ନାୟକ ଅକ୍ଷୟ ରାଜହସ୍ତୀ

Drama

3  

ନାୟକ ଅକ୍ଷୟ ରାଜହସ୍ତୀ

Drama

ତୁଳସୀର ମହକ

ତୁଳସୀର ମହକ

3 mins
141


ସକାଳୁ ସକାଳୁ ଦୋକାନ ଖୋଲି ବସିଛନ୍ତି ସଞ୍ଜିତା ଅଥଚ ଏଯାଏଁ ଟଙ୍କାଟିଏ ବି ବଇନି ହୋଇନି l

ଆଜି କା ମୁହଁ ଚାହିଁଛନ୍ତି କେଜାଣି!?

ଭାବିଭାବି ମନ ଦୁଃଖରେ ମୁହଁଗାଡ଼ି ବସିଥିଲେ l ସବୁଦିନଠୁ କେମିତି ଏକ ଭିନ୍ନଢ଼ଙ୍ଗର ସକାଳ ବୋଲି ତାଙ୍କୁ ମନେ ହେଉଥାଏ lକିଛିକ୍ଷଣ ପରେ ଜଣଙ୍କର "ମାଡାମ୍, ପାଉଡର ଦୁଇଟା, ଗ୍ରୀନ ତାୱେଲ୍ ଗୋଟେ ଦେବେ "ଡାକରେ ତଟସ୍ଥ ହେଲେ ଚମକି ପଡିଲେ ଦେଖି ଜଣେ ଏଗାର ବର୍ଷର ଝିଅକୁ ଦେଖି lଗୋଟିଏ ମୁହୂର୍ତ୍ତ ତା ଉପରୁ ନଜରହଟୁ ନ ଥାଏ l ଜଷ୍ଟ ଗୋଟେମିନିଟ୍ କହି ଡ୍ର ଖୋଲି ବହୁତ୍ ଦିନର ସାଇତା ପାସପୋର୍ଟ ଫୋଟୋଟିଏ କାଢି ତନତନ କରି ନିରୀକ୍ଷଣ କଲେ l ସେଇ ଏକାମୁଁହ _ନାକ_ଆଖି, ସେଇ ଗହମ ଗୋରା ସାଙ୍ଗକୁ ଦୋହରାଇଲା କଣ୍ଠ ସ୍ବରlଛୋଟଝିଅକୁ ଦେଖି ହ୍ରୁଦୟ ଭିତରେ ସମ୍ପର୍କର ସେତୁ ଗଢ଼ିବାକୁ ଲାଗିଲା l ଆତ୍ମୀୟ ପଣରେ ହସିହସି କହିଦେଲେ "ଆଚ୍ଛା ଝିଅ, 

ଗୋଟେ କଥା ପଚାରିବି, ଖରାପ ଭାବିବନି l"

