ନାୟକ ଅକ୍ଷୟ ରାଜହସ୍ତୀ

Inspirational Thriller

3  

ନାୟକ ଅକ୍ଷୟ ରାଜହସ୍ତୀ

Inspirational Thriller

ଦରଦୀ ଆମନ୍ତ୍ରଣ

ଦରଦୀ ଆମନ୍ତ୍ରଣ

4 mins
9


ସବୁଆଡେ ଚହଳପଡ଼ିଲା ଭିକାରୀ ସହ ଆମେ ସମାନ l " ଛି ଛି ଛି... ଶେଷରେ ଆମକୁ ଏଇ ନିକୁଚିଆ ପରିବାରର ବାହାଘରରେ ଆସିବାକୁ ପଡ଼ିଲା lଯଦି ସେମାନଙ୍କ ସଙ୍ଗେ ତୁମର ସମ୍ପର୍କ ତେବେ ସେମାନଙ୍କ ସହ ସମ୍ପର୍କ ରଖ l ଆମ ସହ ଭାବ ରଖୁଛ କାହିଁକି??? ଯଦି ବିଶ୍ୱାସ ହେଉନି ,

ଯା ଶୁଣିବି ଯା... "ଏମିତି କହି ବିଷ ଓଗାଳି ଚାଲିଥିଲେ ବିସ୍ମିତାଙ୍କ ବଡଭାଇ ସୁଧୀର ବାବୁ l

ମୋ ମାନସମ୍ମାନ ଇଜ୍ଜତ ଆଜି ମାଟିରେ ମିଶିଗଲା l ଏଇଟା ପୁଣି ସହରର ହାଇ ପ୍ରୋଫାଇଲ୍ ମ୍ୟାରେଜ୍ ସେରେମୋନି lଏମିତି ବି ବିବାହର ଲାଇଭ ହେଉଛି l କେତେ କେତେ ଆରିଷ୍ଟୋକ୍ରାଫ୍ଟ, ଭି ଆଇ ପି, ଯୋଗ ଦେଇଛନ୍ତି l ଉତ୍ତର ଦେଇ ନ ପାରି ମନ ଦୁଃଖରେ ଅନେଇ ରହିଲା ସେଇ ଦୁଇ ସ୍ନେହ ପ୍ରତିମ ଦୁଇ ମଣିଷଙ୍କୁ l ଯେଉଁମାନେ ପ୍ରତିଦିନ ଘରକୁ ଘର ବୁଲି ଭିକ ମାଗିବା ପାଇଁ ବାହାରି ଥାଆନ୍ତି ତ ଆଉ କେତେବେଳେ ମନ୍ଦିର ସାମନାରେ ଥାଳ ଧରି" ବାବୁ... ପଇସାଟିଏ ଦିଅନ୍ତୁ ବାବୁ, ତୁମର ଧରମ ହେବ" କହିଥାନ୍ତି l ସେମିତି ଏକ ଦିନରେ ଭାଇର ଚାକିରି ହେବା ଆଗରୁ ସହରର କାଳୀ ମନ୍ଦିରରେ ପ୍ରତି ମଙ୍ଗଳବାର ଦିନ ଶହେ ଆଠ ନାଲି ମନ୍ଦାର ଫୁଲ ଚଢ଼ଉ ଥାଆନ୍ତି ସେ l କିନ୍ତୁ ଦିନେ କଣ ଭାବିଲେ କେଜାଣି ଭାଇଙ୍କ ନାଆଁରେ ଗୋଟିଏ କଳସ ବସେଇବା ପାଇଁ ମାନସିକ କଲେ l ସେଦିନ ବି ପଇସାଟିଏ ନ ଥିଲା l ପୁରୁଣା ବହି, ଖାତା,ଖବରକାଗଜ ବୁଲା ବିକାଳୀକୁ ଡାକି ନିଜ ପୁରୁଣା ବହି ବିକ୍ରୀ କରି ୨୫୦ଟଙ୍କା ପାଇଥିଲେ l ସେଇ ପଇସାରେ ପୁଜା ସାମଗ୍ରୀ କିଣି ସଂକ୍ରାନ୍ତି ଦିନ ମନ୍ଦିର ଗଲେ l ଯିବା ରାସ୍ତାରେ କେଉଁଠି ଥିଲେ ପଲେ ମାଙ୍କଡ କେଜାଣି ହାତରୁ ଭୋଗରାଗ ସାଥିରେ ଛୋଟ ପର୍ସକୁ ନେଇଗଲେ l ଭୟରେ ତଳେ ପଡ଼ିଗଲେ l ସେ କଣ କରିବେ l ଭାଇର କିଛି ଅନିଷ୍ଠ ହେବନି ତ?

