Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ଭାଇରାଲ ବାଘ

ଭାଇରାଲ ବାଘ

5 mins
22


ନ୍ୟାୟବନ୍ତ ଧର୍ମପରାୟଣ ବିଧାୟକ ତ ନୁଁହଁନ୍ତି ବରଂ ଗରୀବର ଭଗବାନ ନୃସିଂହ ବାବୁଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଦିଗବିଜୟ ବାବୁ ସେଥର ଅନୁକମ୍ପା ମୂଳକ ଭୋଟରେ ଜିତି ପାଞ୍ଚବର୍ଷ ପାଇଁ ବିଧାୟକ ହୋଇଗଲେ ବୋଲି ବିରୋଧୀଙ୍କ ସମେତ କେତେ ଲୋକ କହୁଥିଲେ ତ ଏଥର ସେ ଦେଖେଇଦେବେ ନିଜ ସୁଗୁଣାବଳୀ ଓ ସୁବ୍ୟକ୍ତିତ୍ୱ ସହିତ ତାଙ୍କୁ ଲୋକ ପ୍ରତିନିଧି ରୂପେ ବଛା ଯାଇଛି. ଟହଲିଆ କିଛି ଥାଆନ୍ତି ପାତିଆରା ପାଇଁ ତ ସେମାନେ ଲାଗିପଡିଲେଣି ବାଜା ସହ ଭୋଟ ପ୍ରଚାର ଗୀତ, ପୋଷ୍ଟର, ଇସ୍ତାହାର ଇତ୍ୟାଡ଼ିରେ. ଠିକ ସେତିକି ବେଳକୁ ଗୋଟେ ଦିଟା ଭିଡ଼ିଓ ଭାଇରାଲ ହେବା ଦେଖି ଅକଲ ଗୁଡ଼ୁମ ଦିଗବିଜୟ ବାବୁଙ୍କର.

  ଗୋଟେ ଭିଡ଼ିଓରେ କଥା ଦେଇଥିବା ପ୍ରେମିକାକୁ ବିଧାୟକ ହେବା ପରେ ବିବାହ କରିବେ ନାହିଁ ବୋଲି ରୋକଠୋକ କହିଥିବାର ପ୍ରମାଣ ସହ କହୁଛି ସେ ଝିଅ.ଯାହା ଶୁଣି ଅକଲ ଗୁଡ଼ୁମ ତାଙ୍କର . ଏବେ ତ କିଛି କରିହେବନି, କରିଥିଲେ ସେତିକି ବେଳୁ କାମ ସରିଥାନ୍ତା. ଖାଲି ଭୋଟ ସରୁ. ତା କଥା ବୁଝିବେ ସେ. ଏମିତି ଉପରକୁ କହିବାରେ କିଛି ଅସୁବିଧା ନାହିଁକି ଯେ କର୍ମ ଆଗେ ଭାବି ପ୍ରେମକୁ ତୁଚ୍ଛ ଭାବି ଏ ପାଞ୍ଚ ବର୍ଷ ଦିଗବିଜୟ ବାବୁଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖିବାର କଥା. ତଥାପି ଭିତରେ ଡର ତ ଅଛି. ବାଘର ମଧ୍ୟ ଫାଗକୁ ଡର. ତେଣୁ ଜଣେ ଦି ଜଣ ଗରୀବ ମାଉସୀ ଘରେ ପଶି ତାଙ୍କ ସହ ପାଖାଳ ତୁଣ୍ଡରେ ଦେବା ଦୃଶ୍ୟ, କୋଉଠି ଶ୍ରମିକ ଭଉଣୀର ମୁଣ୍ଡରେ ଥିବା କାଠଗୋଛା ନିଜ ମୁଣ୍ଡକୁ ନେଇ ତାର ଝାଳ ପୋଛିଦେବା ଦୃଶ୍ୟର ଭିଡ଼ିଓ ଏଭିତରେ ଭାଇରାଲ ହେଲାଣି. ତଥାପି ଆଉ ଗୋଟେ ଦିଇଟା କିଛି ଭଲ ଭିଡ଼ିଓ ନକଲେ ହେବନି ଭାବି ସୁଯୋଗକୁ ଅନେଇ ରହିଥାଆନ୍ତି ଦିଗବିଜୟ ବାବୁ.

