ନାୟକ ଅକ୍ଷୟ ରାଜହସ୍ତୀ

Tragedy

4  

ନାୟକ ଅକ୍ଷୟ ରାଜହସ୍ତୀ

Tragedy

ଚକାଭଉଁରୀ

ଚକାଭଉଁରୀ

3 mins
276


ଗାଆଁମୁଣ୍ଡ ଆମ୍ବତୋଟା l ଥିରି ଥିରି ପବନରେ ଦେହର ଝାଳସବୁ ଚର୍ମ ଭିତରେ ଲୁଚି ଯାଉଥାଏ l ମେଁଚେ କାଉଖଣ୍ଡିଆ ପାଚିଲା ଆମ୍ବଖାଇ ସେଇ ଗଛମୂଳରେ ଘୁମେଇ ହୋଇ ପଡିଥିବାବେଳେ କୋଇଲିର କୁହୁକୁହୂ ସ୍ଵରରେ ଘିଡ୍ଡକିନା ନିଦ ଭାଙ୍ଗିଗଲା ରୂପାର l ସେତେବେଳକୁ ଖରା ମୁଣ୍ଡଉପରକୁ ଆସି ସାରିଲାଣି l ଭୂଇଁରେ ପାଦପକାଇବା ଦୂରର କଥା, ରଣଝଣ ଖରାରେ ଦେହହାତ ଜଳିପୋଡ଼ି ଯାଉଥାଏ l ଆଖି ମଳିମଳି ଦେଖେ ତ ଧୂଆଁପତର ସଂଗେ ଟିକେ ଚୁନ ମିଶେଇ ହାତରେ ଡାହାଣ ହାତ ବୁଢ଼ାଆଙ୍ଗୁଠି ଦ୍ଵାରା ବୁଢ଼ାବାଆ 'ବାଆଁ ହାତ ମଝି ପାପୁଲିରେ ଧୁଆଁ ମେଂଚେ ମନ୍ଥି ଚାଲିଛି l ସଂଗେସଂଗେ କହିପକେଇଲା ରୂପା "ଡ଼ାକ୍ତରବାବୁ ତୋତେ ପା ମନା କରିଥିଲେ l ତୁ ପୁଣି ଖାଇଲୁ l ତୋର ମନେନାହିଁ ଗଲାବର୍ଷ ଗଂଜେଇ, ମଦ ଖାଇବାର କରାମତି???

 ମୋ ଲୋଭିଲା ଦେହକୁ ଆଖି ଆଗରେ ରଖି ବାହାହେବା ନିଶାରେ ଗାଆଁ ସୁଗୁଲୁ ସାଥିରେ ନେଇ ସହରକୁ ନେଇଥିଲା ଆମ୍ବୁଲାନ୍ସ ମଗେଇ। ନହେଲେ ସେ କିଏ ନା ଆମେ???

କିଡିନି ଖରାପ ଖରାପ ହେଇଥିଲା l ତା ସାଙ୍ଗକୁ ପୁଣି କ୍ୟାନସର l ତୁ ମରିମରି ବଞ୍ଚିଛୁ l ଆଜିଯାକେ ଉଷଧ ଖାଉଛୁ, କିନ୍ତୁ ଏଇ କିଛିଦିନ ହେବ ପଇସା ପତର ଅଭାବରୁ ଉଦଧ ଖାଇନୁ l ତୋତେ କଣ କହିବି କିଛି ଭାବିପାରୁନି lରାଣ ପକେଇବାରୁ ମଦପିଆ ଛାଡିଲୁ ହେଲେ ଏଇ ଧୁଆଁଖିଆ ଛାଡ଼ିପାରୁନୁ ???ଏଭଳି ଚଢ଼ାଗଳାରେ କଥା କହିଵାରୁ ମୁହଁତଳକୁ କରି ମୁଣ୍ଡଟୁଙ୍ଗାରି ଦେଲା ବୁଢ଼ାବାଆ ' l ଯାହାକୁ ଦେଖି ପୁଣି ରୁପା କହିଲା "ଇମିତି ଖୁଣ୍ଟଟା ପରି ବସିଲେ କଣ ହେବ ???ଜାଣିଛୁ କି ନାଇଁ ଆମେ ଆଜି ପରା ଏଇ ଅଂଚଳରେ ପହିଲି ନାଟକରିବା ??? କେତେ ଟଙ୍କାପଇସା କମେଇବା l ଏଠି ଭଲ ନ ହେଲେ ଆଉ କଣ ଆର ଗାଆଁରେ ନାଚିବାକୁ ଡାକରା ଆସିବ ନା ଦି ପଇସା ମିଳିବ ଆମକୁ???

