଲି ଦେବେ ପୁଣି କିଛିଦିନ ହେବ ସହରୀଲୋକ ଗାଆଁ ଗଣ୍ଡାରେ ପଶି କିଡ଼ିନୀ ନେବା ଘଟଣା ଚାନ୍ଚଲ୍ୟ ହୋଇଚି ପୁଣି କେହି କେହି ଆଖି ତାଡି ନେଉଛନ୍ତି ଅବଶ୍ୟ ଏ ଗାଆଁକୁ ବହୁବାର ଆସିଛନ୍ତି କିନ୍ତୁ ଏଇ ରାସ୍ତାରେ ନୁହଁ, ତାଙ୍କ ଗାଆଁରୁ ଲମ୍ବିଥିବା ବିଲମାଳିଆରେ ସିଧା ଚାଲିଆସନ୍ତି । ଯୁଗବଦଳିବା ସହ ରାସ୍ତା ବି ବଦଳି ଗଲାଣି ।
ଏଇପରି ୟାଡୁ ସିଆଡୁ କଥା ଭାବି କିଛି ସମୟ ଅଟୋବାଲା ମୁହଁଜୁ ଅନେଇଲେ । ସେ ପଟେ ଅଟୋବାଲା କହି ପକେଇଲା
" ବୁଝିଲ ମାଉସୀ, ନିର୍ଭୟରେ ଗାଡିରେ ବସନ୍ତୁ ଏଇଟା ପରା ସରୋଜବାବୁ ପଠେଇଛନ୍ତି ।"
ହେଉ ତେବେ କହି ଦୋଦୋ ପାଞ୍ଚ ହୋଇ ବସିପଡ଼ିଲେ ମାଳତୀ ।
କିନ୍ତୁ ଅଜଣା ଭୟ ମନରୁ ଯାଉ ନ ଥାଏ । ଝିଅକୁ କୋଳରେ ଧରି କିଛି ଅମଙ୍ଗଳ ନ ହେଉ ଏଥିପାଇଁ ଗାଆଁ ଠାକୁରାଣୀଙ୍କୁ ନଡ଼ିଆ ମାନସିକ ରଖି ଚାଲିଥାନ୍ତି ।କିଛି ସମୟପରେ ଝିଅଟି ବଡପାଟିରେ ମା'.. ମା'.. ଡାକି ଫାଟକରେ ସୁନିଶ୍ଚିତ ଯାତ୍ରା ବିଷୟରେ ଜଣେଇଦେଲା " କହି ହେଇଟି ମା... ଦେଖୁନ ଦେଖ ମୋହନପଡା ମାତ୍ର ତିନି କିଲୋମିଟର ରାସ୍ତା ।"
ପୁଣି ଆଗ୍ରହ ଓ କୌତୁହଳ ସୃଷ୍ଟି କରିଝିଅ ପଢି ଚାଲିଥିଲା ଓଡିଆରେ ବଡବଡ ଅକ୍ଷରରେ ଶୁଭବିବାହ "ସରୋଜ ସହ ଡିମ୍ପଲ୍" "ଆପଣଙ୍କୁ ସୁସ୍ଵାଗତ "। ଝିଅର ପଢା ଦେଖି ବହୁତ୍ ଖୁସି ହୋଇ ମୁଣ୍ଡକୁ ଆଉଁସିଦେଲେ । ନିଜେ ସିନା ମୂରୁଖ, କିନ୍ତୁ ଦୁଃଖକଷ୍ଟରେ ସେ ଝିଅକୁ ଗାଆଁ ଇସ୍କୁଲୁରେ ପଞ୍ଚମ ଶ୍ରେଣୀରେ ପଢ଼ାଇ ଆଜି ଖୁସି ଅନୁଭବ କରୁଛନ୍ତି ।ପୁଣି ଚମକେଇ ଦେଇ ଝିଅଟି କହୁଥାଏ" ଦେଖୁନ ଦେଖ... କେତେ ସୁନ୍ଦରିଆ ରଂଗ ବେରଙ୍ଗ ଗେଟ୍ "ହେଲେ ତାକୁ କି ପଢ଼ିଆସେ ???
