ହଜିଲା ଅତୀତ
ହଜିଲା ଅତୀତ
ଖରାଛୁଟିରେ ସ୍କୁଲ ଛୁଟି ଥାଏ. ବାପା ବୋଉ ଓ ସାନ ଭଉଣୀ ସହିତ ସେମାନେ ଟ୍ରେନ ଯାତ୍ରା କରୁଥାନ୍ତି. ଟ୍ରେନଭିତରେ ସବୁ ଷ୍ଟପେଜରେ କିଛି କିଛି ଖାଦ୍ୟ ପସରା ବିକ୍ରି କରିବାକୁ ଆଣୁଥାନ୍ତି ବିକାଳୀମାନେ ଓ ଟୁନା ଓରଫ ହିତେଶର ସେସବୁ କିଣି ଖାଇବାର ଇଛା ଥାଏ ଖୁବ ହେଲେ ବାପା ବୋଉଙ୍କ ଆକଟ ସେସବୁ ପ୍ରଦୂଷିତ ଖାଦ୍ୟ ନଖାଇ ବିସ୍କୁଟ ଖାଆ ବୋଲି.ବାପା ବୋଉକୁ କହି ଡବା ଖୋଲି ବଢ଼େଇ ଦେଉଥାଆନ୍ତି ବିସ୍କୁଟ . ଟୁନା ଓ ତା ଭଉଣୀ ବହୁ କଷ୍ଟରେ ବିସ୍କୁଟ ଖାଇ ପାଣି ପିଇ ଝରକା ଦେଇ ବାହାରକୁ ଚାହିଁ ଦେଖୁଥାଆନ୍ତି. ବାଟରେ ପଡୁଥାଏ କେତେ ନଦୀ,ହ୍ରଦ,ଝରଣା ଓ ପାହାଡ଼ ସହିତ ପାହାଡି ନଈ । ସେସବୁ ଦେଖି ମନ ଖୁସି ପରିବର୍ତ୍ତେ ଦୁଃଖ ହେଉଥାଏ ଟୁନାର କାରଣ ବିକ୍ରି ଆସୁଥିବା ସୁନୁପାମ୍ପୁଡ଼ି କିଣି ଖାଇବାକୁ ଖୁବ ଇଛା ଥିଲେ ମଧ୍ୟ ବାପା ବାରଣ କରୁଥାନ୍ତି.ବାପା ହୁଏତ ଜାଣି ନାହାଁନ୍ତି ପ୍ରତିବର୍ଷ ବାର୍ଷିକ ପରୀକ୍ଷା ପରେ ପ୍ରତି ବିଷୟର ଖାତା ଓ ରଫ ଖାତାରୁ ବାଲିପଡ଼ିଥିବା କାଗଜ ଚିରି ବାପା ସେସବୁକୁ ଆଉଥରେ ବାନ୍ଧି ମୋଟା ରଫ ଖାତା କରିବା ପୂର୍ବରୁ ଟୁନା ଓ ଟୁନି ସେସବୁକୁ ନେଇ ଡ଼ଙ୍ଗା ଭସେଇବା ସହ ସୁନୁପାମ୍ପୁଡ଼ିବାଲାକୁ ଦେଇ ସୁନୁପାମ୍ପୁଡ଼ି କିଣି ଖାଇଥାନ୍ତି. ଏଇ ସମୟରେ ଟୁନାର ଭଉଣୀ ଡାକ ପକେଇଲା ଦେଖ ଭାଇ ଦେଖ ଏଇ ଝରଣା ପାଣିରେ କେମିତି କାଠି କୁଟା ସହ କେତେ ଜିନିଷ ଡ଼ଙ୍ଗା ପରି ଭାସି ଭାସି ଚାଲିଛି. ଆମେ ମଧ୍ୟ ଏବର୍ଷ ଡ଼ଙ୍ଗା ଭସେଇବା ଭାଇ. ବାପା ଟୁନିକୁ କହିଲେ ଏ ଯେଉଁ କାଠି କୁଟା ଓ ଅଳିଆ ଡ଼ଙ୍ଗା ପରି ଭାସି ଯାଉଛି ବୋଲି କହୁଛୁ,ଏହା ଦ୍ୱାରା ନଈର ସ୍ୱଚ୍ଛ ପାଣି ଗୋଳିଆ ହେଉଛି. ମଣିଷ ସିନା