STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଫୋଟୋ କହେ କଥା

ଫୋଟୋ କହେ କଥା

5 mins
2

ଭାଗ୍ୟର ଗୋଟି ଚାଳନାରେ କିଏ କେତେବେଳେ କୋଉଠି କେହି ଜାଣିନଥାଏ. ସେଇଥିପାଇଁ ତ ବଡ଼ପୁରୁଷ କହିଛନ୍ତି ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର. ପୁଣି ଆଜି ଯେ ଫକୀର କାଲି ସେ ବସେ ରାଜାଙ୍କ ଆସର. ସୀତାଂଶୁଙ୍କ ଭାଗ୍ୟର ଗୋଟି କେବଳ ସଫଳତାର ଶିଡି ଚଢେଇ ଆଣିଛି ତାଙ୍କୁ. ଘର,ଗାଡି, ବ୍ୟାଙ୍କ ବାଲାନ୍ସ ସାଙ୍ଗକୁ ସୁନ୍ଦରୀ ଶିକ୍ଷିତା ରୋଜଗାରକ୍ଷମ ସ୍ତ୍ରୀ ସହ ତାଙ୍କ ନିଜର ମୋଟା ଅଙ୍କର ଦରମା ସହ ଉଚ୍ଚ ପଦ ପଦବୀ. ପୁଣି ଅବସର ଆସିବା ପୂର୍ବରୁ ଦୁଇ ଝିଅଙ୍କୁ ବାହା ଦେବା ସହ ଦୁଇ ପୁଅଙ୍କ ଭିତରୁ ଜଣଙ୍କୁ ଡାକ୍ତର ଓ ଜଣଙ୍କୁ ଇଞ୍ଜିନିଅର କରିସାରିଛନ୍ତି. ଅବସର ପରେ ସକ୍ଷମ ରହିବାକୁ ମଧ୍ୟ ସ୍ତ୍ରୀ କାନ୍ତାଙ୍କ ପାଇଁ ତାଙ୍କୁ ଆଉ ସାତ ଆଠ ବର୍ଷ ପାଖଆପାଖି ସକ୍ରିୟ ରହିବାକୁ ହେବ. ଏଇ ଯେମିତି ସବୁଦିନ ସ୍ତ୍ରୀଙ୍କୁ କାରରେ ନେଇ ଛାଡ଼ିବା ଓ ଆଣିବା ତଥା ଦରକାର ପଡିଲେ ସ୍ତ୍ରୀ ଚାକିରୀ କରୁଥିବା ଅଫିସର ଭଲ ମନ୍ଦ ଭିତରେ ମୁଣ୍ଡ ଖେଳାଇ ନିଜକୁ ସକ୍ରିୟ ଓ ସୁସ୍ଥ ମନେ କରିବା.କାରଣ ଏହି ଥିଲା କି ସେ ଯେଉଁ ହେଡ଼ ଅଫିସରେ ଅଫିସର ଭାବେ ରହି ବହୁ ଅଭିଜ୍ଞତା ଥାଇ ଅବସର ଗ୍ରହଣ କରିବେ ସେହି ଅଫିସର ଗୋଟିଏ ବ୍ରାଞ୍ଚରେ ସ୍ତ୍ରୀ କାନ୍ତା ଚାକିରୀ କରନ୍ତି.ସତକୁ ସତ ସେଦିନ ଆସିଗଲା.