ନାୟକ ଅକ୍ଷୟ ରାଜହସ୍ତୀ

Tragedy Thriller

4  

ନାୟକ ଅକ୍ଷୟ ରାଜହସ୍ତୀ

Tragedy Thriller

ହେ ରାମ

ହେ ରାମ

3 mins
24


ଦେଶ ସାରା ରାମମୟ l ରାମରସରେ ବିଭୋର ପ୍ରତି ଗାଆଁ, ପ୍ରତି ସହର, ପ୍ରତି ମଠ ମନ୍ଦିର l ଦେଶ ବିଦେଶର ବହୁ ଭକ୍ତ, ସାଧୁସନ୍ଥ ଅଯୋଧ୍ୟା ଯାତ୍ରା କରୁଥାନ୍ତି l

 ଦୀର୍ଘଦିନର ପ୍ରତିକ୍ଷୀତ ମୁହୂର୍ତ୍ତକୁ ସଭିଙ୍କ ପରି ଅନେଇ ରହିଥିଲେ ମମତା lଯେଉଁ ରାମ ନାମକୁ ଗଣ୍ଠିଧନ କରି ନିଜ ଅନ୍ତର ଭିତରେ ସାଇତି ରଖିଥିଲେ l ସେ ଅବା ତୁନି ହୋଇ ରହନ୍ତେ କିପରି???

ପ୍ରଥମତଃ ତାଂକ ପୁର୍ବ ପୁରୁଷ ରାମାନନ୍ଦି ସମ୍ପ୍ରଦାୟର l ଆଗେ ଦେହଯାକ ଚିତା ପକାଉ ଥିଲେ l ହେଲେ ଏବେ ସମୟ ବଦଳିବା ସହ ଚିତା ପକାଇ ଖାଲି ପ୍ରଭୂରାମଙ୍କ ଗୁଣଗାନ କରନ୍ତି lସେଇଥିପାଇଁ ତ ପୁଅର ନାମ ଅବିରାମ ଦେଇଥିଲେ ସ୍ବାମୀ ଓ ନିଜ ନାଆଁର ପ୍ରଥମ ଅକ୍ଷରକୁ ମିଶେଇ l

ଅନେକ ଥର ମନେ ମନେ ଭାବି ଚାଲନ୍ତି ଅବିରାମ ନାମ ଦେଇ ସେ ଯେମିତି ଜୀବନରେ ମସ୍ତବଡ ଭୁଲ୍ କହିଛନ୍ତି l

 କେହି କେହି କହନ୍ତି "କାହିଁ ରାମ ଆଉ ରାମ ଭଣ୍ଡାରି l" ସମ୍ପୂର୍ଣ ଓଲଟା l ବଂଶ ବୁଡିବାକୁ ହେଲେ ବୋଧେ ଏଇ ଭଳି ପୁଅ ଜନ୍ମ ନିଅନ୍ତି l କହିବାକୁଗଲେ ସାଂଗସାଥୀ ମେଳରେ ପଡି ଜୁଆଖେଳ, ମଦ ପିଇବା ତା ସହ ଗାଆଁରେ ସବୁ ଝିଅ ବୋହୁଙ୍କୁ ଭିନ୍ନ ନଜରରେ ଦେଖିବା ଆଦି ଯେତେ କାମ ସବୁତକ ରାମର l କେତେ ଆଶା କରିଥଲେ ପୁଅ ପାଠପଢ଼ି ମଣିଷ ପରି ମଣିଷଟିଏ ହେବ ନାଆଁ ରଖିବ କିନ୍ତୁ ଆଶା ଆଶାରେ ରହିଗଲା l ଯେଉଁ କଥାକୁ ନେଇ ମମତା ଓ ତାଙ୍କ ସ୍ବାମୀ ରାଜେଶଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ l ସେ କୁଆଡେ ତାଙ୍କ ଯୋଗୁଁ ଏମିତି ବାଳୁଙ୍ଗାମି ହୋଇଛି l ସେମିତି ଏକ ଦିନରେ ସାଙ୍ଗମେଳରେ ପଡ଼ି ମଦପିଇ ରାତିଅଧରେ ଘରକୁ ଆସିଥିଲା l ମଦପିଇ ଝୁଲୁଥିବା ଦେଖି ତାଙ୍କ ସ୍ବାମୀ ବହେ ଠେଙ୍ଗାରେ ପିଟିଚାଲିଲେ l ସେ ବିରୋଧ କରିବାରୁ ତାଙ୍କ ଠାରେ ବି ଦି'ପାହର ବାଜିଛି ପୁଣି ସେଦିନ ଠୁ ତାର ଘରେ ଖାଇବା ପିଇବା ସବୁ ବନ୍ଦ୍ ବୋଲି ଉତ୍ୟକ୍ତ ହୋଇ ତାଙ୍କୁ କହିଲେ l ହେଲେ ଦଶମାସ ଦଶଦିନ ଗର୍ଭରେ ଧରିଥବା ମାଆ କଣ ପୁଅକୁ ମୁଠାଏ ନ ଦେଇ ଖାଇ ପାରିବ??? ଲୁଚିଲୁଚି ତାଙ୍କୁ ଖାଇବାକୁ ଦିଅନ୍ତି l ଥରେ ଅଧେ ସେ ଖାଦ୍ୟ ବାଢ଼ି ଆଗରୁ ଥୋଇ ଦେଇ ଥାଆନ୍ତି l