     ଅଂଶୁଘାତରେ ମୃତ୍ୟୁ ହୋଇଛି ଅନାମ ଅଜାଙ୍କର ବୋଲି କଥାଟା ପ୍ରାଘଟ ହେଲାଣି ଏ ସମୟରେ. ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ଜୀବ ହତ୍ୟା. ଦଳ ବଦଳେ ଅନାମ ବୁଢା ଘରେ ପହଁଚିଲେ ଦିଗବିଜୟ ବାବୁ. ଚମକି ପଡିଲେ. ଦୁଇ କି ତିନି ଦିନ ତଳେ ଏଇ ବୁଢା ଡହ ଡହ ଖରାରେ ତାଙ୍କ ଗାଡି ଅଟକେଇ ବସିବାକୁ ଚାହିଁବାରୁ ତାଙ୍କ ଡ୍ରାଇଭର ମନା କରି କହିଥିଲା ଏଇଟା ବିଧାୟକଙ୍କ ଗାଡି. ବୁଢା ଖୁସି ହୋଇ ଝପଟି ଆସିଥିଲା ଏବଂ କହିଥିଲା ଭଲ ହେଲା ଆମେ ଭୋଟ ଦେଇ ତାଙ୍କୁ ଜିତେଇଛୁ. ଉପର ତାତି କୁ ଖରା ତାତି. ଆଉ ଚାଲିପାରୁନି ବାବୁ କହି ଦୁଆର ମୁହଁକୁ ଆସି ଦିଗବିଜୟ ବାବୁଙ୍କୁ ନମସ୍କାର କରି ବସିବାକୁ ଯିବା ବେଳେ ମୁହଁ ଛାଟି ଗାଡି ଛୁଟେଇ ଦେଇ ଚାଲିଯାଇଥିଲେ ଦିଗବିଜୟ ବାବୁ. ବୁଢା ସେଇଠୁ ଟେକା ହୋଇ ଘରକୁ ଆସିଲା ଯେ ନା ଔଷଧ ନା ପଥି. ବୁଢ଼ାର ବି କେହି ନଥିଲେ କେହି ପୁଅ ପାତି. ଆଜି ମାଉସୀ ବୁଢା ମୃତ ଦେହ ଉପରେ ଅଞ୍ଚଳ ଢାଙ୍କି ପଇସା ଗୋଟେଇ ନେଉଛି. କିଛି ନହେଲେ ଟ୍ରଲିବାଲାକୁ ପଇସା ନଦେଲେ ସେ କଣ ମୁର୍ଦ୍ଦାର ଉଠେଇବ! କହି କଇଁ କଇଁ କାନ୍ଦୁଥିବା ମାଉସୀକୁ ବୋଧ ଦେଲେ ନିଜେ ବିଧାୟକ. କୋକେଇରେ କାନ୍ଧ ଲଗେଇଲେ, ଶୁଦ୍ଧି ଘର ବାହାଘର ପରି କରି ଲୋକ ଦେଖାଇଲେ. ବୁଢ଼ୀ ତଥାପି ବହୁନା ପକାଉଥିଲା ମଲାଯାଏଁ ତାଙ୍କ ତୁଣ୍ଡରେ ଥିଲା ଏଇ ଚାରିଅକ୍ଷର ବିଧାୟକ. ଏହି କଥା ମୁଁ ବୁଝିପାରୁନଥିଲି ସେ ନିଶ୍ଚୟ କହୁଥିଲେକି ବ୍ୟସ୍ତ ହେବୁନି ଆମ ବିଧାୟକ ଅଛନ୍ତି. ଏଇ ଶେଷ କେଇ ପଦ ଭିଡ଼ିଓ ହୋଇ ସବୁ ଭିଡିଓକୁ କାଟିପକେଇଲା. ଭୋଟ ସରି, ଗଣତି ସାରି ସମସ୍ତେ କହୁଥିଲେକି ଦିଗବିଜୟବାବୁ ଜିନ୍ଦାବାଦ.

