ନାୟକ ଅକ୍ଷୟ ରାଜହସ୍ତୀ

Abstract

4  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଅଫେରା ବେଳ

ଅଫେରା ବେଳ

3 mins
9


ବାଡିପାଖ ଆମ୍ବଗଛ ମୂଳ l ସେଠି ଲାଗିଥାଏ ଛୋଟଛୋଟ ପିଲାଙ୍କ ଗହଳି l ହାଲକା ଶୀତ ଲାଗୁଥିବାରୁ କେହି ଗାଧୋଇ ନ ଥିଲେ l ଏମିତି ତ କିଛି ଘୋଡେଇ ହୋଇ ଚାଲି ଆସି ଥାଆନ୍ତି କିନ୍ତୁ ବି କିଛି ଦୋଷ ନାହିଁ ସେଥିରେ l

ଇଷ୍ଟ ଦେବତାଙ୍କୁ ଅର୍ପଣ କରି ସାରିଲେଣି ଆରତୀ l ଖାଲି ବାକିଅଛି ଆମ୍ବଗଛ ମୂଳରେ କ୍ଷୀରି ପିଠା, ଗାଇଁଠା ଲଗେଇବାକୁ l

"ପିଲାଏ ପାଟି କରନା, ଟିକେ ରୁହ ଭୋଗଅର୍ପଣ ପରେପରେ ତୁମମାନଙ୍କ ପାଳି l

ହେଲେ ପିଲା ସବୁ ଅମାନିଆ l

ସେ କଣ ବୋଲ ମାନିବେ ???

କିଏ କାହାକୁ ଚିମୁଟି ଦେଇଥାଏ ତ, ଆଉ କିଏ କାହାର ପଛପଟେ ଠିଆ ଚୁଟି ଟାଣିବାକୁ ଉଦ୍ୟତ ହେଉଥାଏ l ଯେତେ ପ୍ରକାରେ ବୁଝେଇଲ ବି ବୁଝୁ ନ ଥାଆନ୍ତି କୁନିକୁନି ପିଲା ଆଉ କିଛି ଖାଲି ସେମାନେ କୁରୁକୁରୁ ହସୁଥାନ୍ତି l ସେ ସିନା କହୁଥାଆନ୍ତି କିନ୍ତୁ ସେଇ ବୟସର ସେଇଆ ଗୁଣ l ଅଝଟ, ଅମାନିଆର ବୟସ lନିଜେ ବି ଏମିତି ହେଉଥିଲେ l ଗାଆଁ ମନ୍ଦିରରେ ପୂଜା ଶେଷରେ ହରିବୋଲ ହୁଳହୁଳି ପଡେ l ପୂଜାସ୍ଥାନରୁ ଉଠିଆସି ପୂଜାରୀ ଯେତେବେଳ କଟା ନଡ଼ିଆ ଭୋଗଦିଅନ୍ତି ସେତେବେଳ ପ୍ରତିଯୋଗିତା ଆରମ୍ଭ ହୁଏ କିଏ ଆଗ୍ ଖାଇବ l ଏମିତି ହେଉଛି ଯେ ଥରେ ଖାଇ ସାରିଲା ପାରେ ବି ଲଂବେଇ ଦିଅନ୍ତି lସେ ତ ନିଜେକିଛି ଅଧିକା ପାଇବା ଆଶାରେ ଗହଳି ଭିତରେ ହାତ ଛକି ପକାଇ ଦି ହାତ ଲମ୍ବେଇ ଦିଅନ୍ତି l 

  ମୁଣ୍ଡିଆ ମାର ଏଇଠି, ଯେମିତି ଏଇବର୍ଷ ଭଲ ଆମ୍ବ ଆସିବ l ଦୋଳ ଭାଡ଼ିରେ ପଡ଼ିବ l ତା ସଂଗେ ପୁଣି ତୁମ ମାନେ ଆମ୍ବ ସାଥୀରେ ଲୁଣ ଲଙ୍କା ମିଶେଇ ଖାଇବନି କି???l 


ହଁ ହଁ ସବୁ ପିଲା ରାଜିହୋଇ ମୁଣ୍ଡିଆ ମାରିଲେ। ଏଇ ସମୟରେ ରାଗ ଜରଜର ହୋଇ ହାତରେ ତେନ୍ତୁଳି ଛାଟଧରି ପହଞ୍ଚିଗଲେ ପଡୋଶିନୀ ସୁଫଳା l ମାନ୍ୟରେ ଖୁଡି ହେବେ lପୁଅକୁ ଲକ୍ଷ୍ୟକରି କହିଉଠିଲେ "ଚାଲ୍ ଘରକୁ...

