ବଞ୍ଚିବା କଳା
ବଞ୍ଚିବା କଳା
ମଣିଷ ଜୀବନରେ ଅନେକ ଦୁଃଖ. ତାର ନିରାକରଣର ସୂତ୍ର ଅନେକ ଥିଲାବେଳେ କେହି କହିପାରନ୍ତି ନାହିଁ ସମାଧାନର ବାଟ. ସେଦିନ ସେମିତି ଗୋଟେ ଆଶ୍ରମରେ ଗୁରୁ ସମାଧାନର ସୂତ୍ର ନକହି ପ୍ରଶ୍ନଟିଏ ଛାଡିଦେଲେ ଛାତ୍ରମାନଙ୍କ ଉପରେ. କହିଥିଲେ ଏମିତି ଏକ ପଦର୍ଥ କୁହ ଯାହାର ଓଜନ ନଥିଲେ ବି ତାହା ମାଧ୍ୟମରେ ଜୀବନରେ ଅନେକ ସମସ୍ୟାର ସମାଧାନ ହୋଇପାରେ. ଛାତ୍ରମାନେ ପରସ୍ପର ମୁହଁକୁ ଚାହିଁ ଭାବିଲେ ମାତ୍ର କହିପାରିଲେନାହିଁ. ଗୁରୁ କିଛି ଦିନ ସମୟ ଦେଲାପରେ ସବୁ ଛାତ୍ର ଏକାଠି ହେଲେ. ଗୁରୁଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କିଏ କହିଲା ପାଣି ତ କାଟ ଖାଇଲା କାରଣ ପାଣିର ଓଜନ ନଥାଏ. କିଏ କହିଲା ବାୟୁ ତାହା ମଧ୍ୟ କାଟ ଖାଇଲା ଯେହେତୁ ବାୟୁ କହିଲେ ଉଦଯାନ, ଅମ୍ଳଯାନ, ହିଲିୟମ, ଅଙ୍ଗାରକାମ୍ଳ ଇତ୍ୟାଦି ମିଶ୍ରଣରେ ବାୟୁର ଓଜନ ଥାଏ.ଆଲୋକ ମଧ୍ୟ ଠିକ ଉତ୍ତର ନଥିଲା କାରଣ ଆଲୋକରେ ମଧ୍ୟ ଧୂଳିକଣା ସହ ଅନେକ ମିଶ୍ରଣରେ ବିଜ୍ଞାନ ସମ୍ମତ ଓଜନ ଥାଏ. ଠିକ ଉତ୍ତର ନଦେଇ ପାରି ପରସ୍ପର ପରସ୍ପରକୁ ଚାହୁଁଥିବା ବେଳେ ସବୁଠାରୁ ପ୍ରିୟ ଛାତ୍ର ଅଶୋକ କହିଥିଲା ମୁଁ କିଛି କଥା ମାଧ୍ୟମରେ ମୋ ଉତ୍ତରକୁ ଉପସ୍ଥାପନା କରିବାକୁ ଚାହେଁ ଯାହାର ନିଜର ଓଜନ ନଥିଲେ ମଧ୍ୟ ଜୀବନରେ ଘଟୁଥିବା ଅନେକ ଦୁଃଖ, ଆଶାନ୍ତି, କର୍ମବୋଝକୁ ହ୍ରାସ କରିଦେବାର ଓଜନ ରଖିଥାଏ. କଣ ସେ ସମାଧାନର ସୂତ୍ର ଜାଣିବା ପାଇଁ ସମସ୍ତେ ଆଗ୍ରହର ସହ ଅପେକ୍ଷା କରିଥିଲା ବେଳେ ଗୁରୁଙ୍କ ଆଦେଶ ପାଇ ପ୍ରତୀକ୍ଷାର ଅନ୍ତ ଘଟାଇ ଅଶୋକ କହିବା ଆରମ୍ଭ କଲେ.।
ସନ୍ଥ ତୁକାରାମଙ୍କ ପତ୍ନୀଙ୍କ ସ୍ଵଭାଵ ଥିଲା ଅତି କର୍କଶ. ଥରେ ସନ୍ଥ ତୁକାରାମ ନିଜ ବସିବା କକ୍ଷରେ କେତେକ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ସହିତ ଆବଶ୍ୟକ ମନ୍ତ୍ରଣାରେ ବ୍ୟସ୍ତ ଥିଲେ. ବିନା କାମରେ ତୁକାରାମ ବସିଥିବା ଦେଖି ପତ୍ନୀ ଖୁବ ରାଗିଗଲେ. ପ୍ରଥମେ ସେ ସମସ୍ତଙ୍କୁ ଗାଳିଦେଲେ କିନ୍ତୁ କେହି ସେ ଦିଗରେ ନଜର ନଦେବାରୁ ଅତ୍ୟଧିକ ରାଗି ଯାଇ ବାସନଧୁଆ ମଇଳା ପାଣି ନେଇ ସମସ୍ତଙ୍କ ଉପରକୁ ଛାଟିଦେଲେ. ଏହା ଦେଖି ଅନ୍ୟ ଲୋକମାନେ କିଛି କହିବା ଆଗରୁ ତୁକାରାମ ନିଜ ପତ୍ନୀଙ୍କ ଆଡକୁ ଦେଖିଲେ ଅଳ୍ପ ହସିଦେଇ କହିଲେ, ଭାଇମାନେ ମୁଁ ଜାଣିଥିଲି
