STORYMIRROR

Sunanda Mohanty

Action Thriller Children

4  

Sunanda Mohanty

Action Thriller Children

ନିକିତି ତଉଲ ପୁଅ ଝିଅଙ୍କୁ

ନିକିତି ତଉଲ ପୁଅ ଝିଅଙ୍କୁ

3 mins
16

ଜୀବନ ସିନେମାର ପ୍ରଥମ ଅଙ୍କ ଷଠିଘରୁ ଆରମ୍ଭ ହୁଏ. ଝିଅ ଟିଏ ହୋଇଛି ଶୁଣି କି ଖୁସି ସେଦିନ ତାଙ୍କ ବାପା,ମାଆ,ଜେଜେ ଓ ଆଇମା. ବାପା ଭାବିଥାଆନ୍ତି ନାମ ଦେବେ ରେବା. ଏହି ନାମକରଣ ପଛରେ ମଧ୍ୟ ଅନେକ କିମ୍ବଦନ୍ତୀ.ସେତେବେଳେ ଯୌଥ ପରିବାର. ପରିବାରର ସଦସ୍ୟଙ୍କ ଭିତରେ ଖୁବ ସୁସମ୍ପର୍କ. ଘରର ଉପର ବଡ଼ଭାଇ ଓ ଭଉଣୀମାନଙ୍କ ନାମ ସାଙ୍ଗକୁ ଖାପ ଖୁଆଇଲା ଭଳି ନାମକରଣ କରାଯାଏ ନବଜାତକର. ଏହି ପିଢ଼ିରେ ଥିବା ବା ପୂର୍ବ ପିଢ଼ିର ଥିବା ବନ୍ଧୁ ବାନ୍ଧବଙ୍କ ପିଲାଙ୍କ ନାମ ରଖିବା ଯେପରି ନିଷିଦ୍ଧ ଥିଲା ସେପରି ଉପର ଭାଇଭଉଣୀଙ୍କ ନାମ ସଙ୍ଗେ ମିଶିଲା ଭଳି ନାମକରଣ କରାଯାଉଥିଲା. ଖାଲି ବାପାଙ୍କ ଘରର ଭାଇଭଉଣୀମାନଙ୍କ ପିଲାମାନଙ୍କ ନାମ ସହ ସାମଞ୍ଜସ୍ୟ ନୁହେଁ ବରଂ ମାତୃକୁଳର ମାମୁଁ ଓ ମାଉସୀମାନଙ୍କ ପିଲାମାନଙ୍କ ନାମକୁ ମଧ୍ୟ ଗୁରୁତ୍ୱ ଦିଆଯାଉଥିଲା. ତେଣୁ ବଡ଼ମାମୁଁଙ୍କ ପ୍ରଥମ ପୁଅ ରୁବା ଭାଇଙ୍କ ପରେ ବାପା ବଡ଼ଶଳାଙ୍କ ପୁଅ ନାମ ସହିତ ଖଞ୍ଜି ତାଙ୍କ ନାମ ରେବା ରଖିଥିବା କଥା ଅନେକ କହୁଥିଲା ବେଳେ,ବାପା କୌଣସି ଏକ ସର୍କସରେ ରେବା ଦୀକ୍ଷିତ ନାମକ ସର୍କସ ପରିଚାଳିକାଙ୍କ ରୂପର ସୌନ୍ଦର୍ଯ୍ୟ, ବାଘ ବାଘୁଣୀଙ୍କ ସହ ସର୍କସରେ କୌଶଳ ପଦର୍ଶନ, ସର୍କସ ପରିଚାଳନା ସହ ହସି ହସାଇବାର କ୍ଷମତା ଦେଖି ତାଙ୍କରି ନାମରେ ପ୍ରଥମ ଝିଅର ନାମ ବାଛିଥିଲେ ରେବା.ଏମିତିକି ରେବା ବାହାହୋଇସାରି ପୁତ୍ର ସନ୍ତାନର ଜନନୀ ହେବା ପରେ ମଧ୍ୟ ବାପା ନିଜ ଦାଣ୍ଡକବାଟରେ କଲିଂ ବେଲ ନବଜାଇ ଦୁଆର ଶିକୁଳି ଝଣ ଝଣ କରି ଡାକୁଥିଲେ ରେବା... ରେବା... ରେବାରେ ତ ବୋଉ ଦୁଆର ଖୋଲୁଥିଲା ରେବାର ଦ୍ୱିତୀୟ ସନ୍ତାନଟି ଝିଅ ହେଲାବେଳେ ବାପାଙ୍କର ଯୋଉ ଖୁସି. କହିଥିଲେ ମୋ ଝିଅ ରେବାର ଏକୋଇଶିଆ ତା ଆଈମାଆ ଖୁବ ଧୁମଧାମରେ କରିଥିବା ଓ ତା ଜେଜେ ତାର ମାସିକିଆ କରି ଓକିଲ ମୋହରିର ତଥା ମହକିଲମାନଙ୍କୁ ଖୁଆଇ ନୂତନ ପରମ୍ପରା ସୃଷ୍ଟି କରିଥିଲେ. ମୁଁ ମୋ ନାତୁଣୀ ନାମ ରିଟୁ ହିଁ ରଖିବି କହି ଯୋଉ ବୁନ୍ଦିଆ ଲଡ଼ୁ ବାଣ୍ଟିଥିଲେ ଖାଇଥିବା ଲୋକ ଏଯାଏଁ ଭୁଲିନାହାଁନ୍ତି. ରିଟୁର ଜେଜେମା ମଧ୍ୟ ଏକୋଇଶିଆ କରିବା ସହ ଜାଚଜ୍ଞା ଅନୁଯାୟୀ ପଞ୍ଚଗାଦି ପୀରଜାହାନିଆଁଙ୍କ ପାଖେ ପ୍ରଥମ ଚୁଟି କଟାଇଥିଲେ.।


