STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ବୋଉ

ବୋଉ

4 mins
7


ଅନେକ ଥର ବାପା ବୋଉଙ୍କ ସଙ୍ଗେ ଟ୍ରେନରେ ବୁଲିବାକୁ ଯାଉଥିବା ହିତେଶ ଆଜି ସ୍ତ୍ରୀ ସହିତ ବାପା ମାଆଙ୍କ ଅସ୍ଥି ବିସର୍ଜ୍ଜନ କରିବାକୁ ଯାଉଛି.ସ୍ତ୍ରୀ ପଛକୁ ଆଉ ଫେରି ଚାହଁନି କହିଲେ ମଧ୍ୟ ବାପା ମାଆଙ୍କ ସହ ବିତିଥିବା ଅନେକ ସ୍ମୃତି ଆଜି ମନେପଡୁଛି ହିତେଶର ସେଇ ସବୁ ପଛକଥା ତାକୁ ବିଚଳିତ କଲାବେଳେ,ସେତେବେଳେ ହିରଣ୍ମୟୀ ବୁଝେଇଛି.ଗତସ୍ୟ ଶୋଚନା ନାସ୍ତି କହି.ଯାହା ଯାଇଛି ତାକୁ ଭାବିବା ବୃଥା. ଅତୀତ ଫେରେନା.ନଦୀ କେବେ ପଛକୁ ଫେରେନା . ଇଚ୍ଛା ଯେତେ ବଳବତୀ ହେଉ, ପଛକୁ ଚାହିଁଲେ ବିଚାରଧାରା ବଦଳିଯାଏ. ତେଣୁ କୁହାଯାଇଥାଏ ପଛକୁ ଚାହଁନି. ଏଇ ପଛକୁ ଚାହଁନି ବାଣୀଟି ନିଦ୍ଧିଷ୍ଟ ମହାପୁରୁଷଙ୍କର ଉକ୍ତି ନ ହୋଇପାରେ କିନ୍ତୁ ଲୋକବିଶ୍ୱାସ, ସାମାଜିକ ଚଳଣି ଓ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ.କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରିବା ସମୟରେ ପଛରୁ କେହି ଡାକନ୍ତି ନାହିଁ.କାଳେ ବ୍ୟକ୍ତି ଜଣକ ପଛକୁ ଚାହିଁଦବ, ତାର ଯାତ୍ରା ଅମଙ୍ଗଳ ହେବ.ପରୀକ୍ଷା ଦବାକୁ ଯାଉଥିବା ଛାତ୍ରଛାତ୍ରୀମାନଙ୍କୁ ଘରେ ପୁରୁଖା ବ୍ୟକ୍ତିମାନେ ପଛକୁ ନ ଚାହିଁବା ପାଇଁ ଉପଦେଶ ଦେଇଥାନ୍ତି. ଦେବୀ ପକ୍ଷରେ ମନ୍ଦିରକୁ ଭୋଗ ନେଇ ଗଲାବେଳେ ଭୋଗ ନେଉଥିବା ବ୍ୟକ୍ତି ପଛକୁ ଚାହେଁନି. ତନ୍ତ୍ର ସାଧନା କରୁଥିବା ସମୟରେ ତନ୍ତ୍ର ସାଧକ ପଛକୁ ଚାହେଁନି. କେବଳ ଶୁଭ କାର୍ଯ୍ୟ ନୁହେଁ, ଅଶୁଭ କାର୍ଯ୍ୟରେ ମଧ୍ୟ ପଛକୁ ଚାହିଁବା ବାରଣ. ଶୁଦ୍ଧକ୍ରିୟା ସାରି ଫେରୁଥିବା ବ୍ୟକ୍ତି ମଉନ ରହି ଏକ ମୁହାଁ ହୋଇ ଘରକୁ ଫେରେ. ପଛକୁ ଚାହେଁନି.ଏମିତି ଅନେକ କାର୍ଯ୍ୟରେ ପଛକୁ ନ ଚାହିଁବା ଲୋକମତ ବିଶ୍ୱାସ ରହିଛି.ଠିକ ଏତିକି ବେଳେ ହିତେଶ ଲକ୍ଷ କଲେ ହିରଣ୍ମୟୀଙ୍କ ବେକରେ ମଙ୍ଗଳ ସୂତ୍ରଟି ନାହିଁ. ବୋଧହୁଏ ଟ୍ରେନରେ ପଡିଯାଇଛି ଭାବି ହିତେଶ ବ୍ୟସ୍ତ ହୋଇପଡିଲେ ମାତ୍ର ସେଇଟି ସୁନା କି ରୁପା କିମ୍ବା ହୀରା ଲୀଳା ମୋତି ମାଣିକ ନୁହେଁ ବରଂ ନକଲି ବୋଲି ହିରଣ୍ମୟୀ କହିଲେ ମଧ୍ୟ ଜଣେ ସଧବା ନାରୀ ବେକର ମଙ୍ଗଳ ସୂତ୍ର ହିଁ ତାର ପରିଚୟ.ଏକଥା ଭୁଲିଗଲେ ଚଳିବ ନାହିଁ.

