Sunanda Mohanty

Children Stories Inspirational Thriller

4  

Sunanda Mohanty

Children Stories Inspirational Thriller

ଗୁରୁବାକ୍ୟ

ଗୁରୁବାକ୍ୟ

2 mins
5


ଏଥର ଗୁରୁ ସମସ୍ତ ଛାତ୍ର ମାନଙ୍କୁ ଉତ୍ସାହିତ କରି କହିଥିଲେ ତୁମେ ସବୁ ଯାହା କହିଛ ତାହା ଅନେକାଂଶରେ ସତ. ଅଦ୍ଭୁତ ସହିଷ୍ଣୁତା ଓ ପ୍ରେମଭାବ ଦ୍ୱାରା ତୁକାରାମ ନିଜ ସ୍ତ୍ରୀଙ୍କ ରାଗ ଶାନ୍ତ କରି ବଞ୍ଚିବାର ଷୋଳ କଳାରୁ କଳେ ହସକୁ ସମାଧାନର ସୂତ୍ର ରୂପେ ପ୍ରୟୋଗ କରି ସଂସାର ନାଆ ବହୁଥିଲେ. ଛାତ୍ର ଅଶୋକ ତ ଅନେକ ବ୍ୟକ୍ତିଙ୍କ ହସ ମାଧ୍ୟମରେ କିପରି ବ୍ୟକ୍ତିର ବ୍ୟକ୍ତିତ୍ୱ ପରିପ୍ରକାଶ ହୁଏ କହିବାକୁ ଯାଇ ବୈଜ୍ଞାନିକ ଆଇନଷ୍ଟାଇନ,ପ୍ରସିଦ୍ଧ କବି ସୌକତଥାନବୀ ତଥା ସନ୍ଥ ତୁକାରାମଙ୍କ କଥା କହିସାରିଛନ୍ତି. ହସ ଏକ ଦୈବୀ ଗୁଣ. ତାହା ଯାହା ପାଖରେ ଥାଏ ସେ ମନ ମସ୍ତିଷ୍କକୁ ସୁନିୟନ୍ତ୍ରିତ କରି ରଖିପାରେ. ଧନ ଦୌଲତ ବଦଳରେ ଅନ୍ୟକୁ ଆମେ ଯାହା ଦେଇପାରୁ ତାହା ଚେନାଏ ହସ. ହସ ହିଁ ପ୍ରସନ୍ନ ରହିବାର ଆଧାର, ଉପାଦେୟ ଓ ସୁଖୀ ରହିବାର ସମାଧାନ. ଧନସମ୍ପତ୍ତି ଥିବା ବା ଜ୍ଞାନ ଗୁଣ ଥିବା ବ୍ୟକ୍ତି ମଧ୍ୟ ହସ ବ୍ୟତିରେକେ ଦୁଃଖୀ ହୋଇଥାନ୍ତି. ହସ ବିନା ବ୍ୟକ୍ତି ନିଜକୁ ଅପ୍ରସନ୍ନ ମନରକରିଥାଏ. କିପରି ମନଃସ୍ଥିତିଯୁକ୍ତ ଲୋକ ପ୍ରସନ୍ନ ରହିପାରେ କହିବାକୁ ଯାଇ କେରଳର ପୂର୍ବତନମନ୍ତ୍ରୀ ନମ୍ବୁଦରୀପାଦଙ୍କ ଉଦାହାରଣ ଦିଆଯାଇପାରେ. ଥରେ ଜଣେ ସାମ୍ବାଦିକ ତାଙ୍କୁ ପଚାରିଲେ ଆପଣ ସବୁବେଳେ ଖନେଇ ଖନେଇ କଥା କହନ୍ତି କାହିଁକି? ରାଗି ନଯାଇ ମନ୍ତ୍ରୀ କହିଥିଲେ ସବୁବେଳେ ନୁହେଁ କେବଳ କଥା କହିବା ବେଳେ ଖନେଇ ଥାଏ.ସମସ୍ତେ ହସି ଉଠିଥିଲେ.।

