ଲୋଭରୁ ମୃତ୍ୟୁ
ଲୋଭରୁ ମୃତ୍ୟୁ
ଗୋଟିଏ ଧୋବାର ଗଧଟିଏ ଥାଏ.ଗଧଟି ଭାରି କନକନିଆ,, ଅମାନିଆଁ ଓ ଅଳସୁଆ ପ୍ରକୃତିର .ତାକୁ ସାବାଡ କରିବା ଲାଗି ଧୋବଣୀ ଗୋଟିଏ ବଢିଆ ପାଞ୍ଚଣଟିଏ ଧୋବାକୁ ଦେଲା. ଧୋବା ସେହି ପାଞ୍ଚଣରେ ଗଧକୁ ଅଡାଏ. ଧୀରେ ଧୀରେ ଗଧ ପାଞ୍ଚଣକୁ ଆରେଇ ଗଲା. ଏଣିକି ଧୋବା ହାତରେ ପାଞ୍ଚଣଟି ଥିଲେ ଗଧ ସିଧା ସିଧା ଚାଲେ.ଥରେ ଖରା ଦିନେ ଧୋବା ଗଧକୁ ଧରି ଗାଁ ପାଖ ପାହାଡ ନିକଟ ଦେଇ ଯାଉଥିବା ସମୟରେ ହଠାତ୍ ପାହାଡର ଗୋଟିଏ ଗୁମ୍ଫା ଖୋଲି ଗଲା. ଗାଁ ଲୋକେ ଜାଣିଥିଲେ ଏମିତି ଅଚାନକ ସେଇ ପାହାଡରେ ଗୁମ୍ଫାଟିଏ ଅଳ୍ପ ସମୟ ଲାଗି ଖୋଲିଯାଏ.ସେତିକି ବେଳେ ଯଦି କେହି ଭାଗ୍ୟବଶତଃ ତାହା ଦେଖିପାରେ ତେବେ ସେଇ ଅଳ୍ପ ସମୟରେ ସେ ଭିତରକୁ ପଶି ଅଜସ୍ର ଧନରତ୍ନ ବୋହିଆଣି ପାରେ. ଲୋକେ ତେଣୁ ଜଗି ବସିଥାଆନ୍ତି କିନ୍ତୁ ଗୁମ୍ଫା କେବେ ଖୋଲେନା.
ଭଗବାନଙ୍କ ବରାଦ ଏମିତିଯେ ଯେତେବେଳେ କେହି ନ ଥାଆନ୍ତି ଗୁମ୍ଫାର କବାଟ ଖୋଲି ପୁଣି ବନ୍ଦ ହୋଇଯାଏ.ତେଣୁ ଗୁମ୍ଫାରୁ ଧନ ଆଣି ଧନୀ ହେବା ଲୋକ ସେ ଗାଁରେ ନ ଥାଆନ୍ତି. ତେବେ ସେଦିନ ଗୁମ୍ଫା ଖୋଲିଲା ବେଳେ ଦୈବ ଯୋଗରୁ ଧୋବା ଦେଖିଦେଲା.ସେ ସାଙ୍ଗେ ସାଙ୍ଗେ ଗଧ ସହିତ ଭିତରକୁ ପଶିଯାଇ ଭିତରେ ଗଦା ହୋଇଥିବା ଧନରତ୍ନକୁ ଆଣି ଗଧ ପିଠିରେ ଥିବା ଖାଲି ବସ୍ତାରେ ପୁରାଇବାକୁ ଲାଗିଲା.ଏଣେ ଗୁମ୍ଫା ମୁହଁ ବନ୍ଦ ହୋଇଯିବାର ଭୟ.ତେଣୁ ସେ ତରବର ହୋଇ ଧନରତ୍ନରେ ଵସ୍ତା ଭରି ଗଧକୁ ଧରି ଵାହାରକୁ ଚାଲିଆସିଲା.
ତା ମନରେ ଖୁସି କହିଲେ ନ ସରେ. ଏତିକି ବେଳେ ସେ ଦେଖିଲା ଗଧଟି କନକନ ହେଉଛି. ବାଟ ଆଗକୁ ବଢୁନି. ହାୟ,ମୋ ବାଡିଟା ଭିତରେ ରହିଗଲା ଵୋଲି କହି ଧୋବା ଗୁମ୍ଫା ଭିତରକୁ ଦୌଡିଲା.କିନ୍ତୁ ଗୁମ୍ଫା ବନ୍ଦ ହୋଇଯିବାର ସମୟ ହୋଇଯାଇଥିଲା.ଧୋବା ତା ଭିତରେ ଥିବା ବେଳେ ଗୁମ୍ଫା ବନ୍ଦ ହୋଇଗଲା ଏବଂ ତା ପର ଠାରୁ ଆଉ କେହି ଧୋବାକୁ ଦେଖି ନାହାନ୍ତି. ଏଣେ ଭାରି ବୋଝର ଭାର ଓ ଖରାର ପ୍ରଚଣ୍ଡ ତାତି ସହି ନପାରି ଗଧଟି ମୃତ୍ୟୁ ବରଣ କଲାପରେ ଦସ୍ୟୁମାନେ ସେହି ଧନ ସମ୍ପତ୍ତି ନେଇ ଚାଲିଯାଇଥିଲେ ।