ନାୟକ ଅକ୍ଷୟ ରାଜହସ୍ତୀ

Tragedy Action

3  

ନାୟକ ଅକ୍ଷୟ ରାଜହସ୍ତୀ

Tragedy Action

ଭିନ୍ନ ଏକ ସମବେଦନା

ଭିନ୍ନ ଏକ ସମବେଦନା

3 mins
181



         ଇଛା ନ ଥିଲେ ବି ଡ୍ରେସିଂ ମିରର୍ ଆଗରେ ଠିଆହୋଇ ଥାଆନ୍ତି ଜାନକୀ ।

ଅସଜଡାକେଶକୁ ପାନିଆରେ ସାମାନ୍ୟ ଚାଳନାକରିବା ପରେ ପରେ ସିନ୍ଦୂର ଫରୁଆକୁ ହାତରେ ଧରି ମଥାରେ ନାଇବାକୁ ଇଛାକଲେ କିନ୍ତୁ ମନ ହେଲାନି l ଗତରାତିରେ ସ୍ବାମୀ ଠାରୁ ସେ ଅକଥନୀୟ ଅତ୍ୟାଚାର ମାଡଗାଳି ଏଯାଏଁ ଭୁଲିହେଉନି, କି ସେ ପୀଡ଼ା ଏତେ ଜଲଦି ଯାଇ ପାରିବନି l କେଉଁ ସ୍ତ୍ରୀର ଇଛାହେବ ଯେ ଏପରି ସ୍ବାମୀ ପାଖରେ ରହିବାକୁ lପୁଣି ସେଦିନ ନିଶାସକ୍ତ ହୋଇ ଚୁଟି ଟାଣି ଘୋଷାରି ଘୋଷାରି ବେଲ୍ଟରେ ବାଡେଇଲେ l ପ୍ରତିରୋଧ କରୁକରୁ ଚୁଡ଼ି ଭାଙ୍ଗିଗଲା ମଗୁଶିରମାସ ଗୁରୁବାରରେ l

ନିଜେ ଏକାକୀ ବଞ୍ଚିବେ କିନ୍ତୁ ଏପରି ସ୍ବାମୀର ଛାଇ ମାଡ଼ିବେ ନାହିଁ l ଏଇ କି ପ୍ରକାର ସ୍ବାମୀ l ଯେ ଆଦର କଣ ସ୍ନେହ କଣ ବୁଝିପାରିଲା ନାହିଁ l ଲୋକ ଦେଖାନିଆ ଦାମ୍ପତ୍ୟ ଜୀବନ ର ମାନେ କଣ??? ଯେ ସ୍ବାମୀ ସ୍ତ୍ରୀ ଭିତରେ ଥିବା ପବିତ୍ର ସମ୍ପର୍କକୁ ବୁଝିବାରେ ସମ୍ପୂର୍ଣ ଅସମର୍ଥ l

 ବିବାହର ଛଅବର୍ଷ ବିତିଯାଇଥଲେ ବି କେବେଦିନେ ମନକଥା ବୁଝିବାକୁ ଚେଷ୍ଠା କରିନାହାନ୍ତି l 

ଇଚ୍ଛା ହେଉଥିଲା ବାପାଘରକୁ ଏଇ ମୁହୁର୍ତରୁ ପଳେଇଯାନ୍ତେ କି ???

ବାପଘରଜୁ ଗଲେ ପୁଣି ବୁଢ଼ୀମାଆ କିମ୍ବା ଭାଉଜ ବୁଝେଇ ସୁଝେଇ ଶାଶୁ ଘରକୁ ପଠେଇ ଦେବେ l ଏଥିରେ କିଛି ଲାଭ ମିଳିବ ନାହିଁ l ଏମିତି ତ ଆଗରୁ ଦୁଇ ତିନିଥର ରାଗରେ ବାପଘରକୁ ଚାଲି ଯାଇଥିଲେ l ପୁଣି ଜଉ କଥାକୁ ସେଇ କଥା l ଶେଷରେ ନିଷ୍ପତ୍ତି ନେଲେ 