"ତୁମ ନାଆଁ କଣ??ଘର କେଉଁଠି??"ଆଜ୍ଞା, ଆପଣଙ୍କ ପରି ଗୁରୁଜନ ମାନେ ଛୋଟ ପିଲା ଙ୍କୁ ପରିଚୟ ପଚାରିଲେ l କୁଁଥୁ କୁନ୍ଥୁ ହୁଅନ୍ତି, କିନ୍ତୁ ମୁଁ ସେମିତି ଝିଅ ନୁହେଁ lପରିଚୟ ତ ମଣିଷପଣିଆର, ସ୍ନେହ ଶ୍ରଦ୍ଧା ବିଶ୍ୱାସ କୁ ମଜଭୂତ କରାଏ l ତେଣୁ ମୁଁ ଫଟା ଫଟ କହି ଦିଏ lଝିଅ ର ଏଇ ପଦେ ମିଠାକଥାରେ ପେଟ ପୁରି ଗଲା l ତା ମୁହଁରୁ ଆଉ ଶୁଣିବା ପାଇଁ ବ୍ୟଗ୍ର ହେଉଥିବା ବେଳେ ଝିଅଟି କହିପକେଇଲା " ମୋ ନାଆଁ ତୁଳସୀ ବାଗ୍ ଆମ ଘର ଏଇ ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ପାଖ ଅଂଚଳରେ lଛୋଟବେଳୁ ମାନେ ଜନ୍ମ ହେବାର ସାତଦିନ ଠାରୁ ମା ବାପା ଉଭୟଙ୍କୁ ହରେଇଛି l ଲୋକେ କହୁଥିଲେ ନାହିନାଡ ଲାଗିଥିଲା ମୋ ଦିହରେ l ଏଇ ତୁଳସୀ ପାହାଡ଼ର କେନ୍ଦୁଗଛ ମୂଳରୁ ଖ୍ରୀଷ୍ଟିଆନ୍ ଦମ୍ପତ୍ତିଙ୍କ ଦ୍ବାରା ଉଦ୍ଧାର ହୋଇ ଆଜି ଏତେ ବଡ ହୋଇ l ଏଇପାଖ ଏକଲବ୍ୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି lଜନ୍ମ୍କଲା ବାପା ମା ସିନା ହରେଇଛି l କିନ୍ତୁ ସେମାନଙ୍କ ସ୍ନେହ ଆଦର ପୁଣି ଜନ୍ମ ନେଇଛି l ସେଇ ଦୁହେଁ ଏବେ ମୋ ପାଇଁ ଚଳନ୍ତି ଠାକୁର l କିନ୍ତୁ ସେମାନେ ପରିସ୍ଥିତିରେ ପଡି ମୋତେ ପରିତ୍ୟାଗ କରିଥିବେ l କେହି କେହି କହନ୍ତି ମୁଁ ଝିଅ ବୋଲି ସେମାନେ ସବୁଦିନ ପାଇଁ ପାହାଡ ତଳେ ଛାଡ଼ି ଦେଇ ଗଲେ l ଯାହାବି ବି ହେଉ ଯଦି ବଞ୍ଚିଥିବେ ତେବେ ଭଲରେ ଥାଆନ୍ତୁ କହି ଛଳଛଳ ଆଖିରେ କହି ପକେଇଲେ lତୁଳସୀ ପାହାଡ କଥା ଶୁଣୁ ଶୁଣୁଆଖି ଆଗରେ ନାଚିଉଠିଲା ମାଓ କମ୍ବିଙ୍ଗ ଅପରେସନ l ସେମାନଙ୍କୁ ଜୀବିତ କିମ୍ବା ମୃତ ହେଉ ଧରିବା ପାଇଁ ନିର୍ଧାରିତ ହୋଇଥିଲା ମୁଣ୍ଡପିଛା ଦୁଇଲକ୍ଷ ଟଙ୍କା lସେତେବେଳେ ମିଲିଶିଆ ମାଓ ବାହିନୀର ମୁଖ୍ୟ ବଂଧୁ ସଇନଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା l କିଛିଦିନ ପରେ ସେଠୁ ଖସିଯାଇ ଆଜୀବନ ଘର ସଂସାର କରିବେ lକିନ୍ତୁ ବାଟ ଓଗାଳିଥିଲା ନିଷ୍ଟୁର ସମୟ l ଗୁଇନ୍ଦାବିଭାଗ ଦ୍ଵାରା ଖବର ପାଇଁ ଦଶ ପ୍ଲାଟୁନ୍ ପୋଲିସ ଚାରିକଡ଼ରୁ ଘେରିଯାଇ ଅଚାନକ ଶିବିର ଉପରକୁ ଆଖି ମୁଜା ଗୁଳିବର୍ଷଣ କଲେ l ସାଥୀ କମ୍ରେଡମାନେ ଗୁଳିଚାଳନାରେ କିଛି ଆହତ ହୋଇ ସାରିଲେଣି l ସଞ୍ଜିତା କହିଥିଲା ସଇନକୁ ତୁମେ ଝିଅକୁ ନେଇ ଏଠୁ ଖସି ଯାଅ ମୁଁ l ମୁଁ ମୁଣ୍ଡିଆ ଉପରକୁ ଯାଇ ମୁକାବିଲା କରୁଛି l

ସେ ପ୍ରଥମେ ଅନିଚ୍ଛୁକ ଥିଲେ ଏକାକୀ ଛାଡ଼ି ଥିବାକୁ,ହେଲେ ଝିଅ ରାଣ ପକେଇ ଦେବାରୁ ବାଧ୍ୟହେଲେ ପଳେଇବାକୁ l ସାଥିରେ ଥିଲା ନୀଳ ରଙ୍ଗର ଟାୱେଲ ଓ ଡ୍ଡୋଭ ପାଉଦର୍ l ସଇନ ସେଠୁ କୁନିଝିଅକୁ ଧରି ଚାଲିଗଲା ପରେ ନିଜ ଜୀବନ ଓ ସାଥୀମାନଙ୍କୁ ବଞ୍ଚେଇବାକୁ ଯାଇ ଅନବରତ ଗୁଳିଚାଳନା କଲେ l ଆରମ୍ଭ ହେଲା ପୁଣି ଦୀର୍ଘ ତିନିଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ l

କିନ୍ତୁ ଶହଶହ ପୋଲିସ୍ ଆଗରେ ନିଜ ବନ୍ଧୁକ ତୋପର କେତେ ବା ଶକ୍ତି ???

କିଛି ଉପାୟ ନ ପାଇ ଶେଷରେ ଆତ୍ମ ସମର୍ପଣ କଲେ l ବିପୁଳ ପରିମାଣର ଇନସାସ୍ ରାଇଫଲ, ମାଓ ବ୍ୟାନର, ପୁସ୍ତିକା , ଟିଫିନ୍ ବ୍ୟାଗ୍ ସହ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହେଲା lସେଠି ଜାଣି ପାରିଲେ ତାଙ୍କୁ ଛାଡ଼ିଦେଇ ସବୁ ମାଓବାଦୀ ପୋଲିସ୍ ଗୁଳିରେ ମୃତ୍ୟୁବରଣ କରିଛନ୍ତି କିଛି ଲୋକଙ୍କ ଏମିତି ଅବସ୍ଥାରେ ଅଛନ୍ତି ଯେ ମୁହଁ ଜଣାପଡୁନି ଖାଲି ଗଦା ଗଦା ପୋଡ଼ା ଶରୀର l ତା ମାନେ ସେମାନଙ୍କ ସାଙ୍ଗରେ ସଇନ ବି.....