  ହିତେଶ କହୁଥିଲେ ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୂତ୍ର ନଜାଣିଥିଲେ ମଧ୍ୟ ହିନ୍ଦୁଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୂତ୍ର ପିନ୍ଧିବା ପ୍ରଥା ରହିଛି.କିନ୍ତୁ ଜାଣିବା କଥା କି ବିବାହ ପରେ ମହିଳା ମାନେ ମଙ୍ଗଳସୂତ୍ର କାହିଁକି ପିନ୍ଧନ୍ତି ଏବଂ ଏହା କେଉଁଠାରୁ ଆରମ୍ଭ ହୋଇଥିଲା.ମଙ୍ଗଳସୂତ୍ର ସ୍ବାମୀ ଏବଂ ସ୍ତ୍ରୀର ପ୍ରତିରକ୍ଷା ଢାଲ ଭାବରେ ବିବେଚନା କରାଯାଏ. ଏହା ବ୍ଯତୀତ ମଙ୍ଗଳସୂତ୍ରର ଇତିହାସ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୁସ୍ତକ " ସୌନ୍ଦର୍ଯ୍ୟ ଲହରୀ " ରେ ମଧ୍ୟ ଉଲ୍ଲେଖ କରାଯାଇଛି.ଐତିହାସିକ ଅନୁଯାୟୀ, ମଙ୍ଗଳସୂତ୍ର ପିନ୍ଧିବାର ପରମ୍ପରା ଷଷ୍ଠ ଶତାବ୍ଦୀରେ ଆରମ୍ଭ ହୋଇଥିଲା. ମହେଞ୍ଜୋଦାରୋ ଖନନରେ ମଙ୍ଗଳସୂତ୍ରର ପ୍ରମାଣ ମଧ୍ୟ ମିଳିଛି. ଏହା ପିନ୍ଧିବା ପ୍ରଥମେ ଦକ୍ଷିଣ ଭାରତରେ ଆରମ୍ଭ ହୋଇଥିଲା.ଏହା ପରେ ଧୀରେ ଧୀରେ ଏହି ପ୍ରଥା କେବଳ ଭାରତରେ ନୁହେଁ, ଅନ୍ୟ ଦେଶରେ ମଧ୍ୟ ପ୍ରଚଳିତ ହୋଇଥିଲା. ସୂଚନାନୁସାରେ ତାମିଲନାଡୁରେ ଥାଲି ବା ଥିରୁ ମଙ୍ଗଳମକୁହାଯାଏ.ଯେତେବେଳେ କି ଉତ୍ତର ଭାରତରେ ଏହାକୁ ମଙ୍ଗଳସୂତ୍ରକୁହାଯାଏ.ମଙ୍ଗଳସୂତ୍ର ଦୁଇଟି ଶବ୍ଦ ମଙ୍ଗଳ ଏବଂ ସୂତ୍ରରୁ ଗଠିତ. " ମଙ୍ଗଳ " ଅର୍ଥ ପବିତ୍ର ଏବଂ " ସୂତ୍ର " ଅର୍ଥ ହେଉଛି ପବିତ୍ର ହାର. ହିନ୍ଦୁ ଧର୍ମରେ ବୈବାହିକ ଜୀବନର ସବୁଠାରୁ ବଡ଼ ପ୍ରତୀକ ଭାବରେ ମଙ୍ଗଳସୂତ୍ରକୁ ବିବେଚନା କରାଯାଏ. ତଥାପି ଏହାର ରୂପ ବିଭିନ୍ନ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହୁଏ.କେତେକ ସ୍ଥାନରେ ମଙ୍ଗଳସୂତ୍ରରେ ସୁନା, ଧଳା କିମ୍ବା ନାଲି ମୋତି ମିଶାଯାଏ.ଭାରତ, ନେପାଳ, ବାଂଲାଦେଶ ଏବଂ ପାକିସ୍ତାନର ହିନ୍ଦୁମାନଙ୍କ ବ୍ଯତୀତ ସିରିଆ ଖ୍ରୀଷ୍ଟିଆନଙ୍କ ପରି ଅଣ-ହିନ୍ଦୁମାନେ ମଧ୍ୟ ମଙ୍ଗଳସୂତ୍ର ପିନ୍ଧନ୍ତି. ତଥାପି, ଭାରତରେ ଅନେକ ସମ୍ପ୍ରଦାୟ ଅଛି, ଯେଉଁମାନେ ମଙ୍ଗଳସୂତ୍ର ପିନ୍ଧନ୍ତି ନାହିଁ.ଏହା ପରିବର୍ତ୍ତେ ଅନ୍ୟ ବୈବାହିକ ପ୍ରତୀକ ପିନ୍ଧାଯାଏ. ଉତ୍ତର ଭାରତର ବିବାହିତ ମହିଳାମାନେ ନିଜ ଗୋଡରେ ମୁଦି, କାଚ ଚୁଡି ଏବଂ ବେକରେ ହାର ପିନ୍ଧନ୍ତି. ମଙ୍ଗଳସୂତ୍ର ସମ୍ବନ୍ଧରେ ବିଭିନ୍ନ ଅଞ୍ଚଳର ଭିନ୍ନ ବିଶ୍ୱାସ ରହିଛି.ଏଥିରେ ଥିବା କଳା ମୋତି ଭଗବାନ ଶିବଙ୍କର ରୂପ ଏବଂ ସୁନା ମାତା ପାର୍ବତୀଙ୍କ ସହିତ ଜଡିତ ବୋଲି ମଧ୍ୟ ବିଶ୍ୱାସ କରାଯାଏ,ଏତେସବୁ ବାଖ୍ୟା କହି ପାଖରେ ଠେଲା ଗାଡିରେ ବିକୁଥିବା ଅନେକ ସାମଗ୍ରୀ ଭିତରେ ମଙ୍ଗଳସୂତ୍ରଟିଏ ସ୍ତ୍ରୀ ପାଇଁ ଖୋଜୁ ଖୋଜୁ ଚମକି ପଡିଲେ ହିତେଶ . କାରଣ ଠେଲା ଗାଡିରେ ଝିଅ ବୋହୁଙ୍କ ପାଇଁ ଅସରା ପସରା ରଖି ଟ୍ରଲିରେ ବୋହି ବୋହି ବିକ୍ରି କରୁଥିବା ପିଲାଟି ରାଜୁ ଥିଲା. ହିତେଶଙ୍କ ପିଲାଦିନର ସାଙ୍ଗ. ବିଚରାର କେହି ନଥାନ୍ତି ବୋଲି ହିତେଶ ବୋଉ ବାପା ହିଁ ତାକୁ ଖାଇବା ପିଇବା ଓ ପିନ୍ଧିବା ଯୋଗାଇ ଦେଇ ଏଡ଼ିକିଟିକେରୁ ଏଡେଟେ କରିଥିଲେ. ଆଜି ସେମାନେ ମୃତ ଜାଣି କାନ୍ଦୁଥିଲା ରାଜୁ ଖୁବ.ହିତେଶ ପଚାରିଥିଲେ ତାଙ୍କ ବାପା ବୋଉ ଓ ଗାଁ ଛାଡିବାର କାରଣ ତ ରାଜୁ କହିଥିଲା ଟୁନି ଦେଇଙ୍କର ବାହାଘର ପରେ ପ୍ରଥମ ଥର ଘରକୁ ଆସିବା ବେଳେ ତାଙ୍କ ବେକର ମଙ୍ଗଳ ସୂତ୍ର ହଜି ଯାଇଥିଲା ବୋଲି ତୁମର ମନେଅଛି ଟୁନା? ଅନେକ ଦିନ ପରେ ରାଜୁ ମୁହଁରୁ ହିତେଶ ତା ଡାକ ନାମ ଟୁନା ବୋଲି ଶୁଣିବା ସହ ତା ସାନଭଉଣୀ ଟୁନି କଥା ମନେପକେଇ ଦେଇଥିଲା ‌।

