ସାଇବର୍ ଗାର୍ଲ୍
ସାଇବର୍ ଗାର୍ଲ୍
ଘଣ୍ଟା କଣ୍ଟା ମଝିରେ ମଝିରେ ବିଶ୍ରାମ ନେଇଥିଲା ବେଳେ ସେକେଣ୍ଡ କଣ୍ଟା ଅବିରାମ ଗତିରେ ଟିକ୍ ତିକ୍ ପାଦ ପକାଉ ଚାଲୁଥାଏ l ବେଡ୍ ଉପରେ ସବୁ ଶୁଣୁଥିଲେ ମଧ୍ଯ ଉଠିବାର ଇଛା ହେଉ ନ ଥାଏ ସୁଇଟିର l ରାତିସାରା ସାଇତା ଦେହକୁ ବାରପୁରୁଷଙ୍କ ପାଖେ ପରଷିବାପାଇଁ କେତେ ଯେ ଅଭିନୟ , ଛଳନା ବାକ୍ ଚତୁରୀ କରିବାକୁ ହୁଏ ସେ କଥା ସେ ହିଁ ଜାଣନ୍ତି l ବାରମ୍ବାର କମ୍ପି ଉଠିଲା ମୋବାଇଲ ହ୍ୱାଟସ୍ଅପ୍ ପ୍ରତି ଦୁଇ ତିନି ମିନିଟ୍ ଅନ୍ତରରେ l ଆଖିବୁଜି ଦୂରକୁ ଟିକେ ଠେଲିଦେଲେ ମୋବାଇଲକୁ। ହେଲେ ମେସେଜ୍ ଆସୁଥାଏ , ବାଧ୍ୟହେଲେ ଓପନ୍ କରିବାକୁ lଏତେ ଦେଖିଲେ ବାର ପନ୍ଦରଟା ମେସେଜ l କିଛି ରିପ୍ଲାଇ ନ ଦେବାରୁ ସେପଟୁ ଫୋନ୍ ରୁ ଭାସି ଆସିଲା "ତୁ ଏତେ ସମୟ ଶୋଇଛୁ କଣ?!? ଜଲଦି ଉଠୁ ..
ଆ"ଦେଖିବୁ ୱି ଆର ଲକି ଅଫ ୱାଇଲ୍ଡ। "
ମାନେ କିଛି ବୁଝି ପାରିଲିନି ???
ବୋକୀ ଟା ତୁ ବୋଲି ଶୁଣିବାରୁ
ବାଧ୍ୟରେ ବେଡରୁ ଉଠିବସିଲେ ସେ l ପାଖରେ ବସି ସ୍ବପ୍ନା ପାଗେଳି ପରିକା କହି ପକେଇଲା "କଉଠୁ ଆରମ୍ଭ କରିବି ଜାଣିପାରୁନି lତଥାପି କହୁଛି। .
ତୁ ମନାକଲୁ l ସ୍ପାଇ କଂପାନୀ ଛାଡ଼ି ଆମ ଲାଇନ୍ ରେ ଜଏନ୍ କରିବାକୁ lଦଶହଜାର କୋଡିଏ ହଜାରରେ ତୁ ସନ୍ତୁଷ୍ଟ lକିନ୍ତୁ ଦେଖେ...
ଏଠି ଦେଖେ ରାତିକରେ ପୂଳା ପୂଳା ଟଙ୍କା l ଆଜି ଦେଖେ ପୁରା ନବେ ଲକ୍ଷ ସତୁରୀ ହଜାର ଟଙ୍କା l
ଦେଖ ତ ଥରେ ଆଇ.ଡି.କୁ..
"ଇଟସ୍ ସ୍ୱପ୍ନା ,ଆର୍ ୟୁ ଦର୍ଚିଂ ଫର୍ ଫ୍ରେଣ୍ଡ୍ ସିପ୍ ଆଣ୍ଡ ମିଟିଂ ଇନ୍ ୟୋର୍ ଏରିଆ "ଏଭଳି ମେସେଜ୍ ରେ ଟୋକା ଠୁ ବୁଢ଼ା ସବୁ ପାଗଳ l ନିଜ ଅଞ୍ଚଳର ସୁନ୍ଦରିଆ ଝିଅ ,ବିବାହିତ ମହିଳାଙ୍କୁ ଦେଖାକରିବା ପୁଣି ଟିକିଏ ସାନ୍ନିଧ୍ୟ ପାଇବାକୁ କିଏ ବା ନ ଚାହେଁ??? ଏମିତି ବି ଅନେକ ଅଛନ୍ତି ନିଜ ବିକାରଗ୍ରସ୍ଥ ମନକୁ ଶାନ୍ତ କରିବାକୁ ଅନ୍ ଲାଇନ୍ ରେ ନାନା ପ୍ରକାରର ବ୍ଲ୍ୟୁ ଫିଲ୍ମ୍ ଦେଖୁ ଥାଆନ୍ତି l ଅମାନିଆ ହାତ ବାଧ୍ୟହୁଏ ସେଇ ଫେକ୍ ଆଇ.ଡି.ଖୋଲିବାକୁ l ଅନ ଲାଇନ୍ ରେ ହେଲୋ ଶୁଣିବା ପରେ ପରେ ମିଠା ସମ୍ବୋଧନରେ ବିମୋହିତ ହୋଇ ଏକାନ୍ତସ୍ଥାନରେ ମିଶିବା ପାଇଁ ବ୍ୟାକୁଳ ହୁଅନ୍ତି lତା ପରେ
ଏଥିପାଇଁ ଏକ ହଜାର ଟଙ୍କା ଡ଼ିପୋଜିଟ୍ କରିବାକୁ କୁହାଗଲେ ସଂଗେ ସଂଗେ ରାଜି ହୁଅନ୍ତି l ନିଜ ନାଆଁ ଠିକଣା, ସମ୍ପୂର୍ଣ ବିବରଣୀ ଗୋପନ ରଖାଯିବ ବୋଲି କୁହାଯାଏ l ବ୍ଲ୍ୟୁ ଫିଲ୍ମ୍ ରେ ପାଗଳାମି ମଣିଷ ଲିଙ୍କ୍ ରେ କ୍ଲିକ୍ କଲେ କିଛିମୂହୁର୍ତ୍ତ ପରେ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ହୁଏ l
ତେବେ ସାଇବର ଟିମ୍ ???
ସେ କଉ କାମକୁ ନୁହଁ.
ସେ ଏଇଭଳି ଘଟଣାlକୁ ଠିକ ଭାବେ ପୁଟଅପ୍ କରି ହେଉନି l ତା ଛଡା ଲୋକମାନେ ଲୋକ ଲଜ୍ଜ୍ୟାରେ ପୋଲିସ କୁ ଅଭିଯୋଗ କରୁ ନାହାଁନ୍ତି
l ଯଦିବା କେହିକହେ ତେବେ ସେତେ ସଂଖ୍ୟକ ଆବଶ୍ୟକୀୟ ଦକ୍ଷ କର୍ମଚାରି ଓ ଦୈନଦିନ ପରିବର୍ତ୍ତନ ହେଉଥିବା ଆପ୍ ର ବ୍ୟବହାରର ଜ୍ଞାନ ଅଭାବରୁ ସଠିକ୍ ଭାବେ ଅପରାଧୀ ଗିରଫ ହୋଇ ପାରୁନି l
ହେଲେ ଦେଖା ତ ସେଇ ମୁଁହ ଯିଏ ନାରୀ ଆସକ୍ତ l
ହଉ ତେବେ...
ଏଇ ସେଇ ହରମୋହନ ଦାଶ
ଗୋଟେ ରିଅଲ୍ ଇଷ୍ଟେଟ୍ ର ମ୍ୟାନେଜର l
ଗତକାଲି ଯିଏ ତୋ'ର କିଛି ଅସ୍ପଷ୍ଟ ଆପତ୍ତି ଜଣକ ଛବି ଦେଖି ପାଗଳ ହୋଇ ସ୍କଟ ବୁକ୍ କରିଛି ଆ
ସନ୍ତା ଆଣ୍ଟି ଭାଲେଣ୍ଟାଇନ୍ ଡେ ପାଇଁ l
ସ୍ବପ୍ନl ଟାବ୍ଲେଟରୁ କାମୁକ ପ୍ରକୃତିର ଲୋକ ଦେଖିମୁଣ୍ଡ ଘୁରିଗଲା
ପାଦତଳୁ ମାଟି ଖସିବାପରି ମାନେହେଲା ସୁଇଟିର l
କେମିତି କହିବ ସେଇ ଜଣକ ତାର ବଡଭାଇ ବୋଲି ??? ସେ ତ ତାଙ୍କୁ ନିଜ ପରିଚୟ ଗୋପନ ରଖିଛନ୍ତି ତା ସାଙ୍ଗକୁ କୋର୍ଟରେ ନିଜ ଟାଇଟଲ ବଦଳେଇ ଦେଇଛନ୍ତି l
ଆଖି ମିଲିମିଲି କରି ମନେପକାଇ ଦେଲେ ବିଗତଦିନରେ ଦୁଃଖଦଭରା ଶେଷମୂହୁର୍ତ୍ତକୁ...
ଛୋଟବେଳୁ ବାପାମା'ଙ୍କୁ ହରେଇବା ପରେ ଭାଇ ଥିଲା ଏକମାତ୍ର ବଞ୍ଚିବାର ସାହାରା l ସେ ଥିଲା ତା ପାଇଁ ସବୁକିଛି l ତାଙ୍କ ଯୋଗୁ ସେ ପ୍ଲସ ଟୁ ଯାଏ ପାଠପଢିଛନ୍ତି l ସବୁ କିଛି ଠିକଠାକ୍ ଥିଲା l ଭାଇ ବି କମ୍ପାନୀ ମେନେଜରେ ଥିଲେ କିନ୍ତୁ ଵିଵାହ ପରେ ପରେ ଆଚରଣରେ ପରିବର୍ତନ ହେଲା l
ଥରେ ଲକ୍ଷ୍ମୀପରି ଭାଉଜ ସହ ଥରେ ଝଗଡା ହେଲା l ଭାଉଜଙ୍କ କହିବା କଥା ସେ ପରକୀୟା ସମ୍ପର୍କ ରଖୁଛନ୍ତି l ଯେଉଁଥି ପାଇଁ ସେ ତାଙ୍କୁ ଅଣଦେଖା କରିବା ପୁଣି ରାତିଅଧରେ ମଦପିଇ ଘରକୁ ଫେରୁଛନ୍ତି l ସୁଇଟି ବହୁବାର ରାତିରେ ଘର ଭିତରେ ଝଗଡା ହେବାର ଶୁଣେ l ହେଲେ
ସ୍ବାମୀସ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନ ଭିତରେ ସେ କାହିଁକି ନିଜକୁ ସାମିଲ୍ କରିବ ???