ଭୋ ଭୋ ହୋଇ କାନ୍ଦୁଥିଲେ l ହଠାତ୍ ପଛରୁ ଝିଅ ଡାକ ଶୁଣି ଲେଉଟି ଚାହିଁଲେ l ଦେଖନ୍ତି ତ ଛିଣ୍ଡାପୋଷାକ ପତ୍ର, ଅସନାମୁଁହ, ହାତରେ ଭିକ୍ଷାପାତ୍ର ଧରିଥିବା ଜୀର୍ଣ୍ଣଶିର୍ଣ୍ଣ ଦୁଇ ଦମ୍ପତି l ସେମାନେ ଆବେଗ ପୂର୍ଣ୍ଣ ଝିଅ ଡାକରେ ହସି ହସି କହିଦେଲେ  "ଝିଅ..ନିଅ ତୁମ ପୁଜା ଜିନିଷ "l ସେଦିନର ସେଇ ଆବେଗଭରା ମିଠା ସମ୍ବୋଧନ ବିସ୍ମିତାଙ୍କୁ ଯେମିତି ବାତ୍ସଲ୍ୟଝର ପରି ଲାଗିଲା l ଛୋଟବେଳୁ ମା ଓ ବାପାଙ୍କୁ ହରେଇବାର ଦୁଃଖ ଓ ଝିଅ ଡାକ ରଙ୍କୁଣି ବିସ୍ମିତା ସେଇ ଦୁଇ ଦମ୍ପତି ପ୍ରତି ଚୁମ୍ବକୀୟଶକ୍ତିରେ ବାନ୍ଧି ହେଇଗଲେ l ବାସ୍ ଆଉ କି ଦରକାର l  