ଉଠୁଉଠୁ କହି ଜଲଦି ବାହାରିବାକୁ ତାଗିଦ୍ ଦେଲା ରୁପା l କିନ୍ତୁ ମନଭିତରେ ଥାଏ ବା ପ୍ରତି ଅନେକ ସ୍ନେହ l ମା ଚାଲିଗଲା ପରେ ଏଇ ବୁଢ଼ାବା' ହିଁ ଏକମାତ୍ର ଭରସା l ସାହି ଭାଇମାନେ ଯେତେଥିଲେ ବି ଖତଗଦା ବୟସକୁ ନେଇ ଗାଆଁରେ ନାନା କଥା କହିପକାନ୍ତି l ଦି ଚାରିବର୍ଷ ଆଗରୁ ବାହା ପ୍ରସ୍ତାବ ଆସିଥିଲା ହେଲେ ବୁଢ଼ାବା'କୁ ଛାଡ଼ି କେମିତି ସେ ବିଭାହେବ?? 

ତା ଦୁଃଖ ବୁଝିବ କିଏ???

କଣ ଖାଇବ ପିଇବ ରାନ୍ଧି ବାଢ଼ି କିଏ ଅଛି ଯେ ଦେବ???

ଦେଖୁଦେଖୁ ଟିକେଖରା ମଉଳି ଗଲାଣି l 

ଦୁହେଁ ଭଙ୍ଗା ସାଇଲେଲରେ ନିଜ ଖେଳ ସାମଗ୍ରୀ ଧରି ପହଞ୍ଚିଗଲେ ଗାଆଁ ମଝିରେ l

ବୁଢ଼ାବା'ର ଢୋଲକ ବାଜାରେ ଗାଆଁ କମ୍ପୁଥାଏ l ବୁଢ଼ା ବୁଢ଼ା, ଛୁଆ ପିଲା ସମେତ ମାଇକିନିଆ ନୁକ ସବୁ ରୁଣ୍ଠହୋଇ ସାରିଲେଣି l


ଫାଳେ ପେଟ ଓ ଆଣ୍ଠୁ ଉପରକୁ ଦି ଚାଖଣ୍ଡେ ନାଲି ନୀଳ ଛିଟା ଫ୍ରକ୍ ପିନ୍ଧି ଦେଖେଣାହାରିଙ୍କ ଦୃଷ୍ଠି ଆକର୍ଷଣ କରୁଥାଏ ରୁପା l ସୁଲଳିତ କଣ୍ଠରେ ଗୀତଗାଇ ଯେତେବେଳେ ଦି ହାତ ମେଲେଇ ଘିରିଘିରି ବୁଲି ଯାଉଥାଏ ସେତେବେଳକୁ ମଝି ମୁଣ୍ଡକୁଣ୍ଡିଆକୁ ଦି କଡରେ ବନ୍ଧା ନାଲିରିବନ୍ ବି ହଲିଯାଏ l ତାପରେ ପରେ ଆରମ୍ଭ ହୁଏ ଚଉକି ଉପରେ ଠିଆ ହୋଇ ଗିଲାସରେ ଥୁଆ ଛୁଞ୍ଚିକୁ ଆଖି ଦ୍ବାରା ଉଠେଇବା କୌଶଳ l ପୁଣି ଚାରିଖଣ୍ଡ ବାଉଁଶରେ ବନ୍ଧା ଦଉଡ଼ି ଉପରେ ସାଇକେଲ ରିମ୍ ରେ ଚାଲିବାକୁ ହେବ lଏମିତି ଗୋଟିଏ ପରେ ଗୋଟିଏ ଅଦ୍ଭୁତ କ୍ରୀଡା ପ୍ରଦର୍ଶନ କରୁଥାଏ ରୁପା l ହାତରେ ମାପିଲେ ମାତ୍ର ଚାଖଣ୍ଡେ ପେଟ l ଦିନ ରାତି ସମସ୍ତେ ଲାଗି ଯାଆନ୍ତି ପେଟପୁରା ଖାଇବାକୁ l କିନ୍ତୁ ତାଙ୍କ ପେଟ ଯେ ଦେଖେଣାହାରିଙ୍କ କରତାଳି ଓ ବାଃ ବାଃ କଥାରେ ତା ଛଡ଼ା କେହି ଜାଣନ୍ତି ନାହିଁ l ସବୁ ଅଦ୍ଭୁତପୁର୍ବ କଳା ଦେଖେଇଲା ପରେ ଉଛୁଳା ଯୌବନକୁ ଧରି ବାହାରିପଡେ ଦାଣ୍ଡ ମଝିରେ ପୋତା ବାଉଁଶ ଶେଷ ଯାଏ l ଯେଉଁଠି ଏକ ଲୁହା ଚକ୍ରୀକୁ ପେଟଲଗେଇ ଭାରସାମ୍ୟ ସହ ଘିରିଘିରିହୋଇ ବୁଲୁଥାଏ ଉପରକୁ l କରତାଳିରେ କମ୍ପିଉଠୁଥାଏ କଳାକୌଶଳ ପ୍ରଦର୍ଶନ ସ୍ଥାନ l ବାଃ ରୂପା ବାଃ...