   ଏବେ ରିଟୁର ପ୍ରଥମ ସନ୍ତାନ ଝିଅଟିଏ ହୋଇଥିବାରୁ ସମସ୍ତେ ଏତେ ବ୍ୟସ୍ତ ବିବ୍ରତ କାହିଁକି ଭାବି ରେବା ଅର୍ଥାତ ଆଈମାଆ ମନ ଦୁଃଖ କରୁଥାନ୍ତି ତ ତାଙ୍କ ଝିଅ ବୁଝେଇଦେଇଥିଲା ଦେଖ ମାଆ କାହା କଥା, ଭାବନା, ଚିନ୍ତା ଚେତନାରୁ କଣ ମିଳିବ. ଆଜିର ସମାଜରେ ଝିଅକୁ ବୋଝ ଭାବୁଥିବାରୁ ସମାଜରେ ଝିଅମାନଙ୍କ ପ୍ରତି ଗୋଟେ ଦୁସ୍ଥ ମାନସିକତା ବ୍ୟାପିଛି ସତ କିନ୍ତୁ ମୁଁ ଖୁସି ଏଇଥି ପାଇଁ ଆମ ବାପା ମାଆଙ୍କୁ ଆଉ ପୁଅ ବୋହୁଙ୍କ ପାଖରେ ଚଳିବାକୁ ବା ସେମାନଙ୍କ ଦ୍ୱାରା ଅନାଥାଶ୍ରମକୁ ବିତାଡିତ ହେବାକୁ ପଡିବ ନାହିଁ. ସେତେବେଳକୁ ରେବାଙ୍କ ବଡ଼ ସନ୍ତାନ ପୁଅର ପୁଅଟିଏ ହୋଇଥାଏ ଏବଂ ସ୍ୱାମୀ ସ୍ତ୍ରୀ ଦୁହେଁ ପୁଅର ପୁଅଟିଏର ଜେଜେ ଜେଜେମା ଓ ଝିଅର ଝିଅଟିର ଆଈ ଅଜା ହୋଇ ଖୁସି ଥିଲା ବେଳେ ଝିଅର ଦ୍ୱିତୀୟ ସନ୍ତାନ କଣ ହେବ? ତଥା କଣ ହେଲେ ସମସ୍ତେ ଖୁସି ହେବେ ଏକ ଚିନ୍ତାର ବିଷୟ ଥାଏ. ଝିଅ ରିଟୁ ବାପା ମାଆଙ୍କୁ ତା ଶାଶୁ ଘରକୁ ଯେତେ ଡାକିଲେ ମଧ୍ୟ ରେବା ଯିବାକୁ ରାଜି ହୁଅନ୍ତି ନାହିଁ. କାହିଁକିର କାରଣରେ ରେବା ସେଦିନ ତାଙ୍କ ମନର ଖୋଲା କଥା ପ୍ରକାଶ କରିଦେଇଥିଲେ. କହିଥିଲେ କାରଣ.ଝିଅର ଅଭିମାନ ଥିଲା ମାଆ ତୁ ବାପାଙ୍କ ସହ ଭାଇ, ଭାଉଜ ଓ ତୋ ନାତି ପାଖକୁ ବୁଲିବାକୁ ଯାଇ କିଛି ଦିନ ରହୁଛୁ ତ ମୁଁ ଡାକିଲେ କାହିଁକି ମନା କରୁଛୁ?