Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ଜୋକର

ଜୋକର

3 mins
8



  ମାମୁଁ ଘର ଗାଁରେ ରହି ପିଲାଦିନୁ ପାଠ ପଢୁଥିଲା ରୋହନ. ମାମୁଁଙ୍କ ଘର ପାଖରେ ରୁପା ଘର. ଗାଁର ସବୁଝିଅ ପରି ରୁପା ମଧ୍ୟ ରୋହନକୁ ଚିଡ଼ାଏ କହିକି ଯେ ତୁ ଗୋଟେ ଜୋକର. ତାର କାରଣ ହୁଏତ ରୋହନ ପିଲାଦିନୁ ଟିକେ ପଛୁଆ ଅର୍ଥାତ ସବୁକାମ ଦେଖିଚାହିଁ ବୁଝିବିଚାରି କରୁକରୁ ତା ପାଳି ଆସିଲାବେଳକୁ ସେ ସୁଯୋଗ ହରେଇ ସାରିଥାଏ. ସେଇଟା ଗାଁ ଝିଅ ମାନଙ୍କ ସହ ଲୁଡୁ, ଚେସ କି ତାସ ଖେଳ ହେଉ ବା ଗାଁ ପୁଅଙ୍କ ସହ ଫୁଟୁବଲ, ଭଲିବଲ, କ୍ରିକେଟ ବା ପିଙ୍ଗପଙ୍ଗ ହେଉ. ସହଜେ ବଡ଼ ହେଲାପରେ ଝିଅ ପୁଅ ମିଶି ରୁପା ଘର ଅଗଣାରେ ତାସର ପତା ସହ ମାଗୁଣି, ଟ୍ୱଣ୍ଟିନାଇନ,ବ୍ରେ ଇତ୍ୟାଦି ଖେଳୁ ଖେଳୁ ତା ପଟେ ସବୁବେଳେ ଆସେ କଳାପାନବିବି ଓ ଲାଲପାନ ବିବି.ବ୍ରେ ଖେଳିଲା ବେଳେ କଳାପାନ ବିବି ତା ପଟେ ପଡେ ତା ସହ ଚାରୋଟି ଯାକ ଜୋକର. ସେ କିନ୍ତୁ କଳାପାନବିବି କାହାକୁ ନଦେଇ ପାରି ବା ଖସେଇ ନପାରି ଶେଷକୁ ପଏଣ୍ଟ ବଢ଼ି ବ୍ରେ ହୁଏ. ପୁଅ ମାନେ ଯେତେ ଚିଡ଼ାଇଲେ ତାକୁ ବାଧେ ନାହିଁ ସିନା କିନ୍ତୁ ଝିଅଗୁଡା ତାକୁ ବ୍ରେ ନକହି ଜୋକର କହିଲେ ତାକୁ ଭାରି ବାଧେ. ରୁପା ଯେବେ କୁହେ ରାଗ ତାର ପଞ୍ଚମକୁ ଉଠେ. ହେଲେ ସେଇ ରାଗ ଭିତରେ ରୁପା ତାକୁ ଏତେ ଭଲ ଲାଗେ କାହିଁକି? ରୁପା ଯେବେ କହେ ଏମିତି କହିଦେଲି ସିନା ତମେ ତ ରାଜା ବୋଲି କହି ହସି ହସି ଗଡି ଗଲା ବେଳେ ରୋହନକୁ ଲାଗେ ରୁପା ପାଖରେ ତା ଜୀବନ ଯେମିତି ବନ୍ଧା ପଡିଯାଇଛି.

  ରୁପା ଓ ରୋହନ ତଳ ଉପର ଶ୍ରେଣୀରେ କଲେଜରେ ପଢୁଥିଲା ବେଳେ ଗୋଟେ ଝିଅ ରୁପା ହାତରେ ରୋହନ ପାଖକୁ ପ୍ରେମ ପତ୍ର ଲେଖି ତାକୁ ଦେଇଦେବାକୁ କହିଥିଲା ତ ରୁପାର ସେଦିନର ସେ ଉଗ୍ରଚଣ୍ଡୀ ରୂପ ଦେଖି ରୋହନ କାରଣଟା ନଜାଣି ପଚାରୁଥିଲା ତତେ ସେ ଝିଅ କିଛି କହିଲା କି ରୁପା? ରୁପାର ଉତ୍ତର ଥିଲା ଆରେ ମତେ କହିଥିଲେ ତ ଠିକ ଥିଲା ହେଲେ ମୋ ଠାରୁ ମୋ ପ୍ରିୟ ବସ୍ତୁ,ପଦାର୍ଥ,ପ୍ରେମ ସବୁକିଛି ଛଡ଼ାଇ ନେବାକୁ ବସିଥିଲା. କାବା ହୋଇ ରୋହନ କହୁଥିଲା କି ବସ୍ତୁ, କୋଉ ପଦାର୍ଥ କାହା ପ୍ରେମ? ତୁତ ଜୋକର, ତୁ ସେଗୁଡା ବୁଝି ପାରିବୁନି. ରୋହନ କହେ ମତେ ଆଉ ପାଞ୍ଚଟା ଗାଁ ଝିଅଙ୍କ ଭଳି ଜୋକର କହିବୁନି କହୁଛି. ସେମିତି କହିଲେ ତୋ ରାଜା ବର ବେଶରେ ଆସିଥିବା ବରକୁ ଆଡେଇ ତୋ ରାଜା ହୋଇଯିବି, ସତ କହୁଛି ଲୋ. ରୁପା ସିନା ମୁହଁ ଖୋଲି କିଛି କହିପାରେନା ହେଲେ ଭିତରେ ଭିତରେ କୁହେ ସେଇୟା ହେଲେ କରନ୍ତୁ!ଏଣିକି ଆଉ କେବେ ଜୋକର ବୋଲି ରୋହନକୁ କହେନା ରୁପା ତ ରୋହନ କହୁଥାଏ କଣ ଡରିଗଲୁକି ରୁପା,କାଳେ ତୋ ବର ହେବାକୁ ସତ ସତିକା ରାଜା ହୋଇ ଆସିବି ବୋଲି? ରୁପା କହେ ନା ମ କାଳେ ତୁ ଆମ ଗାଁ ଛାଡ଼ି ଚାଲିଯିବୁ ବୋଲି. ତୁ ଚାଲିଗଲେ ଏ ଗାଁ, ଦଳ ପୋଖରୀ ମାଛ, ନୀଳ ଆକାଶର ଭଷା ମେଘ, ଡେଙ୍ଗା ନଡ଼ିଆ ଗଛର ପଇଡ଼, ଝଙ୍କା ବରଗଛର ଛାଇ ଏସବୁ ଝୁରିବେନି ତତେ? ଆଉ ତୁ?ପଚାରେ ରୋହନ ତ ଦଉଡି ପଳାଏ ରୁପା.।