ଏହି ପାଣିକୁ ବିଶୁଦ୍ଧ କରି ପାନୀୟ ଜଳରେ ରୁପାନ୍ତରିତ କରି ନିଜ ବ୍ୟବହାର ପାଇଁ ଲଗାଉଛି କିନ୍ତୁ ପଶୁ ପକ୍ଷୀମାନେ ଏହି ଗୋଳିଆ ପାଣି ପି କେତେ କଷ୍ଟ ପାଉଛନ୍ତି ସେମାନେ କହିନପାରି ମୃତ୍ୟୁ ବରଣ କରୁଛନ୍ତି. ଏଠି ମଣିଷର ତାଙ୍କ ପାଇଁ ଦାଇତ୍ୱ ରହିଛି ଅଳିଆ ଅସନା ସବୁକୁ ନଈ ବା ଝରଣାରେ ପକାଇବା ଉଚିତ ନୁହେଁ. ଯେମିତି ସୁନୁପାମ୍ପୁଡ଼ି ଖାଇଲେ ପେଟରେ କୃମି ହୋଇ ପେଟ ମୋଡି ହୁଏ. ଟୁନା ଏଥର କହିଲା ଆମେ ଦୁଇ ଭାଇ ଭଉଣୀ ଆଉ କାଗଜ ଡ଼ଙ୍ଗା ଭାଷାଇବୁ ନାହିଁ କି କାଗଜ ଦେଇ ସୁନୁପାମ୍ପୁଡ଼ି କିଣି ଖାଇବୁ ନାହିଁ.
ଆଜି ହିତେଶ ସ୍ତ୍ରୀ ହିରଣ୍ମୟୀ ସହ ଟ୍ରେନରେ ଯାତ୍ରା କଲାବେଳେ ସ୍ତ୍ରୀ ସୁନୁପାମ୍ପୁଡ଼ି ପ୍ୟାକେଟରୁ ଗୋଟେ ନିଜେ ଖାଇ ଗୋଟେ ସ୍ୱାମୀ ହିତେଶ ପାଟିକୁ ଦେଲାବେଳେ ହିତେଶ କହୁଥିଲା ଆମ ପିଲାଦିନେ ଯେଉଁ ସୁନୁପାମ୍ପୁଡ଼ି ମିଳୁଥିଲା ତାହା ଖୁବ ମୁସୁମୁସିଆ ଓ ଝୁରା ସ୍ୱାଦିଷ୍ଟ. ସ୍ତ୍ରୀ ସେତିକି ବେଳକୁ ଆଇସକ୍ରିମ ପ୍ୟାକେଟ ଖୋଲି ଗୋଟେ କପ ନିଜେ ନେଇ ଅନ୍ୟ କପଟି ସ୍ୱାମୀ ହିତେଶ ହାତକୁ ବଢ଼େଇ ଦେଲାବେଳେ ହିତେଶ କହୁଥିଲା କାହିଁ ସେହି ପିଲାଦିନର କାଠି ଲଗା ଆଇସକ୍ରିମ, ନାଲି ଓ ଧଳା ଧଳା ମିଠା ପାଣି. ସ୍ତ୍ରୀ ମନ ଜାଣି କହୁଥିଲେ ଏତେ ଆଉ ଭାବୁକ ହୁଅନି. ଆଉ ସେ କମଳା ଚକୋଲେଟ କି ପିମ୍ପରମେଣ୍ଟ ଚକୋଲେଟ ନାହିଁ. ହିତେଶ କହୁଥିଲା ସତରେ ଜୀବନରେ କେବେ ଖରା କେବେ ଛାଇ. ହିରଣ୍ମୟୀ ଆଁ କରି ସ୍ୱାମୀ ମୁହଁକୁ ଚାହିଁ କହୁଥିଲା ଏଁ, ଠିକ କଥା ଖାଲି ଖରା ହେଲେ ଭଲ ନୁହେଁ କି ଖାଲି ଛାଇ ଭଲ ନୁହେଁ. ଖରା ପ୍ରଦୂଷଣ ରୋକିବାରେ ଯେତିକି ସାହାଯ୍ୟ କରେ ଛାଇ ଦେହରୁ ଗମଗମ ବୋହିଯାଉଥିବା ଝାଳକୁ ସେହିପରି ରୋକିବାରେ ସମର୍ଥ ହୋଇଥାଏ.।
