Sunanda Mohanty

Tragedy Thriller Others

3  

Sunanda Mohanty

Tragedy Thriller Others

ମୃତକ ଭୋଟର

ମୃତକ ଭୋଟର

2 mins
10



ଦିଗବିଜୟ ବାବୁ ଆରଥର ଅନୁକମ୍ପା ମୂଳକ ଭୋଟରେ ଜିତି ପାଞ୍ଚବର୍ଷ ପାଇଁ ବିଧାୟକ ହୋଇଗଲେ ବୋଲି ବିରୋଧୀଙ୍କ ସମେତ କେତେ ଲୋକ କହୁଥିଲେ ତ ଏଥର ସେ ଦେଖେଇଦେବେ ନିଜ ସୁଗୁଣାବଳୀ ଓ ସୁବ୍ୟକ୍ତିତ୍ୱ ସହିତ ତାଙ୍କୁ ଲୋକ ପ୍ରତିନିଧି ରୂପେ ବଛା ଯାଇଛି. ଟହଲିଆ କିଛି ଥାଆନ୍ତି ପାତିଆରା ପାଇଁ ତ ସେମାନେ ଲାଗିପଡିଲେଣି ବାଜା ସହ ଭୋଟ ପ୍ରଚାର ଗୀତ, ପୋଷ୍ଟର, ଇସ୍ତାହାର ଇତ୍ୟାଡ଼ିରେ. ଠିକ ସେତିକି ବେଳକୁ ଗୋଟେ ଦିଟା ଭିଡ଼ିଓ ଭାଇରାଲ ହେବା ଦେଖି ଅକଲ ଗୁଡ଼ୁମ ଦିଗବିଜୟ ବାବୁଙ୍କର.

  ଗୋଟେ ଭିଡ଼ିଓରେ କଥା ଦେଇଥିବା ପ୍ରେମିକାକୁ ବିଧାୟକ ହେବା ପରେ ବିବାହ କରିବେ ନାହିଁ ବୋଲି ରୋକଠୋକ କହିଥିବାର ପ୍ରମାଣ ସହ କହୁଛି ସେ ଝିଅ.ଯାହା ଶୁଣି ଅକଲ ଗୁଡ଼ୁମ ତାଙ୍କର . ଏବେ ତ କିଛି କରିହେବନି, କରିଥିଲେ ସେତିକି ବେଳୁ କାମ ସରିଥାନ୍ତା. ଖାଲି ଭୋଟ ସରୁ. ତା କଥା ବୁଝିବେ ସେ. ଏମିତି ଉପରକୁ କହିବାରେ କିଛି ଅସୁବିଧା ନାହିଁକି ଯେ କର୍ମ ଆଗେ ଭାବି ପ୍ରେମକୁ ତୁଚ୍ଛ ଭାବି ଏ ପାଞ୍ଚ ବର୍ଷ ଦିଗବିଜୟ ବାବୁଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖିବାର କଥା. ତଥାପି ଭିତରେ ଡର ତ ଅଛି. ବାଘର ମଧ୍ୟ ଫାଗକୁ ଡର. ତେଣୁ ଜଣେ ଦି ଜଣ ଗରୀବ ମାଉସୀ ଘରେ ପଶି ତାଙ୍କ ସହ ପାଖାଳ ତୁଣ୍ଡରେ ଦେବା ଦୃଶ୍ୟ, କୋଉଠି ଶ୍ରମିକ ଭଉଣୀର ମୁଣ୍ଡରେ ଥିବା କାଠଗୋଛା ନିଜ ମୁଣ୍ଡକୁ ନେଇ ତାର ଝାଳ ପୋଛିଦେବା ଦୃଶ୍ୟର ଭିଡ଼ିଓ ଏଭିତରେ ଭାଇରାଲ ହେଲାଣି. ତଥାପି ଆଉ ଗୋଟେ ଦିଇଟା କିଛି ଭଲ ଭିଡ଼ିଓ ନକଲେ ହେବନି ଭାବି ସୁଯୋଗକୁ ଅନେଇ ରହିଥାଆନ୍ତି ଦିଗବିଜୟ ବାବୁ ।