  ସବୁ ବର୍ଷ ପରି ଏବର୍ଷ ମଧ୍ୟ ମାମୁଁଘର ଗାଁ କୁ ରଜ ଆସିଲା ବଡ଼ ଧୁମଧାମରେ. ଝିଅ ମାନେ କେତେ ସଜବାଜ ହେଲେ. ପୋଡପିଠା ଖାଇଲେ ବାଣ୍ଟିଲେ. ଗୁଆ ଖୋଳପା ପିନ୍ଧି ଚାଲିଲେ, ତାସ, ଲୁଡୁ ଖେଳ ଭିତରେ ପାନ ଖାଇ ଖୁଆଇଲେ. ରୋହନ ଭାଇକୁ ଜୋକର ନକହି ସରାଗରେ ଖିଲିପାନ ଦେଲେ. ହଠାତ ରୋହନ ବାନ୍ତି କଲା. ସେମିତି ବାନ୍ତି ସହ ତିନି ଦିନ କାଳ ଅଖିଆ ଅପିଆ ପଡିରହିଲା. ବଡ଼ ବଡ଼ ମୁରବୀମାନେ ଝିଅମାନଙ୍କୁ ଆକଟ କଲେ. ପାନରେ କିଛି ମିଶାଇ ରୋହନକୁ ଜୋକର କରିବାକୁ କିଛି କେହି ପାନରେ ମିଶାଇ ଦେଇଛି ବୋଲି କହି ରାଗିଲେ.ରୁପା ମଧ୍ୟ ଖୁବ ବ୍ୟସ୍ତ ହୋଇପଡ଼ିଲା. ଏମିତିକି ହସ୍ପିଟାଲରେ ରୋହନ ପାଖରେ ଅନ୍ୟମାନଙ୍କ ସହ ରୋହନର ସେଵା ଶୁଶୃସା କଲା. ରୋହନ ଭଲ ହେଲା ପରେ ରୁପା କହିଲା ସତ କହୁଛି ରୋହନ ଭାଇ, ଆଖି ଛୁଉଁଛି ମୁଁ କିଛି ମିଶେଇ ତୁମକୁ ଖିଲି ପାନ ଦେଇନି. ରୋହନ କହିଲା ମୁଁ ଜାଣେ ରାଣୀ କେବେ ରାଜାର କ୍ଷତି କରିନଥାଏ. ସେହିଦିନ ଦୁଇ ମନ ଓ ହୃଦୟ ମିଶିଗଲା. କିନ୍ତୁ ଯୋଉଦିନ ରୁପା ବଧୂବେଶ ସାଜି ଆଉ କାହା ହାତ ଧରିଲା ବିଦାୟ ବେଳେ ରୋହନକୁ ଧରି କାନ୍ଦି କାନ୍ଦି କହୁଥିଲା ଜୋକର ହୋଇ ରହିଗଲୁ ରୋହନ ଭାଇ, କଥା ଦେଇଥିଲୁ ନା ମୋ ରାଜା ହେବୁ ବୋଲି? ରୋହନର ଆଖିର ଲୁହ ନୁହେଁ ତା ଅନ୍ତର ଲୁହ କେହି ଦେଖିପାରିନଥିଲେ ମଧ୍ୟ ମାଉସୀ ବୁଝିଥିଲେ ବି କିଛି ଉପାୟ ନଥିଲା. ରୁପା ବାହାଘର ପରେ ମାମୁଁଘର ଛାଡିଦେଇଥିଲା ରୋହନ.ଆଜି ନର୍ସ ବେଶରେ ଥିବା ରୁପା ହାତକୁ ଧରି ପକାଇ ରୋହନ କହୁଥିଲା ତୁ ରୁପା ନା? ରୁପା ହାତରେ ଚୁଡ଼ି ନାହିଁ ମଥାରେ ସିନ୍ଦୁର ନାହିଁ. ଏ କି ବେଶ ଦେଖୁଛି ସେ. ରୋଡ଼ ଆକ୍ସିଡେଣ୍ଟରୁ ଯେଉଁ ଦେବୀ ତାକୁ ପୁନ୍ନଜନ୍ମ ଦେଇଥିଲେ ସେ ତ ରୁପା. ରୁପାକୁ ସେ ନିଶ୍ଚୟ ପୁନ୍ନବଧୂ ରୂପେ ସଜେଇବ ଭାବି ଶକ୍ତି ଓ ସ୍ପୁର୍ତ୍ତିରେ ଆଗେଇ ଯାଉଥିଲା ରୋହନ. ଏଣିକି ସେ ଜୋକର ନୁହେଁ ରାଜା ହେବ. ନିଶ୍ଚୟ ହେବ ସ୍ୱଗତୋକ୍ତି କରୁଥିଲା ରୋହନ. ।


Rate this content
Log in

Similar oriya story from Romance