      ବୁଢା ଚାଲିଗଲା ପରେ ବୁଢ଼ୀର କେହି ନଥାନ୍ତି. ମୁଢ଼ି ଭାଜି ବୁଢ଼ୀ ଚଳେ.ସେଇଥିରେ ନିଜ ଗୁଜୁରାଣ ସହ ଗାଈ ନେତପାଇଁ କିଛି ଖର୍ଚ୍ଚ କରିବା ପୂର୍ବରୁ କିଛି ନା କିଛି ସମର୍ପଣ କରେ ଭଗବାନଙ୍କୁ. କୋଉଦିନ ନିଜେ ଓପାସ ରହିଯାଏ ପଛେ ଭଗବାନଙ୍କୁ ଚିନି କି ଗୁଡ଼ ଟିକେ ହେଲେ ଦେବାକୁ ଭୁଲେ ନାହିଁ କି ପେଟରେ ଯେତେ ଭୋକ ଥିଲେ ବି ନେତ କଥା ବୁଝି କାଟି ଆଣିଥାଏ କଅଁଳ ଦୁବଘାସ ଦିଟା. ମାଗିଆଣି ଥାଏ ଘର ଘର ବୁଲି ପଖାଳ ପାଣି ସହ ପେଜ ମୁନ୍ଦାକ.

   ଏବେ ଡହ ଡହ ତାତି. ଖରା ଗରମରେ ଫାଟିଯାଉଛି ଛାତି. ଖାଲି ପାଦରେ ଚାଲିହେଉନି କି ଦୁବ ଘାସ ମିଳୁନି. ସେଦିନ ନିଜ ପାଇଁ କି ନେତ ପାଇଁ କିଛି ଯୋଗାଡ଼ ନକରି ପାରି ମନଦୁଃଖରେ ଶୋଇଥାଏ ବୁଢ଼ୀ. ପେଟରେ ଦାନା ନାହିଁ. ନିଆଁ ବର୍ଷୁଛି ଆକାଶରୁ ଯେମିତି. ବେପାର ମାନ୍ଦା. ଭଗବାନଙ୍କୁ ଡାକିଲା ବୁଢ଼ୀ ପ୍ରଭୁହେ ତୁମକୁ ଲାଗିଲା ମୋ ନେତ ଆଉ ମୋ ଛାତ.. ତୁମକୁ ଲାଗିଲା ପ୍ରଭୁ.

    କାଳବୈଶାଖି ତାଣ୍ଡବ ରଚିଗଲା. ଗାଈ ନେତର ପଘା ଫିଟାଇ ଆକୁଳରେ ଠାକୁରଙ୍କ ପାଦ ତଳେ ପଡିରହିଲା ବୁଢ଼ୀ. ସେ ଜାଣିଥିଲା ନେତର ପଘା ଫିଟାଇ ଦେଇଛି ସେ ହୁଏତ କୁଆଡେ ଯାଇ ଆଶ୍ରୟ ନେଇଯିବ କିନ୍ତୁ ତା ପ୍ରଭୁଙ୍କୁ ଛାଡ଼ି ସେ କୁଆଡେ ଯିବନି. ଆଖି ନଖୋଲି ପ୍ରଭୁଙ୍କ ପାଦ ତଳେ ପଡିଥାଏ ସେମିତି ନିର୍ଜୀଵଙ୍କ ଭଳି.