 ନା...ସେ ଥାନାକୁ ଯିବେ ସେଇ ଅସଜଡା କେଶରେ ଆଉ ବିନା ସିନ୍ଦୂରରେ ??? ସେଠୁ ଆସିଲେ ଯାହା କଥା 

       ଶେଷରେ ଥାନାରେ ପହଞ୍ଚିଗଲେ l

ବାପା ଅଜା ତେପନ ପୁରୁଷରେ କେହି ଥାନା ଦୁଆର ମାଡ଼ି ନ ଥିବାବେଳେ ସେ ପ୍ରଥମଥର ପାଇଁ ପାଦଥାପିଲେ ଥାନାରେ l ବାରଣ୍ଡା ଉପରକୁ ଉଠିଲା ବେଳେ ଗୋଡହାତ ଥରୁଥିଲା l ଛୋଟବେଳୁ ସେ ଦେଖିଛି ମୋଟାନିଶ ଓ ପେଟୁଆ ପୋଲିସ୍ କେମିତି ଗାଆଁ ଦାଣ୍ଡରେ ଚୋରଙ୍କୁ ବାନ୍ଧି ଚଲେଇ ଚଲେଇ ଆସିଥାନ୍ତି l ଭୟକୁ ଚାପି ପକାଇଲେ l  

ଦେଖିଲେ ସବୁଆଡେ ଶୁନଶାନ l କେବଳ ଏଲ୍ ସି ଡ଼ି ଟିଭିରେ ଆଗରେ ଜଣେ ମହିଳାକନେଷ୍ଟବଳ ବସି କ୍ରିକେଟ୍ ଖେଳ ଦେଖୁଥାନ୍ତି l ତାଙ୍କୁ ନମସ୍କାର ଜଣାଇ ସ୍ବାମୀଙ୍କ ବିରୁଦ୍ଧରେ ଏଫ୍ ଆଇ ଆର୍ ଲେଖି ବଢେଇ ଦେଲେ l କିନ୍ତୁ ସ୍ବାମୀଙ୍କ ବିରୁଦ୍ଦରେ କେଶ୍ ନ କରିବାକୁ କହିଲେ ମହିଳାକନେଷ୍ଟବଳ l ବରଂ ନାରୀ ଜୀବନ ଏଇମିତି l ଦୁଃଖକୁ ସୁଖ ବୋଲି ଭାବିବାକୁ ହେବ l ଜୀବନରେ ଯେତେ ଝଡଖଞ୍ଜା ଆସୁ ନା କାହିଁକି ସେ ସବୁକୁ ସହିବାକୁ ହେବ ଧୂଳି ଧୂସରିତ ଧରିତ୍ରୀ ପରି l ଋତୁବଦଳିବା ପରି ଦୁଃଖ ଆପେ ଆପେ ବଦଳିଯାଏ l ଏହା ଶୁଣି ଜାନକୀ ସଂଗେ ସଂଗେ ମହିଳା କନେଷ୍ଟବଳଙ୍କ ଗୋଡତଳେ ପଡ଼ି କହିପକେଇଲେ ପ୍ଲିଜ୍ ଏଫ୍ ଆଇ ଆର୍ ରଖନ୍ତୁ l 

ହେଲେ ପ୍ରତ୍ୟୁତ୍ତୁର ମିଳିଲା ଜାନକୀକୁ l"ଥରେ ବୁଝିବାକୁ ଚେଷ୍ଠାକରନ୍ତୁ କିଛି ଲାଭ ନାହିଁ l କମ୍ପ୍ଲେନ୍ ବଦଳରେ ମିଳିବ ନିରୁତ୍ସାହ l ଅବଶ୍ୟ ବଡବାବୁ ଆସିଲେ ସ୍ବାମୀଙ୍କୁ ଡକେଇ ହାଜତରେ ପୁରେଇ ଦେବେ କିନ୍ତୁ ତାଠୁ ପଇସା ଖାଇ କେଶ୍ ଡିସମିସ୍ କରିଦେବେ ତା ସହ ତୁମକୁ ବାରଂବାର ଡକେଇ ସୁଯୋଗ ଦେଖି ତୁମକୁ ଅଙ୍କଶାୟିନୀ ହେବାପାଇଁ ପ୍ରସ୍ତାବ ଦେବେ l

 ନା ନା, ଆପଣ ମୋ ସାନଭଉଣୀ ବୟସର lଏସବୁ ଘଟିବାଆଗରୁ ଆପଣ ସତର୍କ ରହିଯାଆନ୍ତୁ l

 ଯଦି ପାରୁଛନ୍ତି ବଡବାବୁ ଆସିବା ଆଗରୁ ଏଠୁ ଚାଲି ଯାଆନ୍ତୁ....


ଏଠି ତୁମକୁ କେବେ ନ୍ୟାୟ ମିଳିବନି???"

ମୁହଁର ସମବେଦନା ବାଣୀକୁ ଶୁଣି ଚାଲିଥାଆନ୍ତି l "ମିଳିବନି "କଥା ଶୁଣୁଶୁଣୁ ଉଦାସିଆ ଆଖିରେ କହି ପକେଇଲେ ଜାନକୀ

"କିନ୍ତୁ କାହିଁକି..."


