ତୋଷାରାଣୀ ସାହୁ

Romance

4.3  

ତୋଷାରାଣୀ ସାହୁ

Romance

ଦୁଇ ମନ ଗୋଟିଏ ସ୍ୱପ୍ନ

ଦୁଇ ମନ ଗୋଟିଏ ସ୍ୱପ୍ନ

7 mins
154



ସ୍ୱପ୍ନ ସମସ୍ତେ ଦେଖନ୍ତି ହେଲେ ସବୁ ମଣିଷ ତ କେବଳ ଗୋଟିଏ ସ୍ୱପ୍ନ ଦେଖନ୍ତିନି । ଯଦି ସେମିତି ହୋଇଥାନ୍ତା ଖୁବ୍ ଭଲ ହୋଇଥାନ୍ତା ଦୁହେଁ ଦୁହିଁଙ୍କ ମନର ସବୁ ସ୍ୱପ୍ନକୁ ପୂର୍ଣ୍ଣ କରିପାରିଥାନ୍ତେ । ବୈଶାଳୀ ଆଧୁନିକ ଯୁଗର ଝିଅ ହେଲେ ମଧ୍ୟ ତା ଭିତରର ସବୁ ଇନ୍ଦ୍ରିୟ କେବଳ ଲୋକଙ୍କ ମଙ୍ଗଳ ପାଇଁ ଭାବିଛନ୍ତି । ଆମର କିଛି ଭୁଲ ନଥାଏ, ଆମ ମସ୍ତିଷ୍କ ଯାହା କହିବ ଆମ ଭିତରର ଇନ୍ଦ୍ରିୟମାନେ ତାହା କରିବେ । 


  ବୈଶାଳୀର ସାଙ୍ଗ, ସାଙ୍ଗ ନୁହେଁ ଅତି ଘନିଷ୍ଠ ସାଙ୍ଗ ଦିନର ସବୁକାମ ତାହାରି ସାଥିରେ କରେ କଲେଜ ଯିବାରୁ ଆରମ୍ଭ କରି ରାତିରେ ଟ୍ୟୁସନ ଫେରିବା ପର୍ଯ୍ୟନ୍ତ ସବୁବେଳେ ସାଙ୍ଗ ରହିଥାନ୍ତି । 


  ଆଜି ବୈଶାଳୀର ମାଆ ତାଙ୍କ ବାପା ଉପରେ ଗର ଗର ହଉଛନ୍ତି ଏପଟେ ଝିଅକୁ ମଧ୍ୟ ବିନା ଦୋଷରେ ଗାଳି ଦେଉଛନ୍ତି । ବୈଶାଳୀ ଭାବୁଥାଏ କିଛି ଅସୁବିଧା ହୋଇଛି ବୋଧହୁଏ ମାଆ ଆଜି ଏତେ ଜୋରରେ ରାଗିକି କଣ ପାଇଁ ଅଛି, ପଚାରିଲେ ପୁଣି ଅଧିକ ରାଗିବେ ଯାଏ ମାଆକୁ ଟିକେ ରୋଷେଇ କାମରେ ସାହାଯ୍ୟ କରିଦେବି ମାଆ ଖୁସି ହବ ବୋଧହୁଏ, ହେଲେ ନାହିଁ ସେ ବାପାଙ୍କୁ ଗୁଣୁଗୁଣୁ ହେଇ ଗାଳି ଦେଇଚାଲିଛି । 


  ବୈଶାଳୀ ଭାବେ ବାପାଙ୍କୁ ପଚାରିବି କଣ ହେଇଛି, ବାପା ଯଦି କିଛି ଜାଣିଥିବେ । ନାଇଁ ବାପାଙ୍କୁ ମଧ୍ୟ ପଚାରିବିନି ମାଆ ହିଁ କହିବ କିନ୍ତୁ ମୋତେ ଚୁପ ହେଇକି ରହିବାକୁ ପଡିବ । 


  ରୋଷେଇ ସରିଲା, ବୈଶାଳୀ କହିଲା ମାଆ କଣ ହେଇଛି ତମର ଆଜି କଣ ପାଇଁ ରାଗିଛ । ମାଆ କାନ୍ଦିଲେ କହିଲେ ତତେ ଏବେ ୨୦ ବର୍ଷ ହେଲାଣି ତୋରି ସାଥୀର ଝିଅମାନେ ୨ ଛୁଆର ମାଆ ହେଲେଣି ତତେ ଯେତେ ପ୍ରସ୍ତାବ ଆସିଛି ତୋ ବାପା ମନା କରିଦେଉଛନ୍ତି । ଦେଖ ତୋର ସାଙ୍ଗ ଆରତୀର ମଧ୍ୟ ବାହାଘର ଠିକ୍ ହେଇଗଲା କିନ୍ତୁ ତୋ ବାପାଙ୍କୁ ଟିକେ ବି ଚିନ୍ତା ନାହିଁ । 