ଧିରେ ଧିରେ ପୁଅର ଆଚରଣରେ କିଛି ପରିବର୍ତ୍ତନ ନ ହେବାରୁ। ଗାଆଁକୁ ଆସିଥିବା ଜଣେ ବାବାଜୀ ବୈଷ୍ଣବଙ୍କ ଠାରୁ ପୁଅର ଆଚରଣ ସୁଧାରିବା ପାଇଁ କିଛି ବାଟ ବତେଇଲେ l ସ୍ବାମୀ ସରୋଜ ପ୍ରଥମେ ଅନିଚ୍ଛୁକ ହେଲେ ଏଭଳି ପୁଅର ମୁହଁ ନ ଚାହିଁବାକୁ ଲକିନ୍ତୁ ପରମୁହୁର୍ତରେ ମମତା ଗୋଡହାତ ତଳେପଡ଼ି କାକୁତିମିନତି ହେଲେ ଏସବୁ ଉପାୟ କରିବାକୁ l ଶେଷରେ ରାଜିହେଲେ ତାଙ୍କ ସ୍ବାମୀ ରାକେଶ lଏଥିପାଇଁ ସେମାନଙ୍କୁ କୌଣସି ଏକ ଦେବୀ ମନ୍ଦିରରେ ପୁଜାପାଠ, ହୋମ କରିବାକୁ ହେବ l ବାବାଜୀ ବୈଷ୍ଣବଙ୍କ କଥାରେ ସମ୍ମତି ପ୍ରକାଶ କରିବାହାରି ପଡିଲେ ନଈ ସେପାରି ଏକ ଦେବୀମନ୍ଦିରକୁ l କିନ୍ତୁ ଦୁର୍ଭାଗ୍ୟର କଥା ନଈ ପାର ହେବାବେଳେ ମୋଟର ଚଳିତ ଡଙ୍ଗା ମଝାମଝି ବନ୍ଦ ହୋଇଗଲା l ନାଉରୀ ଶତଚେଷ୍ଟା କଲା ଡଙ୍ଗାକୁ ନିୟନ୍ତ୍ରଣ କରିବାକୁ l କିନ୍ତୁ ସବୁ ବିଫଳ l ନାଉରିଆ ସହ ଡଙ୍ଗାରେ ବସିଥିବା ସମସ୍ତ ଯାତ୍ରୀ ବୁଡି ମୃତ୍ୟୁବରଣ କରିଥିଲେ l ନିଜ ଜୀବନ ଆକାଶରେ କଳାବାଦଲ ଘୋଟି ଆସିଲା l ଶବସତ୍କାର ଓ ଅନ୍ତ୍ୟେଷ୍ଟି ଦିନ ବଂଧୁବାନ୍ଧବ ରାମକୁ ବୁଝାଇଥିଲେ ସୁଧୁରିଯିବାକୁ କିନ୍ତୁ ନଛୋଡବନ୍ଧା ରାମ ଏଥିରେ ବିଚଳିତ ନ ହୋଇ ଆହୁରି ମଦପିଇ ମାତାଲ୍ ହେଲା। ଏପରିକି ସରକାରଙ୍କ ଦ୍ଵାରା ମୃତ୍ୟୁ ସହାୟତାରାଶି ବାବଦକୁ ମିଳିଥିବା ଦୁଇଲକ୍ଷ ଟଙ୍କାକୁ ଦେବାକୁ ଧମକଦେଲା l