    ସର୍ବଦା ହସୁଥିବା ଓ ହସାଉଥିବା ବ୍ୟକ୍ତି ପରିବାରରେ ହିତ ସାଧାନ କରିବା ସହ ନିଜ ସମସ୍ୟା ସମାଧାନ କରିପାରେ.ତାହା ସନ୍ଥ ତୁକାରାମଙ୍କ ଜୀବନରେ ହସର ପରିପ୍ରକାଶ ଦ୍ୱାରା ହିଁ ସମ୍ଭବ ଥିଲା. ସେଦିନ ମନ୍ତ୍ରଣା କରୁଥିବା ତୁକାରାମଙ୍କ ସହ ତାଙ୍କ ବନ୍ଧୁଙ୍କ ଉପରକୁ କ୍ରୋଧୀ ପତ୍ନୀଙ୍କ ବାସନ ଧୁଆ ପାଣି ଫିଙ୍ଗା ଘଟଣାରେ କେବଳ ତୁକାରାମଙ୍କ ସେହି ଦୁଇପଦ କଥା ଯେ ଗରଜିଲା ମେଘ ବରଷୁନଥିବା ଶୁଣିଥିବା ବେଳେ ଆଜି ଦେଖୁଛି ଆଜିର ବାଦଲ ଗର୍ଜନ କରିବା ସହ ବର୍ଷା ମଧ୍ୟ କରୁଛି ଶୁଣି ସେଦିନର ମିତ୍ର ମାନେ ହସି ହସି ଲୋଚାକୋଚା ହୋଇଯିବା ସହ କ୍ଷମା କରିଦେଇଥିଲେ ବନ୍ଧୁ ପତ୍ନୀଙ୍କୁ.ସେମିତି ମାତ୍ର ଖଣ୍ଡେ ଆଖୁ ଦେଖି କ୍ରୋଧିତ ପତ୍ନୀ ସେଥିରେ ତୁକାରାମଙ୍କୁ ପିଟି ଦୁଇଗଡ଼ କରିଦେଇଥିଲେ ମଧ୍ୟ ହସିଦେଇ ପ୍ରେମରେ ଓ ସହିଷ୍ଣୁତା ଗୁଣରେ କହିଥିଲେ ତୁମେ ଖଣ୍ଡେ ଖାଅ ମୁଁ ଖଣ୍ଡେ ଖାଉଛି. ତାଙ୍କର ଏହି ହସିଦେବା ଗୁଣଟି ପାଇଁ କ୍ରୋଧିତ ବାଘୁଣୀ ପରି ପତ୍ନୀ କାଳକ୍ରମେ ଶାନ୍ତ ପଡିବା ସହ ସନ୍ଥ ତୁକାରାମ ପ୍ରମାଣ କରିଦେଇଥିଲେ ହସି ହସେଇବା ଅମିରଙ୍କ ଦୌଲତ ଅପେକ୍ଷା ବଡ଼.ଏହି ପରିପ୍ରେକ୍ଷୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ କଥା କହିଥିଲେ ଗୁରୁ. ଥରେ ଗୋଟିଏ ପିଲା ଗାନ୍ଧିଜୀଙ୍କୁ ଭେଟିବାକୁ ଆସିଲା. ଗାନ୍ଧିଜୀ ପ୍ରତିଦିନ ନିୟମିତ ରୂପେ ଭ୍ରମଣ କରିବାକୁ ଯାଉଥିଲେ. କଥାବାର୍ତ୍ତା କରିବାକୁ ସେ ସେହି ପିଲାଟିକୁ ସାଙ୍ଗରେ ନେଲେ. ପିଲାଟିକୁ ପଚାରିଲେ ତୁମେ କେଉଁ ବର୍ଗର? ପିଲାଟି ଉତ୍ତର ଦେଲା ଆଗ୍ରୱାଲ. ଗାନ୍ଧିଜୀ ହସିଦେଇ କହିଲେ ମୁଁ ତ ଆଗ୍ରୱାଲା କାରଣ ମୁଁ ଆଗେ ଆଗେ ଚାଲୁଛି. ତୁମେ ପିଛୱାଲା କାରଣ ତୁମେ ଚାଲୁଛ ମୋ ପଛରେ. ଏପରି ହାସ୍ୟରସ ଶୁଣି ପିଲାଟି ସହ ସାଥିରେ ଚାଲୁଥିବା ଲୋକମାନେ ହସି ହସି ବେଦମ ହୋଇଯାଇଥିଲେ.ଯେଉଁ ବ୍ୟକ୍ତି ସୁଖୀ ଓ ସାଧାନସମ୍ପନ୍ନ, ସେ ପ୍ରସନ୍ନ ରହେ ଏପରି ଅନୁମାନ ଠିକ ନୁହେଁ. ଯାହା ଓଠରେ ମୁଠେ ନହେଉ ହସ ଟୋପେ ଲାଗିଥାଏ ଓ ଅନ୍ୟକୁ ହସିବାର ପ୍ରେରଣା ଦିଏ ସେ ହିଁ ପ୍ରକୃତ ସୁଖୀ.ସେଇଥି ପାଇଁ ଶିଶୁ ହସିଦିଏ କାରଣ ହସ ହିଁ ତାର ଶ୍ରେଷ୍ଠ ସମ୍ପଦ. ସେହି ହସ ଦେଖି ମାଆ ଭୁଲିଯାଏ ସମସ୍ତ ଦୁଃଖ କଷ୍ଟ ଓ ଯନ୍ତ୍ରଣା.।



Rate this content
Log in