 ମାଆ ଏଇ ଛୋଟ କଥାରେ ତୁ ଏତେ ବଡ଼ କଥା ଭଳି କାନ୍ଦୁଛୁ ବାପା ଚାହୁଁଛନ୍ତି ଠିକ୍ ପୁଅ ନ ମିଳିବା ପର୍ଯ୍ୟନ୍ତ ଆମ ଘରେ ଆମ ଝିଅ ଶୃଙ୍ଖଳାରେ ରହୁ, ଯଦି ସେ ମଦ ପିଉଥିବ ମୋତେ ନବ ମାରିବ ମୁଁ ପୁଣି ତୋରି ପାଖରେ ରହିବି, ଯଦି ବିବାହ ପରେ ପୁଣି ଯୌତୁକ ମାଗିବ ଦବୁ, ସେଇଥିପାଇଁ ବାପା ଚାହୁଁଛନ୍ତି ଭଲ ପିଲାଟିଏ ମିଳିଲେ ମୋ ବାହାଘର କରିଦେବେ, ମୁଁ ତମ ଦୁଇ ଜଣଙ୍କ କଥାରେ ରାଜି ଅଛି ମାଆ ମୋର କୌଣସି ପ୍ରତିବାଦ ନାହିଁ, ତୁ ଏଇ ଛୋଟ କଥାରେ ଭାଙ୍ଗିପଡୁଛୁ । 


 ଶାଶୂଘର ମଧ୍ୟ ତୋ ଶାଶୁକୁ ଏମିତି ସବୁ କଥା ଖୁସିରେ ବୁଝେଇବୁ । ମୁଁ ଜାଣେ ତୁ ଯେଉଁଠି ରହିଲେ ମଧ୍ୟ ଖୁବ୍ ଭଲ ସମ୍ନାନ ପାଇବୁ ତୋର ବୁଝିବା ଶକ୍ତି ପ୍ରଖର । ବାପା କହିଲେ ତୋ ମାଆକୁ ତୁ ହିଁ ଭଲ ଭାବେ ବୁଝିପାରୁ, ମୁଁ ଠିକ୍ କରିକି ରଖିଛି ପୁଅ ବହୁତ ଭଲ, କିନ୍ତୁ ତୋର ଏହି ଯୁକ୍ତତିନିର ଶେଷ ପରୀକ୍ଷା ଟା ସରିଯାଉ ସେମାନେ ଆସିବେ । ତୋ ମାଆକୁ କହିନି ଏହି କଥା ସେ ବାହାରେ କହିବ ଲୋକ ଜାଣିବେ ପୁଣି କେଁହି ଭଲ କଥା ହେବେ ତ କେଁହି ଖରାପ କଥା ହେବେ ତେଣୁ ତୁ ସେ କଥା ଚିନ୍ତା କରନି ତୋର ଦୁଇମାସ ଗଲେ ପରୀକ୍ଷା ସରିଗଲେ ସେମାନଙ୍କୁ ଡାକିଦେବି। 