ମା' ତାକୁ ନ ଦେବାରୁ ମାଆ ସହ ଆରମ୍ଭ ହୁଏ ଯୁକ୍ତିତର୍କ l ତା ସାଙ୍ଗକୁ ପୁଣି ସେଦିନ ପୁଅ ହାତରେ ଆମିଷ ଦେଖି ଚିହିଁକି ଉଠି କହି ଚାଲିଥିଲେ ମମତା l

" ତୁ ରାମୁ , ମୋ ଧନ,ମୋ ସୁନା ବୁଝୁନୁ କାହିଁକି ??? ଏ ସବୁ ଧନ ସଂପତ୍ତି, ଘରଦ୍ବାର ତୋର ତୁ ଏମିତି ଉଜାଡି ଦେ ' ନା l ଆଉ କିଏ ଅଛି ଯେ ଖାଇବ ଆଜିପରି ପବିତ୍ରଦିନରେ ଘରକୁ ଆମିଷ ଆଣିବା କଥା ନୁହେଁ l ଆଜି ପରା ରାମଙ୍କ ପ୍ରାଣପ୍ରତିଷ୍ଠା l ଦେଖୁଛୁ ତ କାଲି ଠୁ ଗାଆଁରେ ଡେଙ୍ଗୁରା ଦିଆଯାଉଛି ପ୍ରତିଘରେ ଦୀପଜାଳି ଶ୍ରୀରାମଙ୍କ ଗୁଣଗାନ କରିବାକୁ l ଆଉ ଶେଷରେ ଭକ୍ତିଅର୍ଘ୍ୟଟିଏ ଦେବାକୁ l "

କିନ୍ତୁ କିଛି ଶୁଣିଲା ନାହିଁ ସେଇ ଅକାଳ କୁଷ୍ମାଣ୍ଡ l ମୁଣ୍ଡ ଉପରକୁ ରାଗ ଚଢ଼ିଗଲା l ଶେଷରେ ଜୋରଜବର୍ ମମତାକୁ ବାନ୍ଧି ଦି'ଲକ୍ଷ ଟଙ୍କା ପାଇଁ ଗଲାବେଳେ ବିରୋଧ କରିବାରୁ ଜୋରରେ ଠେଲିଦେଲା l ମାଲୋ, ବୋପାଲୋ କହି ମମତା ସେଇଠି କଚାଡି ହୋଇ ପଡ଼ିଗଲେ l ଯେଉଁଠି ଘର ଆଗରେ ଆମ୍ବତୋରଣ ଓ ଶୁଭକଳସ ସ୍ଥାପନା କରିଥିଲେ lମୁଣ୍ଡରୁ ରକ୍ତଧାର ଧାର ବୋହି ଯାଉଥାଏ l ଏପତି ଆଘାତ ଲାଗିଲା ଯେ ଯେମିତି ହାତଗୋଡ ସିଧା ହୋଇପାରୁ ନ ଥାଏ l ସେତେବେଳକୁ ସଞ୍ଜନଇଁବା ସମୟ l ସଙ୍କୀର୍ତ୍ତନମଣ୍ଡଳୀ ଗାଆଁ ପରିକ୍ରମା କରି ମନ୍ଦିରମୁହାଁ ହେଲେଣି l ମମତାଙ୍କ ଆଖିଦୁଇ ମଧ୍ଯ ଧିମେଇ ହୋଇ ପଡୁଥାଏ lଅଖଣ୍ଡ କୀର୍ତ୍ତନ ଓ ବାଣ ଫୁଟା ଶୁଣୁ "ହେ ରାମ...ହେ ରାମ...."କହି ଆଖି ବୁଝିଦେଲେ ମମତା l


Rate this content
Log in

Similar oriya story from Tragedy