ସେ ଛୁଆରୁ ଅନ୍ଧ ପାଠ ନ ପଢି । ଘରର ବଡଝିଅ ସେ । ତାଙ୍କ ତଳେ ଛ' ଭଉଣୀ । ସେମାନଙ୍କୁ କାଖେଇବା ଆଉ ମାଙ୍କୁ ରୋଷେଇ ରେ ସାହାର୍ଯ୍ୟ କରନ୍ତି । ସକାଳୁ ସକାଳୁ କାମ ସରୁସରୁ ମେଣ୍ଢି ଚରେଇବା କାମ ତଥାପି ଥରେ ଅଧେ ଚାଟଶାଳୀ ଯାଇଥିଲେ କିନ୍ତୁ ପଢି ପାରିଲେନି ।କିଛିକ୍ଷଣ ପରେ ଅଟୋ ପହଞ୍ଚିଗଲା ସରୋଜଙ୍କ ଘର ଆଗରେ ।
>
ଅଂଚଳ ସାରା ଚଳଚଞ୍ଚଳଓ ଉତ୍ସବ ମୁଖର । ଯେଉଁ ମୋହନପଡ଼ାକୁ ଶାସନୀ ତଥା ସବର୍ଣ୍ଣ ଜାତିର ଲୋକେ ହୀନ ଦୃଷ୍ଟିରେ ଦେଖୁଥିଲେ ଏପରି କି ଅଛୁଆଁ ଦଳିତମାନଙ୍କ ଛାଇପଡିଲେ ମାରା ହେଇଗଲା ବୋଲି କହୁଥିଲେ । ସେମାନେ ଆଜିର ବିବାହଉତ୍ସବରେ ଅତିଥି ହୋଇ ଦଳିତଘର ପୁଅ ସରୋଜଙ୍କୁ ଶତ ଶତ ପ୍ରଶଂସା କରୁଛନ୍ତି । ଏସବୁ ଦେଖି ନିଜକୁ ଧନ୍ୟ ମଣିଥିଲା ମାଳତୀ । ତା ସହିତ ରାଜ୍ୟର ବିଭିନ୍ନ ମୂଲକରୁ ବାବୁଭୟା ମାନେ ଆସିଛନ୍ତି ।
ଝାଟିମାଟି ଘର ଆଜି ପବିତ୍ର ହୋଇଛି
କାହିଁକି ନା ମଲ୍ଲିକ ପୁଅ ବାହାଘର ଆଜି । ସେ ତାଙ୍କର କେଉଁ ଲେଖା ଯୋଖାରେ ମାନ୍ୟରେ ଖୁଡି ହୋଇଥିବାରୁ ତାଙ୍କୁ ସେ ବି ବାଦ୍ ଦିଆ ଯାଇ ନ ଥିଲା । ମୃଦ୍ୟୁପାନୀୟ ପିଉଥିବା ବେଳେ ଜଣେ ସରୋଜଙ୍କ ଗୁଣଗାନ କରୁଥାଏ ଯେ ସରୋଜ ଓଡ଼ିଶାର ଚର୍ଚ୍ଚିତ ଚେହେରା, । ତାଙ୍କ କଣ୍ଠର ଯାଦୁକରୀ ସ୍ପର୍ଶରେ ଝୁମି ଉଠିଥିଲା ୱାଶିଂଟନ୍ ସ୍ଥିତ ନେସନାଲ ମଲ ରେ ଦ୍ଵିତୀୟ ସନ୍ଧ୍ୟା । ଯେଉଁଠାରେ ଅନୁଷ୍ଠିତ ହେଇଥିଲା ବିଶ୍ୱ ସଂସ୍କୃତି ମହୋତ୍ସବ । ବିଶ୍ୱର ୧୮୦ଟି ଦେଶର ୧୭୦୦ରୁ ଉର୍ଦ୍ଧ୍ବ ଭିନ୍ନବର୍ଗର କଳାକାର,ଶିଳ୍ପୀ ଆସିଥିଲେ । ତାଙ୍କ ସ୍ବରରେ ମୋହିତ ହେଲେ ଆମେରିକାର ଝିଅ ଡିମ୍ପଲ୍ । ଉଭୟଙ୍କ ମଧ୍ୟରେ ସେଦିନ ଗଢି ଉଠିଥିବା ପ୍ରେମସମ୍ପର୍କ ଆଜି ବିବାହର ରୂପ ନେଉଛି କିଛି ସମୟପରେ ଆମେରିକାର ଝିଅ ସହ ପାରମ୍ପରିକ ରୀତି ଅନୁସାରେ ବିବାହ ହେବ ।
ଏଥିପାଇଁ ଗାଆଁରୁ ଶୋଭାଯାତ୍ରା ଆରମ୍ଭ ହେବ ସହରର ବଡ ବିବାହମଣ୍ଡପରେ । ଏସବୁ ଶୁଣି ତାଜୁବୁ ହେଇଯାଇଥିଲା ମାଳତୀ ।
ତା ପରେ ଆରମ୍ଭହେଲା ଗୁଲି ଖଟି କାହାର ପିଲା କେତେ ???ଛୁଆ କେତେ??? କେମିତିକା ଦିନ କାଟୁଛି ଇତ୍ୟାଦି ଇତ୍ୟାଦି । ଏଇପରି ଗପସପ ଚାଲୁଥିଲା ବେଳେ କେହିଜଣେ ଜୋରରେ ପାଟିକଲା କିଏ ଯେଉଁଠି ଅଛ???ଦଉଡ଼ି ଆସ ସବୁ ସରିଗଲା.. । ସମସ୍ତେ ଧାଇଁଲେ ଆଉ ମାଳତୀ ବି...ହେଲେ ସବୁକିଛି ସାରିଯାଇଥିଲା ସେତେବେଳକୁ ।।
କଥା ବୁଝୁଵୁଝୁ ବାଣଫୁଟାଇବା ବେଳେ ସାହିରେ ଥିବା ଚାଳଛପର ଘରଉପରେ ବାଣର ନିଆଁଗୁଲ ପଡ଼ି ଆଠ ଦଶ ବଖରା ହଠାତ୍ ଜଳିପୋଡ଼ି ଯାଇଛି । ତା ସହିତ ଆଖପାଖରେ ଠିଆହୋଇଥିବା ଦୁଇ ତିନୋଟି ବରଯାତ୍ରୀଗାଡ଼ିର ବିସ୍ଫୋରଣ ଘଟିଛି ଯା ପ୍ରଭାବରେ ସଜ୍ଜିତଗାଡ଼ିକୁ ବୁଲି ବୁଲି ଦେଖୁଥିବା କିଛି ଛୋଟପିଲା ମଧ୍ଯ ଜଳିଯାଇଛନ୍ତି । ଛୋଟପିଲାଙ୍କ ଦେହ ଏତେ ଜଳିଯାଇଛି ଯେ ମୁହଁ ଚିହ୍ନିହେଉନି କାହାର ପୁଅ କାହାର ଝିଅ ବୋଲି । ସବୁଆଡେ ଅଶାନ୍ତ ପଡ଼ିଗଲା । କାନ୍ଦବୋବାଳିରେ ଫାଟି ପଡିଲା ଗାଆଁ । ଯେଉଁଠି ଖୋଜି ଖୋଜି ନୟାନ୍ତ ହୋଇ ଚାଲିଥିଲେ ମାଳତୀ ଝିଅ....ଡାକି ଡାକି । କିନ୍ତୁ ସେଇ ବୁକୁ ଫଟା ଡାକ କିଛି ଉତ୍ତର ରଖୁ ନ ଥିଲା ।