 ଏମିତିରେ ବୈଶାଳୀର ପରୀକ୍ଷା ସରିଗଲା, ପୁଅଘରର ଲୋକ ଆସିଲେ । ପୁଅ ଡାକ୍ତର ଅଛି, ଘରେ କିଏ ଖୁସି ହଉ କି ନ ହଉ ବୈଶାଳୀର ମାଆ ବହୁତଖୁସି ଥିଲେ । ବୈଶାଳୀକୁ ସୁନ୍ଦର ଭାବରେ ସଜେଇ ଦେଇ କହିଲେ ମୁହଁକୁ ଟେକିବୁ ନାହିଁ ତଳକୁ ଚାହିଁବୁ, ବୈଶାଳୀ ଭାବେ ମାଆ ଏମିତି ହଉଚି ଯେମିତି ମୁଁ ପୁଅ ଧରି କୁଆଡେ ପଳେଇବି । ହଁ ଭରିଲା ବୈଶାଳୀ । ସମସ୍ତଙ୍କ ମନକୁ ପାଇଲା ବୈଶାଳୀ, ଦେଖା ସରିଲା । ପୁଅଘର ଲୋକ କହିଲେ ଟିକେ ଜଲ୍ଦି ବିବାହ ଟା ସାରିଦେବା, ଭଲ ଯୁଗ ବାହାର କରି ନିର୍ବନ୍ଧ କାର୍ଯ୍ୟଟା ଶେଷ କରିବା । ବୈଶାଳୀର ଶାଶୁ କହିଲେ ମୁଁ ଜଣେଇବି ଆପଣଙ୍କୁ କେବେ ଭଲ ବେଳା ଅଛି । ଶେଷରେ କହିଲେ କଣ ମାଆ ପୁଅ ଆମର ତତେ ପସନ୍ଦ ଆସିଲା ତ । ଏମିତି ପଚାରୁଛନ୍ତି ଯେମିତି ପୁଅକୁ ମୋ ପାଖରେ ବସାଇ ସବୁ କଥା ବାର୍ତା କରାଇଥିଲେ । ହଁ ତ କରିବାକୁ ପଡିବ । 


ବୈଶାଳୀ ମାଆ ସେଦିନ ଭାରି ଖୁସି, ବୈଶାଳୀ ଭାବୁଥାଏ ଯଦି ସେ ମୋତେ ପସନ୍ଦ କରୁ ନ ଥିବେ, ନ କରିଲେ ନାହିଁ ପୁଅ ଅଭାବ ଅଛି କି ମନ ରେ ଭାବି ଭାବି ଶୋଇପଡ଼ିଲା । 


 ସପ୍ତାହେ ପରେ ଫୋନ ଆସିଲା ଯେ ପର ସପ୍ତାହରେ ନିର୍ବନ୍ଧ ହବ, ଏପଟେ ପୁଅ ପାଇଁ ସୁନା କିଣା ଭୋଜି ପାଇଁ ବ୍ୟସ୍ତ ସବୁକାମ ଚାଲିଛି । ଘରେ ଗୋଟେ ପୁଅ ଯାହା ଦିଆହବ ଥରେ ଦିଆହବ ସେଇଥି ପାଇଁ ପୁଅ ଘର ସୁନାର ହାରଟିଏ ଦେଲେ, ନିର୍ବନ୍ଧ ଦିନ ବୈଶାଳୀ ଆହୁରି ଅଧିକ ସୁନ୍ଦର ଦେଖାଯାଉଥିଲା । ସେ ଏପର୍ଯ୍ୟନ୍ତ ତା ସ୍ୱାମୀର ମୁହଁ ଦେଖିନି । ମନେ ମନେ ଭାବୁଥାଏ ସେ ଯେମିତି ବି ହେଇଥାଉ ବାସ୍ ତା ଭିତରେ ମଣିଷ ପଣିଆ ରହିଥାଉ। 


 ନିର୍ବନ୍ଧ ସରିଲା, ଏଥର ସମସ୍ତେ ବିବାହ ପାଇଁ ଅସ୍ତବ୍ୟସ୍ତ, ବୈଶାଳୀର ଶାଶୁ କହିଲେ ପର ମାସରେ ବିବାହ କାର୍ଯ୍ୟଟା ସାରିଦେବା, କିନ୍ତୁ ବୈଶାଳୀର ବାପା କହିଲେ ଏତେ କମ୍ ଦିନରେ ମୋର ସାମର୍ଥ୍ୟ ନାହିଁ କିଛି ଦିନ ଅଧିକ ଦିଅନ୍ତୁ, ବୈଶାଳୀର ଶାଶୁ କହିଲେ ନାହିଁ ଆମକୁ କିଛି ଦରକାର ନାହିଁ ବାସ୍ ଝିଅ ଆସିଲେ ହେଲା । ସମସ୍ତେ ଏମିତି କୁହନ୍ତି କିନ୍ତୁ ଯାହା ହେଲେ ବି ଝିଅ ଶାଶୂଘର ଯାଉଛି ମାନେ କିଛିଟା ଦେବାକୁ ପଢିବ ନ ହେଲେ ବାହାରେ କହିବେ ଦାସ ଘର ବୋହୂ କିଛି ଆଣିନି । 