ମୁଁ ସିଆଡେ ଖୋଜି ଖୋଜି ନୟାନ୍ତ ହେଲିଣି l ତୁ କଣ ଖାଇବାକୁ ପାଉନୁ??? l

ଆରତୀର ଦେହକୁ ଗଲାନି ଏଇ କଥା ଶୁଣି l ତାଙ୍କ ମୁହଁକୁ ଅନେଇ ସଂଗେ ସଂଗେ କହି ଦେଲା "

"ଏମିତି କଣ କହୁଛ ଯେ ଖୁଡି...

ପିଲାମାନେ ସବୁ ଅଛନ୍ତି ସେ ଛୋଟ ପିଲା ଇମିତି କହୁଛୁ l ଆଉ ଟିକିଏ ପରେ ଆପେ ଆପେ ଘରକୁ ଯିବ l"

"_ ଆଲୋ ...ଲୋ... ତୁ ମତେ ଆଉ ହାକିମ ଦେଖାନି l ଡାକିଲା କଣ ନ ଖୁଡି...

ଖୁଡି ଗଲାଣି କେବେଠୁ ଉଡି l

ମୁଁ କଣ ଜାଣିପାରୁନି କେତେବେଳୁ ପିଲା ଡହଳ ବିକଳ ହେଉଛନ୍ତି ଭୋଗ ଖାଇବାକୁ l ତୁ ନ ଦେଇ ଖାଲି ଗରଗର ହେଇଛି l ହିନ ଛିକର କଥା l ଚାଉଁ ଚାଉଁ କଥା l ସେମାନେ ସିନା ବାଳୁତ ମୁଁ କଣ ଦୁଧ ଖାଉଛି l ଗତବର୍ଷ ଚଡ଼କରେ ଆମ ଆମ୍ବଗଛଟା ମରିଗଲା ପୁଣି ତା ବାପା ଚାଲିଗଲେ l ବର୍ଷେ ଯାକେ ପୁଜା ପାଠ, ଦିଅଁଦର୍ଶନ ମନା, ନ ହେଲେ ମୁଁ ତ ଗଇଁଠା ପକେଇ ଥାଆନ୍ତି l ପିଲା ସବୁ ଆମଘରେ ଥାଆନ୍ତେ l ମୋତେ ଆଉ ପାଠ ଶିଖାନା l ବଡ଼ଝିଅ ତ ଅଜାତିଆ ପିଲା ସାଙ୍ଗେ ପଳେଇଲା l ଆଉ ଏଇ ସାନଝିଅକୁ କଣ ମୋ ପୁଅ ସାଙ୍ଗରେ ପଠେଇବୁ ନା କଣ??? ତୋର ଲାଜ ସରମ ବୋଲି କିଛି ନାହିଁ l ନ ହେଲେ ତୁ ପୁଣି ପିଲା ସାଙ୍ଗରେ ଖେଳିବାକୁ ଛାଡୁଛୁ l ମୁଁ ତ ଭାବୁଛି ତୁ ଜାଣିଶୁଣି ବାହାଦେଇ ପାରୁନୁ ବୋଲି ସଂଗେ ଦୂରକୁ ଠେଲି ଦେଉଛୁ l

ତୁ ମୁହଁ ବଡ କରୁଛୁ। ଯାହା ଇଚ୍ଛା ହେଉଛି କର ହେଲେ ମୋ ପୁଅ ସଂଗେ ଯେମିତି ଆଉ କେବେ ଯେମିତି ନ ଦେଖେ l ପଚାରିଲୁ ପଚାରେ ତୋ ଝିଅ କୁ l ମୋ ପୁଅ ସଂଗେ ମିଛିମିଛିକା ବୋହୁଚୋରୀ ଖେଳ ଖେଳୁଥିଲା କି ନାହିଁ l ସେମାନେ କଞ୍ଚାମାଟି l ଏବେ ଠୁ ନ ଜଗିଲେ ଆଉ କଣ ବଡ ହେଇଗଲେ ଜଗିହେବ l ମୁଁ ସେଦିନ ବହେ ପାଟିକଲି l ତୋ ଝିଅକୁ ମୋ ପୁଅ ସାଙ୍ଗେ ନ ମିଶିବାକୁ ବାରଣ କରିଥିଲି l ହେଲେ ଏଇ ଟୋକା ଖଣ୍ଡକ କଣ ପାଇଛି କେଜାଣି ସକାଳୁ ସକାଳୁ ଅଘଷା ପାଟିରେ ଏଠିକି ପଳେଇ ଆସିଛି l