 _"ଚାକିରି କରିବାର ଆଜକୁ ଚାରିବର୍ଷ ହେବ l କହିବାକୁ ବାଧ୍ୟ ହେଉଛି ମୁଁ l ଆଇନ ରକ୍ଷକ ହୋଇ ମଧ୍ଯ ମୁଁ ଏଠି ନାନାପ୍ରକାରର ନିର୍ଯ୍ୟାତନା ହୁଏ l ବେଳେବେଳେ ଡ଼ିଜି, ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ମୁଁ ବାଧ୍ୟ ବାଧକତାରେ ପାଲଟି ଯାଏ ସୌଖିନ କଣ୍ଢେଇ l ମିଠାକଥା କହି ଆପ୍ୟାୟିତ କରିବାକୁ ମାନସିକ ଚାପ ଦିଆଯାଏ lସେମାନଙ୍କୁ ଦୈହିକ ସୁଖ ପ୍ରଦାନ କରେ l 


 ଏ ସବୁ ନ କଲେ ନାନାପ୍ରକାରର

ବେଳେ ବେଳେ ଡିଉଟି ନ ଆସିବାକୁ ଇଚ୍ଛାହୁଏ l କିନ୍ତୁ କଣ କରିବି??? ଏସବୁ ବିରୁଦ୍ଧରେ ଗଲେ ନାନା ପ୍ରକାରର କଥା, ତା ସହିତ ଘଟଣା ସତ ହୋଇଥିଲେ ବି ଦାୟୀ ପ୍ରଥମେ ଝିଅମାନଂକର lସଂଦେହ, ମିଛ, ଲାଞ୍ଛନା ଯେମିତି ଏମାନଙ୍କ ଆଜୀବନ ଭାଗ୍ୟଥାଳି l

ହଁ ହଁ କହିବାକୁ ଭୂଲିଯାଉଛି l ଥାନାରେ ଡିଉଟି କରୁଥିବା ବେଳେ ଯଦି ବା ଅଚାନକ ଝଡତୋଫାନ ପ୍ରଭାବରୁ ଲାଇନ କଟିଯାଏ l ସହକର୍ମୀ ପୋଲିସଙ୍କ କବଳରୁ ରକ୍ଷା ପାଇବା ପାଇଁ ବାଧ୍ୟହୋଇ ଟେବୁଲ୍ ତଳେ ଲୁଚିବାକୁ ହୁଏ l ଏସବୁ ବିଷୟରେ ଅନେକ ଥର କହିଛି ମୁଁ ମୋ ସ୍ବାମୀଙ୍କୁ ,ହେଲେ ସେ ହସରେ ଉଡେଇ ଦିଅନ୍ତି ଇମିତି ନ କଲେ ପ୍ରମୋସନ ହୋଇ ପାରିବନି ???

 ତାଙ୍କୁ ମୋଟା ଅଙ୍କର ଟଙ୍କା ଦରକାର l ତା ସହିତ ସେ ବି କାମାନ୍ଧ ସହକର୍ମୀମାନଙ୍କୁ ସୁନ୍ଦରୀଝିଅ ଯୋଗାନ୍ତି l 

ଆପଣଙ୍କ ସ୍ବାମୀ ମଦ୍ୟପ ହୋଇ ପାରନ୍ତି କିନ୍ତୁ ୟାଙ୍କ ପରି ଚରିତ୍ରହୀନ ନୁହଁନ୍ତି l 

ନିଶା କଣ ସବୁବେଳେ ରହେ??? 

ଏସବୁ ଚାନ୍ଚଲ୍ୟ ବୟାନ ଶୁଣି ପାଦ ତଳୁ ମାଟିଖସିଲା ପରି ଲାଗିଲା ଜାନକୀଙ୍କୁ l  

       ମନେମନେ ଭାବୁଥିଲା ନାରୀଜାତି ପ୍ରତି ହେଉଥିବା ଅକଥନୀୟ ଅତ୍ୟାଚାର,ନିର୍ଯ୍ୟାତନା, ପ୍ରତାରଣା ଓ କୁସ୍ଚିତ କାମନା ବାସନାର ଅନ୍ତ କେବେ??? କେହି କେହି କହନ୍ତି ନାରୀ ଓ ନଦୀ ଉଭୟେ ସମାନ l ତା ଯଦି ସତ ବୋଧହୁଏ ନଦୀ ଲଜ୍ଜ୍ୟାରେ ତଳମୁହାଁ ହୋଇ ବୋହିଯାଏ ଆଉ ନିଜ ଭିତରେ ଜନ୍ମଜନ୍ମାନ୍ତରର ଦୁଃଖ ଯନ୍ତ୍ରଣା ଓ ଶୋକକୁ ସହିଯାଏ l


Rate this content
Log in

Similar oriya story from Tragedy