ସୀତାଂଶୁଙ୍କ ଅବସର ପରେ ଘରୋଇ କାମ ଆଉ କିଛି ବାକି ନଥିଲା. ପୁଅ ଦୁହେଁ ନିଜ ପସନ୍ଦରେ ଯୋଉଠି କହିବେ ସେଇଠି ବାହା କରିଦେଲେ ଯାଏ. ତେଣୁ ନିଜ ଅଫିସର ବ୍ରାଞ୍ଚ ଅଫିସରେ ଥିବା କାନ୍ତାଙ୍କୁ ସମୟ ଓ ସହଯୋଗ ଯୋଗେଇ ଦେଇ ଯା ହେଉ କାନ୍ତା ମ୍ୟାଡାମଙ୍କ ସ୍ୱାମୀଙ୍କ ସହାୟତା ଓ ସହଯୋଗ ତଥା ଅନୁଭୂତି ଯୋଗୁଁ ଆମ ଅଫିସର ଛୋଟ ମୋଟ କାମ ଆଉ ବାଟରେ ଅଟକୁ ନାହିଁ ମନ୍ତବ୍ୟ ଶୁଣିବାକୁ ଏବେ ଆଶାୟୀ ସୀତାଂଶୁ.   ସେହି ସମୟ ସୁଯୋଗ ଆସିଲା କିନ୍ତୁ ଲକ୍ଷ କଲେ ସୀତାଂଶୁ ସ୍ତ୍ରୀ କାନ୍ତାଙ୍କ ଅଫିସ ର କର୍ମଚାରୀମାନେ ଆଉ ଆଗପରି ତାଙ୍କୁ ସମ୍ମାନ ଦେଉନାହାଁନ୍ତି. କେବଳ ଆଗରୁ ତାଙ୍କ ଉପରିସ୍ଥ ଅଫିସର ଥିବାରୁ ଓ ସହକର୍ମୀ କାନ୍ତା ମ୍ୟାଡାମଙ୍କର ସ୍ୱାମୀ ହୋଇଥିବା ଦୃଷ୍ଟିରୁ ଭଦ୍ରାମୀ ଖାତିରରେ ଯେତିକି. ସେତକ ମଧ୍ୟ ଆଗେ ଆଗେ ନମସ୍କାର କରୁଥିବା ଶୈଳୀ ଠାରୁ ସମ୍ପୂର୍ଣ୍ଣ ଭିର୍ନ୍ନ, ଯୋଉଥିରେ ଅବଜ୍ଞା ଭାବ ସ୍ପଷ୍ଟ ବାରି ହୋଇ ପଡୁଥିଲା.ଏମିତିକି ଏହି ବ୍ରାଞ୍ଚ ଅଫିସ ର ହେଡ଼ ବା ମୁଖ୍ୟ ଆଗପରି ସମ୍ମାନ କରୁନଥିଲେ କେବଳ ସାର ବୋଲି ଡାକୁଥିଲେ ସତେ ଯେମିତି ଖୁବ ବଡ଼ କଥା. ଥରେ ଦିଥର ଉପରେ ପଡି ଅଫିସ ର କୌଣସି ଦରକାରୀ କାମରେ ସାହାଯ୍ୟର ହାତ ବଢ଼େଇ ମଧ୍ୟ ସଦିଚ୍ଛା ପରିବର୍ତ୍ତେ ଅନିଚ୍ଛାର ବାତାବରଣରେ ଚମକି ଉଠୁଥିଲେ ସୀତାଂଶୁ. ପୁଅ ଦୁହିଁଙ୍କୁ ପାଠ ପଢ଼େଇ, ଖଣ୍ଡେ ଖଣ୍ଡେ ଗାଡି ଧରେଇ, ନିଜ ପସନ୍ଦର ଝିଅ ଠିକ କରି ବାହାହେବାର ସ୍ବାଧୀନତା ଦେଇଥିଲେ ମଧ୍ୟ ବାହାଘର ବେଳେ ସାଜସଜ୍ଜା, ମେନୁ କି ଭେନୁ ବିଷୟରେ ସୀତାଂଶୁଙ୍କ ସାହାଯ୍ୟ କେହି ଲୋଡି ନଥିଲେ. ଏମିତିକି ସେ କୋଉଥିରେ ପାଟି ଖୋଲିଲେ ନିଜ ସନ୍ତାନଙ୍କ ପାଖରେ ଅସମ୍ମାନିତ ହେବାର ଭୟ ଥିଲା ଖାଲି ସେତିକି ନୁହେଁ ତାଙ୍କ ପଇସାରେ କିଣା ଯାଇଥିବା ଗାଡିର କଲର ହେଉ ବା କୋଉ କମ୍ପାନୀର ଜି.ପି.