ହେଇଟି, ତାକୁ ତୁ ଆଉ ମୋ ସାଥୀରେ ସାଙ୍ଗ କରିବାକୁ ଯେମିତି ସୁଯୋଗ ନ ଦେଉ l ମୋ ନାଆଁ ସୁଫ,ସବୁ ସଫା ସଫା କଥା କହେ l ଏତିକି କହି ସୁଫଳ ଟାଣିଟାଣି ନେଇଥିଲା ତା ପୁଅକୁ l ଏଭଳି ଇଆଡୁ ସିଆଡୁ କଥାଶୁଣି ନିଜ ଭିତରେ କ୍ରୋଧ କୁହୁଳି ଉଠୁଥିଲା l

ତଥାପି ସେ ଅନ୍ତରରେ କୋହ ଚାପି ଦେଉଥିଲା l ଯେହେତୁ ତାର ବଡଝିଅ ଭୂଲ୍ କାମ କରିଛି l କଳିହୁଡ଼ି ସଂଗେ ବକର ବକର୍ ହେବା ପୁଣି ନିଜ ମାନ ଇଜ୍ଜତ୍ ନିଜେ ସରିବା ଆଜିପରି ଭଲମନ୍ଦ ଦିନରେ ଭାବି କିଛି ଉତ୍ତର ଦେଲାନି ଆରତୀ l ସୁଫ ରାଗରେ ନିଜ ପୁଅକୁ ଦି'ଛାଟେ ଦେଇ କେତେବେଳୁ ସେଠୁ ଚାଲିଗଲାଣି l

କିନ୍ତୁ ପିଲାଳିଆ ଛନ୍ଦ, ନିଷ୍କପଟ ସମ୍ପର୍କରେ ପୁଣି ଯୋଡ଼ି ହେବାକୁ ପଛକୁ ବୁଲିବୁଲି ଚାହୁଁଥିଲା ତାରି ପୁଅ l ସତରେ କି ବିଚିତ୍ର ଏ ସଂସାର ସେ ନିଜେ ବୟସରେ ବଡ ହୋଇଛନ୍ତି ସିନା ସେ ସ୍ତରକୁ ଲେଉଟିବାକୁ ଚାହୁଁଥିଲା ଆରତୀ l ବଉଳ ବାସ୍ନାରେ କେତେଟା କୋଇଲି ମୁଣ୍ଡ ଉପରେ ଉଡି ବୁଲୁଥିବା ସମୟରେ ଭାବି ଚାଲି ଥିଲା ଆରତୀ " ସମ୍ପର୍କରୁ ଆରମ୍ଭ ହୋଇଥିବା ସ୍ନେହ ବଞ୍ଚିଁରହେ ଆଚାର ବ୍ୟବହାରରେ କିନ୍ତୁ ସବୁ ନିଜ ଜିଦ୍, ଛୋଟ ଛୋଟ ଭୁଲ ବୁଝାମଣା କିମ୍ବା ପରିସ୍ଥିତିରେ ପଡ଼ିଲେ ସ୍ନେହ ଆଦରରେ ସବୁଦିନ ତାଲା ପଡ଼ିଯାଏ lପୂର୍ବକଥାକୁ ଘଷି ମାଜିଲେ ବଢ଼ିଯାଏ l ନିଜ ଭୁଲ୍ ସୁଧାରି ହୁଏନା, ମିଛ ଅହଙ୍କାର ସବୁବେଳେ ଘେରିଯାଏl

କିନ୍ତୁ ଛୋଟପିଲା ଯେତେ କଳି ଝଗଡ଼ା କଲେ କଣ ହେବ ତା' ପରଦିନ ଜେସାକୁ ତେସା l କିଛି ସମୟ ପରେ ଦଲକାଏ ପରି ସବୁ ରାଗ ଋଷା ଭୁଲିଯାନ୍ତି l"


Rate this content
Log in

Similar oriya story from Abstract