 ପୂଜାଜିନିଷ ପାଇ ଖୁସି ହୋଇଗଲେ ସିନା, ହେଲେ ଦକ୍ଷିଣା ଦେବା ପାଇଁ ଟଙ୍କାଟିଏ ପାଖରେ ନ ଥିଲା l ସେ ଦୁହେଁ ମନକଥା ବୁଝିପାରି କିଛି ଖୁଚୁରା ପଇସା ଦେଇଥିଲେ l ଭଲ ରେ ଦେବୀଙ୍କ ପୁଜାଅର୍ଚ୍ଚନା କରି ନିଜ ମନସ୍କାମନା ଜଣେଇ ଘରକୁ ଫେରି ଥିଲେ l ସତକୁସତ ପନ୍ଦରଦିନ ଭିତରେ ଆଶିଷରୁ ଭାଇର ଗୋଟିଏ ଇଣ୍ଟର ନ୍ୟାସନାଲ୍ ପ୍ରାଇଭେଟ୍ କମ୍ପାନୀରେ ଚାକିରି ହୋଇଗଲା l ସେ ଏକଥା କେବେ ବି କହି ନାହାଁନ୍ତି l ଏମିତି ନିିଇତି ମନ୍ଦିର ଯିବା ଓ ବାଟରେ ଘାଟରେ ସେହି ଦୁଇଙ୍କୁ ଦେଖି ଉଭୟଙ୍କ ମଧ୍ଯରେ ସମ୍ପର୍କ ଗଢି ଉଠିଲା l ସହଜେ ଗୋଟିଏ ବୋଲି ଗେହ୍ଲି ଭଉଣୀ ଥିଲେ l ତାଙ୍କ ବିବାହ ସେଇ କମ୍ପାନୀର ଜଣେ ସହକର୍ମୀଙ୍କ ସହ ଵିଵାହ ସ୍ଥିରୀକୃତ ହେଲା l ମନାକରି ପାରି ନ ଥିଲେ ବିସ୍ମିତା l କାହିଁକି ନା ଭାଇଙ୍କ ଖୁସିରେ ସେ ଖୁସି l ସମ୍ମତିପ୍ରକାଶ କରି ବିବାହ ପାଇଁ ରେ ରାଜିହେଲେ ସେ l ଆଉ ସମସ୍ତେ ଯେମିତି ନିମନ୍ତ୍ରଣ ପତ୍ର ପାଇବେ ସେ ଦାୟୀତ୍ବ ତାକୁ ଦେଇଦେଲେ l ମନେ ପକାଇ ପକେଇ ଦୂର କିମ୍ବା ନିକଟର ସମସ୍ତ ଜ୍ଞାତିକୁଟୁମ୍ବ, ବଂଧୁ ବାନ୍ଧବ, ସୁରୁଜ ବଂଧୁ ବାନ୍ଧବ, ସାଂଗ ସାଥୀ ସମସ୍ତଙ୍କୁ ନିମନ୍ତ୍ରଣପତ୍ର ପଠାଯାଇଥିଲା l ଯା ପାଇଁ ସେ ତାଂକ ପରିବାରରେ ଖୁସିର ଲହରୀ ଖେଳିଯାଇଛି ତା ସାଙ୍ଗକୁ ଭଲଘର ଭଲବର ମିଳିଛି l ତାଙ୍କୁ ନ ଡାକିଲେ କେମିତି ହେବ??? ଏଇଆ ଭାବିକି ଭିକାରୀକୁ ବି ଘରୋଇ ନିମନ୍ତ୍ରଣକାର୍ଡ ଦେଇଥିଲେ l ନିମନ୍ତ୍ରଣ ରକ୍ଷାକରି ଭିକାରୀ ଦମ୍ପତି ଅତିଥି ହୋଇ ଘରେ ପହଞ୍ଚିଗଲେ l ତାଙ୍କୁଦେଖି ସମ୍ମାନ ସହକାରେ ପାଛୋଟି ନେଇଛନ୍ତି ଘରକୁ, ଚର୍ଚ୍ଚା ବି କରିଛନ୍ତି ହେଲେ କଥା ଏତିକି ଯେ ସେମାନଙ୍କୁ ନିମନ୍ତ୍ରଣ ଦେଇ ଭୁଲ୍ କଲେ କି??? ତା ଛଡା ମଣିଷ ପରିସ୍ଥିତି ସମୟ ଓ ଭାଗ୍ୟର ଅଧୀନ l କେତେବେଳେ ରଜା ତ ଆଉ କେତେବେଳେ ପ୍ରଜା,ପୁଣି କେତେବେଳେ ଟଙ୍କାର ପାହାଡ ଉପରେ ବସେ ତ ଆଉ କେତେବେଳେ ଟଙ୍କାଟିଏ ମିଲେନା l ଏ ଭାବନାର ଅନ୍ତ କେବେହେବ?ଭାବିଭାବି ଉତ୍ତର କିଛି ମିଳୁ ନଥିଲା ଠିକ୍ ଏତିକିବେଳେ "ଦିଦି ତୁମେ ଏଠି ଠିଆହୋଇ କଣ ଭାବିଚାଲିଛ?ସିଆଡେ ପରା ତୁମକୁ ଖୋଜା ଚାଲିଛି," " ହଁ ଯିବା" କହି ଭାବନାରେ ରୋକ୍ ଲଗେଇଲେ l ଦୂରରୁ ଦେଖିଲେ ବଡଭାଇ ରାଗ ତମତମ ହୋଇ ସେଠୁ ଚାଲିଗଲେଣି l ଆଉ କାଳବିଳମ୍ବ ନକରି ସେହି ଦୁହିଁଙ୍କୁ ଚର୍ଚ୍ଚା କଲେ ହେଲେ lଏସବୁ ଦେଖି ସେଠି ଧୋବ ଫରଫର ପୋଷାକ ପିନ୍ଧି ଉପସ୍ଥିତ ଥିବା କିଛି ଆତ୍ମଗର୍ବୀ ଅତିଥି ମୁହଁ ବୁଲାଇଲେ l ତଥାପି ସେମାନଙ୍କ କଥାକୁ ଭ୍ରୁକ୍ଷେପ କରି ଯାହା କହିବେ ଆଜି ଦିନକ ପାଇଁ କହିବେ,ପରେ ସବୁ ସମାଧାନ ହେଇଯିବ ଭାବି ବିବାହ ପାଇଁ ପ୍ରସ୍ତୁତ ଥିବା ବିସ୍ମିତା ଦୁଇ ଦଂପତିଙ୍କ ପାଖକୁ ଆସି ପାଦଧୂଳି ନେଇ ଆଶୀର୍ବାଦ ଭିକ୍ଷାକଲେ l ଭିକ୍ଷୁକ ଦମ୍ପତି ବିସ୍ମିତାକୁ ଆଶିର୍ବାଦ କରିବା ସହ ଉପହାର୍ ସ୍ଵରୂପ ଆଣିଥିବା କିଛି ରେଜାମୁଦ୍ରା ସଫାକପଡାରେ ବାନ୍ଧି ବିସ୍ମିତାକୁ ଦେବାରୁ ମନା ନ କରି ତାଙ୍କ ସମ୍ମାନ ରଖିବା ପାଇଁ ମାତ୍ର ଏକଟଙ୍କା ରଖି ଆଉ ସବୁ ଫେରାଇଦେଲେ ଏବଂ ସୁସ୍ୱାଦୁ ଭୋଜନ କରାଇ ବିଦାୟ ଦେଲେ l ଏସବୁ ଘଟଣା ଦେଖୁ ଦେଖୁ କିଛି ସହୃଦୟ ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଗଲା l ଆଉ କିଛିଲୋକଙ୍କ ମନରେ ଗର୍ବ ଅହଙ୍କାର ଥିଲା ଖାଲି ଯେ ସବୁ ଚୁରମାର ହୋଇଗଲା ତା ନୁହେଁ ବିସ୍ମିତାର ଦମ୍ପତିଙ୍କ ପ୍ରତି ମାନବୀୟବୋଧ ଓ ଦରଦୀ ଆମନ୍ତ୍ରଣ ସାମାଜିକ ଅଙ୍ଗୀକାର ପାଇଁ ପ୍ରସ୍ତୁତ ହେବାକୁ ସତେ ଯେମିତି ହାତ ଠାରି ଆହ୍ବାନ କରୁଥିଲା l


Rate this content
Log in

Similar oriya story from Inspirational