ଏସ କିଣି ପୁରୁଣା ଜି. ପି. ଏସ ବଦଳିବାରେ ମଧ୍ୟ ତାଙ୍କର ସାମାନ୍ୟତମ ଅନୁମତି ଦୂରେ ଥାଉ ପଚାରିବାକୁ ଉଚିତ ମଣୁନଥିଲେ କେହି.ଏସବୁ କଣ ତାଙ୍କ ପଦ ପଦବୀ ହରେଇବା ପାଇଁ ନା ଭାଗ୍ୟର ଗୋଟି ଚାଳନା ବୁଝିପାରୁନଥିଲେ ସୀତାଂଶୁ.   ସ୍ତ୍ରୀ କାନ୍ତାଙ୍କର ମଧ୍ୟ ଏ ଭିତରେ ଅବସର ଆସିଥିଲା. ସେ ମଧ୍ୟ ସ୍ୱାମୀଙ୍କ ଭଳି ଅନୁଭବର ଶୀକାର ହେଉଛନ୍ତି କି ଭାବି ସୀତାଂଶୁ ଦିନେ ପଚାରିଥିଲେ କାନ୍ତାଙ୍କୁ ଏମିତି ପ୍ରଶ୍ନଟିଏ ଯେ ତୁମେ ଏତେ ଶାନ୍ତିରେ ରହିପାରୁଛ କେମିତି ଅବସର ପରେ? ହସିଥିଲେ କାନ୍ତା. କହିଥିଲେ ମୋ ନିଜ ଭିତରେ ଥିବା ସମସ୍ତ ଶକ୍ତି ସାମର୍ଥ୍ୟକୁ ମୁଁ ମୋ ନିଜ ଭିତରେ ବନ୍ଦୀ କରି ନିଜକୁ ଦେଉଛି ଶିକ୍ଷା, ନିଜକୁ ଶିଖାଉଛି ଚାଲିବାର ରାସ୍ତା. ସବୁବେଳେ ରାସ୍ତା କଣ୍ଟକିତ.ତେଣୁ ଝୁଣ୍ଟି ପଡିବା ପୂର୍ବରୁ ଗତକାଲିର ବିଷୟ ପ୍ରତି ଅନ୍ଧ ହୋଇ ଆସନ୍ତା କାଲିର ସମ୍ଭାବନା ପାଇଁ ବଧିର ହୋଇ କେବଳ ଆଜିକୁ ଭଲପାଅ. ସେ ଭଲ ପାଇବା ମଧ୍ୟ ମୂକ ହୋଇ ଅର୍ଥାତ ଅନ୍ୟକୁ କିଛି ମତାମତ ନଦେଇ, ଉପଦେଶ ନଦେଇ.ଆଜିକାଲି ସମସ୍ତେ ଓଳିଆରୁ ପଡି ଗଜା.ନିଜକୁ ନିଜେ ନିଜର ଦର୍ଶନ ଓ ଦାର୍ଶନୀ ଦେଇ ଯୋଉଥିରେ ଖୁସି ପାଉଛି ସେୟା କରିଯାଉଛି. ସେଇଥିପାଇଁ ତ ଲେଖୁଛି. ଲେଖିବାରେ ନିଜ ଦର୍ଶନ ଓ ଚିନ୍ତନ ପ୍ରକାଶ କରି ସନ୍ତୋଷ ପାଉଛି ଓ ଲେଖୁଥିଲା ପର୍ଯ୍ୟନ୍ତ ବଞ୍ଚିଥିବି ଲେଖା ସରିଗଲେ ସରି ମରିଯିବି. ପାଟିରେ ହାତ ରଖି ସୀତାଂଶୁ କହିଲେ ସେମିତି କୁହନି.ଆଗ ପଛ ନୁହେଁ ବରଂ ସାଙ୍ଗ ହୋଇ ଯିବା. ସୀତାଂଶୁ ତା ପରଠୁ ନିଜ ଗୀଟାର, ସୀତାର, ହାରମୋନିଅମ ସଜାଡି ନେଇଥିଲେ ନିଜ ପାଇଁ. ଗାଉଥିଲେ ଖୁବ ସୁନ୍ଦର ପୁରୁଣା ଭଜନ, ଆଧୁନିକ ତଥା ଓଡିଶୀ ଚମ୍ପୁ. ଜୀବନ ଜିଇଁବାର କଳା ଓ ସୂତ୍ର ପାଇ ଖୁସି ଥିଲେ ସୀତାଂଶୁ.