STORYMIRROR

Sunanda Mohanty

Abstract Action Others

4  

Sunanda Mohanty

Abstract Action Others

ରାଜଚକ୍ରବର୍ତ୍ତୀ

ରାଜଚକ୍ରବର୍ତ୍ତୀ

3 mins
21

ଥରେ ଶିକ୍ଷକ ପିଲା ମାନଙ୍କୁ ପଚାରିଲେ- କହିଲ ପିଲାମାନେ ପୃଥିବୀର ସର୍ବପ୍ରଥମ ରାଜଚକ୍ରବର୍ତ୍ତୀ କିଏ ?ବିଚକ୍ଷଣ ପିଲାଟିଏ କହିଲା- ସାର୍, ଦିଗବିଜୟୀ ଆଲେକଜାଣ୍ଡାର, ଖ୍ରୀଷ୍ଟପୂର୍ବ ୩୨୬.ଶିକ୍ଷକ କହିଲେ- ଭୁଲ୍ କହିଲ. ତାଙ୍କ ଠାରୁ ଦେଢ ଶହ ବର୍ଷ ଆଗରୁ ଜଣେ ରାଜଚକ୍ରବର୍ତ୍ତୀ ଆବିର୍ଭୂତ ହୋଇଥିଲେ. ତାହାଙ୍କ ନାମ ଥିଲା ଗୌତମ ବୁଦ୍ଧ.ପିଲାଟି କହିଲା- ସାର୍, ଗୌତମ ବୁଦ୍ଧ ପରା ରାଜ୍ୟ ଓ ଧନସମ୍ପତ୍ତି ସବୁ ଛାଡି ଶେଷରେ ଭିକ୍ଷୁରେ ପରିଣତ ହୋଇଥିଲେ ? ଶିକ୍ଷକ କହିଲେ- ବୁଝାଇ ଦେଉଛି । ଆଲେକଜାଣ୍ଡାର ଯେତେବେଳେ ଦିଗବିଜୟ କରିବା ଲାଗି ବାହାରିଲେ, ସେତିକି ବେଳେ ଦାର୍ଶନିକ ଡିଓଜିନସ ତାଙ୍କୁ କହିଲେ-ଅଳ୍ପ ବାକି ଜୀବନରେ ଏତେ ଥାଇ ବି ଆହୁରି ଲୋଭ ? ତୁମେ ରାଜା ନା ଭିକାରି ? କିନ୍ତୁ ଗୌତମ ବୁଦ୍ଧ ଯେତେବେଳେ ଭିକ୍ଷା ମାଗୁଥିଲେ ଶ୍ରାବସ୍ତିରେ ଲୋକେ କହୁଥିଲେ- ଦେଖ ଏହାଙ୍କୁ ! ରାଜପଦ ଓ ସଂପତ୍ତିକୁ ପାଦରେ ଏଡାଇ ଚାଲି ଆସିଛନ୍ତି.ଏହାଙ୍କ ଠାରୁ ଭଳି ଧନୀ ଆଉ କିଏ ହେବ ? ଏହାଙ୍କୁ ସାଧାରଣ ଭିକ୍ଷୁକ ବୋଲି ମନେ କରନାହିଁ.ଆଲେକଜାଣ୍ଡାର ଦିଗବିଜୟ ସାରି ଫେରିଲେ.କିନ୍ତୁ କୁହ ତ ଜୀବନର ଅଳ୍ପ ବାକି କାଳ ଭିତରେ,ପୃଥିବୀର କେତେ ଅଂଶ ସେ ବିଜୟ କରି ପାରିଥିଲେ ? ଆଉ ବୁଦ୍ଧଙ୍କୁ ଦେଖ. ନଶ୍ଵର ଦେହ ଇଶ୍ୱର ନେଲେ ମଧ୍ୟ ତାଙ୍କ ଦର୍ଶନ ସାରା ବିଶ୍ବରେ ବ୍ଯାପି ଗଲା. ଏକ ଧର୍ମରେ ପରିଣତ ହେଲା.ସମଗ୍ର ବିଶ୍ବ ତାଙ୍କର ଅଧିନ ହୋଇଗଲା. ଗୌତମ ବୁଦ୍ଧ ଜନ୍ମ ହେବା ବେଳକୁ ଭବିଷ୍ୟତ୍ ବାଣୀ ହୋଇଥିଲା ଯେ ସେ ଜଣେ ରାଜଚକ୍ରବର୍ତ୍ତୀ ହେବେ. ସେ ପ୍ରକୃତରେ ରାଜଚକ୍ରବର୍ତ୍ତୀ ହିଁ ହେଲେ.ବଡ଼ ବଡ଼ ରାଜାମାନେ ତାଙ୍କ ଧର୍ମର ଶରଣ ନେଲେ । ପିଲାମାନେ, ଏବେ ବୁଝିଲ ତ.ସମସ୍ତ ପିଲା ମୁଣ୍ଡ ଟୁଙ୍ଗାରି ଦେଲେ ମଧ୍ୟ ମୁନା ବୋଲି ଗୋଟିଏ ପିଲା ଭାବୁଥିଲା ସେଦିନ ତାଙ୍କ ଗାଁରେ ଗୋଟିଏ ଧାର୍ମିକ ସଭା ହେଉଥିଲା. ସେଠାରେ