ଆଉ ଭାବିପାରି ନ ଥିଲେ l

 l ତାଙ୍କୁ ବେଶୀ ମନେପଡିଲା କଅଁଳ ଶିଶୁର ମୁଁହ l

ସମାଜର ମୁଖ୍ୟ ସ୍ରୋତରେ ମିଶିବାକୁ ଜିଲ୍ଲା ପ୍ରଶାସନ ସ୍ପଷ୍ଟକଲେ l ଘର ୱାପସି ଯୋଜନାରେ ଯୋଡ଼ି ହେଲେ ବାଧ୍ୟହୋଇ l ଫୁଲମାଳ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ସହରରେ ଡିସିମିଲ ଘରଡିହ, ପଚାଶ ହଜାର ଟଙ୍କା ,ଶାଢ଼ୀ ଖେଳ ଉପକରଣ ଓ କିଛି ପ୍ରସାଧନ ସାମଗ୍ରୀ ପ୍ରଦାନ କରାଗଲା l ସେଇ ଟଙ୍କାରେ ନିଜ ଗୋଡରେ ନିଜେ ଠିଆହେବାକୁ ସଂକଳ୍ପ ନେଲେ ଆଉ ଲେଡ଼ିଜ୍ କର୍ଣ୍ଣର ଦୋକାନଟେ ଖୋଲିଲେ l

 ଏମିତି ଭାବି ଚାଲିଥିଲା ବେଳେ ଭାବନାର ଅନ୍ତହେଲା କୁନି ଝିଅ ତୁଳସୀର ଡାକରେ 

ମମ୍, ଆପଣଙ୍କ କଣହେଲା, ଆପଣକଂ ଆଖିଲେ ଲୁହ ଯେ l

ହଁ ହଁ...

କହି ପୋଛିଦେଲେ ସଞ୍ଜିତା l

ହେଲେ ଲୁହ କି ମନୁଥାଏ l ଅନ୍ତରରେ ଆନନ୍ଦ ଲୁହ ହୋଇ ଓଠ ଦୁଇକୁ ଭିଜେଇ ଦେଇଥିଲା l ଆଗକୁ ଝୁଙ୍କି ପଡି କୋଳେଇ ନେଲେ ବକ୍ଷ କୁ କହି ଦେଇ 

ମୁଁ ସେଇ ପୋଡ଼ାମୁହିଁ l 

ନା ନା ଝିଅ ମାମ ନ କହି ମା ବୋଲି କହ l

ତୁଳସୀ ସେମିତି ପ୍ରକୃତିସ୍ଥ ହୋଇ ଅନେଇ ରହିଲା l

କୋହଭରା କଣ୍ଠରେ ସଞ୍ଜିତା କଥାର ଖିଅ ଲମ୍ବେଇ ଶଙ୍କା ଦୂରକଲେ

ମଥାରେ ସିନ୍ଦୂର ନାହିଁ ବୋଲି କହୁଛୁ କି??

ମୁଁ ମଧ୍ୟ ଖିରସ୍ଥାନ l ମୋ ଜେଜେ ବାପା ହିନ୍ଦୁରୁ ଖ୍ରୀଷ୍ଟିଆନ ହୋଇଥିଲେ l ଆଉ ମୁଁ...

ସତେ ଯେପରି ହାତ ଠାରି ରକ୍ତ ଆହ୍ବାନ କରୁଥିଲା ରକ୍ତକୁ ପ୍ରତିଧ୍ଵନି କରି ଏତେ ଦୂରତା କାହିଁକି???

ହୋଇଯାଉ ଏକାକାର ଅଂଶର , ବଂଶର ତୁଟିଯାଉ ବିଗତ ଦିନର ପ୍ରତୀକ୍ଷା l କୋଳକୁ ଟାଣିନେଲେ ତୁଳସୀକୁ l ମହକିଗଲା ବିମୁଗ୍ଧକର ତୁଳସୀର ମହକ ସଞ୍ଜିତାଙ୍କ ଖାପଛଡା ଶୂନ୍ୟତା ଜୀବନ ପରିଧି ଭିତରେ l କେବଳ ସେତିକି ନୁହେଁ,ସଇନଙ୍କ ସ୍ମୃତିବୋଳା ଉପହାରକୁ ବାରମ୍ୱାର ଚୁମିଚାଟି ହେବା ସଙ୍ଗେ ସଙ୍ଗେ ବାତ୍ସଲ୍ୟ ମମତାର ଅଫୁରନ୍ତଧାରା ଛୁଟେଇ ଚାଲିଥିଲେ l


Rate this content
Log in

Similar oriya story from Drama