ଏଣିକି ସ୍ତ୍ରୀ କାନ୍ତା ସୀତାଂଶୁଙ୍କ ପୁରୁଣା ଓ ନୂଆ ଫଟୋ ସବୁ ସଜାଡି ରଖିବା ସହ ଦୁହିଁଙ୍କ ଯୁଗ୍ମ ଫଟୋ ଓ ଅନ୍ୟାନ୍ୟ ଫଟୋ ଦେଖି ଖୁସି ପାଇବା ସହ ସ୍ମୃତି ସାଉଣ୍ଟୁଥିଲେ ସ୍ୱାମୀଙ୍କ ସହ.।

  ଫୋଟୋରୁ ସ୍ମୃତି ସବୁକୁ ଜୀବନ୍ତ ଦେଖୁ ଦେଖୁ ସମୟ ଗଡିଚାଲିଲା. ବୟସ ମଧ୍ୟ ବଢିଲା. ଦୁଇ ପୁଅ ବୋହୁ ଯଥାକ୍ରମେ ବଡ଼ପୁଅ ବଡ଼ବୋହୁ ବାପା ସୀତାଂଶୁଙ୍କୁ ମୁମ୍ବାଇ ନେଇଗଲା ତ ସାନପୁଅ ସାନବୋହୁ ମାଆ କାନ୍ତାଙ୍କୁ ଚେନ୍ନାଇ ନେଇଯାଇଥିଲା. କାଳେ କେହି ମନଦୁଃଖ କରିବେ ବୋଲି ବଡ଼ ପୁଅ ବୋହୁ ବାପାଙ୍କ ପାଇଁ ଗୋଟିଏ ରୁମ ଠିକ କରି ସୀତାର, ଗୀଟାର, ହାରମୋନିଅମ ଓ ଅନେକ ଆଧୁନିକ ବାଦ୍ୟଯନ୍ତ୍ର ଖଞ୍ଜି ଦେଇଥିଲା ବାପାଙ୍କ ମନ ଖୁସି ପାଇଁ. ବାପା ଘରେ ଯେମିତି ଏଇ ବାଦ୍ୟ ଯନ୍ତ୍ର ଗୁଡିକ ସାହାରାରେ ଭଜନ,ଛାନ୍ଦ, ଚମ୍ପୁ, ଓଡିଶୀ ଆଦି ଗାଉଥିଲେ ସେମିତି ଏଠି ଗାଇ ଖୁସି ରହିବେ. ବାପା ସୀତାଂଶୁ କିନ୍ତୁ ଲୁଚେଇ ଲୁଚେଇ କାନ୍ତାଙ୍କ ଫଟୋ ଦେଖୁଥିଲେ, ତାଙ୍କ ସହ କଥା ହେଉଥିଲେ ଏମିତି ଯେମିତି ସେ ଫୋଟୋଟିଏ ନୁହେଁ ବରଂ କାନ୍ତାଙ୍କ ଜୀବନ୍ତ ସ୍ୱରୂପ. ନାତୁଣୀ ସବୁକଥା ବାପା ମାଆଙ୍କୁ କହିଥିଲା. ସେପଟେ ସାନ ପୁଅ ବୋହୁ କାନ୍ତାଙ୍କ ପାଇଁ ଲେଖା ଲେଖି ଉପଯୋଗୀ ରୁମଟିଏ ଯୋଗାଡିଥିଲେ ଯୋଉ ରୁମରେ ବସି ଝରକା ଦେଇ ପ୍ରକୃତିର ପ୍ରାକୃତିକ ଦୃଶ୍ୟ ସବୁ ଦେଖିହେବ. ପକ୍ଷୀ, ବୃକ୍ଷ, ଖୋଲା ନିର୍ମଳ ଆକାଶ, ଦୂର ପର୍ବତ ଦେଖି ମାଆ କବିତା ଲେଖିବ, ଗଳ୍ପ ଉପନ୍ୟାସ ଲେଖିବ ଭାବି ସଜେଇଥିଲେ ଘରଟାକୁ. ମାଆ କିନ୍ତୁ ଲୁଚେଇ ଲୁଚେଇ ସୀତାଂଶୁଙ୍କ ଫୋଟୋ ଦେଖୁଥିଲେ ତ ନାତିଠୁ ଶୁଣି ଦୁଇ ବଡ଼ପୁଅ ଓ ସାନପୁଅ ପରସ୍ପର କଥା ହୋଇ ବାପା ମାଆଙ୍କ ହାତରେ ଧରାଇ ଦେଇଥିଲେ ଗୋଟିଏ ଗୋଟିଏ ସ୍ମାର୍ଟ ଫୋନ. କିଛିଦିନ ଦୁହେଁ ସ୍ମାର୍ଟ ଫୋନ ଜରିଆରେ ସୀତାଂଶୁ ଓ କାନ୍ତା ଗଳ୍ପ କରି, ହ୍ୱାଟ୍ସଆପ ମାଧ୍ୟମରେ କଥା ହୋଇ ସୀତାଂଶୁ ପୁଣି ଗାଇଲେ ଭଜନ ଏବଂ କାନ୍ତା ଲେଖି ଚାଲିଲେ କବିତା ଓ ଗଳ୍ପ. ସବୁ ଠିକଠାକ ଚାଲିଥିଲା ବେଳେ ସ୍ମାର୍ଟ ଫୋନ ପାଇ ବାପା ସୀତାଂଶୁ ଚାହିଁଲେ ତାଙ୍କ ଭଜନ ରେକର୍ଡିଙ୍ଗ ହୁଅନ୍ତା, ଷ୍ଟାରମେକରରେ ସେ କେମିତି ଗାଇ ପାରନ୍ତେ ଓ ସେଗୁଡିକୁ ସେ କାନ୍ତାଙ୍କ ପାଖକୁ ପଠାନ୍ତେ. ନିଜେ ନିଜେ କିଛିଟା କରିନେଉଥିଲେ ମଧ୍ୟ ତାହା ଅଧା ଅଧୁରା ଲାଗୁଥିଲା. ଏଣେ କାନ୍ତା ମଧ୍ୟ ତାଙ୍କ ଲେଖା ଲେଖି ସବୁର ପେପର କଟିଙ୍ଗ ଗୁଡିକ ପଠାଉ ଥିଲେ ଶୀତଂସୁଙ୍କ ପାଖକୁ କିନ୍ତୁ ସାହିତ୍ୟ ଆସରରେ ଯୋଗ ଦେଇ ଫୋଟୋ ଉଠାଇବାକୁ ଚାହିଁ କୁଆଡେ ଯାଇ ପାରୁନଥିଲେ କି କାହାକୁ କହିପାରୁନଥିଲେ.।

    ସେଦିନ ଗୋଟିଏ ସାହିତ୍ୟ ଆସରର ପଚାଶତମ ବାର୍ଷିକୀରେ ସମ୍ବର୍ଦ୍ଦିତ ହେବାକୁ ଚିଠିଟିଏ ପାଇ କାନ୍ତାଙ୍କର ଭାରି ଇଛା ହେଲା ସୀତାଂସୁଙ୍କ ସହ ସେଠାକୁ ଯାଆନ୍ତେ,ଯେମିତି ଯାଉଥିଲେ ବୋଲି ଫୋଟୋ ଗୁଡିକ ଆଜିବି ସେକଥା କହେ. ତ କାହାକୁ କିଛି ନକହି ସେଦିନ ଘରୁ ବାହାରି ପଡି ଟ୍ରେନ ଧରିଲେ କାନ୍ତା. ଘରେ ମାଆ ନଥିବା ଦେଖି ସାନଭାଇ ବଡଭାଇ ପାଖକୁ ଫୋନ କରି ଜଣେଇଲା ବେଳେ ଜାଣିବାକୁ ପାଇଲା ବାପା ମଧ୍ୟ ଘର ଛାଡି କୁଆଡେ ସକାଳୁ ଯାଇଛନ୍ତି ତ ଦୁଇ ଭାଇ ଦୁଇ ବିପରୀତ ସ୍ଥାନରୁ ଟ୍ରେନରେ ଉଠିଲେ. ଯୋଗକୁ ବାଟରେ ଟ୍ରେନ ଗୁଡିକ ଅଟକିଛି କୌଣସି କାରଣରୁ. ଦୁଇ ଭାଇ ଓଲ୍ହେଇ ଖୋଜୁଥିଲେ ପିତାମାତା ଦୁହିଁଙ୍କୁ. କିଛି ସମୟ ଖୋଜା ଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳିଲାନି. କଣ କରିବେ ଏବେ. ପୋଲିସରେ ଜଣେଇଲେ ସମସ୍ତେ ନିଶ୍ଚୟ ଭାବିବେ ଯେ ପିତା ମାତାଙ୍କୁ ଦୁହେଁ ମାନସିକ ଯନ୍ତ୍ରଣା ଦେଉଥିଲେ.