ବିଭିନ୍ନ ଧାର୍ମିକ ସମ୍ପ୍ରଦାୟର ଲୋକମାନେ ଏକାଠି ହୋଇଥିଲେ. ନିଜ ନିଜ ଧର୍ମର ମହାନତାକୁ ନେଇ ଆଲୋଚନା ହେଉଥିଲା.ସଭାଟି ସରିଆସିଲା ବେଳକୁ ସେଠାରେ ଥିବା କିଛି ବ୍ଯକ୍ତିଙ୍କ ଭିତରେ ଆରମ୍ଭ ହେଲା ବିବାଦ. ହିନ୍ଦୁମାନେ କହିଲେ ସେମାନେ ବଡ଼. କାରଣ ଏହାକୁ ସନାତନ ଧର୍ମ କୁହାଯାଏ. ବେଦ ହେଉଛି ଏହି ଧର୍ମର ମୂଳ ପିଣ୍ଡ.ଅନ୍ଯାନ୍ଯ ସମସ୍ତ ଧର୍ମ ଏହା ପରେ ଜନ୍ମ ନେଇଛନ୍ତି ବା କାହାରି ଦ୍ବାରା ପ୍ରତାରିତ ହୋଇଛନ୍ତି.ଏ ପ୍ରକାର ଉକ୍ତିକୁ ମୁସଲମାନ ବନ୍ଧୁ ଜଣଙ୍କ ଖୁବ୍ ଜୋରରେ ପ୍ରତିବାଦ କଲେ.ସେହିପରି ଜଣେ ଖ୍ରୀଷ୍ଟିଆନ ବନ୍ଧୁ ମଧ୍ୟ କହିଲେ ଯେ ସେମାନଙ୍କର ଧର୍ମ ବଡ଼. ଯଦିଓ ଅନ୍ୟାନ୍ୟ ଧର୍ମାବଲମ୍ବୀ ସେଠାରେ ଉପସ୍ଥିତ ଥିଲେ, ସେମାନେ କିଛି ନକହି କେବଳ ଚାଲିଥିବା ବିବାଦକୁ ଉପଭୋଗ କରୁଥିଲେ.ଏହି ତିନି ଗୋଷ୍ଠୀଙ୍କ ମଧ୍ୟରେ ବେଳକୁ ବେଳ ବିବାଦ ବଢିବାକୁ ଲାଗିଲା.ଏହି ସମୟରେ ଜଣେ ବରିଷ୍ଠ ଲୋକ ସେମାନଙ୍କୁ ଅନେକ ଭାବରେ ବୁଝାଇ ଶାନ୍ତ ରହିବାକୁ କହିଲା.କିନ୍ତୁ କେହି ଶୁଣିବାକୁ ନାରାଜ । ଶେଷରେ ବରିଷ୍ଠ ଜଣକ କହିଲେ- " ତୁମେମାନେ ସମସ୍ତେ ବଡ଼, ସମସ୍ତଙ୍କ ଭଗବାନ ବଡ଼, ତେବେ ଏହାର ପରୀକ୍ଷା କରିବା ". ସମସ୍ତେ ହଁ କହିଲେ.ସେହି ବରିଷ୍ଠ ଜଣକ ପାଖରେ ଥିବା ସୁଉଚ୍ଚ ପାହାଡ଼କୁ ଲକ୍ଷ୍ୟ କରି କହିଲେ- ତୁମେମାନଙ୍କୁ ଏହି ପାହାଡ଼ ଉପରକୁ ଯାଇ ତଳକୁ ଡେଇଁବାକୁ ପଡିବ.ତୁମମାନଙ୍କର ନିଜ ଠାକୁରଙ୍କ ଉପରେ ଯଦି ଏତେ ବିଶ୍ୱାସ ତେଵେ ଦେଖିବା ତୁମମାନଙ୍କର ଠାକୁର କିପରି ରକ୍ଷା କରୁଛନ୍ତି.ଆଶ୍ଚର୍ଯ୍ୟର କଥା, ସମସ୍ତେ ରାଜି ହୋଇଗଲେ ଏବଂ ପାହାଡ଼ ଉପରକୁ ଗଲେ. ପ୍ରଥମେ ମୁସଲମାନ ବନ୍ଧୁ ଜଣକ ଡେଇଁବା ପାଇଁ ପ୍ରସ୍ତୁତ ହେଲେ ଏବଂ ଉଚ୍ଚ କଣ୍ଠରେ ଆଲ୍ଲାଙ୍କୁ ଡାକିଲେ.ତା' ପରେ ଡେଇଁ ପଡିଲେ.ଆଶ୍ଚର୍ଯ୍ୟର କଥା, ଦୁଇଟି ହାତ ତାଙ୍କୁ କୋଳାଇ ନେଲା.