ସବୁଦେଖି ଚୁପ୍ ହୋଇଯାଏ
ଏପଟେ ଭାଇ,ସେପଟେ ଭାଉଜ
ତଥାପି ତାର ଭିତରେ ନିଜକୁ ଜଗି ରଖି କଥାକହେ l
ଦିନେ ଏମିତି ହେଲା ଯେ ଭାଉଜ ଆଖି ଆଗରେ ଜଣେ ପଡୋଶୀ ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତରେ ଲିପ୍ତହେବା ଦେଖି ଏହାର ବିରୋଧ କରିଥିଲେ lସ୍ବାର୍ଥରେ ଆଞ୍ଚ ଆସିବା ଓ ଧାରାପଡ଼ିବା ଯୋଗୁ ରାଗିଯାଇ
ପେଟ୍ରୋଲ ପକେଇ ଜାଳିଦେଲେ ଭାଉଜଙ୍କୁ l ଆଉ ପୋଲିସ କୁ ମୋଟା ଟଙ୍କା ଦେଇ ମୁକୁଲିଗଲେ l ଘଟଣା ଭିନ୍ନ ମୋଡରେ ଗତି କଲା lସେଦିନ ବି ସେ ଘରେ ନ ଥିଲେ l
ଏଭଳି କାଣ୍ଡ କାରନାମା ଦେଖି ଭାଇଙ୍କ ପ୍ରତି ତୀବ୍ର ଘୃଣା ଆସିଲା, ପାଖ ପଡୋଶୀ ମଧ୍ଯ ନାନା ପ୍ରକାରର କଥା କହିଲେ l
ଯେଉଁ ଭାଇ ବାହା ହୋଇ ପରସ୍ତ୍ରୀ ମାନଙ୍କ ସହ ଅବୈଧ ସମ୍ପର୍କ ରଖି ଲକ୍ଷ୍ମୀ ପରି ଭାଉଜଙ୍କୁ ଜୀବନ୍ତ ପୋଡ଼ି ଦେଲେ। ସେଇ ଭାଇ ନିଶାସକ୍ତ ଅବସ୍ଥାରେ ଯେ ତା ପ୍ରତି ନା ଆଉ ହେବନାହିଁ l ନିଜେ ନିଷ୍ପତ୍ତି ନେବାକୁ ହେବ ଭାଗ୍ୟ ଭବିଷ୍ୟର l
ଘରଛାଡ଼ି ଚାଲିଆସିଲେ ସହରକୁ ନିଜେ ନିଜ ଗୋଡରେ ଠିଆହେବାକୁ l ଆଉ ସେଦିନ ମାଷ୍ଟରକ୍ୟାଣ୍ଟିନ୍ ରେ ଦେଖାହୁଏ ସାଇବର ଗାର୍ଲ ସ୍ଵପ୍ନା ସହ। ପ୍ରଥମେ ଅନିଚ୍ଛୁକ ଥିଲେ କିନ୍ତୁ ପରିସ୍ଥିତିରେ ପଡ଼ି ପେଟକୁ ମୁଠାଏ ଦାନା ପାଇଁ ସେ ପଙ୍କିଳରାସ୍ତାରେ ଚାଲିବାକୁ ବାଧ୍ୟହେଲେ l
ସେ ସିନା ଏମିତି ଭାବିଚାଲିଥିଲା କିନ୍ତୁ ସେପଟେ ସ୍ଵପ୍ନା ଖୁସିରେ ଏତେ ବିଭୋର ଯେ ହଠାତ୍ ଧିରେ ଧିରେ ଚଟାଣ ପଡ଼ିଗଲେ l
ଦେହକୁ ଜୋରରେ ହଲେଇ ସ୍ଵପ୍ନା ସ୍ଵପ୍ନା
ଡାକି ଚାଲିଥାନ୍ତି ସୁଇଟି କିନ୍ତୁ ସବୁ ଉତ୍ତର ଚୁପଚାପ୍ l ସକ୍ରିୟ ମୋବାଇଲର ଫଟା ଡିସପ୍ଲେ ଉପରେ ମୁଁହ ବାନ୍ଧି ଘରର ଚାରିକାନ୍ଥ ଆଡେ ମୁହାଉଁ ଥିଲେ l