    ହଠାତ ସୁଉ ସୁଉ ଗର୍ଜ୍ଜନ ଓ କାଳବୈଶାଖିର ତାଣ୍ଡବ ଛାଡିଗଲା. ବୁଢ଼ୀ ଡରି ଡରି ଆଖି ଖୋଲିଲା. କଣ ଦେଖୁଛି ସେ ତା କଣା ଚାଳ ଉପରେ?କି ସୁନ୍ଦର ପାଲ ପଡିଛି. ଅଗଣା ସାରା ଅମୃତଭଣ୍ଡା, ନଡ଼ିଆ ଓ ଆମ୍ବରେ ଭରି.ଆଉ ଗୁହାଳରେ ନେତ ଉଡିଆସିଥିବା ସଜନା ଡ଼ାଳ ଖାଉଛି. ଗୁହାଳ ଉପରେ ବରଡ଼ା ପଡି ଘୋଡେଇ ହୋଇଛି ଛାତ. ବୁଢ଼ୀ ଆଖିରେ ଚମକ ଦଉଡି ଗଲା ଠାକୁରଙ୍କ ପାଖକୁ କହିଲା ପ୍ରଭୁ କାହା ତମ୍ଭୁ ପାଲ କିଏ ଖୋଜୁଥିବ, କାହା ନଡ଼ିଆ ଗଛ ସଜନା ଗଛ, ଅମୃତଭଣ୍ଡା ଗଛ ଭାଙ୍ଗିଥିବ, କାହାକୁ କି ବିପତ୍ତି ପଡ଼ିଥିବ ତାଙ୍କୁ ରକ୍ଷାକର ପ୍ରଭୁ.

   ସାହିତ୍ୟ ଆସରରୁ ଉଡିଆସିଥିବା ତମ୍ଭୁ ପାଲ ସେମାନେ ନେଇନଥିଲେ. ନଡ଼ିଆ, ଆମ୍ବ, ପଇଡ଼ କି ଅମୃତଭଣ୍ଡା କେହି ଖୋଜିନଥିଲେ କିନ୍ତୁ ବୁଢ଼ୀ ଡାକ ଛାଡୁଥିଲା ମୁଢ଼ି ନେବ ମୁଢ଼ି... ପଇସା ନେବିନି ଦେବି ଛାଡ଼ି.ଦିଗବିଜୟ ସେତିକି ବେଳେ ପହଞ୍ଚି ଯାଇ ପଚାରିଥିଲେ ଭଲ ଅଛ ବୁଢ଼ୀ ମାଉସୀ?ମାଉସୀ ଆଁ କରି ଘଡିଏ ଚାହିଁଲେ କହିଲେ ଠାକୁର ତତେ ବସେଇ ଥାଆନ୍ତୁ ପୁଅ. ବୀରଦର୍ପରେ ଆଗକୁ ଆଗକୁ ମାଡି ଚାଲିଥିଲା ବେଳେ ବିରୋଧୀ କହୁଥିଲେ ଜୋକର ଟା ରାଜା ବନିଗଲା କେମିତି?ବୁଢ଼ୀମାଉସୀ କିଛି ବୁଝୁ ନବୁଝୁ ବା ଜାଣୁ ନଜାଣୁ କହୁଥିଲା ପିତାମାତା ସୁକୃତରୁ ପୁତ୍ର ହୁଏ ସୁଖୀ... ପୁତ୍ର ଯଦି ସୁଖୀ ହୁଏ କୂଳ ଧର୍ମ ରଖି.ବୁଢ଼ୀ ଡାକ ଛାଡିଥାଏ ମୁଢ଼ି ନେବ ମୁଢ଼ି

      ସେମାନେ ସବୁ ଅଫିସରେ ଥିଲା ବେଳେ କାଳବୈଶାଖି ହେଲା. ସମସ୍ତେ କିଛି ଖାଇବା ପିଇବା କରିବା ପ୍ରସ୍ତାବରେ ରାଜି ହୋଇ ବୁଢା ପିଅନ ରାଜୁକୁ ପଚାରିଲେ ତ ସେ ରାଜି. ଏଇ କଥାତ ବାବୁ, କେତେ କେତେ ସାହେବ ହାକିମମାନଙ୍କୁ ରାଜୁର ଏ ହାତ କେତେ ସୁସ୍ୱାଦୁ ଖାଦ୍ୟ କରି ପରଷି ଦେଇଛି ଆଉ ଆଜି ସେ ହାତ ଏଇ ପକଡି, ବରା, ଆଳୁଚପ ଦିଇଟା ସହ ମଟର ଘୁଗୁନି ଟିକେ କଣ କରିପାରିବ ନାହିଁ?