   ଅଂଶୁଘାତରେ ମୃତ୍ୟୁ ହୋଇଛି ଅନାମ ଅଜାଙ୍କର ବୋଲି କଥାଟା ପ୍ରାଘଟ ହେଲାଣି ଏ ସମୟରେ. ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ଜୀବ ହତ୍ୟା. ଦଳ ବଦଳେ ଅନାମ ବୁଢା ଘରେ ପହଁଚିଲେ ଦିଗବିଜୟ ବାବୁ. ଚମକି ପଡିଲେ. ଦୁଇ କି ତିନି ଦିନ ତଳେ ଏଇ ବୁଢା ଡହ ଡହ ଖରାରେ ତାଙ୍କ ଗାଡି ଅଟକେଇ ବସିବାକୁ ଚାହିଁବାରୁ ତାଙ୍କ ଡ୍ରାଇଭର ମନା କରି କହିଥିଲା ଏଇଟା ବିଧାୟକଙ୍କ ଗାଡି. ବୁଢା ଖୁସି ହୋଇ ଝପଟି ଆସିଥିଲା ଏବଂ କହିଥିଲା ଭଲ ହେଲା ଆମେ ଭୋଟ ଦେଇ ତାଙ୍କୁ ଜିତେଇଛୁ. ଉପର ତାତି କୁ ଖରା ତାତି. ଆଉ ଚାଲିପାରୁନି ବାବୁ କହି ଦୁଆର ମୁହଁକୁ ଆସି ଦିଗବିଜୟ ବାବୁଙ୍କୁ ନମସ୍କାର କରି ବସିବାକୁ ଯିବା ବେଳେ ମୁହଁ ଛାଟି ଗାଡି ଛୁଟେଇ ଦେଇ ଚାଲିଯାଇଥିଲେ ଦିଗବିଜୟ ବାବୁ. ବୁଢା ସେଇଠୁ ଟେକା ହୋଇ ଘରକୁ ଆସିଲା ଯେ ନା ଔଷଧ ନା ପଥି. ବୁଢ଼ାର ବି କେହି ନଥିଲେ କେହି ପୁଅ ପାତି. ଆଜି ମାଉସୀ ବୁଢା ମୃତ ଦେହ ଉପରେ ଅଞ୍ଚଳ ଢାଙ୍କି ପଇସା ଗୋଟେଇ ନେଉଛି. କିଛି ନହେଲେ ଟ୍ରଲିବାଲାକୁ ପଇସା ନଦେଲେ ସେ କଣ ମୁର୍ଦ୍ଦାର ଉଠେଇବ! କହି କଇଁ କଇଁ କାନ୍ଦୁଥିବା ମାଉସୀକୁ ବୋଧ ଦେଲେ ନିଜେ ବିଧାୟକ. କୋକେଇରେ କାନ୍ଧ ଲଗେଇଲେ, ଶୁଦ୍ଧି ଘର ବାହାଘର ପରି କରି ଲୋକ ଦେଖାଇଲେ. ବୁଢ଼ୀ ତଥାପି ବହୁନା ପକାଉଥିଲା ମଲାଯାଏଁ ତାଙ୍କ ତୁଣ୍ଡରେ ଥିଲା ଏଇ ଚାରିଅକ୍ଷର ବିଧାୟକ. ଏହି କଥା ମୁଁ ବୁଝିପାରୁନଥିଲି ସେ ନିଶ୍ଚୟ କହୁଥିଲେକି ବ୍ୟସ୍ତ ହେବୁନି ଆମ ବିଧାୟକ ଅଛନ୍ତି. ଏଇ ଶେଷ କେଇ ପଦ ଭିଡ଼ିଓ ହୋଇ ସବୁ ଭିଡିଓକୁ କାଟିପକେଇଲା. ଭୋଟ ସରି, ଗଣତି ସାରି ସମସ୍ତେ କହୁଥିଲେକି ଦିଗବିଜୟବାବୁ ଜିନ୍ଦାବାଦ ।


Rate this content
Log in

Similar oriya story from Tragedy