ସେ ଆଚମ୍ବିତ ହୋଇ ଅପେକ୍ଷା କଲେ ପରବର୍ତ୍ତୀ ଘଟଣାକୁ । ଏହାପରେ ଥିଲା ଖ୍ରୀଷ୍ଟିଆନ ବନ୍ଧୁଙ୍କ ପାଳି.ସେ ବି ସେହିଭଳି ଖୁବ୍ ଜୋରରେ ଯୀଶୁଙ୍କୁ ଡାକିଲେ ଏବଂ ପାହାଡ଼ ଉପରୁ ଡେଇଁ ପଡିଲେ. ତାଙ୍କୁ ବି ଗୋଟିଏ ଅଦୃଶ୍ୟ ହାତ ରକ୍ଷା କଲା.ଏହାପରେ ହିନ୍ଦୁ ଧର୍ମାବଲମ୍ବୀ ବନ୍ଧୁଙ୍କର ପାଳି.ସେମାନେ ସିନା ଜଣେ ଜଣେ ଦେବତାଙ୍କୁ ଡାକିଲେ, ଇଏ କାହାକୁ ଡାକିବେ ? ତାଙ୍କର ତ ତେତ୍ରିଶ କୋଟି ଦେଵଦେଵୀ. ତେଵେ ହଠାତ୍ ତାଙ୍କ ମୁଣ୍ଡରେ ଗୋଟିଏ ବୁଦ୍ଧି ପଶିଲା । ସେ କୌଣସି ଦେଵତାଙ୍କ ନାଁ ନନେଇ କେବଳ କହିଲେ- " ହେ ଭଗବାନ ମୋତେ ରକ୍ଷା କର " କହି ଡେଇଁ ପଡିଲେ.ଆଶ୍ଚର୍ଯ୍ୟର କଥା ହଜାର ହଜାର ଅଦୃଶ୍ୟ ହାତ ପ୍ରସାରିତ ହୋଇଗଲା ତାଙ୍କୁ କୋଳେଇ ନେବାପାଇଁ.ସମସ୍ତେ ଏହି ଦୃଶ୍ୟ ଦେଖୁଥାନ୍ତି.ବର୍ତ୍ତମାନ ଵରିଷ୍ଠ ଜଣକ କହିଲେ- ବୁଝିଲ ତ, ସମସ୍ତେ ଆମେ ଈଶ୍ବରଙ୍କ ସନ୍ତାନ. ଏଥିରେ ଵିଭେଦତା ଠିକ୍ ନୁହେଁ.ଯିଏ ଯେଉଁ ନାମରେ ଡାକିବ ଭଗବାନ ତାକୁ ରକ୍ଷା କରିବେ.ସମସ୍ତଙ୍କ ମନକୁ କଥାଟା ପାଇଲା ଏବଂ ପରସ୍ପର ପରସ୍ପରକୁ କୋଳାଗ୍ରତ କରି ଜାଗା ଛାଡିଥିଲେ ତ ସାର ଏବେ ବୁଦ୍ଧଙ୍କୁ ଦିଗବିଜୟୀ କହୁଥିବାରୁ ତାର ମୁଣ୍ଡରେ କିଛି ପଶୁନଥିଲା.ମୁନା ମୁହଁ ଦେଖି ସାର ତାକୁ ପାଖକୁ ଡାକିଲେ ଓ କାରଣ ଜାଣିବାକୁ ଚାହିଁଲେ. ମୁନା ଠାରୁ ସବୁ ଶୁଣି କହିଲେ କୋଉ ଧର୍ମରେ କୋଉ ଠାକୁରଙ୍କ ନାମ ସିନା ଭିର୍ନ୍ନ ହେଲେ କର୍ମ ଓ ପଥ ତଥା ମାର୍ଗ ଏକ ଯାହା ବୁଦ୍ଧଙ୍କ ଦର୍ଶନ କହେ. ମୁନା ଏଥର କଣ ବୁଝିଲା ଖୁସିରେ କହିଲା ଠିକ ସେହି ବରିଷ୍ଠ ବ୍ୟକ୍ତିଙ୍କ ଭଳି. ବୟସ୍କ ଓ ବରିଷ୍ଠମାନଙ୍କ କଥା ମାନିଲେ ଆମେ ନିଶ୍ଚୟ ଜୀଵନର ବାକି ଦିନରେ ଭଲ କାମ କରି ଅନ୍ୟକୁ ପ୍ରେରଣା ଦେଇ ଉତ୍ସାହିତ କରିପାରିବା. ସାର ମୁନାକୁ ସେଦିନ ଖୁବ ଉତ୍ସାହିତ କରିବା ସହିତ ପ୍ରଶଂସା କରିଥିଲେ ।



Rate this content
Log in

Similar oriya story from Abstract