   ସମସ୍ତେ ଖୁସି ହୋଇଗଲେ. ହାକିମ, କିରାଣୀ ପିଅନର ଭାବ ଭେଦ ଭୁଲି ଲାଗିପଡିଲେ. ବୁଢାଲୋକ ରାଜୁ ମଉସାଙ୍କୁ ଏବେ ଭଲ ଦେଖା ଯାଉନି. ଏକା ଏକା ଏତେ ସବୁ ତାଙ୍କ ଉପରେ ଛାଡ଼ିଦେବା ଅନୁଚିତ ଭାବି ସମସ୍ତେ ଲାଗିପଡିଲେ. କିଏ ପିଆଜ କାଟିଦେଲେ ତ କିଏ ସିଝା ଆଳୁରୁ ଚୋପା ଛାଡେଇଦେଲେ. କାଳବୈଶାଖି ତା ବାଟରେ. ଏ ଗରମରେ ତେଲଭାଜି ବହୁତ ଦିନ ହେଲା ପାଟିରେ ବାଜିନି. ଘରେ ମାଆ, ଭାଉଜ, ଭଉଣୀ ଏମିତିକି ସ୍ତ୍ରୀମାନଙ୍କର ବାରଣ ଅଂଶୁଘାତ ହୋଇଯିବ କାଳେ!

   ସବୁ ରେଡ୍ଡୀ. ସମସ୍ତେ ଗୋଲ ଟେବୁଲ ଚାରିପଟେ ବସିଗଲେ. ହାକିମ ଏକଦମ ପିଲାଲୋକ.ପିଜି ସରୁ ସରୁ ପାଇଯାଇଛନ୍ତି କମ୍ପିଟିଟିଭ. ତ ଅଶୋକ ସମ୍ଭାଳି ନପାରି ଆଳୁଚପଟିକୁ ଦୁଇଭାଗ କରି ଭାଗେ ପାଟିରେ ପୁରେଇ ଆରଫାଳକୁ ଚାହିଁ ଚମକି ପଡିଲେ. ଅହଃ ଅହଃ ହୋଇ ଥୁ ଥୁ କରି କାଢିପକେଇ ବେସିନ ଉପରେ ହାମୁଡ଼େଇ ପଡିବା ଦେଖି ସମସ୍ତେ ଉଠି ଆସି ଦେଖିଲେ ସଦ୍ୟ ତେଲୁଗୁଣିଟା ଛାଣି ହୋଇ ଲେପଟେଇ ଲାଗିରହିଛି ଗୋଟେ ଫାଳେ. ଦଉଡି ଆସିଲା ରାଜୁ. ବାହାରେ ଛୁଆ ଦିଇଟା ମାଗୁଥିଲେ ବାବୁ କିଛି ମିଳିବ. ବାବୁମାନେ ଉଠିଯାଇଥିଲେ ଖାଦ୍ୟଥାଳି ଛାଡ଼ି. ରାଜୁ ମୁଣ୍ଡରେ ହାତ ଦେଇ ବସିପଡିବା ପୂର୍ବରୁ ଛୁଆ ଦିଇଟା ଡାକ ପକାଉଥିଲେ ଭାରି ଭୋକ.. କିଛି ଦେବ ବାବୁ?

