Sunanda Mohanty

Fantasy Thriller

4  

Sunanda Mohanty

Fantasy Thriller

ଦୁଃଖର କ୍ଷେତ୍ରଫଳ ଦ୍ବିଗୁଣା

ଦୁଃଖର କ୍ଷେତ୍ରଫଳ ଦ୍ବିଗୁଣା

2 mins
319


   ଅନେକ ଅସମାହିତ ପ୍ରଶ୍ନର ଠିକଣା ଖୋଜି ଖୋଜି ସହର ସାରା ଖୋଜି ବୁଲୁଥିଲି ମୁଁ.l କୋଉଠି ଦେଖିଛି ସେହି ଭଦ୍ରମହିଳାଙ୍କୁ? ନିଶ୍ଚୟ ଏଇ ସହରର କୌଣସି ଗଳି କନ୍ଦିରେ ଦେଖିଛି ନିଶ୍ଚୟ? କଣ ତାଙ୍କର ପରିଚୟ? କାହିଁକି ଆଜି ସେ ପାଗଳି? କୋଉଠି ତାଙ୍କର ପରିବାର? ଭ୍ରମଣର ଅନ୍ତ ନାହିଁ.l ହଠାତ ପାଦ ଦୁଇଟି ଅଟକି ଗଲା ସେହି ଫଳ ଦୋକାନ ସାମ୍ନାରେ.l ଫଳ ଦୋକାନ ଅନେକ ଏ ସହରରେ କିନ୍ତୁ ଏ ଫଳ ଦୋକାନ ସାରା ଯୁଗ୍ମ ମାଆ ଓ ଶିଶୁଙ୍କର ହାତଅଙ୍କା ଫଟୋ ସବୁ, ଫଳ ଦୋକାନ ଚାରିପଟେ, ବେଶ ଆକର୍ଷଣୀୟ.l ଅଟକି ଗଲା ପାଦ ମୋର କିଣିଲି କିଛି କିଛି ଫଳ.l ଅଙ୍ଗୁର, ସେଓ, ସେପେଟା, ଯଦିଓ ମୋର ଫଳ କିଛି ଦରକାର ହିଁ ନଥିଲା ତଥାପି କିଣିଲି ଆଉ କିଛି ସେଓ ଆଉ କହିଲି, ଭାଇ ଆପଣଙ୍କ ଫଳ ଦୋକାନର ସବୁ ଫଳ ସହ ଏ ସବୁ ହାତଅଙ୍କା ମାଆ ଶିଶୁଙ୍କ ଯୁଗ୍ମ ଫଟୋ ଅତୀବ ମନୋମୁଗ୍ଧକର.l ଏସବୁ ଫଟୋ ଆପଣ ଆଙ୍କିଛନ୍ତି?

    ଆଶ୍ଚର୍ଯ୍ୟ ମୋ ମୁହଁରୁ ଏଇ କେଇପଦ ଶୁଣି କାନ୍ଦିପକେଇଲେ ଫଳ ଦୋକାନୀ ଓ କହିଲେ ଅନେକ ଲୋକ ଏ ପ୍ରଶ୍ନ ପଚାରିଛନ୍ତି ବାବୁ ହେଲେ ଆପଣ ମତେ ଭାଇ ବୋଲି ଡାକି ଆଜି ମୋ ହୃଦୟ ଭିତରୁ ସେ ପ୍ରଶ୍ନର ଉତ୍ତର କାହାକୁ କହିନପାରି ଛଟପଟ ହେଉଥିବା ବେଳେ, ଆପଣଙ୍କୁ ନିଶ୍ଚୟ କହିବି.l ମୋ ଆଗ୍ରହ ବଢିଗଲା. ମୁଁ ଖୋଜୁଥିବା ଠିକଣା ଆଜି ନିଶ୍ଚୟ ପାଇବି ଆଉ ମୋର ଅଧା ଲେଖା କାହାଣୀକୁ ସମ୍ପୂର୍ଣ୍ଣ କରିବି ଭାବି ବସିଗଲି ସେଇ କଣରେ ପଡ଼ିଥିବା ଛୋଟ ଚେୟାର ଉପରେ.l

    ଫଳ ଦୋକାନୀ ଭାଇ କହୁଥିଲେ ଏ ଫୋଟୋ ସେଇ ଆଙ୍କିଥିଲା ବାବୁ, ଯିଏ ଏ ଫଳ ଦୋକାନ କରିଥିଲା? ସେ କିଏ? ମୋ ଆଗ୍ରହ କୁ ଚାପି ନପାରି ମୁଁ ପଚାରିଥିଲି ସେଇ ପରିଚୟ ପାଇଯିବାକୁ ତ ଭାଇ କହି ଚାଲିଥିଲେ, ପିଲାଟିଏ ପାଇଁ ଛଟପଟ ହେଉଥିଲା ସିଏ କିନ୍ତୁ ଉପରକୁ ଖୁବ ହସ ଖୁସିରେ ଆମ ସଂସାର ଚାଲିଥିଲା.l କିନ୍ତୁ ମତେ ନଜଣେଇ ସେ ସରୋଗେଟ ମଦର ହୋଇଗଲା ବାବୁ.l ଥରେ ନୁହେଁ ଅନେକ ଥର. ତାପରେ? ପୁଣି କହିଚାଲିଥିଲେ ଭାଇ ତାପରେ ଆଉ କଣ ବାବୁ ଉପରେ ଏତେ ଶାନ୍ତ ଶିଷ୍ଟ ଭଦ୍ର ମେଳାପି ଦେଖାଯାଉଥିବା ଲୋକଟାର ଭିତରର ଆନ୍ତସାରଶୁନ୍ୟ ହୃଦୟ ଯେ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଉଥିଲା ମୁଁ ଜାଣି ପାରିଲିନି ବାବୁ.ତା ଭିତର ଦୁଃଖ ନୈରାଶ୍ୟ ଓ ଯନ୍ତ୍ରଣାର ମୁକ୍ତି ଏହି ମାଆ ଓ ଶିଶୁଙ୍କ ଯୁଗ୍ମ ଫଟୋ.l କଥାଟା ଜାଣି ମଧ୍ୟ ମୁଁ ତାକୁ ବାରଣ କରିପାରୁନଥିଲି କାରଣ ଛୁଆଟିଏ ପାଇଁ ତାର ମାତୃତ୍ୱ ଡହଳ ବିକଳ ହେଉଥିଲା ତାପରେ?

    ଶେଷ ଥର ସେ ଯେବେ ସରୋଗେଟ ମଦର ହେଲା ବାବୁ ଛୁଆ କୁ ଚୁକ୍ତି ଅନୁସାରେ ଦେବାକୁ ପ୍ରସ୍ତୁତ ନହୋଇ ନିଜ ସହ ନେଇଆସିଲା.l ପୋଲିସ, ଓକିଲ ସାହାୟତାରେ ଛୁଆକୁ ସେମାନେ ନେଇଗଲା ପରେ ମୋ ସ୍ତ୍ରୀ ପାଗଳି ହୋଇଗଲା.l ସେଇ ଦୁଃଖରେ ଆରପଟ ଲେନରୁ ଉଠିଆସି ଏପଟେ ଫଳ ଦୋକାନ କରି ବଞ୍ଚିଛି, ମେଣ୍ଟାଲ ହସ୍ପିଟାଲର ଯାବତୀୟ ଖର୍ଚ୍ଚ ତୁଳାଉଛି ହେଲେ ସେ ମତେ ଚିହ୍ନୁନାହିଁ.l ମୋର ଆଉ ବାକି ନଥିଲା ସେହି ଟଣା ଟଣା ଆଖିର ସମ୍ମୋହନରେ ଅତୀତର ସେହି ଫଳବାଲୀଙ୍କ ଠୁ କେତେଥର ଯେ ଫଳ କିଣି ତାଙ୍କୁ ପାଖରେ ଦେଖିଛି !ଭାଇ ପୁଣି କହୁଥିଲେ ତାରି ସ୍ମୃତିରେ ଏସବୁ ତାରି ହାତ ଅଙ୍କା ଫଟୋ ଟାଙ୍ଗି ମୋ ସଂସାର ଓ ବ୍ୟବସାୟ ଭିତରେ ବି ଭୁଲିପାରୁନି ତାକୁ.l ମୁଁ ମନେ ମନେ ଭାବୁଥିଲି ଏଇ କିଛି ଦିନ ତଳେ ଗୋଟେ ପାର୍କରେ ତାଙ୍କୁ ଦେଖି ଓ ମେଣ୍ଟାଲ ହସ୍ପିଟାଲ କର୍ମଚାରୀ ମାନଙ୍କ ଦ୍ୱାରା ଟଣା ହୋଇ ଯାଉଥିବାର ଦୃଶ୍ୟରେ ତ ଠିକଣା ଖୋଜୁଥିଲି ମୁଁ ତାଙ୍କର, ସେ ଠିକଣା ପାଇଯିବା ପରେ କଷ୍ଟର କ୍ଷେତ୍ରଫଳ ଭାଇଙ୍କଠୁ ମୋର ଦ୍ବିଗୁଣା ହେଲେ ବି କିଛି ନକହି ଫେରିଆସିଥିଲି ସେଦିନ.l ଫଳଦୋକାନୀ ଭାଇ ପଛରୁ ଡାକି କହୁଥିଲେ ଆସୁଥିବେ ବାବୁ.l ଅନେକ ଥର ଆସିବାକୁ ଚାହିଁ ମଧ୍ୟ ଆସିପାରେନା କୋଉ କ୍ଷତର ଯନ୍ତ୍ରଣାରେ କେଜାଣି ପ୍ରକାଶ କରିହୁଏନା.l



Rate this content
Log in

Similar oriya story from Fantasy