ଯେଉଁ ବାଦଲ ଗର୍ଜ୍ଜନ କରେ ତାହା ବର୍ଷା କରେ ନାହିଁ କିନ୍ତୁ ଆଜିର ବାଦଲ ଗର୍ଜ୍ଜନ କରୁଛି ବର୍ଷା ମଧ୍ୟ କରୁଛି. ସେହିପରି ଆଉଥରେ ତୁକାରାମଙ୍କୁ ତାଙ୍କର କୌଣସି ବନ୍ଧୁ ତାଙ୍କୁ କେତେ ଖଣ୍ଡ ଆଖୁ ଦେଲେ. ରାସ୍ତାରେ ପିଲାମାନେ ଆଖୁ ମାଗିବାରୁ ସେମାନଙ୍କୁ ସବୁ ବାଣ୍ଟିଦେଇ ଏକମାତ୍ର ବଳକା ଆଖୁ ଖଣ୍ଡେ ଧରି ଘରେ ପହଁଚିଲେ. ଖଣ୍ଡେ ମାତ୍ର ଆଖୁ ଦେଖି ପତ୍ନୀ ଅଗ୍ନିଶର୍ମା ହୋଇଗଲେ ଏବଂ ସେହି ଆଖୁ ଖଣ୍ଡକ ଧରି ତୁକାରାମଙ୍କୁ ପିଟିଦେଲେ. ଆଖୁ ଖଣ୍ଡକ ମଝିରୁ ଭାଙ୍ଗି ଦୁଇ ଖଣ୍ଡ ହୋଇଗଲା. ଦୁଇଖଣ୍ଡ ଆଖୁକୁ ଉଠାଇ ନେଇ ତୁକାରାମ ହସିଦେଇ କହିଲେ ନିଅ ତୁମେ ଖଣ୍ଡେ ଖାଅ ମୁଁ ଖଣ୍ଡେ ଖାଇବି.ତୁକାରାମଙ୍କ ଜୀବନରେ ଘଟିଥିବା ଅନେକ ଘଟଣା ଭିତରୁ ଏ ଦୁଇଟି ଘଟଣା କହି ସାଙ୍ଗଶିଷ୍ୟ ଭାଇ ମାନଙ୍କୁ ଚାହିଁଲେ ଅଶୋକ ତ କିଏ କହୁଥିଲା ରାଗ ତ କିଏ କହୁଥିଲା ସହିଷ୍ଣୁତା ତ କିଏ କହୁଥିଲା ପ୍ରେମଭାବ କିନ୍ତୁ ଗୁରୁ ସନ୍ତୁଷ୍ଟ ନଥିଲେ ତ ଅଶୋକ କହିଚାଲିଲେ
ଆଇନଷ୍ଟାଇନଙ୍କ ପାଖରେ ତିନୋଟି ଚଷମା ଥିଲା. ଜଣେ ସଜ୍ଜନ ତିନିଗୋଟି ଚଷମା ରଖିବାର କାରଣ ପଚାରିଲେ ତ ଆଇନଷ୍ଟାଇନ କହିଥିଲେ ଗୋଟିଏ ଦୂର ଜିନିଷ ଦେଖିବା ପାଇଁ, ଗୋଟିଏ ପାଖ ଜିନିଷ ଦେଖିବା ପାଇଁ ଓ ତୃତୀୟଟି ଏ ଦୁଇଟି ଚାଷମାକୁ ଖୋଜି ଦେବା ପାଇଁ. ଏଥର ସମସ୍ତେ ହସି ଦେଲାବେଳେ ଅଶୋକ କହିଚାଲିଥିଲେ ପ୍ରସିଦ୍ଧ କବି ସୌକତଥାନଵୀଙ୍କ କଥା. ଥରେ ସେ ଗୋଟେ କବିସମ୍ମିଳନୀରେ ଉପସ୍ଥିତ ଥିଲା ବେଳେ ମୁହଁରେ ଘନ ଦାଢ଼ି ଥିବା ଅନାବରଶାବରୀ କବିତା ପାଠ କରୁଥିଲେ ଓ ଫଟୋଗ୍ରାଫର ତାଙ୍କ ଫୋଟୋ ଉଠାଉ ଥିଲେ. ଗଜଲ ପଢିବା ବନ୍ଦ କରି ଅନାବର ଶାବରୀ ପଚାରିଲେ ଭାଇ ମୋ ଫଟୋ ଉଠାଇ ତୁମେ କଣ କରିବ? ତ ଫଟୋଗ୍ରାଫର କିଛି କହିବା ପୂର୍ବରୁ ସୌକତଥାନଵୀ କହିଲେ ସେ ପିଲାଙ୍କୁ ଡରାଇବେ. ଏକଥା ଶୁଣି ଗୁରୁଙ୍କ ସହ ସମସ୍ତ ଶିଷ୍ୟ ହସି ଉଠିଲା ବେଳେ ସମସ୍ତେ ବୁଝିସାରିଥିଲେ କି ହସ ହିଁ ସେହି ଓଜନ ନଥିବା ଜିନିଷ ଯାହା ଓଜନିଆଁ ମୁଣ୍ଡକୁ ହାଲକା କରିପାରେ. ଏଣିକି ସମସ୍ତେ ଅର୍ଥାତ ଗୁରୁ ଓ ଶିଷ୍ୟ ଭାଇମାନେ ଅଶୋକର ବୁଦ୍ଧିକୁ ପ୍ରଶଂସା କରିବା ସହ ଆଉ ଦୋଷ ଦେଉନଥିଲେ କି ଅଶୋକ ସେମାନଙ୍କୁ ସମାଧାନର ସୂତ୍ର କହିନାହିଁ.ତାଛଡା ବୁଝିଯାଇଥିଲେ କି ଗୁରୁଙ୍କର ଏତେ ଛାତ୍ର ଥାଇ ମଧ୍ୟ ଅଶୋକ କାହିଁକି ତାଙ୍କର ଏତେ ପ୍ରିୟ.।ବ୍