   ରାଜୁ ବାହାରକୁ ଗଲା. ଛୁଆ ଦୁଇଟାଙ୍କୁ ଚାହିଁଲା. ସବୁ ସତ କଥା କହି ପଚାରିଲା ତାକୁ ଖାଇ ତୁମର ଯଦି କିଛି ହୋଇଯାଏ? କଣ ଆଉ ହେବ ମଉସା. ଏମିତି ଭୋକ ଦାଉରେ ସବୁଦିନ ମରିବା ଅପେକ୍ଷା ଦିନେ ମରିଯିବା ବରଂ ଭଲ କହି ପ୍ଲେଟ ପରେ ପ୍ଲେଟ ଉଠାଇ ନେଇ ଖାଇ ପୁଣି ଝୋଲା ମୁଣୀରେ ଭରୁଥିଲେ ସେମାନେ.ତା ପରଦିନ ଅଫିସରେ ଗୁମସୁମ ପରିସ୍ଥିତି. ରାଜୁ ମଉସା ନୀରବତା ଭାଙ୍ଗି ପଚାରୁଥିଲେ ଆଜିର ଖବର କାଗଜରେ କିଛି ଅପ୍ରିତିକର ପରିସ୍ଥିତିରେ ପଡି ବା ବିଷାକ୍ତ ଖାଦ୍ୟ ଖାଇ କେହି ମୃତ୍ୟୁ ମୁଖରେ ପଡିବା ଖବର ବାହାରିନି ତ ବାବୁ? ଅଶୋକ କହୁଥିଲେକି ଆମେ ତ କେହି ଖାଇନୁ. ପ୍ରଭୁଙ୍କ ଦୟାରୁ ପ୍ରଥମ ଆଳୁଚପ, ପୁଣି ମୋ ହାବୁଡ଼ରେ ପଡି ସତ ଜାଣିଗଲା ପରେ ଆମେ କଣ କେହି ଖାଇଛୁ ଯେ ବିଷାକ୍ତ ଖାଦ୍ୟ ଖାଇ ମରିବା ଖବର ବାହାରିଥାନ୍ତା!ଏତିକି ବେଳେ ବାହାରେ ସେଇ ଦୁଇ ଛୁଆ ଡାକୁଥିଲେ ବାବୁ ଆଜି କିଛି ମିଳିବ. ହସିଲେ ରାଜୁ କହିଲେ ନାହିଁ ନାହିଁ କେହି ମରିନାହାଁନ୍ତି କହି ପିଲାଦିଇଟିଙ୍କ ପାଖକୁ ଆଗେଇ ଗଲାବେଳେ ପଛରୁ କେହି କହୁଥିଲେକି ବୁଢା ଲୋକ. ଏକରେ ଦିଶୁନି ପୁଣି ଅବସର ପାଖେଇ ଗଲାଣି ତ ମୁଣ୍ଡ କାମ କରୁନି. ରାଜୁ ମଉସା କିନ୍ତୁ ପିଲା ଦୁହିଁଙ୍କ ଦେହ ମୁଣ୍ଡ ଆଉଁସି ପଚାରୁଥିଲେ ତୁମର କାହାର କିଛି ହୋଇନିତ?ହସିଦେଲେ ପିଲା ଦୁହେଁ କହିଲେ ନାହିଁ ବାବୁ କିଛି ହୋଇନି ହେଲେ ଭାରି ଭୋକ, ସେଇଟା ଛାଡୁନି. ଠିକ ସେତିକିବେଳେ ପହଞ୍ଚି ଗଲେ ବିଧାୟକ ଦିଗବିଜୟ ଆଉ ପିଲାଙ୍କ ପିଠି ଥାପୁଡ଼େଇ ଦେଖେଇ ଦେଲେ ମୁଢ଼ି ବିକୁଥିବା ବୁଢ଼ୀକୁ. ପିଲା ଦୁହେଁ ପଇସା ନାହିଁ କହୁଥିଲେ ତ ଦିଗବିଜୟ ହସି ଦେଇ କହୁଥିଲେ ବୁଢ଼ୀକୁ କହିଛି ପଇସା ନେବନି. ପିଲାଙ୍କ ସହିତ ଅଫିସ ଷ୍ଟାଫ ଦୌଡୁ ଥିଲେ ହେଲେ ରାଜୁ ମଉସା ଜୋର କରି ବୁଢ଼ୀ ମାଉସୀଙ୍କୁ ପଇସା ଦେଲା ବେଳେ ବୁଢ଼ୀ କହୁଥିଲା ଜୟ ଜଗନ୍ନାଥ. ଦିଗବିଜୟ ବାବୁଙ୍କ ବୁଢ଼ୀମାଉସୀ ପ୍ରତି ଭକ୍ତି ଓ ପିଲାମାନଙ୍କ ଅନୁରକ୍ତି କିନ୍ତୁ ଭିଡ଼ିଓ ହୋଇ ଭାଇରାଲ ହୋଇ ସାରିଥିଲା.।


Rate this content
Log in

Similar oriya story from Tragedy