 ବୈଶାଳୀର ଶାଶୁ କହିଲେ ହଉ ଦୁଇ ତିନି ମାସ ଭିତରେ ଭଲ ଯୋଗଟିଏ ବାହାର କରି ଏହି କାର୍ଯ୍ୟ ଟି ଶେଷ କରିବା । ଏମିତି କିଛି ପରେ ଶାଶୂଘରୁ ଫୋନ ଆସିଲା ଘରେ ସମସ୍ତେ କଥା ହେଲେ, ବୈଶାଳୀକୁ କଥା ହବାକୁ ଦିଆଗଲା ସେ ମନାକଲା, ନାହିଁ ବାପା ମୋତେ ଡର ଲାଗୁଛି ମୁଁ କଥା ହେବିନି ହେଲେ ବାଧ୍ୟ କରିବାରୁ କଥା ହେଲା, ଶାଶୁ ବହୁତ ଭଲ ତେଣୁ ମାଆ ପରି ବୁଝେଇ କହିଲେ ଡରେନା ମାଆ ମୁଁ କୌଣସି କାମ ଆସିଲେ ଶିଖେଇବି ତୁ ମୋ ଘରର ଝିଅ ପରି । ବୈଶାଳୀ ଖୁସି ହେଇଯାଏ ଯା ହଉ ଯେମିତି ଶାଶୁ ନୁହତ ଦେବୀ ପ୍ରତିମା ଆଉ ଡର ନାହିଁ । ହେଲେ ଯେତେବେଳେ ଦୀପକ କଥା ହେଲା ବୈଶାଳୀ ଫୋନ କାଟିଦେଲା । 


 ପୁଣି ଫୋନ କଲା ଦୀପକ ବୈଶାଳୀ ତା ମାଆକୁ ଦେଇଦେଲା, ଦୀପକ ଘରେ ସମସ୍ତଙ୍କ ସହିତ ଖୁସିରେ ସମ୍ମାନ ଦେଇ କଥା ହେଲା । ବୈଶାଳୀକୁ କଥାହେବା ଦେବାକୁ କହିଲେ ବୈଶାଳୀ ମନା କରୁଥାଏ ତା ମାଆର ଆଖି ଠାର ଆଉ ଦାନ୍ତ କାମୁଡ଼ା ଦେଖି ହ୍ୟାଲ କଲା, ଦୀପକ କହେ ଡରନି ମୁଁ କିଛି କହିବିନି । ବୈଶାଳୀ ଚୁପ ହେଇକି ରହିଥାଏ । ବୈଶାଳୀର ବାପା କହିଲେ ହଉ ମାଆ ବୈଶାଳୀ କଥା ହେଇସାରିଲୁ ପରା ଫୋନ ଟା ଦେ ମୁଁ ଟିକେ ମାର୍କେଟ ଯିବି ତୁ ତୋ ନମ୍ବରରେ ଫୋନ କରେ ।


 ବୈଶାଳୀ କହେ ହଉ ମୁଁ ରଖିଲି ବାପା ଫୋନ ମାଗୁଛନ୍ତି, ଦୀପକ କହେ ରଖ କଣ କଥା ହେଇଛ ଯେ, ବାପା କହିଲେ ତମ ଫୋନରେ ଫୋନ କରିବାକୁ ନାଇଁ ମୋ ଫୋନ ନାହିଁ, ଦୀପକ କହେ ଆରେ ତମ ବାପା କହିଲେ ତମ ଫୋନରେ ଫୋନ କର, ନାଇଁ, ଶୁଣ ମୁଁ ତୁମକୁ କିଛି କହିବିନି ଯେମିତି ଚୁପ ରହୁଛ ସେମିତି ଚୁପ ରହିବ ଏଥର ଫୋନ କର ।


 ବୈଶାଳୀ ଫୋନ କରେ, ହ୍ୟାଲ କହେ ଦୀପକ କହେ ହଁ ମୁଁ ଅଛି, ଚୁପ ରହିବ ନା କଥା ହବ । ହଁ ହେବି । ହଉ କୁହ ତା ହେଲେ କଣ କହିବି, ତମକୁ ଯାହା ପସନ୍ଦ ତାହା କୁହ, ନା ମୋତେ କହିବା ଆସେନି । ହଉ ଏମିତି ଚୁପ ରୁହ ମୁଁ ପାଠ ପଚାରିବି ମୋତେ କହିବ, ବୈଶାଳୀ କହେ ନାଇଁ ଥାଉ ମୁଁ କଥା ହେବି । ବହୁତ କଥା ହେଲେ, ହେଲେ ବୈଶାଳୀ ଶୋଇପଡ଼ିଲା, ଏପଟେ ଦୀପକ ହ୍ୟାଲ ହ୍ୟାଲ କରୁଥାଏ । ବୈଶାଳୀର ମାଆ ଖାଇବାକୁ ଡାକିବାକୁ ଆସିଲେ ବୈଶାଳୀ ସୋଇଛି । ଦେଖିଲା ୧୫ ଥର ଫୋନ ଆସିଛି । ପୁଣି ଫୋନ କଲା । ପଚାରିଲା କଣ ଏତେ ଥର ଫୋନ କରିଛ, ଦୀପକ କହେ ତମେ ନିଦେଇ ଖାଲି ଶୋଇରହୁଛ । ବୈଶାଳୀ କହେ ମୋତେ ବିବାହ ପୂର୍ବରୁ କଥା ହବାକୁ ପସନ୍ଦ ନାହିଁ । ଦୀପକ କହେ ରୁହ ମୁଁ ମାଆକୁ କହିବି କାଲି ଘରକୁ ଫୋନ କରିକି କଥା ହେବେ, ବୈଶାଳୀ କହେ ନାଇଁ ନାଇଁ କଥା ହେବି । ହଉ କୁହ ମୁଁ ତୁମକୁ ଗୋଟେ କଥା ପଚାରିବି । ଦୀପକ ହଁ କହିଲା ।


ବୈଶାଳୀକହେ ମୁଁ ତୁମକୁ ପସନ୍ଦ ତ, ଦୀପକ କହେ ନାଇଁ ମୁଁ ଖାଲିରେ ତୁମ ପଛରେ ବାୟା କୁକୁର ପରି ଲାଗୁଛି, ଏତେ ଥର କୋଉ ପୁଅ ଫୋନ କରିବ, ହଉ ହଉ ବୁଝିଗଲି । ଦୀପକ କହେ ମୁଁ ଗୋଟେ କଥା ପଚାରିବି । ହଁ ପଚାର । ତମେ ମୋତେ କାହିଁକି ପସନ୍ଦ ଆସିବନି। ବୈଶାଳୀ କହେ ମୁଁ ଆଧୁନିକ ଝିଅ ଭଳି ଜିନିସ୍ ଏ ସବୁ ପିନ୍ଧିବିନି ଆଉ …. ଯାହା ବି ମୁଁ ସେ ସବୁ ପସନ୍ଦ କରିବିନି, ହଁ ଜାଣେ ସବୁ ସେଇଥି ପାଇଁ ତମେ ମୋର ଭାରି ପସନ୍ଦ । ଏମିତି ବହୁତ ସମୟ କଥା ହେଲେ । ଶେଷରେ ଦୀପକ ପଚାରିଲେ ତୁମର ସ୍ୱପ୍ନ କଣ ଅଛି ।


 ହଁ, ଅଛି ମୋର ସ୍ୱପ୍ନ କିନ୍ତୁ ତମକୁ ପସନ୍ଦ ଆସିବ କି ନାହିଁ ଜାଣିନି, ମୋ ସ୍ୱପ୍ନ ମୁଁ ଅନାଥାଶ୍ରମ ଟି ଖୋଲିବି, ଅନଥାଶ୍ରମ ନୁହଁ, ଯୋଉଠି ସମସ୍ତେ ରହିପାରିବେ ଯେମିତି ଏହି ଆଧୁନିକ ଦୁନିଆରେ ପୁଅମାନେ ନିଜ ବାପା ମାଆକୁ ବୃଦ୍ଧାଆଶ୍ରମରେ ରଖିଥାନ୍ତି, କିନ୍ତୁ ବାପା ମାଆ ଙ୍କର କଣ ପସନ୍ଦ ସେମିତି ଭୁଲି ଯାଆନ୍ତି, ମୁଁ ଚାହେଁ ଯାହାର ବାପା ମାଆ ନାହିଁ ସେମାନେ ବାହାରେ ବୁଲି ବୁଲି ଭିକ କଣ ପାଇଁ ମାଗିବେ ସେମାନେ ସମସ୍ତେ ସେହି ଘରେ ରହିବେ ବୃଦ୍ଧା ବାପା ମାଆ ବୃଦ୍ଧାଆଶ୍ରମ ଯିବେନି ସେହି ଗୋଟିଏ ଘରେ ରହିବେ ଯାହା ଦ୍ୱାରା ବାପା ମାଆ ଙ୍କୁ ନିଜ ଛୁଆ ଙ୍କ ସେହ୍ନ ପାଇଁପାରିବେ ଆଉ ଅନାଥ ଛୁଆ ମାନେ ବାପା ମାଆ ପାଇଯିବେ ସମସ୍ତଙ୍କୁ ସେହି ଗୋଟିଏ ସ୍ଥାନରେ ରଖିବି । ମାଆ ଙ୍କୁ ଧରି ମୁଁ ସେଇଠିକୁ ଯିବି, ସମସ୍ତଙ୍କୁ ପାଠ ମୁଁ ପଢେଇବି ଆଉ ଶିକ୍ଷିତ କରେଇବି, ମୋର ସବୁ ଜନ୍ମଦିନ ସେଇଠି ହିଁ ପାଳନ କରିବି । ବାସ୍ ଏତିକି ସ୍ୱପ୍ନ ଅଛି ଯଦି ପୁରଣ ହବ ତୋ ଖୁସି ନ ହେଲେ ବି ଖୁସି ମୁଁ ତମ ସ୍ୱପ୍ନକୁ ଆପଣେଇ ନେଇ ମୋ ସ୍ୱପ୍ନ ଭୁଲିଯିବି ।