ଏହା ଦୁହିଁଙ୍କୁ ବାଧିବା ସହ ସମ୍ମାନରେ ଆଞ୍ଚ ଆସିବ. ଏହି ସମୟରେ ସାନପୁଅ ଘରୁ ତା ସ୍ତ୍ରୀ ଫୋନ କଲା ଆଜି ଦିଲ୍ଲୀରେ ମାଆଙ୍କର ଗୋଟିଏ ସାହିତ୍ୟ ଅନୁଷ୍ଠାନରେ ସମ୍ବର୍ଦ୍ଧିତ ହେବାର ଥିଲା. କାଳେ ସେଠିକୁ ଯାଇଥିବେ ମାଆ ଭାବି ଦୁଇ ଭାଇ ସବୁ ବାଧାକୁ ପ୍ରତିହତ କରି ଦିଲ୍ଲୀକୁ ଫ୍ଲାଇଟ ଟିକେଟ କାଟିଲେ ଓ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ଗଲେ. ସେଠି ମାଆ ସେତିକି ବେଳକୁ ମଞ୍ଚ ଉପରେ ସମ୍ବର୍ଦ୍ଧିତ ହେଉଥିଲ ଓ ବାପା ଦର୍ଶକ ଗ୍ୟାଲେରୀରେ ଥାଇ ଫୋଟୋ ଉଠାଇ ଚାଲିଥିଲେ. ମଞ୍ଚ ସମ୍ମୁଖରେ ଦୁଇ ପୁଅଙ୍କୁ ଦେଖି କାନ୍ତା ତାଙ୍କ ଭାଷଣରେ କହୁଥିଲେ ଆମେ ଦୁଇ ବୁଢ଼ା ବୁଢ଼ୀ ଆଜି ଆମ ପସନ୍ଦରେ ବଞ୍ଚିପାରୁଛୁ କେବଳ ଆମ ପୁଅ ବୋହୁ ନାତି ନାତୁଣୀଙ୍କ ପାଇଁ. ସେମାନେ କେବେ ଆମକୁ ଭାବିବାକୁ ଦେଇନାହାଁନ୍ତି କି ଆମକୁ ବୟସ ହୋଇଗଲାଣି ବରଂ ବୟସ କେବଳ ଏକ ସଂଖ୍ୟାମାତ୍ର କହିବା ସହ ପ୍ରମାଣିତ କରି ଦେଇଥିବାରୁ ଆଜି ମୁଁ ଲେଖିପାରୁଛି ଓ ମୋ ସ୍ୱାମୀ ଫୋଟୋ ଉଠାଇବା ସହ ଭିଡ଼ିଓ କରିପାରୁଛନ୍ତି. ଘନ ଘନ ତାଳି ମାଡ଼ରେ ମାଆ ବାପା ଓ ଦୁଇପୁଅଙ୍କର ମିଳନ ହେଲାବେଳେ ମାଆ ବ୍ୟସ୍ତ ହୋଇପଡୁଥିଲେ ମୋ ପୁଅ ଦୁହେଁ ଖାଇଛନ୍ତି ନା ନାହିଁ. ସେତିକି ବେଳକୁ ଘୋଷଣା ହେଉଥିଲା ସମସ୍ତଙ୍କୁ ବିନମ୍ର ଅନୁରୋଧ ସମସ୍ତେ ଖାଇକରି ଯିବେ.।


Rate this content
Log in

Similar oriya story from Abstract