ପ୍ରଶ୍ନରେ ରେବା କହିଥିଲେ ଆରେ ମାଆ ତୋ ଶାଶୁ ଶଶୁର ତୋ ପାଖେ ରହିଲେ ସୁନ୍ଦର. ଆଉ ତୁ ମୋର ଗେଲ୍ଲୀ ଝିଅ ବୋଲି ତୋ ପାଟିକୁ ଯାହା ଆସିବ ତୁ ମାଆ ବାପାଙ୍କୁ କହିପାରିବୁ ଯେଉଁଟା ଶାଶୁଙ୍କୁ କହିପାରିବୁନି. ଠିକ ସେମିତି ଆମ ବୋହୁ ମାନେ ତୋ ଭାଉଜ ଓ ମୁଁ ଆମକୁ ଯେତେ କଷ୍ଟ ଲାଗୁ ବା ନଲାଗୁ ମୁହଁ ଉପରେ କିଛି କେହି କାହାକୁ ନକହି ନୀରବତା ଅବଲମ୍ବନ କରିବୁ.ସେତିକି ତ ସବୁ ମାନ, ଅଭିମାନ, ମନାନ୍ତର ଓ ମତାନ୍ତର ସୁଧୁରି ଯିବାର ଏକମାତ୍ର ସୂତ୍ର. ଝିଅ ରିଟୁ ଚାହିଁଲା ମାଆ ରେବାଙ୍କ ମୁହଁକୁ ଆଉ ଶାଶୁଘର ଫେରିଗଲାବେଳେ ମାଆ ରେବାଙ୍କୁ କହିଲା ମାଆ ତୁ ଜୀବନ ସିନେମାର ଏତେ ପୃଷ୍ଠା କେବେ କାହାଠୁ ପଡ଼ିଲୁ? ରେବା କହୁଥିଲେ ମୋ ମାଆ ବାପାଙ୍କଠୁ. ତ ରିଟୁ କହିଲା ମାଆ ପୀରଜାହାନିଆଁଙ୍କ ପାଖେ ମାନସିକ ରଖ ଏଥର ପୁଅଟିଏ ହେଉ ମୋର. ମାଆ ରେବା କହିଲେ ପୁଅ କଣ ଝିଅ କଣ?ସନ୍ତାନ ସବୁବେଳେ ସନ୍ତାନ. ତେବେ ଏସବୁ ଟିକିଏ ଆଗରୁ ଯାହା କହୁଥିଲୁ?ଆରେ ସେସବୁ ଦାଣ୍ଡ ସୁନ୍ଦର କଥା ମାତ୍ର. ରିଟୁ କିଛି ବୁଝିନପାରି କହୁଥିଲା ଅଜା ତତେ ଯେତିକି ଭଲପାଆନ୍ତି ତୁ ମତେ ସେତିକି ଭଲ ପାଉ ନା ମାଆ? ରେବା କହୁଥିଲେ ଭାଇ ଯେତିକି ତୁ ସେତିକି ମୋ ଝିଅ ମୋ ମାଆ. ରିଟୁ ତଥାପି ସନ୍ଦେହରେ ଚାହିଁଥିଲା ରେବାଙ୍କୁ.ରେବା କହିଥିଲେ ତୁ ପହଁଚିଲା ପରେ ମୋର ବାପାଙ୍କର ପହଁଚିଯିବୁ ଝିଅ. ମନଦୁଃଖ କରନା.କିଛି ଦିନ ପରେ ରିଟୁର ପୁଅଟିଏ ହେବା ଖବରରେ ଅଜା ବୁନ୍ଦିଆଲଡ଼ୁ ବାଣ୍ଟୁଥିଲେ ଆଉ କହୁଥିଲେ ମୋ ଝିଅ କୋଳକୁ ତା ସଂସାର ବାଘ ଆସିଯାଇଛି.।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action