 ଦୀପକ ନିରବ ରହିଥାଏ, ବୈଶାଳୀ କହେ ଶୋଇପଡ଼ିଲ କି ହଉ ମୁଁ ଯାଏ ଶୋଇବି, ଦୀପକ କହେ ନାଇଁ ନାଇଁ ଅଛି । ତମର ଏତେ ବଡ଼ ସ୍ୱପ୍ନ ଅଛି, ହଁ ଅଛି ହେଲେ କଣ ହବ ଜାଣିନି । ତମେ ମୋ ସ୍ୱପ୍ନକୁ କେମିତି ଛଡେଇନେଲ । 


ବୈଶାଳୀ କହେ ବୁଝିପାରିଲିନି, ମୋର ମଧ୍ୟ ଏହି ସ୍ୱପ୍ନ ଅଛି ତୁମେ ଏକା ଦେଖିଥିଲ ହେଲେ ଦୁହେଁ ମିଶିକି ପୁରଣ କରିବା । 


ବୈଶାଳୀ ଖୁସିରେ କହେ ସତରେ ମୋତେ ଭଗବାନ ମିଳିଗଲେ । ଦୀପକ କହେ କାଇ କୋଉଠି ମିଳିଲେ । ବୈଶାଳୀ କହେ ତମେ ହିଁ ତ । ଦୁହେଁ ହସିଲେ, ବୈଶାଳୀ କହିଲା ହଉ ଆଗ ଆମ ବିବାହ ହଉ ତା ପରେ ସ୍ଵପ୍ନ ପୁରଣ କରିବା । ଶୋଇପଡ ରାତି ଅନେକ ହେଲାଣି । ହଁ ଶୋଇବି ହେଲେ ତମେ କେବେ ଆସିବ । ବୈଶାଳୀ କହେ ହଁ ଦେଖ ତମ ପାଖରେ ଅଛି । ଦୁହେଁ ହସିଲେ ଦୀପକ କହେ Love you ବୈଶାଳୀ, ବୈଶାଳୀ ନିଜକୁ ରୋକିନପାରି Love you too କହିଦିଏ, ଦୁହେଁ ସୋଇପଡିଲେ । ଆଉ ପୁଣି ସେହି ସ୍ୱପ୍ନ ଦୁନିଆରେ ହଜି ଗଲେ ଏବେ ଟିକେ ଅଧିକ ଆଗକୁ ଯାଇ ସ୍ୱପ୍ନ ଦେଖିଲେ ଯେତେବେଳେ ବିବାହ ହବ ସ୍ୱପ୍ନ ତ ନିଶ୍ଚୟ ହବ। 



(ଅପେକ୍ଷା ରହିଲା ତାଙ୍କ ସ୍ୱପ୍ନ ପୁରଣ ହବ କି ନାହିଁ, ନିଶ୍ଚିତ ହବ, ଏହା ମୋର ଜଣେ ନିଜର ଲୋକର ସ୍ୱପ୍ନ ଭଗବାନ କରନ୍ତୁ ସେ ଜଲ୍ଦି ଡାକ୍ତର ହୋଇ ତାଙ୍କ ସ୍ୱପ୍ନ ପୁରଣ କରନ୍ତୁ ଆଉ ବାପା ମାଆ ବିୟୋଗ ଛୁଆ ମାନଙ୍କ ମୁହଁରେ ଖୁସି ଦିଅନ୍ତୁ )





Rate this content
Log in

Similar oriya story from Romance