ସମସ୍ତେ ତାରିଫ୍ କରୁଥିଲେ ଉପରକୁ ଅନେଇ ରହି l ଚଟାପଟ ଛୁଆମାଙ୍କଡ ପରି ଦେଖୁଦେଖି ଚଢ଼ିଗଲା ରୂପା l ଏତିକିବେଲକୁ ବୁଢ଼ା ବା' ମଝିରେ ମଝିରେ ବାଜା ବନ୍ଦକରି କହୁଥାଏ

"ଏ ଦେଖିଲା ବାଲା,

      ଧୁଡୁମ୍ ଧୁଡ଼ୁମ୍...

ହେ ସାହୁ ସାଆନ୍ତେ,

      ଧୁଡୁମ୍ ଧୁଡୁମ....

ହେ ମାଆ ସାଆନ୍ତାଣୀ ମାନେ,

      ଧୁଡ଼ୁମ ଧୁଡୁମ୍....

ଭଲକରି ଆଖି ପୁରେଇ ଦେଖ,

ହାତରେ ମାପିଲେ ମାତ୍ର ଚାଖଣ୍ଡେ ହେବ ପେଟଟା l କିନ୍ତୁ ତାର ପାଇଁ ଏତେ ନାଟ l କେବଳ ସେ ନୁହେଁ, ଦୁନିଆଁରେ ସମସ୍ତେ ୟା ପଛରେ l" ସବୁ ଶୁଣି ମନେମନେ ଖୁସି ହେଉଥିଲା ରୂପା କାହିଁକି ନା ,ଆଉ କିଛିସମୟ ପରେ ଖେଳ ଦେଖି ଦେଖେଣାହାରୀମାନେ ଯେଝା ଘରୁ ଯାହା ତାହା ଆଣି ଗଦେଇଦେବେ ବିଛାଯାଇଥିବା ରଂଗବେରଙ୍ଗ ପଟିଆ ଉପରେ l ବାଡ଼ି ପନିପରିବା, ଚାଉଳ ଧାନ, ମୁଗ ବିରି କୋଳଥ, ଆମ୍ବୁଲ ସାଙ୍ଗକୁ କିଛି ପଇସା l ମା ସରଗପୁରରେ ଥାଇ ବେଶୀ ଖୁସି ହେଉଥିବ ତା ଗେହ୍ଲିଝିଅ ରୁପା ଆଜି ଖେଳ କରୁଚି ବାଉଁଶରାଣୀ ହୋଇ l ସେଇ ମାଆ ହିଁ ତାର ଗୁରୁ। I ତାଠୁ ସେ ସବୁପ୍ରକାର କୌଶଳ ପ୍ରଦର୍ଶନ ଶିଖିଛି l

ସଭିଏଁ ଦେଖୁଥିଲେ ଆଶ୍ଚର୍ୟ୍ଯ ହେଉଥିଲେ ତାର ନିୟନ୍ତ୍ରଣ ଉପରେ କେମିତି ଦୁଇଗୋଡ଼ ଛନ୍ଦି ଚକାଚକା ଭଉଁରୀ ଖେଳ ଖେଳି ଚାଲିଛି ସେ l ଦେଖୁଦେଖୁ ଭଉଁରୀ ଖେଳର ବେଗ ବଢ଼ିଗଲା ଆଉ ଖୁଣ୍ଟଦୋହଲାଇ ଚିଣ୍ଡେଇ ଦେଲା ଭୁଇଁରୁ ଉପରକୁ ସବୁ ବନ୍ଧା ହୋଇଥିବା ଦଉଡ଼ିକୁ l ଧଡାସ୍ ଧଡାସ୍ ଶବ୍ଦ ଶୁଭିଲା l

ତାଳି ସହ ବାଜା ବି ଏକା ଥରକେ ବନ୍ଦ l ବୁଢାବାଆ ଚେତାଶୁନ୍ୟ ହୋଇଗଲା lସଭିଙ୍କ ଆଖିରେ ଲୁହ 

ଆଉ କହୁଥିଲେ ଆଃ ... 

ଚୁ...ଚୁ...ଚୁ....

 ଏଇ ହେଇଛି ସତସତିକା ଚକା ଚକା ଭଉଁରୀ ଖେଳ l


Rate this content
Log in

Similar oriya story from Tragedy