   ରାଜୁ ଗାଁ ଛାଡିବାର ଏକମାତ୍ର କାରଣ କୁଆଡେ ଟୁନିର ମଙ୍ଗଳ ସୂତ୍ର ଥିଲା ଶୁଣି ହିତେଶ ଆଶ୍ଚର୍ଯ୍ୟ ହେଲା. ହିତେଶର ବାପା ଓ ବୋଉ ରାଜୁକୁ ଦୋଷ ଦେଇନଥିଲେ ମଧ୍ୟ ପଡୋଶୀମାନେ ରାଜୁକୁ ଘରେ କାହିଁକି ରଖିଛ ଶୁଣି ରାଜୁ ଅଭିମାନରେ ଗାଁ ଛାଡି ଚାଲିଆସିଥିଲା. ତାର କିଛି ଦୋଷ ଥିଲେ ପାପ ଛଡ଼େଇବା ପାଇଁ ରାଜସ୍ଥାନରେ ଥିବା ଓଁ ମନ୍ଦିରରେ ଶହେଆଠ ଶିବ ଶକ୍ତିଙ୍କୁ ପୂଜା ଆରାଧନା କରି ପକେଟରେ ଦେଖିଥିଲା ଟୁନିଦେଇଙ୍କ ମଙ୍ଗଳ ସୂତ୍ରଟିକୁ . ଏହା ତା ପକେଟକୁ କିପରି ଆସିଲା ଭାବି ତା ମୁଣ୍ଡ ଖରାପ ହୋଇଯାଇଥିଲା. ତେଣୁ ଜୀବନରେ ଅନେକ ସଂଘର୍ଷ ଭିତରେ କେତେ ଖରା କେତେ ଛାଇ ଭିତରେ ସେ ତା ପେଟପାଟଣା ଯୋଗାଡ଼ କରିଥିଲେ ମଧ୍ୟ ମଙ୍ଗଳସୂତ୍ର ବିକିନଥିଲା. ଆଜି ସେଇଟିକୁ ହିରଣ୍ମୟୀଙ୍କୁ ଦେଲାବେଳେ ହିତେଶ କହିଥିଲେ ମୋ ବୋଉ ଟୁନି ପାଇଁ ନୂଆ ମଙ୍ଗଳସୂତ୍ର କରି ପୁରୁଣାଟିକୁ ତୁମ ପକେଟରେ ଜାଣିଶୁଣି ରଖିଥିଲା. ପଡୋଶୀ ମାନଙ୍କ କଥା ସହିନପାରି ତୁମେ ଦୁରକୁ ଯାଇ ସେଇଟିକୁ ବିକି ସେଥିରେ କିଛି କରି ନିଜର ଜୀବିକା ଜୀଵନ କରିପାରିବା ଲକ୍ଷରେ ବୋଉ ସେମିତି କରିଥିଲା ବୋଲି ସେ ନିଜେ କହିଛି ଆମକୁ. ସେ କେମିତି ଜାଣିଲେ ମୁଁ ଗାଁ, ବାପା ମାଆ, ଭାଇ ପରି ସାଙ୍ଗ ଓ ସାନଭଉଣୀ ଟୁନିକୁ ଛାଡି ଚାଲିଯିବାକୁ ସ୍ଥିର କରିଛି ବୋଲି?ହିତେଶ ରାଜୁକୁ କୁଣ୍ଢେଇ ପକେଇ କହିଲା ବୋଉମାନଙ୍କୁ ସବୁ ଜଣାଥାଏରେ. ସେମାନେ ପରା ସନ୍ତାନର ଦେବୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy